ETV Bharat / politics

‘କ୍ଷମତାକୁ ଆସିଲେ ତ CAA ହଟାଇବେ’: ଚିଦାମ୍ବରମଙ୍କୁ କଟାକ୍ଷ କଲେ ଶାହ - Amit shah

Amit shah target Chidambaram: ଚିଦାମ୍ବରମଙ୍କୁ ଟାର୍ଗେଟ କଲେ ଶାହ । କହିଲେ କଂଗ୍ରେସ କ୍ଷମତାକୁ ଆସିଲେ ତ CAAକୁ ହଟାଇବ । ଦଳ ବିରୋଧୀ ଦଳ ହେବା ପାଇଁ ସଂଘର୍ଷ କରୁଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 23, 2024, 7:17 AM IST

‘କ୍ଷମତାକୁ ଆସିଲେ ତ CAAକୁ ହଟାଇବେ’: ଚିଦାମ୍ବରମଙ୍କୁ ଟାର୍ଗେଟ କଲେ ଶାହ

ହାଇଦ୍ରାବାଦ: ଦେଶରେ ନିର୍ବାଚନୀ ପ୍ରଚାର ସହ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଜାରି ରହିଛି । ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) ଓ ଅନ୍ୟ ତିନି ଅପରାଧିକ ଆଇନ ପ୍ରତ୍ୟାହାର କରାଯିବା ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସକୁ କଡା ସମୋଲୋଚନା କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । କଂଗ୍ରେସ କେନ୍ଦ୍ରରେ କ୍ଷମତାକୁ ଆସିଲେ ବିଜେପି ସରକାର କାର୍ଯ୍ୟକାରୀ କରିଥିବା ନାଗରିକତା ସଂଶୋଧନ ଅଧିନିୟମ (ସିଏଏ) କୁ ପ୍ରତ୍ୟାହାର କରିବ ବୋଲି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଚିଦାମ୍ବରମ କହିଥିଲେ । ଗତକାଲି ଏହି ପ୍ରସଙ୍ଗରେ ଶାହ କହିଛନ୍ତି, କଂଗ୍ରେସ କ୍ଷମତାକୁ ଆସିଲେ ତ ଏହାକୁ ପ୍ରତ୍ୟାହାର କରିବାକୁ ପ୍ରୟାସ କରିବ । ପରୋକ୍ଷରେ କଂଗ୍ରେସ କ୍ଷମତା ଠାରୁ ବହୁଦୂରରେ ଅଛି ଓ ଦଳର କ୍ଷମତାକୁ ଆସିବା ସମ୍ଭାବନା ମଧ୍ୟ ନାହିଁ ବୋଲି ଶାହ କଟାକ୍ଷ କରିଛନ୍ତି ।

ଗତକାଲି ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ଅବସରରେ ଶାହ ଏହି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଥିଲେ । କହିଥିଲେ,‘‘ଏ ମୋଦିଙ୍କ ଗ୍ୟାରେଣ୍ଟି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରୁ ଧାର୍ମିକ ପ୍ରତାଡନାର ଶିକାର ହୋଇ ଭାରତରେ ଥିବା ଶରଣାର୍ଥୀ ନିଶ୍ଚିତ ଭାରତୀୟ ନାକରିକତା ପାଇବେ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ବ୍ରିଟିଶ ଅମଳରୁ ସାମ୍ରାଜବାଦ ନୀତି ଆଧାରରେ ଭାରତରେ ଅପରାଧିକ ଆଇନ କାର୍ଯ୍ୟକାରୀ ହୋଇଥିଲା । ଏହାକୁ ଏବେ ମୋଦି ସରକାର ସଂଶୋଧନ କରି ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ବିଶ୍ବରେ ଏକ ପ୍ରମୁଖ ଦେଶ ଭାବେ ସ୍ଥାନ ଦେଇଛନ୍ତି । ଭାରତ ଏବେ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ଆଧୁନିକ ପ୍ରକ୍ରିୟାର ଦେଶ । ମାତ୍ର କଂଗ୍ରେସ ଏହାକୁ ପରିବର୍ତ୍ତନ କରିବା ଓ ପ୍ରତ୍ୟାହାର କରିବାର କଥା କହୁଛି । ସମାନେ (କଂଗ୍ରେସ) କ୍ଷମତାକୁ ଆସିଲେ ସିନା ଏପରି କରିବେ । ସେମାନେ କ୍ଷମତାକୁ ଆସିବାର କୌଣସି ସମ୍ଭାବନା ଦେଖାଯାଉନି ।’’

ଏହା ମଧ୍ୟ ପଢନ୍ତୁ :- ପଶ୍ଚିମବଙ୍ଗରେ ଚାକିରି ହରାଇବେ 25 ହଜାର ଶିକ୍ଷକ : 2016 ନିଯୁକ୍ତି ରଦ୍ଦ, ସୁଧ ସହ ଫେରାଇବେ ଦରମା - BENGAL TEACHERS APPOINTMENTS

ଶାହ ମଧ୍ୟ କହିଛନ୍ତି, ଦେଶବାସୀ ନିଜକୁ କଂଗ୍ରେସ ନିୟନ୍ତ୍ରଣରୁ ମୁକ୍ତି ଦେଇଛନ୍ତି । 2014 ଓ 2019 ନିର୍ବାଚନ ଠାରୁ ମଧ୍ୟ ଅଧିକ ପ୍ରଭାବୀ ଭାବେ ସମାନେ ଏଥର କଂଗ୍ରେସ ବିରୋଧରେ ମତାଧିକାର ସାବ୍ୟସ୍ତ କରିବେ । କୌଣସି ଆଇନକୁ ପ୍ରତ୍ୟାହାର କିମ୍ବା ପରିବର୍ତ୍ତନ କରିବା ପାଇଁ କ୍ଷମତାକୁ ଆସିବା ଦରକାର । କଂଗ୍ରେସ କ୍ଷମତା ତ ଦୂରର କଥା, ମୁଖ୍ୟ ବିରୋଧୀ ଦଳର ଭୂମିକାରେ ରହିବା ପାଇଁ ସଂଘର୍ଷ କରୁଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶରେ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର ମାତ୍ର କିଛି ଦିନ ପୂର୍ବରୁ ମୋଦି ସରକାର ସାରା ଦେଶରେ ଏହି ନାଗରିକତା ସଂଶୋଧନ ଅଧିନିୟମ ଲାଗୁ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.