ETV Bharat / politics

ଟିକଟ ବଦଳରେ ନୂଆ ଦାୟିତ୍ବ; ଅମର ବରିଷ୍ଠ ଉପସଭାପତି, ଶ୍ରୀମୟୀ ମହିଳା ବ୍ରିଗେଡ଼ର କାର୍ଯକାରୀ ସଭାପତି - BJD new appointment

author img

By ETV Bharat Odisha Team

Published : Apr 24, 2024, 7:24 AM IST

BJD new appointment: ଅମର ଓ ଶ୍ରୀମୟୀଙ୍କୁ ମିଳିଲା ନୂଆ ଦାୟିତ୍ବ । ଦଳର ଅମର ବରିଷ୍ଠ ଉପସଭାପତି ହେଲେ ଅମର ଏବଂ ଶ୍ରୀମୟୀ ମହିଳା ବ୍ରିଗେଡ଼ର କାର୍ଯକାରୀ ସଭାପତି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବିଜେଡି ନେତାଙ୍କୁ ମିଳିଲା ନୂଆ ଦାୟିତ୍ଵ । ବିଭିନ୍ନ ଜିଲ୍ଲା ଓ ସଂଗଠନର ନୂଆ ଦାୟିତ୍ଵ ପ୍ରଦାନ କରିଛନ୍ତି ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକଟ କଟିଥିବା ନେତାଙ୍କୁ ସଂଗଠନ ଦାୟିତ୍ୱ ଦିଆଯାଇଛି । ବରିଷ୍ଠ ବିଜେଡି ନେତା ଅମର ଶତପଥୀ ହେଲେ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି । ସେହିପରି ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଶ୍ରୀମୟୀ ମିଶ୍ର ।

ଦଳର ୪ ନେତାଙ୍କୁ ବଡ଼ ଦାୟିତ୍ୱ ପ୍ରଦାନ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ । ଅମର ପ୍ରସାଦ ଶତପଥୀଙ୍କୁ ବିଜେଡିର ବରିଷ୍ଠ ଉପ-ସଭାପତି ଭାବେ ଦାୟିତ୍ୱ ଦେଇଛନ୍ତି । ବଡ଼ଚଣା ବିଧାୟକ ଅମରଙ୍କ ଟିକଟ କଟିଛି । ତାଙ୍କ ବଦଳରେ ଦଳ ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣାର ବିଧାୟକ ପ୍ରାର୍ଥୀ କରିଛି । ସେହିପରି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯକାରୀ ସଭାପତି ଭାବେ ନିଯୁକ୍ତ କରିଛି । ଶ୍ରୀମୟୀ ଭୁବନେଶ୍ୱର ଲୋକସଭା କ୍ଷେତ୍ର ପ୍ରାର୍ଥୀ ରେସରେ ଥିଲେ । ଦଳ ପକ୍ଷରୁ ମଧ୍ୟ ଶ୍ରୀମୟୀଙ୍କୁ ସବୁଜ ସଙ୍କେତ ମିଳିଥିଲା । ତେଣୁ ସେ ପ୍ରଚାର ମଧ୍ୟ ଜୋରଦାର କରୁଥିଲେ । ଶେଷ ମୁହୂର୍ତ୍ତରେ ଶ୍ରୀମୟୀଙ୍କ ଟିକଟ କଟିଥିଲା । ମନ୍ମଥ ରାଉତରାୟଙ୍କୁ ଦଳରେ ସାମିଲ କରି ବିଜେଡି ଭୁବନେଶ୍ୱର ଲୋକସଭା ଟିକଟ ଦେଇଛି । ସେବେଠାରୁ ଶ୍ରୀମୟୀଙ୍କୁ କୌଣସି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଶ୍ରୀମୟୀଙ୍କ ମାନଭଞ୍ଜନ ପାଇଁ ଦଳ ତାଙ୍କୁ ନୂଆ ଦାୟିତ୍ୱ ଦେଇଛି ।

ଏହା ମଧ୍ୟ ପଢନ୍ତୁ: ଦୂର ହେଉଛି ବଡ଼ଚଣା ଟେନସନ; ଶଙ୍ଖ ଭବନରେ ବସିଲା ସମନ୍ବୟ ବୈଠକ - BJD Badachana Tension

ସେହିପରି ସରୋଜ ସାମଲଙ୍କୁ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ମିଳିଛି । ପ୍ରଶାନ୍ତ ସେଠୀଙ୍କୁ ଦଳର ସମ୍ପାଦକ ଭାବେ ନିଯୁକ୍ତ ଦିଆଯାଇଛି । ଅନ୍ୟପଟେ ଟିକଟ କରିଥିବା ନର୍ଲ୍ଲାର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂଙ୍କୁ କଳାହାଣ୍ଡି ଜିଲ୍ଲା ବିଜେଡି ପ୍ରଚାର କମିଟି ଅଧ୍ୟକ୍ଷ ଦାୟିତ୍ୱ ଦେଇଛି ଦଳ । କେନ୍ଦ୍ରାପଡା ଜିଲ୍ଲାରେ ନିର୍ବାଚନ ସଂଯୋଜକ ଭାବେ ରାଜେଶ ଦାସଙ୍କୁ ଦାୟିତ୍ୱ ମିଳିଛି । ଦୁର୍ଗାଶିଷ ମହାନ୍ତିଙ୍କୁ କେନ୍ଦ୍ରାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ସଂଯୋଜକ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଆଶିଷ କୁମାର ଜେନା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ତୁଲାଇବେ । ରଶ୍ମି ରଞ୍ଜନ ଦାସଙ୍କୁ ପାରାଦ୍ୱୀପ ବିଧାନସଭା ଆସନରେ ବିଜୁ ଯୁବ ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ନିଯୁକ୍ତି ମିଳିଛି । ଅନ୍ୟପଟେ ପାରାଦୀପ ବିଧାନସଭା ଆସନରେ ବିଜୁ ଛାତ୍ର ଜନତା ଦଳର ନିର୍ବାଚନ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ ରଶ୍ମିରେଖା ମଲ୍ଲିକ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.