ETV Bharat / politics

ମୋହନ ମାଝୀ ସରକାରରେ ବଦଳିବ ‘ଆମ ଓଡିଶା ନବୀନ ଓଡିଶା’ର ନାମ

ବଦଳିବ ‘ଆମ ଓଡିଶା ନବୀନ ଓଡିଶା’ର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ କହିଲେ ମନ୍ତ୍ରୀ ।

author img

By ETV Bharat Odisha Team

Published : 9 hours ago

Ama Odisha Nabin Odisha
Ama Odisha Nabin Odisha (ETV Bharat Odisha)

ଭୁବନେଶ୍ବର: ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ । ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣୁଛନ୍ତି ସରକାର । ଯେଉଁଥିରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

"ବଦଳିବ ଆମ ଓଡିଶା ନବୀନ ଓଡିଶାର ନାମ । ବିକଶିତ ଗାଁ ବିକଶିତ ଓଡିଶା ନାଁରେ ଚାଲିବ କାର୍ଯ୍ୟକ୍ରମ। ଦୁଇ ଦିନ ଭିତରେ ଗାଇଡ଼ ଲାଇନ ଆଣୁଛନ୍ତି ସରକାର । ଯେଉଁଥିରେ ପଲ୍ଲୀସଭାକୁ ଦିଆଯିବ ଗୁରୁତ୍ୱ। ଏହା ସହିତ ପଞ୍ଚାୟତ ପ୍ରତିନିଧିଙ୍କୁ ଦିଆଯିବ କ୍ଷମତା । ଲୋକଙ୍କ ପ୍ରସ୍ତାବ ଅନୁସାରେ ହେବ ଗାଁ ଆଉ ପଞ୍ଚାୟତର ବିକାଶ । ଅନୁସୂଚିତ ଜନଜାତି ଅଞ୍ଚଳରେ ପେଶା ଆଇନ ଲାଗୁ ହେବ ଏବଂ ଅନ୍ୟ ସବୁ ଅଞ୍ଚଳରେ ଗ୍ରାମ ସଭା ଏବଂ ପଲ୍ଲୀ ସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯିବ। ଲୋକଙ୍କ ଆଭିମୁଖ୍ୟକୁ ନେଇ ଗାଇଡ଼ ଲାଇନ ଆସୁଛି," କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଏହା ବି ପଢନ୍ତୁ - ଭାଙ୍ଗିଯିବ କି ବିଜେଡି ? ରବିଙ୍କ ଦାବିର ଜବାବ ରଖିଲେ ଶାରଦା ଓ ସାଲୁଜା

ଏହା ବି ପଢନ୍ତୁ- ବିଜେଡିର ଆୟୁଷ କମ, ଦଳର କିଛି ନିୟମ ନାହିଁ: ଜୟନାରାୟଣ

ପୂର୍ବ ସରକାର ସମୟରେ ପଲ୍ଲୀ ସଭା ଏବଂ ଗ୍ରାମସଭା କୁ ବନ୍ଦ କରିଦେଇଥିଲା । ଆମେ ପୁଣି ଆରମ୍ଭ କରିବାକୁ ଯାଉଛି। ଗାଁରେ ଲୋକମାନେ କେମିତି ପଞ୍ଚାୟତ ଯାଇ ସବୁ କାମ କରିପାରିବେ ତା ଉପରେ ଗୁରୁତ୍ଵ ଦିଆଯାଉଛି । ଲୋକମାନଙ୍କ ଅଭିଯୋଗ ସେମାନେ ପଞ୍ଚାୟତରେ ଜଣାଇବେ ବୋଲି କହଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।

ଏହା ବି ପଢନ୍ତୁ- ଧର୍ମ ମାସ କାର୍ତ୍ତିକରେ ହବିଷ୍ୟାଳି ହଇରାଣ ନେଇ ତେଜିଲା ରାଜନୀତି, ବିଜେଡିକୁ କଡ଼ା ଜବାବ ଦେଲେ ଆଇନ ମନ୍ତ୍ରୀ

ଏହା ବି ପଢନ୍ତୁ- ସଭାପତି ରେସ ଚର୍ଚ୍ଚାରେ ମୁହଁ ଖୋଲିଲେ ମୋକିମ: 'ଖୁବଶୀଘ୍ର ଗଠନ ହେବ PCC, କଂଗ୍ରେସରେ ମିଶିବେ ବିଜେଡି-ବିଜେପି ନେତା'

ସେହିପରି ପୂର୍ବ ସରକାର ସମୟରେ ଆମ ଓଡିଶା ନବୀନ ଓଡ଼ିଶାରେ ପଂଚାୟତ ପ୍ରତିନିଧି ମାନେ ପ୍ରଥମ ଥର ଆନ୍ଦୋଳନକୁ ଓହ୍ଲାଇ ଥିଲେ । କୋଭିଡ୍ ସମୟରେ ପୂର୍ବ ସରକାର ସେମାନଙ୍କୁ ଜିଲ୍ଲାପାଳର ଆଖ୍ୟା ଦେଲେ । ପରେ କ୍ଷମତା ହଟାଇ ଦେଲେ । କିନ୍ତୁ ବିଜେପି ସରକାର ଲୋକଙ୍କ ଅନୁସାରେ କାମ କରିବ । ପଞ୍ଚାୟତ ପ୍ରତିନିଧି ମାନଙ୍କୁ ସଶକ୍ତ କରାଯିବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି ।

ଆମ ଓଡିଶା ନବୀନ ଓଡିଶା-

ପୂର୍ବତନ ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଥିଲା ଅଭିଯାନ । ଏହି କାର୍ଯ୍ୟକ୍ରମର ଫୋକସ୍‌ ଥିଲା ପ୍ରତି ପଞ୍ଚାୟତ, ପ୍ରତି ଗାଁ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଜନାର ଶୁଭାରମ୍ଭ କରି ପ୍ରତି ପଞ୍ଚାୟତକୁ ଦେଇଥିଲେ ୫୦ ଲକ୍ଷ ଟଙ୍କା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.