ETV Bharat / politics

ଇଭିଏମରେ ମୋଦିଙ୍କ ହାତ ଚାଲିବ: ଅଧୀର ରଞ୍ଜନ

author img

By ETV Bharat Odisha Team

Published : Feb 6, 2024, 2:06 PM IST

Updated : Feb 6, 2024, 2:13 PM IST

Adhir Ranjan Chowdhury Slams PM Modi: ଲୋକସଭା ନିର୍ବାଚନରେ ବିଜେପି 370 ଆସନ ଜିତିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢୋକ୍ତି ନେଇ କଂଗ୍ରେସ ନେତାଙ୍କ ପ୍ରତିକ୍ରିୟା । ଇଭିଏମରେ ମୋଦିଙ୍କ ହାତ ଚାଲିବ କହିଲେ ଅଧୀର ରଞ୍ଜନ ଚୌଧୁରୀ । ଅଧିକ ପଢନ୍ତୁ

ଅଧୀର ରଞ୍ଜନ ଚୌଧୁରୀ
Adhir Ranjan Chowdhury

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏକାକୀ 370 ଆସନ ଜିତିବା ସହ ‘ଏନଡିଏ’ ମେଣ୍ଟ 400 ଆସନ ପର୍ଯ୍ୟନ୍ତ ପହଞ୍ଚିବ । ସଂସଦରେ ବଜେଟ ଅଧିବେଶନକୁ ସମ୍ବୋଧିନ କରି ଏପରି ଦୃଢୋକ୍ତି ପ୍ରକାଶ କରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା । ଲାଗୁଛି ଇଭିଏମରେ ମୋଦିଜୀଙ୍କ ହାତ ଚାଲିବ ବୋଲି କହିଛନ୍ତି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ।

ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ, ସବୁଠୁ ବଡ କଥା ହେଉଛି ନିର୍ବାଚନ ପୂର୍ବରୁ ମୋଦିଙ୍କୁ କିପରି ଜଣାପଡୁଛି ଯେ ବିଜେପି 370 ଆସନରେ ବିଜେପି ବିଜୟୀ ହେବ । ଭାବୁଛନ୍ତି ଜମ୍ମୁ କାଶ୍ମୀରରେ 370 ଧାରା ହଟାଇବା ପରେ 370 ଆସନ ମିଳିଯିବ । ଯଦି ଦୃଢୋକ୍ତିର ସହ ଏପରି କିଏ କହିପାରେ ତେବେ ମୋତେ ଲାଗୁଛି ଏହାର ମାନେ ଭିତରେ କିଛି ରାଜ୍ ଲୁଚି ରହିଛି । ଇଭିଏମରେ ଏହି ରାଜ୍ ଲୁଚିଛି । ଇଭିଏମରେ ମୋଦିଜୀଙ୍କ ହାତ ଚାଲିବ । ଆମର ଗୋଟିଏ ପରେ ଗୋଟିଏ ରାଜ୍ୟକୁ ସେମାନେ ଅକ୍ତିଆର କରୁଛନ୍ତି । ଶେଷରେ ମୋତେ ଲାଗୁଛି ଭାରତରେ ନିର୍ବାଚନକୁ ମଧ୍ୟ ମଜାକ ବନାଇ ଦିଆଯିବ ।

ମତଦାନ ପୂର୍ବରୁ ମୋଦିଙ୍କ ଏପରି ବୟାନ ପରେ ନିର୍ବାଚନରେ ସାଧାରଣ ଲୋକଙ୍କ ଭୋଟ ଦେବାର ଅଧିକାର ଠିକ ଭାବରେ ରହିବ ନା ନାହିଁ ତାହା ବର୍ତ୍ତମାନ ମୋ ମନରେ ଆଶଙ୍କା ସୃଷ୍ଟି କରିଛି । ସାଧାରଣ ଲୋକଙ୍କ ଭୋଟ, କୌଣସି ନେତାଙ୍କ ଜିପରେ ରହିବା ଫିକ୍ସ ଡିପୋଜିଟ ନୁହେଁ । ତାହାଲେ ସେ ଏପରି କେମିତି ଦୃଢୋକ୍ତିର ସହ କହିପାରୁଛନ୍ତି । ଏହାମାନେ ହେରାଫେରି କରିବା ପାଇଁ ପୁରା ତୟାରି ହୋଇଛି ବୋଲି କହିଛନ୍ତି କଂଗ୍ରେସ ନେତା ।

ଏହା ମଧ୍ୟ ପଢନ୍ତୁ-‘ଗତ 10 ବର୍ଷରେ ବିଜେପି ଯାହା କରିଛି, କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ’

ସପ୍ତଦଶ ଲୋକସଭାର ଶେଷ ଅଧିବେଶନକୁ ସୋମବାର ସମ୍ବୋଧିତ କରିଥିଲେ ପ୍ରଧାନମନ୍ତ୍ରୀ । ସରକାରଙ୍କ ଉପଲବ୍ଧି ବିଷୟରେ କହିବା ସହ ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଏକାଧିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ ମୋଦି । ଗତ ଦଶ ବର୍ଷ ମଧ୍ୟରେ ବିଜେପି ଶାସନରେ ଦେଶରେ ଯାହା ପ୍ରଗତି ହୋଇଛି, ତାହା କଂଗ୍ରେସକୁ କରିବା ପାଇଁ 100 ବର୍ଷ ଲାଗିବ ବୋଲି କହିଥିଲେ । ଏଥିସହ ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଏକାକୀ 370 ଆସନ ଜିତିବା ସହ ‘ଏନଡିଏ’ ମେଣ୍ଟ 400 ଆସନ ପର୍ଯ୍ୟନ୍ତ ପହଞ୍ଚିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

Last Updated : Feb 6, 2024, 2:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.