ETV Bharat / politics

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫକୁ ନେଇ ବଲାଙ୍ଗୀରରେ ବିଜେପି ଉପରେ ବର୍ଷିଲା ଆପ୍‌ - Arvind Kejriwal Arrest Issue - ARVIND KEJRIWAL ARREST ISSUE

Arvind Kejriwal Arrest Issue: ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବାକୁ ନେଇ ପ୍ରତିବାଦ । ବଲାଙ୍ଗୀରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ଆପ୍‌ । ଅଧିକ ପଢ଼ନ୍ତୁ

ଅରବିନ୍ଦ କେଜ୍ରିୱାଲ
ଅରବିନ୍ଦ କେଜ୍ରିୱାଲ
author img

By ETV Bharat Odisha Team

Published : Mar 25, 2024, 7:05 AM IST

ଅରବିନ୍ଦ କେଜ୍ରିୱାଲ

ବଲାଙ୍ଗୀର: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିବା ପ୍ରତିବାଦରେ ଆମ୍‌ ଆଦମୀ ପାର୍ଟି ସାରା ଦେଶରେ ପ୍ରତିବାଦ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ମଧ୍ୟ ଆପ୍‌ ଆନ୍ଦୋଳନ କରୁଥିବା ବେଳେ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ଆପ୍‌ । ବିଜେପି ତାର ସ୍ୱାର୍ଥ ପାଇଁ ଯେଉଁଭଳି ଇଡିକୁ ଅପବ୍ୟବହାର କରି ବିରୋଧୀଙ୍କୁ ଗିରଫ କରୁଛି ଏହାର ଜବାବ ଦିଆଯିବା ସହ ଆଗକୁ ବିଜେପି ବିରୋଧରେ ତୀବ୍ର ଆନ୍ଦୋଳନର ଧମକ ଦେଇଛି ଆପ୍‌ ।

କେଜ୍ରିୱାଲ ଗିରଫକୁ ପ୍ରତିବାଦ କରି ବଲାଙ୍ଗୀରରେ ଆମ୍‌ ଆଦମୀ ପାର୍ଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଜେପି ଅସହିଷ୍ଣୁ ଭାବ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଛ ମାମଲାରେ ଇଡି ଦ୍ୱାରା ଗିରଫ କରାଇଥିବାର ଅଭିଯୋଗ ଆଣିଛି ଆପ୍‌ । ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗୀର ଜିଲ୍ଲା ସଭାପତି ଆଶିଷ ପାଣ୍ଡେ କହିଛନ୍ତି, "ବିଜେପି ଦଳ ଇଡି ଓ ସିବିଆଇକୁ ବ୍ୟବହାର କରି ବିରୋଧୀଙ୍କୁ ଜେଲରେ ପୁରାଉଛି । ଗଣତନ୍ତ୍ରର ହତ୍ୟା କରୁଛି । ଦେଶର ଜଣେ ସଚ୍ଚୋଟ ରାଜନେତା ଅରବିନ୍ଦ କେଜ୍ରିୱାଲଙ୍କୁ ମିଛ ମାମଲାରେ ଇଡି 9 ଥର ସମନ କରିବା ପରେ ଗିରଫ କରିଛି । ପୂର୍ବରୁ ଚନ୍ଦ୍ର ରେଡ୍ଡୀ ବୋଲି ଜଣେ ବ୍ୟବସାୟୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ କୌଣସି ଅଭିଯୋଗ ଆଣି ନଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ବିଜେପି ଓ ଇଡିର ଚାପରେ ଶହେ କୋଟି ଟଙ୍କା ଦେଇଥିବାର ବୟାନ ଦେଇଥିଲେ । ଯାହାକୁ ଭିତ୍ତି କରି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଛି ।"

ଏହା ମଧ୍ୟ ପଢ଼ନ୍ତୁ...ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଗିରଫଦାରୀ, କେନ୍ଦୁଝରରେ ବିଜେପି ଉପରେ ବର୍ଷିଲା ଆପ୍‌ - Arvind Kejriwal Arrest Issue

ଆଶିଷ ପାଣ୍ଡେ ଏହା ମଧ୍ୟ କହିଛନ୍ତି, "ଚନ୍ଦ୍ର ରେଡ୍ଡୀ ବିଜେପିକୁ ବିଭିନ୍ନ ସମୟରେ 60 କୋଟି ଟଙ୍କା ଦେଇଥିବାର ପ୍ରମାଣ ମିଳିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ବିଜେପିକୁ ଇଲେକ୍ଟରାଲ ବଣ୍ଡ ମାଧ୍ୟମରେ ଦିଆ ଯାଇଥିବା ଏହି ଟଙ୍କାର ନିଜେ ଏସବିଆଇ ସୁପ୍ରିମକୋର୍ଟ ସମ୍ମୁଖରେ ତଥ୍ୟ ରଖିଛି । ଏଭଳି ମାମଲାରେ ବିଜେପି ଜେପି ନଡ୍ଡାଙ୍କୁ ମଧ୍ୟ ଇଡି ଗିରଫ କରୁ । ଯେଉଁ ବିରୋଧୀ ନେତାଙ୍କ ବିରୋଧରେ ପୂର୍ବରୁ ସିବିଆଇ ଓ ଇଡି ମାମଲା ରୁଜୁ କରିଥିଲା ସେମାନେ ବିଜେପିରେ ମିଶିବା ପରେ ତାଙ୍କର ସବୁ ମାମଲା ଖାରଜ ହେବା ସମ୍ପୂର୍ଣ୍ଣ ଭାବରେ ରାଜନୈତିକ । ଏହା ବିରୋଧରେ ଆପ ଦଳ ଘର ଘର ଯାଇ ଲୋକଙ୍କୁ ସଚେତନ କରିବ ଓ ଆଗାମୀ ନିର୍ବାଚନରେ ବିଜେପିକୁ ଦେଶବାସୀ ଉଚିତ ଜବାବ ଦେବେ ।" ତେବେ ଆପ୍‌ ପକ୍ଷରୁ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମୀଳନୀରେ ଜିଲ୍ଲା ସଭାପତି ଆଶିଷ ପାଣ୍ଡେଙ୍କ ସହ ଅନ୍ୟ ପଦାଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.