ETV Bharat / politics

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ସରଗରମ ଗୃହ; ମୁହାଁମୁହିଁ ଶାସକ ବିରୋଧୀ - Ama Odisha Naveen Odisha Scheme

author img

By ETV Bharat Odisha Team

Published : Jul 26, 2024, 4:15 PM IST

Ama Odisha Naveen Odisha Scheme: ବିଧାନସଭାରେ ଉଠିଲା ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ଏହି ଯୋଜନାକୁ ନେଇ ଶାସକ ଓ ବିରୋଧୀ ଦଳ ନେତା ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ

17th Odisha Assembly Session
17th Odisha Assembly Session (ETV Bharat Odisha)

ଭୁବନେଶ୍ବର: ଆଜି ସପ୍ତଦଶ ବିଧାନସଭାର ପଞ୍ଚମ ଦିନ । ଶୂନ୍ୟକାଳରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ମୁହାଁମୁହିଁ ଶାସକ ଓ ବିରୋଧୀ ଦଳ । ପୂର୍ବ ସରକାରଙ୍କ ଯୋଜନାର ନା ବଦଳିବା ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ରାଜ୍ୟରେ ସରକାର ବଦଳିବା ପରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାର ବିକାଶମୂଳକ କାର୍ଯ୍ୟ ଠପ ପଡ଼ିଥିବା ଗଣେଶ୍ବର ଅଭିଯୋଗ ଆଣିଥିବା ବେଳେ ଏହାର ଜବାବ ରଖିଛନ୍ତି ଶାସକ ଦଳ ବିଧାୟକ । ଏହି ଯୋଜନା କେବଳ ନିର୍ବାଚନ ପାଇଁ ଥିଲା ବୋଲି କହିଛନ୍ତି ବିଜେପି ବିଧାୟକ ଆଶ୍ରିତ ପଟ୍ଟନାୟକ ।

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ସରଗରମ ଗୃହ (ETV Bharat Odisha)

'ନାଁ ପରିବର୍ତ୍ତନ କଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇଯିବନି'

ଏନେଇ ବିଜେଡି ବିଧାୟକ ଗଣେଶ୍ବର ବେହେରା କହିଛନ୍ତି, "ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ବିକାଶମୂଳକ କାମ ପାଇଁ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯିବ ନେଇ ଘୋଷଣା କରାଯାଇଥିଲା । ସରକାର ବଦଳିବା ପରେ ଏହି ଯୋଜନାରେ କୌଣସି କାର୍ଯ୍ୟ ହେଉନି । କାର୍ଯ୍ୟାଦେଶ ମିଳିବା ପରେ ବି କାମ ହେଉନି । ଯେଉଁଠି କାମ ସରିଛି ବିଲ୍‌ ବି ହେଉନି । ଏବେ ନୂଆ ସରକାର ବିକଶିତ ଗାଁ ବିକଶିତ ଓଡ଼ିଶା କରିଛନ୍ତି । ତେଣୁ ଏ ସଂକ୍ରାନ୍ତରେ ସରକାରଙ୍କ ସ୍ପଷ୍ଟୀକରଣ ରଖନ୍ତୁ । କେବଳ ନାଁ ପରିବର୍ତ୍ତନ କରିଦେଲେ ଗୋଲାପ ଫୁଲ ଦୁଦୁରା ଫୁଲ ହୋଇ ଯିବନି ।"

'ଆମ ଓଡ଼ିଶା ନବୀନ ଓଡ଼ିଶା ନାଁରେ ହରିଲୁଟ୍‌'

ଏହାର କଡ଼ା ଜବାବ ଦେଇ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ କହିଛନ୍ତି, "ଆମ ଓଡ଼ିଶା ନବୀନ ଓଡ଼ିଶା ନିର୍ବାଚନ ଜିତିବା ପାଇଁ ଯୋଜନା ହୋଇଥିଲା । ନିର୍ବାଚନ ପୂର୍ବରୁ କର୍ମୀଙ୍କୁ ପଇସା ଦେଇ ନିର୍ବାଚନ ଜିତିବାକୁ ଯୋଜନା ହୋଇଥିଲା । ଗାଁରେ ଭୋଟ କିଣିବା ପାଇଁ ଏହି ଯୋଜନା ଥିଲା । ଏହି ଯୋଜନା ନୀତି ଭ୍ରଷ୍ଟ, ଦୁର୍ନୀତିରେ ଭରପୁର ଥିବା ବେଳେ ଜେଇଙ୍କ ମାଧ୍ୟମରେ କୋଟି କୋଟି ଟଙ୍କା ଲୁଟ କରାଯାଇଛି ।"

କଣ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ?

ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା ନେଇ ତତ୍କାଳୀନ ବିଜେଡି ସରକାର 'ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା' ଆରମ୍ଭ କରିଥିଲେ । ଓଡ଼ିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ଲାଗି ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଓ ପଞ୍ଚାୟତଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ସରକାର ଲକ୍ଷ୍ୟ ରଖିଥିଲେ । ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା ବୋଲି ସେତେବେଳେ କହିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟ ବିରୋଧୀ ଦଳ ନେତା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବଦଳିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା' ନାଁ:-

ଗୁରୁବାର ମୋହନ ସରକାର ମୋଟ ୨ ଲକ୍ଷ ୫୫ ହଜାର କୋଟି ଟଙ୍କାର ପୂର୍ଣ୍ଣାଙ୍ଗ ବଜେଟ ଆର୍ଥିକ ବର୍ଷ 2024-25 ପାଇଁ ଉପସ୍ଥାପନ କରିଥିଲେ । ବଜେଟରେ ଅର୍ଥ ବିଭାଗ ଦାୟିତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ନାଁକୁ ପରିବର୍ତ୍ତନ କରିଛନ୍ତି । ଆମ ଓଡ଼ିଶା ନବୀନ ଓଡ଼ିଶାକୁ ପରିବର୍ତ୍ତନ କରାଯାଇ 'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନା ରଖାଯାଇଛି । ବଜେଟରେ ଏହି ଯୋଜନା ଲାଗି ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଏହା ବି ପଢନ୍ତୁ- ODISHA BUDGET 2024: ମୋହନ ସରକାରରେ ହଟିଲା ବିଜୁ-ନବୀନ ଛାପ, ବଦଳିଲା ‘କାଳିଆ’ ନାଁ, ଗଲା BSKY ଆସିଲା ଗୋପବନ୍ଧୁ ଜନ ଆରୋଗ୍ୟ, ମହିଳାଙ୍କୁ ସୁଭଦ୍ରା ଭେଟି

ଏହା ବି ପଢନ୍ତୁ- ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗିରଫ ପ୍ରସଙ୍ଗ; ମୁହାଁମୁହିଁ ଶାସକ ବିରୋଧୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.