ETV Bharat / politics

ଛତୁ ଫୁଟିଲା ପରି ଯୋଜନା; କାମ କମ, ପ୍ରଚାର ବେଶୀ - 140 Yojanas In One Year

author img

By ETV Bharat Odisha Team

Published : Jul 29, 2024, 10:08 PM IST

Odisha Assembly session: ନିର୍ବାଚନୀ ବର୍ଷ 2024ରେ ଗୋଟିଏ ବର୍ଷରେ 140 ଯୋଜନା ଘୋଷଣା କରିଥିଲା ବିଜେଡି । ଆଜି ବିଧାନସଭା ପ୍ରଶ୍ନକାଳରେ ଖୁଲାସା କଲା ଶାସକ ଦଳ । ଅଧିକ ପଢନ୍ତୁ

17th Odisha Assembly session
17th Odisha Assembly session (ETV Bharat Odisha)

ଭୁବନେଶ୍ବର: ନିର୍ବାଚନୀ ବର୍ଷ ୨୦୨୪ ପୂର୍ବରୁ ତତ୍କାଳୀନ ନବୀନ ସରକାର ଗୋଟିଏ ବର୍ଷରେ ଆଣିଥିଲେ ୧୪୦ଟି ଯୋଜନା । ଆଜି ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ପ୍ରଶ୍ନକାଳରେ ବିଜେପି ବିଧାୟକ ଅମର ନାୟକଙ୍କ ଏହି ଲିଖିତ ପ୍ରଶ୍ନରେ ଉତ୍ତର ରଖିଛି ଶାସକ ଦଳ । ବିନା ବଜେଟ ବ୍ୟୟ ବରାଦରେ ବିଜେଡି ପକ୍ଷରୁ ଆରମ୍ଭ କରାଯାଇଥିଲା ଅନେକ ଯୋଜନା । ଉକ୍ତ ଯୋଜନା ଗୁଡ଼ିକ କେବଳ ଘୋଷଣାରେ ସୀମିତ ରହିଯାଇଛି । ଗୃହରେ ଉଠିଥିବା ଏହି ପ୍ରସଙ୍ଗ ଉପରେ ଗୃହ ବାହାରେ ପ୍ରତିକ୍ରିୟା ରଖିଛନ୍ତି ତତ୍କାଳୀନ ଶାସକ ଦଳ ବା ବର୍ତ୍ତମାନର ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସ ।

ଛତୁ ଫୁଟିଲା ପରି ଯୋଜନା; କାମ କମ, ପ୍ରଚାର ବେଶୀ (ETV Bharat Odisha)

ଉତ୍ତର ରଖିଲା ବିଜେଡି:-

ଏନେଇ ବିଜେଡି ନେତ୍ରୀ ତଥା ବିରୋଧୀ ଦଳ ମଖ୍ୟ ସଚେତିକା ପ୍ରମିଳା ମଲ୍ଲିକ କହିଛନ୍ତି, "140 କଣ ଅଧିକ ଯୋଜନା କରିଥିଲା ବିଜେଡି ସରକାର । ଲୋକଙ୍କ ପାଇଁ ବହୁ ଯୋଜନା କରିଥିଲେ ଆମ ସରକାର । ଏ ସରକାର ଖାଲି ନାଁ ବଦଳେଇ, ରଙ୍ଗ ବଦଳାଇବା ଜାଣନ୍ତି । ବଜେଟରେ ତାହା ପ୍ରତିଫଳନ ହୋଇଛି ।"

ଲୋକମାନଙ୍କ ପାଖରେ 140ରୁ 40ଟି ପହଞ୍ଚୁଛି: କଂଗ୍ରେସ

ସେପଟେ କଂଗ୍ରେସ ଯୋଜନା ନେଇ ସମାଲୋଚନା କରିଛି । କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି, "ଦୁଃଖର ବିଷୟ ଯେ ଯୋଜନା କେବଳ ଘୋଷଣା ସର୍ବସ୍ବ ହେଉଛି । କାର୍ଯ୍ୟକ୍ରମରେ ସରକାରୀ ଫାଇଲ ତଳେ ଚାପି ହୋଇ ରହିଯାଉଛି । ଯୋଜନା ଭାଷଣ ବାଜିରେ ନୁହେଁ ବାସ୍ତବ ବ୍ୟୟ ଅଟକଳରେ ହେଲେ ଲୋକେ ତାର ସୁଫଳ ପାଇ ପାରିବେ । ଲୋକମାନଙ୍କ ପାଖରେ 140ରୁ 40ଟି ପହଞ୍ଚୁଛି । ଗତ ସରକାର ଯେଉଁ ଯୋଜନା ଘୋଷଣା କରିଥିଲେ ତାର ବିଧି ବ୍ୟବସ୍ଥା ତଦନ୍ତ ସାପେକ୍ଷ ବୋଲି ବର୍ତ୍ତମାନର ସରକାର ଘୋଷଣା କରିସାରିଛନ୍ତି । ନିର୍ବାଚନୀ ବର୍ଷରେ ଯେଉଁ 140 ଯୋଜନା ଘୋଷଣା କରିଥିଲେ ତତ୍କାଳୀନ ବିଜେଡି ସରକାର ତାହା ଦିଗହରା । ଆମେ ଚାହୁଁଛୁ ଯେତେ ଲୋକାଭିମୁଖୀ ଯୋଜନା ହେବ ଓଡ଼ିଶାର ସେତେ ବିକାଶ ହେବ ।"

ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ପ୍ରଶ୍ନ କରିଥିଲା ବିଜେପି ବିଧାୟକ:-

ସୂଚନା ଥାଉ କି ନିର୍ବାଚନକୁ ଦୃଷ୍ଟିରେ ରଖି ତତ୍କାଳୀନ ବିଜେଡି ସରକାର ମାଳ ମାଳ ଯୋଜନା ଘୋଷଣା କରିଥିଲେ । ଗୋଟିଏ ବର୍ଷରେ ପ୍ରାୟ 140ଟି ଯୋଜନା ଘୋଷଣା ହୋଇଥିଲା । ଅନେକ ଯୋଜନା କେବଳ ଘୋଷଣାରେ ସୀମିତ ରହିଯାଇଛି ଯେମିତି ଶକ୍ତି ସଦନ, ଶକ୍ତି ନିବାସ, ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ହବ୍‌, ପାଳନ, ନାରୀ ଅଦାଲତ ଭଳି ଯୋଜନା କେବଳ ଘୋଷଣାରେ ସୀମିତ ରହିଥିଲା । ବହୁଚର୍ଚ୍ଚିତ ଆମ ଓଡ଼ିଶା ନବୀନ ଓଡ଼ିଶାରେ ହୋଇନଥିଲା କୌଣସି ବ୍ୟୟବରାଦ । ଏନେଇ ବିଜେପି ବିଧାୟକ ଅମର ନାୟକ ଆଜି ଗଣମାଧ୍ୟମ ସମ୍ମୁଖରେ ଖୁଲାସା କରିଛନ୍ତି ।

ଏହା ବି ପଢନ୍ତୁ- ବିଧାନସଭାରେ ସ୍ବାଧିକାର ଭଙ୍ଗ ଝଡ଼: ଜିଦରେ ଅଟଳ କଂଗ୍ରେସ, ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ପେପର

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.