ETV Bharat / politics

ରାଜଧାନୀରେ ବିଜୁ ଜୟନ୍ତୀ ପାଳିତ, ନବୀନ ଓଡିଶା ନିର୍ମାଣ ପାଇଁ ସଂକଳ୍ପ ନେବେ ନେତା ଓ କର୍ମୀ - ୧୦୮ତମ ବିଜୁ ଜୟନ୍ତୀ

Biju Patnaik Birth Anniversary: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ । ଏହି କ୍ରମରେ ଆଜି ରାଜଧାନୀର ବିଜେଡି ପକ୍ଷରୁ ବିଭିନ୍ନ ସ୍ଥାନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଛି । ଅଧିକ ପଢନ୍ତୁ

ରାଜଧାନୀରେ ୧୦୮ ତମ ବିଜୁ ଜୟନ୍ତୀ ପାଳିତ, ନବୀନ ଓଡିଶା ନିର୍ମାଣ ପାଇଁ ସଂକଳ୍ପ ନେବେ ନେତା ଓ କର୍ମୀ

author img

By ETV Bharat Odisha Team

Published : Mar 5, 2024, 4:09 PM IST

ରାଜଧାନୀରେ ୧୦୮ ତମ ବିଜୁ ଜୟନ୍ତୀ ପାଳିତ, ନବୀନ ଓଡିଶା ନିର୍ମାଣ ପାଇଁ ସଂକଳ୍ପ ନେବେ ନେତା ଓ କର୍ମୀ

ଭୁବନେଶ୍ବର: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜୟନ୍ତୀ ସାରା ରାଜ୍ୟରେ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ରାଜ୍ୟରେ ପ୍ରତି ଜିଲ୍ଲା ତଥା ନିର୍ବାଚନ ମଣ୍ଡଳୀ ଓ ବ୍ଲକ ସ୍ତରରେ ବିଜୁ ଜୟନ୍ତୀ ପାଳନ ହୋଇଛି । ଏହି କ୍ରମରେ ଆଜି ରାଜଧାନୀର ବିଜେଡିର ଶଙ୍ଖ ଭବନରେ ପୂର୍ବାହ୍ନରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଛି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଦାନ କରିବା ସହ ସ୍ମୃତି ଚାରଣ କରିଥିଲେ ଦଳର ବରିଷ୍ଠ ନେତାଗଣ । ଏହା ପରେ ନେତା ଏବଂ କର୍ମୀମାନେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ପରିସରରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।

ସେହିପରି ଦଳ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ କରିବା ପାଇଁ ବ୍ୟବସ୍ଥା ହୋଇଛି । ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି । ବିଜେଡିର ହେଡକ୍ବାର୍ଟର ସମ୍ପାଦକ ସଞ୍ଜୟ କୁମାର ଦାସ ବର୍ମା, ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସାଂସଦ ଅମର ପଟ୍ଟନାୟକ, ସୁଲତା ଦେଓ, ଶ୍ରୀମୟୀ ମିଶ୍ର, ବିଏମସି ମେୟର ସୁଲୋଚନା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ସମସ୍ତେ ପୁଷ୍ପ ମାଲ୍ୟ ଅର୍ପଣ କରିଛନ୍ତି । ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହ ଲୋକଙ୍କ କଲ୍ୟାଣ ପାଇଁ ବିଜୁ ବାବୁ ଆଙ୍କି ଥିବା ବିକାଶର ନକ୍ସାକୁ ସମସ୍ତେ ମନେ ପକାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ... ପ୍ରବାଦ ପୁରୁଷ ବିଜୁବାବୁଙ୍କ ଜନ୍ମ ଦିନ, ଜନନାୟକଙ୍କୁ ଝୁରୁଛି ଓଡ଼ିଶା

ଏହି ଅବସରରେ ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ ଆମେ ସବୁ ବିଜୁ ପରିବାର ଭାବେ ଉଲ୍ଲସିତ । ବିଜୁବାବୁଙ୍କ ସ୍ବପ୍ନ, ଏକ ବିକଶିତ ଓଡିଶା ଗଠନରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ସାଂସଦ । ସେହିପରି ମନ୍ତ୍ରୀ ଅଶୋକ ପଣ୍ଡା ବିଜୁ ବାବୁଙ୍କୁ ଓଡିଆ ଅସ୍ମିତାର ପ୍ରତୀକ ଏବଂ ସମ୍ରାଟ ଖାରବେଳଙ୍କ ଦାୟାଦ ଭାବେ ଅଭିହିତ କରି ସ୍ମୃତି ଚାରଣ କରିଥିଲେ । ବିଜେଡିର ହେଡକ୍ବାର୍ଟର ସମ୍ପାଦକ ସଂଜୟ ଦାସବର୍ମା ବିଜୁବାବୁଙ୍କୁ ରାଷ୍ଟ୍ରନାୟକ କହିବା ସହ ଓଡିଶାକୁ ଶିଳ୍ପ ସମୃଦ୍ଧ କରିବାରେ ତାଙ୍କ ଭୂମିକା ସମ୍ପର୍କରେ କହିଥିଲେ । ଆଜି ଅପରାହ୍ନରେ ବିଜେଡି ପକ୍ଷରୁ ସାଧାରଣ ସଭାର ଆୟୋଜନ କରାଯିବ। ସଶକ୍ତ ଏବଂ ପୂର୍ଣ୍ଣ ବିକଶିତ ଓଡ଼ିଶା ନିର୍ମାଣ ଦିଗରେ ତାଙ୍କର ଅବିଶ୍ରାନ୍ତ ସଂଗ୍ରାମ ବିଷୟରେ ଆଲୋଚନା ହେବ । ଦଳର ସମସ୍ତ ସଦସ୍ୟ ଏକ ସମୃଦ୍ଧ, ସଶକ୍ତ, ନବୀନ ଓଡ଼ିଶା ଗଠନ ନିମନ୍ତେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.