ETV Bharat / opinion

ନେପାଳ ନୂତନ ସରକାରଙ୍କ ପାଇଁ କଣ ରହିବ ଚାଲେଞ୍ଜ ? - Nepal coalition Government

author img

By Aroonim Bhuyan

Published : Jul 13, 2024, 3:32 PM IST

NEPAL COALITION GOVERNMENT: ନେପାଳର ସଂସଦରେ ଫ୍ଲୋର ଟେଷ୍ଟରେ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲଙ୍କ ବାମପନ୍ଥୀ ସରକାର ଆସ୍ଥା ହରାଇବା ପରେ ଏବେ ସିପିଏନ୍-ୟୁଏମ୍ଏଲ୍ ଏବଂ ନେପାଳୀ କଂଗ୍ରେସ ଏକ ନୂତନ ମିଳିତ ସରକାର ଗଠନ କରିବାକୁ ଯାଉଛନ୍ତି । ତେବେ ନୂତନ ସରକାର ଉଭୟ ଜନତା ଏବଂ ଦଳର ହିତ ପାଇଁ କାହିଁକି ସେବା କରିବା ଉଚିତ । ଏହି ପ୍ରସଙ୍ଗ ଉପରେ ଅରୁଣିମ ଭୂୟାଁଙ୍କ ଆଲେଖ୍ୟ ।

Nepal Flag
Nepal Flag (ETV Bharat)

ହାଇଦ୍ରାବାଦ: ନେପାଳର ସଂସଦରେ ଫ୍ଲୋର ଟେଷ୍ଟରେ ପ୍ରଧାନମନ୍ତ୍ରୀ ପୁଷ୍ପା କମଲ ଦହଲ ପ୍ରଚଣ୍ଡ ଆସ୍ଥା ହରାଇବା ପରେ ଏବେ ସିପିଏନ୍-ୟୁଏମ୍ଏଲ୍ ଏବଂ ନେପାଳୀ କଂଗ୍ରେସ ଏକ ନୂତନ ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ପୂର୍ବରୁ CPN (Communist Party Of Nepal)- UML (Unified Marxist Leninst) ମିଶି ମେଣ୍ଟ ସରକାର ଗଠନ କରିଥିଲେ ବେଳେ ୟୁନିଫାଏଡ୍ ମାର୍କ୍ସିଷ୍ଟ ଲେନିନିଷ୍ଟ ଓ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଥିଲେ । ଫଳରେ ନେପାଳ କମ୍ୟୁନିଷ୍ଟ ପାର୍ଟି (Communist Party Of Nepal) ପ୍ରଚଣ୍ଡଙ୍କୁ ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ ପଡିଥିଲା । ଏଥିରେ ଫେଲ ମାରିବାରୁ ଏବେ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ- ୟୁନିଫାଏଡ୍ ମାର୍କ୍ସିଷ୍ଟ ଲେନିନିଷ୍ଟ (CPN-UML) ଓ ନେପାଳୀ କଂଗ୍ରେସ ମିଳିତ ଭାବେ କ୍ଷମତା ଗ୍ରହଣ କରିବାକୁ ଯାଉଛନ୍ତି ।

୨୦୦୮ରେ ନେପାଳରେ ରାଜତନ୍ତ୍ର ଶାସନ ଶେଷ ହେବା ପରଠୁ ଚତୁର୍ଦ୍ଦଶ ସରକାର ଗଠନ ହେବାକୁ ଯାଉଛି । ଜୁନ ଶେଷ ଓ ଚଳିତ ମାସର ଆରମ୍ଭରୁ ଏହି ରାଜନୈତିକ ମହାଡ୍ରାମା ଆରମ୍ଭ ହୋଇଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ନେପାଳ କଂଗ୍ରେସର ସଭାପତି ଶେର୍ ବାହାଦୂର ଦେଉବା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ସିପିଏନ୍-ୟୁଏମ୍ଏଲ୍ ନେତା କେ.ପି ଶର୍ମା ଓଲି ଏକ ନୂତନ ମିଳିତ ସରକାର ଗଠନ ପାଇଁ ଜୁଲାଇ ପ୍ରଥମ ସପ୍ତାହରେ ଉଭୟଙ୍କ ମଧ୍ୟରେ ବୁଝାମଣା ପରେ ରାଜନୈତିକ ଡ୍ରାମା ଆରମ୍ଭ ହୋଇଥିଲା । ଉଭୟଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ବର୍ତ୍ତମାନ କାର୍ଯ୍ୟକାଳ ସାଢେ ୩ ବର୍ଷ ବାକି ରହିଥିବା ବେଳେ ଏହି ସମୟରେ ଉଭୟ ଓଲି-ଦେଉବା ନିଜ ମଧ୍ୟରେ କ୍ଷମତା ଅଦଳବଦଳ କରି ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଇବେ ।

ଏହାପରେ, CPN-UML ଦହଲଙ୍କୁ ଦେଶର ସମ୍ବିଧାନିକ ଧାରା 76 (2) ଅନୁଯାୟୀ ଜୁଲାଇ 3ରେ ଇସ୍ତଫା ଦେବାକୁ କହିଥିଲା । ଧାରା 76 (2) ଅନୁଯାୟୀ, ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ଗୃହର ଜଣେ ସଦସ୍ୟଙ୍କୁ ନିଯୁକ୍ତ କରିବେ ଯିଏ ଦୁଇ କିମ୍ବା ଅଧିକ ଦଳର ସମର୍ଥନରେ ସଂଖ୍ୟାଗରିଷ୍ଠତା ହାସଲ କରୁଥିବେ । ଦହଲ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ନଦେଇ ଫ୍ଲୋର ଟେଷ୍ଟର ସାମ୍ନା କରିବାକୁ ନିଷ୍ପତ୍ତି ନେଇଥିଲେ । ନେପାଳ ସମ୍ବିଧାନର ଧାରା 100 (2) ଅନୁଯାୟୀ, ଯଦି ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳ ବିଭାଜିତ ହୁଏ କିମ୍ବା ଏକ ରାଜନୈତିକ ଦଳ ସମର୍ଥନ ପ୍ରତ୍ୟାହାର କରନ୍ତି, ତେବେ ପ୍ରଧାନମନ୍ତ୍ରୀ ହାଉସ ଅଫ ରିପ୍ରେଜେଣ୍ଟଟେଟିଭ୍ସରେ 30 ଦିନ ମଧ୍ୟରେ ଏକ ବିଶ୍ୱାସ ଭୋଟ୍ ପାଇଁ ପ୍ରସ୍ତାବ ଦେଇପାରିବେ । ଜୁଲାଇ ୧୨ରେ ଦହଲ ଫ୍ଲୋର ଟେଷ୍ଟରେ ସାମ୍ନା କରି ହାରି ଯାଇଛନ୍ତି । ତେବେ ଡିସେମ୍ବର 2022ରେ ସେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ଏହା ତାଙ୍କର ପଞ୍ଚମ ଆସ୍ଥା ଭାଜନ ଭୋଟିଂ ଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏହାପୂର୍ବରୁ ନେପାଳୀ କଂଗ୍ରେସ ଦହଲଙ୍କ ନେତୃତ୍ୱାଧିନ ମିଳିତ ସରକାରର ଅଂଶ ଥିଲା । ତେବେ ଚଳିତ ମାର୍ଚ୍ଚ ମାସରେ ସିପିଏନ- ମାଓଇଷ୍ଟ ସେଣ୍ଟର ନେପାଳୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ କରି ସିପିଏନ- ୟୁଏମଏଲକୁ ମିଳିତ ସରକାର ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲା । ଏହି ନୂତନ ମେଣ୍ଟ ସରକାରର ଅନ୍ୟ ପ୍ରାରମ୍ଭିକ ଅଂଶୀଦାରମାନେ ହେଲେ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP) ଓ ଜନତା ସମାଜବାଦୀ ପାର୍ଟି (JSP) । ଜନତା ସମାଜବାଦୀ ପାର୍ଟି ସିପିଏନ-ମାଓଇଷ୍ଟ ସେଣ୍ଟର ସହ ମତଭେଦ ଦର୍ଶାଇ ଚଳିତ ବର୍ଷ ମେ ମାସରେ ସମର୍ଥନ ପ୍ରତ୍ୟାହାର କରିନେଇଛି । ଏହି ନୂଆ ବ୍ୟବସ୍ଥାକୁ ନେଇ ଉଭୟ ଦହଲ ଓ ଓଲି ଅସନ୍ତୁଷ୍ଟ ଥିବା ଜଣାପଡିଛି । ଦେଶରେ ବର୍ତ୍ତମାନ ଆଡ ହକ୍ ରାଜନୀତି ଅସ୍ଥାୟୀ ବୋଲି ଉଭୟ ସ୍ୱୀକାର କରିଛନ୍ତି ।

ସିପିଏନ୍-ୟୁଏମ୍ଏଲର ଡେପୁଟି ଜେନେରାଲ୍ ସେକ୍ରେଟେରୀ ପ୍ରଦୀପ ଗୟାୱାଲୀଙ୍କ ଅନୁଯାୟୀ, ଦହଲ ସରକାର ହେବା ପରେ ମାତ୍ର ଏକ ମାସ ତଳେ ନେପାଳୀ କଂଗ୍ରେସ ସହ ସମ୍ପର୍କ ଯୋଡିଥିଲେ । ଏହା CPN-UML ଓ ସିପିଏନ ମାଓଇଷ୍ଟ ସେଣ୍ଟର ମଧ୍ୟରେ ଅବିଶ୍ୱାସ ସୃଷ୍ଟି କରିଥିଲା । ଯେତେବେଳେ ନେପାଳୀ କଂଗ୍ରେସ ଦହଲଙ୍କ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିଥିଲା ସେତେବେଳେ CPN-UML ନିଜ ହାତକୁ କ୍ଷମତା ଆଣିବାକୁ ନିଷ୍ପତ୍ତି ନେଇଥିଲା ।

ଶୁକ୍ରବାର ଦିନ ଅନୁଷ୍ଠିତ ଫ୍ଲୋର ଟେଷ୍ଟରେ ନିମ୍ନ ସଦନର ସଦସ୍ୟ ସଂଖ୍ୟା ୨୭୫ ଥିବା ବେଳେ ମାତ୍ର ୬୩ ଜଣ ନିର୍ବାଚିତ ଜନପ୍ରତିନିଧି ଦହଲଙ୍କ ସପକ୍ଷରେ ଭୋଟ ଦେଇଥିବା ବେଳେ ୧୯୪ ଜଣ ତାଙ୍କ ବିପକ୍ଷରେ ମତ ସାବ୍ୟସ୍ତ କରିଥିଲେ । ତେବେ ପ୍ରଥମ ଥର ଦେଉବା ଓ ଓଲି ମେଣ୍ଟ ସରକାର ଗଠନ କରିବାକୁ ଯାଉଛନ୍ତି । ଅନ୍ୟପଟେ CPN-UML ଓ ନେପାଳୀ କଂଗ୍ରେସ ଉଭୟଙ୍କର ରାଜନୈତିକ ବିଚାରଧାରା ଭିନ୍ନ ଥିବା ବେଳେ ଏହି ସରକାର କେତେ ଦିନ ତିଷ୍ଠିବ ତାହା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ସ୍ଥାନୀୟ ମିଡିଆ ରିପୋର୍ଟ୍ସ ଅନୁଯାୟୀ, ବିଭାଗ ବଣ୍ଟନକୁ ନେଇ ନୂତନ ମେଣ୍ଟ ସରକାର ମଧ୍ୟରେ ପୂର୍ବରୁ ହିଁ ମତଭେଦ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ରେସରେ ଥିବା ଓଲି, ଉପପ୍ରଧାନମନ୍ତ୍ରୀ ନିଯୁକ୍ତ କରିବା ପାଇଁ ଇଚ୍ଛୁକ ନାହାନ୍ତି । ୨ ପକ୍ଷଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ, ନେପାଳୀ କଂଗ୍ରେସ ୧୧ ମନ୍ତ୍ରୀ ପଦ ପାଇବ ଓ CPN-UML ୧୦ଟି ମନ୍ତ୍ରୀ ପଦ ପାଇବ । ଯଦି ନେପାଳୀ କଂଗ୍ରେସ ଗୃହ ଓ ବୈଦେଶିକ ମନ୍ତ୍ରୀପଦ ରଖିବ ତେବେ CPN-UML ଅର୍ଥ ଓ ପ୍ରତିରକ୍ଷା ଭଳି ବିଭାଗ ନିଜ ପାଖରେ ରଖିବ ।

ନିହାର କେ ନାୟକଙ୍କ ଅନୁଯାୟୀ, ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ଉପପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ରବି ଲାମିଚାନଙ୍କ କାର୍ଯ୍ୟକାଳ ଶେଷ ସହ ନୂତନ ସରକାରଙ୍କ କାର୍ଯ୍ୟ ଆରମ୍ଭ ହେବ । ଲାମିଚାନ ନେପାଳୀ କଂଗ୍ରେସ ସହ ଜଡିତ କିଛି ଦୁର୍ନୀତି ମାମଲାର ପର୍ଦ୍ଦାଫାସ କରିବାକୁ ଚେଷ୍ଟା କରୁଥିଲେ । ଅନ୍ୟପଟେ ଓଲି ପ୍ରଧାନମନ୍ତ୍ରୀ ହେବା ପରେ ପୂର୍ବତନ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀଙ୍କ ଉତ୍ଥାନକୁ ରୋକି ପାରନ୍ତି । ଯିଏକି ତାଙ୍କ ବିରୋଧରେ CPN-UML ମଧ୍ୟରେ ଆଉ ଏକ ଗୋଷ୍ଠୀର ନେତୃତ୍ୱ ନେଉଛନ୍ତି । ଦହଲ ସରକାର ହଟିବା ପରେ ସିପିଏନ - ମାଓଇଷ୍ଟ ସେଣ୍ଟରର ଅର୍ଥ ମନ୍ତ୍ରୀ ବର୍ଷା ମନ ପୁନଙ୍କୁ ମଧ୍ୟ ଦାୟିତ୍ୱ ଛାଡିବାକୁ ପଡିବ ।

ନେପାଳରେ ବିଆରଆଇ ପ୍ରୋଜେକ୍ଟର କାର୍ଯ୍ୟକାରିତା ଉଭୟ ଭାରତ ଓ ଆମେରିକାର ସ୍ୱାର୍ଥ ବିରୋଧି ହେବ । ଭାରତ ନେପାଳର ସବୁଠୁ ବଡ ବିକାଶ ସହଯୋଗୀ ଓ ନୂଆଦିଲ୍ଲୀ ଓ କାଠମାଣ୍ଡୁ ମଧ୍ୟରେ ବିସୃତ ଦ୍ୱିପାକ୍ଷିକ ସହଯୋଗ ଏଜେଣ୍ଡା ରହିଛି ।

ଏହା ମଧ୍ୟ ପଢନ୍ତୁ: ଭାଙ୍ଗିଲା 'ପ୍ରଚଣ୍ଡ' ସରକାର, କିଏ ହେବେ ନେପାଳ ପ୍ରଧାନମନ୍ତ୍ରୀ ?

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.