ଲେଖକ- ସିପି ରାଜେନ୍ଦ୍ରନ
ସହକାରୀ ପ୍ରଫେସର, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସଡ ଷ୍ଟଡିଜ
ହାଇଦ୍ରାବାଦ: ବହୁ ପରିମାଣର ମୂଲ୍ୟବାନ ଧାତୁ ଧାରଣ କରିଥିବା ସମୁଦ୍ରରେ ଖନନ ହେଉଛି । ଅନେକ ଦେଶ ପରି ଭାରତ ବି ମହାସାଗରରେ ଗଭୀର ଖନନ କାର୍ଯ୍ୟ ଜାରି ରଖିଛି । ଗତ ମାସରେ ମିଳିତ ଜାତିସଂଘର ସମ୍ମିଳନୀରେ ଭାରତ ପକ୍ଷରୁ ଅନ୍ତର୍ଜାତୀୟ ସମୁଦ୍ର ପ୍ରାଧିକରଣ (ISA) ନିକଟରେ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା । ନିୟମ ଅନୁଯାୟୀ, ଯେକୌଣସି ଦେଶର ସାମୁଦ୍ରିକ ସୀମା ମାତ୍ର 200 ନୌଟିକାଲ୍ ମାଇଲସ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇପାରିବ । ଏହି ସୀମା ବାହାରେ ଥିବା ଜଳ ଅନ୍ତର୍ଜାତୀୟ ସାମୁଦ୍ରିକ ଜଳର ଏକ ଅଂଶ, ଯେଉଁଠାରେ କୌଣସି ଦେଶ ସାମୁଦ୍ରିକ ସମ୍ବଳ ଦାବି କରିପାରିବେ ନାହିଁ । ତେଣୁ ସମସ୍ତ ଦେଶ ଅନୁସନ୍ଧାନ ଏବଂ ଖଣି ଅନୁମତି ପାଇଁ ISA ନିକଟକୁ ଯିବାକୁ ବାଧ୍ୟ ।
ନିମ୍ନ ଅଙ୍ଗାରକାମ୍ଳ ଶକ୍ତି ପ୍ରଯୁକ୍ତିର ବିକାଶର ଅଂଶ ଭାବରେ ବ୍ୟାଟେରୀ ଉତ୍ପାଦନ ପାଇଁ କୋବାଲ୍ଟ, ମାଙ୍ଗାନିଜ୍ ଏବଂ ନିକେଲର ବ୍ୟବସାୟିକ ଖଣି ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିବାକୁ ମାର୍ଚ୍ଚ ମାସରେ ବୈଠକ ଡକାଯାଇଥିଲା । ବାଣିଜ୍ୟିକ ଶୋଷଣ (Commercial Exploitation) ଉପରେ ଏକ ଚୂଡାନ୍ତ ନିଷ୍ପତ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଆସିବ ବୋଲି ଆଶା ରହିଛି । 2010 ପର୍ଯ୍ୟନ୍ତ, 300-6500 ମିଟର ଗଭୀରତାରେ ସାମୁଦ୍ରିକ ଖଣିଜ ଅନୁସନ୍ଧାନ କେବଳ ନିର୍ଦ୍ଦିଷ୍ଟ ସରକାରୀ ଏଜେନ୍ସି ଦ୍ବାରା କରାଯାଇଥିଲା । ସେହିଦିନଠାରୁ ଅନେକ ଘରୋଇ କମ୍ପାନୀ ଏହି ଅନୁସନ୍ଧାନରେ ଜଡିତ ଥିଲେ।ଚୀନ ହେଉଛି ଆଉ ଏକ ଦେଶ ଯାହା ଗଭୀର ସମୁଦ୍ରରେ ଅନୁସନ୍ଧାନ ଜାରି ରଖିଛି । ISAରୁ ଅନୁମତି ପାଇବା ପରେ ପଲିମେଟାଲିକ୍ ନୋଡୁଲ୍ସର ଅନୁସନ୍ଧାନ ପାଇଁ ଭାରତ ସକ୍ଷମ ହୋଇଛି । ତଥାପି ବାଣିଜ୍ୟିକ ଶୋଷଣ ପାଇଁ ଏହି ଅନୁମତି ବ୍ୟବହାର କରାଯାଇପାରିବ ନାହିଁ । ତେବେ ପଶ୍ଚିମ ଉପକୂଳରେ ଥିବା କାର୍ଲସବର୍ଗ ରିଜ୍ ଏବଂ ଭାରତ ମହାସାଗରର ପୂର୍ବରେ ଅବସ୍ଥିତ ଆଫାନାସୀ-ନିକିଟିନ୍ ସମୁଦ୍ରକୁ ଖୋଳିବାକୁ ଲକ୍ଷ୍ୟ ରହିଛି । ଯାହା କୋବାଲ୍ଟ ଭଳି ଖଣିଜଦ୍ରବ୍ୟରେ ଭରପୂର ହୋଇ ରହିଥିବା କୁହାଯାଏ । ଏହା ପ୍ରାୟ 400 କିଲୋମିଟର ଲମ୍ବ ଏବଂ 150 କିଲୋମିଟର ଚଉଡା ବିଶିଷ୍ଟ ହୋଇଥିବା କୁହାଯାଏ । ଏହା ଶ୍ରୀଲଙ୍କାର ଦକ୍ଷିଣ ପୂର୍ବରେ ଅବସ୍ଥିତ ଓ ଏହା ପ୍ରାୟ 80 ନିୟୁତ ବର୍ଷ ପୂର୍ବେ ଗଠିତ ହୋଇଥିବା କୁହାଯାଏ ।
ପଲିମେଟାଲିକ ନୋଡୁଲ୍ସ ମଧ୍ୟ ମହାସାଗରୀୟ ରେଞ୍ଜରେ ସୃଷ୍ଟି ହୋଇଥିଲା । ଯେପରିକି କାର୍ଲସବର୍ଗ ରିଜ୍ ଯେଉଁଠାରେ ଆଫାନାସୀ-ନିକିଟିନ୍ ପରି ଜଳରାଶି ପୂର୍ବରୁ ଆଗ୍ନେୟଗିରି ଭାବେ ସକ୍ରିୟ ଥିଲା । ଏହିପରି ସକ୍ରିୟ ଅଞ୍ଚଳଗୁଡିକ ଖଣିଜ ସମୃଦ୍ଧ ଗରମ ଜଳ ଗଭୀର ଖାଲରେ ପଡ଼ିଥାଏ । ଯାହାଦ୍ବାରା ଏହା ଖଣିଜ ପଦାର୍ଥ ଜମା କରେ । ବ୍ୟାଟେରୀ ତିଆରିରେ ବ୍ୟବହାର ପାଇଁ ଶିଳ୍ପ କ୍ଷେତ୍ରଗୁଡିକ ଆବଶ୍ୟକ କରୁଥିବା ଉପାଦାନଗୁଡ଼ିକର ଖନନ, କଙ୍ଗୋ ଏବଂ ଜାମ୍ବିଆ ଭଳି ଦେଶରେ ଅଧିକ ମାତ୍ରାରେ ହୋଇଥାଏ । ହେଲେ ଏହାଦ୍ବାରା ପରିବେଶକୁ କ୍ଷତି ପହଞ୍ଚୁଥିବାରୁ ଉତ୍ପାଦନ କମ ପରିମାଣରେ ହେଉଛି । ତେବେ ସ୍ଥଳ ତୁଳନାରେ ଗଭୀର ସମୁଦ୍ରରେ ନିକେଲ୍, ତମ୍ବା, ମାଙ୍ଗାନିଜ୍, କୋବାଲ୍ଟ, ଟାଇଟାନିୟମ ଏବଂ ଲିଥିୟମ ଭଳି ଖଣିଜଦ୍ରବ୍ୟ ଅଧିକ ମାତ୍ରାରେ ଜମା ହୋଇ ରହିଥିବା କୁହାଯାଏ । ଭାରତ,ଚୀନ, ଜାପାନ ଏବଂ ଦକ୍ଷିଣ କୋରିଆ ଭଳି ୪ଟି ଦେଶର ବେସରକାରୀ ସଂସ୍ଥା ଏହି ସାମୁଦ୍ରିକ ଖନନ ପାଇଁ ଉତ୍ସାହିତ ଅଛନ୍ତି ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ବର୍ତ୍ତମାନ ପରିସ୍ଥିତିରେ ସମୁଦ୍ର ସନ୍ତୁଳନ ଉପରେ ଜାଣିବାର ଆବଶ୍ୟକତା ରହିଛି । ଗଭୀର ସମୁଦ୍ରରେ ଖନନ ଦ୍ବାରା ସାମୁଦ୍ରିକ ଜୀବ ମାନଙ୍କ ଉପରେ କିପରି ପ୍ରଭାବ ପଡ଼ିବ ତାହାର ସମୀକ୍ଷା କରାଯିବା ଦରକାର । ଏହାକୁ ବ୍ୟବସାୟୀକ ଶୋଷଣ କୁହାଯାଉଥିବାବେଳେ ଗଭୀର ସମୁଦ୍ର ସମ୍ପଦର ଖନନ ପାଇଁ ନିୟମ ପ୍ରସ୍ତୁତ କରାଯାଇନଥିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବୈଜ୍ଞାନିକ । ପରିବହନ ତଥା ଜାହଜ ପାଇଁ ବ୍ୟବହୃତ ଇନ୍ଧନ ବାୟୁ ପ୍ରଦୂଷଣର କାରଣ ସାଜିପାରେ । ସମୁଦ୍ରକୁ ନିଷ୍କାସିତ ହେଉଥିବା ବର୍ଜ୍ୟବସ୍ତୁ ପ୍ରଭାବ ପକାଇବ । ତେଣୁ ଏଭଳି ସାମୁଦ୍ରିକ କାର୍ଯ୍ୟକଳାପ ଆରମ୍ଭ କରିବା ପୂବର୍ରୁ ଏହାର ପ୍ରଭାବକୁ ବିଶ୍ଳେଷଣ କରିବା ପାଇଁ ସମୟ ଆବଶ୍ୟକ । ଆଶଙ୍କା କରାଯାଉଥିବାର ବିପଦର ମୂଲ୍ୟାଙ୍କନ ପରେ ହିଁ ସାମୁଦ୍ରିକ କାର୍ଯ୍ୟକଳାପ ପାଇଁ ISA ଅନୁମତି ଦେଉ ।