ETV Bharat / opinion

ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବେ ପୁନଃ ମାନ୍ୟତା ପ୍ରଦାନ ଦାବି ପଛର କାରଣ କଣ ?

author img

By ETV Bharat Odisha Team

Published : Feb 22, 2024, 11:00 PM IST

Updated : Feb 23, 2024, 4:41 PM IST

Reinstatement Of Nepal as Hindu kingdom: ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ନିକଟରେ ୪୦ ପଏଣ୍ଟ ବିଶିଷ୍ଟ ଦାବି ରଖିଛି। ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବରେ ପୁନଃ ମାନ୍ୟତା ପ୍ରଦାନ ଏବଂ ସାମ୍ବିଧାନିକ ରାଜତନ୍ତ୍ରର ପୁନରୁଦ୍ଧାର ଦାବି ରହିଛି । ଏହି ଦାବିଗୁଡିକ କାହିଁକି କରାଯାଉଛି ? ହିମାଳୟ ଦେଶର ରାଜନୈତିକ ବ୍ୟବସ୍ଥାରେ ଏହାର କି ପ୍ରଭାବ ପଡ଼ିବ ? ପଢନ୍ତୁ ଅରୁଣିମ ଭୁୟାଁଙ୍କ ଏହି ଆଲେଖ୍ୟ

Reinstatement Of Nepal as Hindu kingdom
Reinstatement Of Nepal as Hindu kingdom

ଲେଖକ- ଅରୁଣିମ ଭୂୟାଁ, ଇଟିଭି ଭାରତ

ହାଇଦ୍ରାବାଦ: ନେପାଳର ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି (ଆରପିପି) ଦେଶକୁ ଏକ ହିନ୍ଦୁ ରାଷ୍ଟ୍ର ଭାବରେ ପୁନଃ ମାନ୍ୟତା ପ୍ରଦାନ କରିବା ଏବଂ ସାମ୍ବିଧାନିକ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ଦାବି କରିଛି । କାଠମାଣ୍ଡୁ ପୋଷ୍ଟ ରିପୋର୍ଟ ମୁତାବକ ବୁଧବାର ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲଙ୍କ ନିକଟରେ ଆରପିପି ଦାଖଲ କରିଥିବା ୪୦ ଦଫା ଦାବିପତ୍ର ମଧ୍ୟରେ ଏହା ହେଉଛି ପ୍ରମୁଖ ଦାବି । ନେପାଳର ହିମାଳୟ ରାଷ୍ଟ୍ର ଭାବରେ ପୁନଃ ସ୍ଥାପନ ଏବଂ ସାମ୍ବିଧାନିକ ରାଜତନ୍ତ୍ରର ପୁନରୁଦ୍ଧାର ପାଇଁ ଏହା ଏକ ଶାନ୍ତିପୂର୍ଣ୍ଣ ଅଭିଯାନ ଆରମ୍ଭ କରିବ ବୋଲି ଦଳ ଏକକାଳୀନ ଘୋଷଣା କରିଛି ।

କାଠମାଣ୍ଡୁର ବିଭିନ୍ନ ସ୍ଥାନରେ ଶହ ଶହ ଦଳର କାର୍ଯ୍ୟକର୍ତ୍ତା ରାଲି କରିବା ପରେ ଆରପିପି ନେତୃତ୍ବ ପ୍ରଧାନମନ୍ତ୍ରୀ ଦହଲଙ୍କୁ ଭେଟିଥିଲେ । ଏହାପରେ ଦଳର ଚେୟାରମ୍ୟାନ ରାଜେନ୍ଦ୍ର ଲିଙ୍ଗଡେନ କହିଥିଲେ, " ଏହି ଦାବି ନେଇ ରାଷ୍ଟ୍ରୀୟ ପ୍ରଜାତନ୍ତ୍ର ପାର୍ଟି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବ । ହେଲେ ସରକାର ଯଦି ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି, ତେବେ ପରବର୍ତ୍ତୀ ସମୟରେ ଏହି ଆନ୍ଦୋଳନ ଉଗ୍ରରୂପ ଧାରଣ କରିବ ।" ୨୦୧୫ ମସିହାରେ ନେପାଳରେ ଏକ ନୂତନ ସମ୍ବିଧାନ ପ୍ରଣୟନ ହୋଇଥିଲା । ଏହାପରେ ରାଷ୍ଟ୍ରକୁ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଭାବେ ରୂପାନ୍ତରିତ କରାଯାଇଥିଲା । ୨୦୦୮ ମସିହାରେ ବିଧାନସଭାର ଉଦଘାଟନୀ ଦିବସରେ ନେପାଳକୁ ଆନୁଷ୍ଠାନିକ ଭାବେ ଏକ ଧର୍ନନିରପେକ୍ଷ ରାଷ୍ଟ୍ର ଭାବେ ଘୋଷଣା କରାଯାଇଥିଲା ।

ପୁନଃ ହିନ୍ଦୁ ରାଷ୍ଟ୍ର ମାନ୍ୟତା ପାଇଁ କାହିଁକି ଦାବି କରୁଛି RPP ?

ନେପାଳର ଏକ ରାଜନୈତିକ ଦଳ ଆରପିପି ଏବେ ଏହି ଦାବି କରିଆସୁଛି । ୧୯୯୦ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ବାହାଦୂର ଥାପା ଏବଂ ଲୋକେନ୍ଦ୍ର ବାହାଦୂର ଚାନ୍ଦ ହେଉଛନ୍ତି ଏହି ରାଜନୈତିକ ଦଳର ପ୍ରତିଷ୍ଠାତା । ୧୯୯୭ ମସିହାରେ ଥାପା ଏବଂ ଚାନ୍ଦଙ୍କ ନେତୃତ୍ବରେ ଆରପିପି ଦୁଇଟି ମିଳିତ ସରକାର ଗଠନ କରିଥିଲ । ଏଥିସହ ୨୦୦୦ରେ ତତ୍କାଳୀନ ରାଜା ଜ୍ଞାନେନ୍ଦ୍ରଙ୍କ ଦ୍ବାରା ଉଭୟ ଚାନ୍ଦ ଏବଂ ଥାପା ଯଥାକ୍ରମେ ୨୦୦୨ ଓ ୨୦୦୩ରେ ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତ ହୋଇଥିଲେ । ୨୦୨୨ ସାଧାରଣ ନିର୍ବାଚନରେ ୨୭୫ ଆସନ ବିଶିଷ୍ଟ ପାର୍ଲାମେଣ୍ଟରେ ଦଳ ୧୪ଟି ଆସନରେ ବିଜୟ ହାସଲ କରି ପଞ୍ଚମ ସର୍ବବୃହତ ଦଳ ହୋଇଥିଲା । ପରବର୍ତ୍ତୀ ସମୟରେ ଦଳ ୭ଟି ଜାତୀୟ ଦଳ ମଧ୍ୟରୁ ଗୋଟିଏ ହୋଇଥିଲା ।

ନିର୍ବାଚନ ପରେ ଦଳ ମିଳିତ ସରକାରର ଏକ ଅଂଶ ହୋଇଥିଲେ ମଧ୍ୟ ଫେବୃଆରୀ ୨୫, ୨୦୨୩ରେ ବିରୋଧୀ ଦଳ ହୋଇଥିଲା । ଏହା ହେଉଛି ଏକମାତ୍ର ରାଜନୈତିକ ଦଳ ଯିଏ କ୍ରମାଗତ ଭାବରେ ନେପାଳକୁ ହିନ୍ଦୁ ରାଷ୍ଟ୍ର ତଥା ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ଲାଗି ଦାବି କରିଆସୁଛି । ଏହାବାଦ ଦେଶର ଅନ୍ୟ କିଛି ହିନ୍ଦୁ ଗୋଷ୍ଠୀ ଓ ପୂର୍ବତନ ରୟାଲିଷ୍ଟ ମଧ୍ୟ ସମାନ ଦାବି କରିଆସୁଛନ୍ତି । ୨୦୨୧ ଅଗଷ୍ଟରେ ତନାହୁନ ଜିଲ୍ଲାର ଦେବହାଟର ପ୍ରାୟ ୨୦ ହିନ୍ଦୁ ସଂଗଠନ ଏହି ଦାବି ରଖିଥିଲେ । ଦାବି ପୂରଣ ନ ହେଲେ ଆନ୍ଦୋଳନ ଲାଗି ଚେତାବନୀ ଦେଇଥିଲେ ।

ଏହା ବି ପଢନ୍ତୁ- ନେପାଳ ପଶୁପତିନାଥ ଓ ଗୁହୈଶ୍ୱରୀ ମନ୍ଦିରରେ ପରିକ୍ରମା ପ୍ରକଳ୍ପ ନିମନ୍ତ୍ରଣ ପତ୍ର

ଗତ ୨୦୨୩ ଫେବୃଆରୀରେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ଶାହା ସକ୍ରିୟ ଭାବେ ନେପାଳକୁ ହିନ୍ଦୁ ରାଷ୍ଟ୍ର ଭାବରେ ପୁନଃ ମାନ୍ୟତା କରିବା ଲାଗି ଦାବି କରି ଏକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ନେପାଳର ପୂର୍ବ ଜାପା ଜିଲ୍ଲାରେ ଅବସ୍ଥିତ କାକରବିଟ୍ଟାରେ ଜ୍ଞାନେନ୍ଦ୍ର 'ଧର୍ମ, ଜାତି, ଜାତୀୟତା, ସଂସ୍କୃତି ଏବଂ ନାଗରିକ ରକ୍ଷା ମେଗା ଅଭିଯାନ’କୁ ଆରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଜନ ସମାଗମ ହୋଇଥିଲା । ଏହାସହ ଉପସ୍ଥିତ ଲୋକେ ଜ୍ଞାନେନ୍ଦ୍ରଙ୍କୁ କରତାଳି ଦେଇ ସମର୍ଥନ ଜଣାଇଥିଲେ । ଓଲିଙ୍କ ନେତୃତ୍ବରେ ନେପାଳର କମ୍ୟୁନିଷ୍ଟ ପାର୍ଟିର କେନ୍ଦ୍ରୀୟ କମିଟି ସଦସ୍ୟ ଦୁର୍ଗା ପ୍ରସାଇ ଏହି ଅଭିଯାନର ଆୟୋଜନ କରିଥିଲେ ।

ଏହାପରେ ଗତବର୍ଷ ନଭେମ୍ବରରେ କିଛି ଆନ୍ଦୋଳନକାରୀ ସମାନ ଦାବି କରିଥିଲେ । ନେପାଳର ପୁରାତନ ରାଜତନ୍ତ୍ରକୁ ଫେରାଇ ଦେବା ସହ ହିନ୍ଦୁ ରାଷ୍ଟ୍ର ମାନ୍ୟତା କରିବା ଲାଗି ଦାବି କରିଥିଲେ । ତେବେ ନେପାଳ ସ୍ଥିତ ମନୋହର ପାରିକର ଇନଷ୍ଟିଚ୍ୟୁଟ ଅଫ ଡିଫେନ୍ସ ଷ୍ଟଡିଜର ଗବେଷକ ନିହାର ଆର ନାୟକ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆରପିପି ଏହି ଦାବିକୁ ଲୋକପ୍ରିୟ କରିବା ଲାଗି ଉଦ୍ୟମ କରୁଛି । ସେପଟେ ନେପାଳି କଂଗ୍ରେସ ଏହି ଦାବି ଆଣିଥିବା ବେଳେ କେନ୍ଦ୍ରୀୟ କାର୍ଯ୍ୟକାରୀ କିମିଟି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି । ନେପାଳ କଂଗ୍ରେସ ସଭାପତି ଶେର ବାହାଦୁର ଦେବୁବା ଏହି ଦାବିକୁ ସମର୍ଥନ କରିନାହାଁନ୍ତି ବୋଲି ନାୟକ କହିଛନ୍ତି ।

Last Updated : Feb 23, 2024, 4:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.