ETV Bharat / opinion

‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’ - US INDIA RELATION

ପନ୍ନୁ ମାମଲାରେ ଆମେରିକାର ନୀତି ଏତେ ଅସ୍ପଷ୍ଟ କାହିଁକି । ଅନ୍ୟର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ହସ୍ତକ୍ଷେପ କରେ, ମାତ୍ର ନିଜର ବ୍ୟାପାର ଭୁଲିଯାଏ ଆମେରିକା । ଅବସରପ୍ରାପ୍ତ ମେଜର ଜେନେରାଲ ହର୍ଷ କାକ୍କରଙ୍କ ଆଲେଖ୍ୟ...

‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’
‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’ (ETV Bharat odisha)
author img

By Major General Harsha Kakar

Published : Nov 3, 2024, 2:01 PM IST

ନୂଆଦିଲ୍ଲୀ: ଚଳିତ 5 ତାରିଖରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ଉପରେ ​​ସମଗ୍ର ବିଶ୍ୱର ନଜର ରହିଛି । ଆମେରିକାର ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କ ଉପରେ ବିଭିନ୍ନ ପ୍ରସଙ୍ଗରେ ମନ୍ତବ୍ୟ ଦେବା ଓ ତ୍ରୁଟି ଖୋଜିବାର ଏକ ବଡ ଓ ବିଚିତ୍ର ଖରାପ ଅଭ୍ୟାସ ରହିଛି । ମାତ୍ର ଏହି ସମୟରେ ଆମେରିକାର ନିଜର ଆଭ୍ୟନ୍ତରୀଣ ପ୍ରସଙ୍ଗ କଥା ସର୍ବଦା ଭୁଲିଯାଏ । ନିଜର ଆଭ୍ୟନ୍ତରୀଣ ବ୍ୟାପାରରେ ଅଭାବ ଓ ତ୍ରୁଟି-ବିଚ୍ୟୁତିକୁ ଅଣଦେଖା କରିବାର ଏକ ଖରାପ ଅଭ୍ୟାସ ଆମେରିକାରେ ଯେମିତି ପ୍ରଥମରୁ ରହିଆସଛି କହିଲେ ଭୁଲ ହେବନାହିଁ । ଆମେରିକା ବିଭିନ୍ନ ସମୟରେ ଖୋଲାଖୋଲି ଭାବେ ଅନ୍ୟ ଦେଶର ନିର୍ବାଚନ ପ୍ରକ୍ରିୟାରେ ​​ହସ୍ତକ୍ଷେପ କରେ ଏବଂ ଉକ୍ତ ଦେଶରେ ଶାସନ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିଥାଏ । ମାତ୍ର ସମସ୍ତ କ୍ଷେତ୍ରରେ ଏହି ରଣନୀତି ସଫଳ ହୁଏନାହିଁ । ଅନ୍ୟପଟେ ଆମେରିକା ଏହାର ବିପରୀତ ଧାରାରେ ଯାଇ ଅନ୍ୟ ବିରୋଧରେ ଅଭିଯୋଗ କରେ । ଅନ୍ୟ ଦେଶମାନେ ତାର ନିର୍ବାଚନ ପ୍ରକ୍ରିୟାରେ ହସ୍ତକ୍ଷେପ କରନ୍ତି ବୋଲି ଅଭିଯୋଗ କରିବାର ଅଭ୍ୟାସ ମଧ୍ୟ ଆମେରିକାର ବେଶ ପୁରୁଣା ।

  • ‘ଇଭିଏମ’ରେ ଭାରତ, ବାଲାଟରେ ଆମେରିକା:-

ଭାରତ ବୈଦ୍ୟୁତିକ ଭୋଟିଂ ମେସିନ (ଇଭିଏମ)ରେ ନିର୍ବାଚନ ପରିଚାଳନା କରୁଛି । ମାତ୍ର ଆମେରିକା ଏବେ ମଧ୍ୟ ନିର୍ବାଚନୀ ପ୍ରକ୍ରିୟା ପାଇଁ ପେପର-ବାଲାଟ ପ୍ରଣାଳୀରେ ଅଟକି ରହିଛି । ଅବଶ୍ୟ ଆମେରିକାର ଜନସଂଖ୍ୟା ଏହାକୁ ଏହି ବ୍ୟବସ୍ଥାକୁ ଜାରି ରଖିବାକୁ ଅନୁମତି ଦେଇଥାଏ ବୋଲି ଓ୍ବାଶିଂଟନ ବାରମ୍ବାର ଦାବି ମଧ୍ୟ କରିଛି । ବୁଥ୍ କ୍ୟାପଚରିଂ ଏବଂ ବାଲାଟ୍ ଷ୍ଟଫିଂକୁ ରୋକିବା ପାଇଁ ଭାରତ ‘ଇଭିଏମ’ ବ୍ୟବହାର ଆରମ୍ଭ କରିଥିଲା । ଯୁକ୍ତରାଷ୍ଟ୍ରରେ ନିର୍ବାଚନ ସମୟରେ ବାରମ୍ବାର ବାଲାଟ ପୋଡି ଦିଆଯାଉଥିବାର ଅଭିଯୋଗ ମଧ୍ୟ ରହିଛି । କିଛି ନିର୍ଦ୍ଦିଷ୍ଟ ଭୋଟର ଗୋଷ୍ଠୀକୁ ଭୋଟିଂରୁ ବିରତ ରଖିବା ପାଇଁ ମତଦାନ ଅଧିକାରୀମାନେ ସମୟ ବନ୍ଦ କରିବାର ଘଣ୍ଟା ପୂର୍ବରୁ ମତଦାନ କେନ୍ଦ୍ର ବନ୍ଦ କରିଥିବାର ଅଭିଯୋଗ ରହିଛି । ମାତ୍ର ଆମେରିକା ସରକାର ଏହାକୁ ଗୁରୁତ୍ବାରୋପ କରିନାହାନ୍ତି ।

ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିକେନ
ଆମେରିକା ବିଦେଶ ସଚିବ ଆଣ୍ଟୋନି ବ୍ଲିକେନ (ETV Bharat odisha)
  • କେଉଁ ଗଣତନ୍ତ୍ରରେ ତ୍ରୁଟି ଅଛି...

ବିଶ୍ବର ବିଭିନ୍ନ ଦେଶରେ ନିର୍ବାଚନୀ ପ୍ରକ୍ରିୟାରେ ମତଦାନ କରିବା ପାଇଁ ବିଭିନ୍ନ କଠିନ ବ୍ୟବସ୍ଥା ରହିଛି । କେବଳ ବୈଧ ପ୍ରମାଣପତ୍ର ଥିବା ନାଗରିକମାନେ ହିଁ ନିର୍ବାଚନରେ ଭୋଟ ଦେଇପାରନ୍ତି । ଅନ୍ୟମାନଙ୍କୁ ଏହି ପ୍ରକ୍ରିୟାରୁ ବାଦ ଦେବାକୁ ବିଭିନ୍ନ ତଦାରଖ ପ୍ରକ୍ରିୟା ମଧ୍ୟ ରହିଛି । ମାତ୍ର ଆମେରିକାରେ ଏହାର ବିପରୀତ ପନ୍ଥା ଦେଖାଯାଏ । କୌଣସି ଦଳକୁ କ୍ଷମତାକୁ ଆଣିବାକୁ ହେଲେ ଦେଶରେ ଥିବା ପ୍ରବାସୀ ଭୋଟର ବା ଅନ୍ୟ ଦେଶର ପ୍ରବାସୀ ଭୋଟରଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଏ ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ (ETV Bharat odisha)
  • ଆମେରିକା ମଧ୍ୟ ଏପରି କରିବ କି?

ଭାରତ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶ ଓ ଏହାର ନିର୍ବାଚନ ପ୍ରକ୍ରିୟାକୁ ଅନୁଧ୍ୟାନ କରିବାକୁ ବିଶ୍ୱ ପ୍ରତିନିଧୀଙ୍କୁ ଆମନ୍ତ୍ରଣ କରିଥିଲା । ଏହି ନିମନ୍ତ୍ରଣ ଭୋଟିଂ ବ୍ୟବସ୍ଥାରେ ନ୍ୟାୟ ଏବଂ ସ୍ବଚ୍ଛତାର ପ୍ରଦର୍ଶନ ଥିଲା । ଆମେରିକା ମଧ୍ୟ ଏପରି ପଦକ୍ଷେପ ଗ୍ରହଣ କରି ପାରିବ କି ? ଅଭିବ୍ୟକ୍ତିର ସ୍ୱାଧୀନତାର ନୀତିକୁ ଦୃଢ ପାଳନ କରିବାକୁ ଆମେରିକା ସରକାର ଦାବି କରିଆସିଛି । ଖଲିସ୍ତାନୀ ଆନ୍ଦୋଳନର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁକୁ ସୁରକ୍ଷା ଓ ସଂରକ୍ଷଣ ଦେବା ପ୍ରଶ୍ନରେ ନୂଆଦିଲ୍ଲୀରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏରିକ ଗାର୍ସେଟ୍ଟୀ ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି । ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି, ‘‘ ଆମେ ସର୍ବଦା ଆମର ଭାରତୀୟ ବନ୍ଧୁମାନଙ୍କୁ ଅପରାଧ ଉପରେ ଧ୍ୟାନ ଦେବାକୁ କହିଥାଉ । ଯେତେବେଳେ ଆମେ ବିଚାର ପରିବର୍ତ୍ତେ ଅପରାଧ ଉପରେ ଧ୍ୟାନ ଦେବା, ତେବେ ଆମେ ଅଗ୍ରଗତି ଦେଖିପାରିବା ।’’ ଏହାର ଅର୍ଥ ଏହା ହିଁ କୁହାଯାଇପାରେ ଯେ, ଗୁରୁପତନ୍ତ ସିଂ ପନ୍ନୁ କେବଳ ନିଜର ମତ ପ୍ରକାଶ କରୁଥିଲା । ତେଣୁ ଭାରତ ପନ୍ନୁକୁ ସେହି ଧାରଣା ସହ ଗ୍ରହଣ କରିବା ଉଚିତ ।

ଖଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ପନ୍ନୁ
ଖଲିସ୍ତାନୀ ଆତଙ୍କୀ ଗୁରୁପତଓ୍ବନ୍ତ ପନ୍ନୁ (ETV Bharat odisha)

ଭାରତ-ଚୀନ ସୀମା ଚୁକ୍ତି: ସମ୍ପର୍କ ମଜବୁତ ପାଇଁ ଆହ୍ୱାନ କି?

‘ବ୍ରିକ୍ସ’ ଓ ଭାରତ

ଏହା ମଧ୍ୟ ପଢନ୍ତୁ:- ଡିଜିଟାଲ ଆରେଷ୍ଟକୁ ନେଇ ମୋଦିଙ୍କ 3 ଥାକିଆ ମନ୍ତ୍ର; ଆନିମେସନ-ଗେମିଂରେ ଦେଶରେ ନୂଆ କ୍ରାନ୍ତି

  • ଆମେରିକାରେ ଭିନ୍ନ ଧମକ ନିୟମ:-

କୌଣସି ମାମଲାରେ କୌଣସି ବ୍ୟକ୍ତି କାହାକୁ ଧମକ ଦେବା ମମଲାକୁ ଆମେରିକାରେ ସଙ୍ଘୀୟ ଅପରାଧ ବୋଲି କୁହାଯାଉଛି । ଯେଉଁମାନେ ଏହି ଧମକ ପୋଷ୍ଟ କରନ୍ତି କିମ୍ବା ଧମକପୂର୍ଣ୍ଣ ବାର୍ତ୍ତା ପଠାନ୍ତି, ସେମାନଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲରେ ଦଣ୍ଡିତ କରାଯାଇପାରେ ସେ କିମ୍ବା ରାଜ୍ୟ କିମ୍ବା ସ୍ଥାନୀୟ ଅଭିଯୋଗର ସମ୍ମୁଖୀନ ହୋଇପାରନ୍ତି । 2018 ରେ ଆମେରିକାର ସଙ୍ଘୀୟ ତଦନ୍ତକାରୀ ସଂସ୍ଥା ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଥିଲା । ତେବେ ଏହି ଶ୍ରେଣୀଭୂକ୍ତ ଅପରାଧକୁ ଅନ୍ୟ ଦେଶମାନେ 12 ରୁ 24 ମାସ ଦଣ୍ଡାଦେଶ ମଧ୍ୟରେ ରଖିଛନ୍ତି ।

  • ଆମେରିକାରେ ଭିନ୍ନ ଭିନ୍ନ ନିୟମ;-

ଏହି କ୍ଷେତ୍ରରେ ଆମେରିକାର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଯେଉଁମାନେ ଅନ୍ୟ ଦେଶର ସମ୍ପତ୍ତି ଏବଂ ବ୍ୟକ୍ତିବିଶେଷଙ୍କୁ ବିପଦରେ ପକାଉଛନ୍ତି କିମ୍ବା ଧମକ ଦେଉଛନ୍ତି, ସେମାନଙ୍କ ପାଇଁ ଆମେରିକାରେ ଭିନ୍ନ ନିୟମ ରହିଛି । ସମାନ ସମୟରେ ଆମେରିକାରେ ନିଜ ଦେଶର ଲୋକଙ୍କୁ ଧମକ ଦେବା ମାମଲାରେ ଭିନ୍ନ ଆଇନ ରହିଛି । ବୋଧହୁଏ ଭାରତୀୟ ବିମାନ ସେବାକୁ ଟାର୍ଗେଟ କରିବା ଏବଂ ଭାରତୀୟ ରାଜନୈତିକ ନେତାଙ୍କ ହତ୍ୟା ପାଇଁ ପୁରସ୍କାର ପ୍ରଦାନ କରିବା ଆମେରିକାର ଭାଷାରେ ହେଉଛି ‘ବାକ ସ୍ୱାଧୀନତା' ବା ଅଭିବ୍ୟକ୍ତିର ଅଧିକାର । ମାତ୍ର ଠିକ ସେତେବେଳେ ଆମେରିକାର ମାଟିରେ ମିଥ୍ୟା ଧମକ ଦେବା ଏକ ସଂଘୀୟ ଅପରାଧ ।

‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’
‘ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ଆମେରିକା ନିଜକୁ ଦେଖିବା ଉଚିତ’ (ETV Bharat odisha)

ଏହା ମଧ୍ୟ ପଢନ୍ତୁ:-LACର ବିବାଦୀୟ ପୋଷ୍ଟରୁ ସେନା ପ୍ରତ୍ୟାହାର ଆରମ୍ଭ କଲେ ଭାରତ-ଚୀନ

ଏହା ମଧ୍ୟ ପଢନ୍ତୁ:- ଇରାନ ଉପରେ ପ୍ରତିଶୋଧ ନେଲା ଇସ୍ରାଏଲ, ତେହେରାନ ଉପରେ ବଡ ଆକ୍ରମଣ

ହୁଏତ ଏପରି ମନ୍ତବ୍ୟ ଦେଉଥିବା ଆମେରିକା ରାଷ୍ଟ୍ରଦୂତ ଜଣେ 28 ବର୍ଷୀୟ ଭାରତୀୟ-ଆମେରିକୀୟ ଛାତ୍ର ରିଧି ପଟେଲଙ୍କ ବିଷୟରେ କିଛି ଜାଣି ନାହାଁନ୍ତି । ସେ 16ଟି ଗମ୍ଭୀର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଅନ୍ୟ ଆଠଟି ମାମଲାରେ ସନ୍ଦିଗ୍ଧ ଭାବେ ତାଙ୍କ ନାମ ଥିବାରୁ ତାଙ୍କୁ ଜେଲ ପଠାଯାଇଛି । ଜାମିନ ନାମଞ୍ଜୁର ହୋଇଛି । ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗରେ ଧମକ ଦେଇ ଆତଙ୍କିତ କରିବା ଏବଂ ପାଲେଷ୍ଟାଇନ ସମର୍ଥକଙ୍କ କାର୍ଯ୍ୟକ୍ରମ ସମୟରେ ସହରର ଅଧିକାରୀଙ୍କୁ ଧମକ ଦେବା ପରି ଅଭିଯୋଗ ରହିଛି । ତାଙ୍କର ଉତ୍ସାହପୂର୍ଣ୍ଣ ଭାଷଣରେ କୌଣସି ହିଂସା ନଥିଲା, କେବଳ ଧମକ ଥିଲା । ତଥାପି ତାଙ୍କ ବିରୋଧରେ ଏକାଧିକ ସଙ୍ଗୀନ ମାମଲା ଦାଏର ହୋଇଛି ।

  • ଗାର୍ସେଟୀଙ୍କ ଅଯୌକ୍ତିକ ମନ୍ତବ୍ୟ:-

ଏହି ପ୍ରସଙ୍ଗରେ ଆମେରିକା ରାଷ୍ଟ୍ରଦୂତ ଗାର୍ସେଟୀଙ୍କ ଅଯୌକ୍ତିକ ମନ୍ତବ୍ୟ ସାମ୍ନାକୁ ଆସିଛି । ରିଧିଙ୍କ ଦ୍ବାରା ଧମକ ପାଇଥିବା ବ୍ୟକ୍ତିମାନେ ଆମେରିକାର ସହରର ଅଧିକାରୀ ଥିଲେ, ତେଣୁ ଏହି ମାମଲାରେ ଉକ୍ତ ଛାତ୍ର ଏବେ ଜେଲରେ ରହିଛନ୍ତି । ମାତ୍ର ପନ୍ନୁ ଭାରତ ବିରୋଧରେ କରୁଥିବା ଷଡଯନ୍ତ୍ର ଓ ହିଂସାତ୍ମକ ଧମକ ବାକ ସ୍ବାଧୀନତାର ଏକ ଅଂଶ ।

  • ଦୁଇଥର ଭାରତୀୟ ଦୂତାବାସ ଉପରେ ଆକ୍ରମଣ କଲେଣି ଖଲିସ୍ତାନୀ:-

ତଥାକଥିତ ଖାଲିସ୍ତାନ କାର୍ଯ୍ୟକର୍ତ୍ତାମାନେ ଗତ ବର୍ଷ ଦୁଇଥର ଭାରତୀୟ କନସୁଲେଟ ଉପରେ ଆକ୍ରମଣ କରିଥିଲେ । ମାର୍ଚ୍ଚରେ ପ୍ରଥମ ଏବଂ ଜୁଲାଇରେ ଦ୍ୱିତୀୟ ଆକ୍ରମଣ କରିଥିଲେ ଖଲିସ୍ତାନୀ । ଆମେରିକା ଏହି ଆକ୍ରମଣର ତଦନ୍ତ କରୁଛି ବୋଲି ଏରିକ ଗାର୍ସେଟୀ ଉଲ୍ଲେଖ କରିଛନ୍ତି । ସେ ‘ଏଫବିଆଇ’ ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ଭ୍ୟାରିଙ୍କ ବିବୃତ୍ତିକୁ ମଧ୍ୟ ସମର୍ଥନ କରିଥିଲେ । ଭାରତୀୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଗସ୍ତ ସମୟରେ କହିଥିଲା ଯେ ‘ଏଫବିଆଇ’ ଘଟଣାର ଅନୁସନ୍ଧାନ ଗମ୍ଭୀରତାର ସହ କରୁଛି ।

ସମ୍ପାଦକୀୟ...

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.