ETV Bharat / opinion

ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା - Anti defection Law - ANTI DEFECTION LAW

The Unfortunate Reality of Indias Anti defection Law: ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା ସମ୍ପର୍କରେ ଲେଖିକା ରିତ୍ବିକା ଶର୍ମାଙ୍କ ଆଲେଖ୍ୟ । ଅଧିକ ପଢନ୍ତୁ

ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା
ଭାରତରେ ଦଳ ବଦଳ ନିରୋଧ ଆଇନର ଦୁର୍ଭାଗ୍ୟପୂର୍ଣ୍ଣ ବାସ୍ତବତା (ETV Bharat Odisha)
author img

By Ritwika Sharma

Published : May 15, 2024, 4:25 PM IST

Updated : May 16, 2024, 9:37 AM IST

ହାଇଦ୍ରାବାଦ: ଭାରତୀୟ ରାଜନୀତିରେ ପ୍ରତ୍ୟେକ ସମୟରେ ରାଜନୈତିକ ତ୍ରୁଟିର ସ୍ୱାଦ ରହିଥାଏ । ନିକଟରେ ହରିୟାଣାରେ ନୟାବ ସିଂ ସୈନି ନେତୃତ୍ୱାଧୀନ ବିଜେପି ସରକାରଙ୍କ ଠାରୁ 3 ସ୍ୱାଧୀନ ବିଧାୟକ ସମର୍ଥନ ପ୍ରତ୍ୟାହାର କରି କଂଗ୍ରେସରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏଥିସହ ଦେଶରେ ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଅନ୍ୟାନ୍ୟ ରାଜ୍ୟ (ଯେପରିକି ମଧ୍ୟ ପ୍ରଦେଶ ଏବଂ ଗୁଜୁରାଟ) ବିଭିନ୍ନ ଦଳର ପ୍ରାର୍ଥୀଙ୍କ ଶେଷ ମୁହୂର୍ତ୍ତରେ ଦଳବଦଳ କରି ଚର୍ଚ୍ଚା ସୃଷ୍ଟି କରିଛନ୍ତି । ରାଜନୈତିକ ବ୍ୟତିକ୍ରମ ଦେଖାଦେଇଥିବା ବେଳେ ଦେଶରେ ପୂର୍ବରୁ ପ୍ରଚଳିତ ଥିବା ‘ଦଳବଦଳ ନିରୋଧ ନିୟମ’ ଏକ ନିରବ ଦର୍ଶକ ଭୂମିକାରେ ନଜର ଆସିଛି ।

ଭାରତୀୟ ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ, 1960ରୁ 70 ଦଶକ ମଧ୍ୟରେ ଉଭୟ ସଂସଦ ଏବଂ ରାଜ୍ୟ ବିଧାନସଭାରେ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ଦ୍ବାରା ବ୍ୟାପକ ଉଲ୍ଲଂଘନକୁ ରୋକିବା ପାଇଁ 1985ରେ ଦଳବଦଳ ନିରୋଧ ଆଇନ (ଆଣ୍ଟି-ଡିଫେକ୍ସନ୍ ଆକ୍ଟ) ପ୍ରଣୟନ କରାଯାଇଥିଲା । 2002ରେ, ସମ୍ବିଧାନର କାର୍ଯ୍ୟକାରିତାକୁ ସମୀକ୍ଷା କରିବା ପାଇଁ ଜାତୀୟ କମିଶନ ଏହି ଆଇନକୁ କଠୋର ସମାଲୋଚନା କରି କହିଥିଲେ ଯେ, ଭାରତରେ ଏହି ଆଇନରେ ବହୁମାତ୍ରାରେ ତ୍ରୁଟି ଦେଖାଦେଇଛି ।

ଆଇନରେ କଣ ରହିଛି ବ୍ୟବସ୍ଥା:-

ସମ୍ବିଧାନର ଦଶମ ସୂଚୀ ଅନୁସାରେ ସେହି ବିଧାୟକ ଓ ସାଂସଦମାନଙ୍କୁ ଅଯୋଗ୍ୟ ଘୋଷିତ କରାଯାଇପାରିବ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ ନିଜ ଦଳର ସଦସ୍ୟତା ତ୍ୟାଗ କରନ୍ତି କିମ୍ବା ସେମାନେ ନିଜ ଦଳର ନିର୍ଦ୍ଦେଶ ବିରୋଧରେ ଯାଇ ସଂସଦ କିମ୍ବା ରାଜ୍ୟ ବିଧାନସଭାରେ କୌଣସି ପ୍ରସଙ୍ଗରେ ଭୋଟ ଦିଅନ୍ତି । ତେବେ ଅଭିଯୋଗ ପରେ ସେମାନଙ୍କ ସଦସ୍ୟତା ପଦ ରଦ୍ଦ କରାଯିବ । ଏହି ମାମଲାରେ ଲୋକସଭା କିମ୍ବା ବିଧାନସଭା ବାଚସ୍ପତି ନିଷ୍ପତ୍ତି ଗ୍ରହଣ କରିବେ ।

ଏହି ଆଇନରେ ଦୁଇଟି ବ୍ୟତିକ୍ରମ ମଧ୍ୟ ରହିଛି:-

ଦେଶରେ ରାଜନୈତିକ ସ୍ଥିରତା ଆଣିବା ପାଇଁ ଅଣାଯାଇଥିବା ଏହି ଆଇନର କାର୍ଯ୍ୟକାରିତାରେ ଦୁଇଟି ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇଥାଏ । ଗୋଟିଏ ରାଜନୈତିକ ଦଳ ମଧ୍ୟରେ ‘ବିଭାଜନ’ ଏବଂ ଅନ୍ୟଟି ଦୁଇ ଦଳ ମଧ୍ୟରେ ‘ମିଶ୍ରଣ’ ବା ‘ବିଲୟ’ ମାମଲା । ଏହି ଆଇନକୁ ନେଇ ସଂସଦୀୟ ବିତର୍କରୁ ଜଣାପଡିଛି ଯେ ଏହି ବ୍ୟତିକ୍ରମ ଗୁଡିକ ବିଧାୟକ ଏବଂ ସେମାନଙ୍କ ଦଳ ମଧ୍ୟରେ ଆଦର୍ଶଗତ ପାର୍ଥକ୍ୟ ଦ୍ବାରା ପ୍ରାୟତଃ ସାମ୍ନାକୁ ଆସିଥାଏ । ହେଲେ ଏହାକୁ ଏକ ଭିନ୍ନ ସୁବିଧାବାଦ ଦୃଷ୍ଟିରୁ ମଧ୍ୟ ବ୍ୟବହାର କରାଯାଉଛି । ଗଣତାନ୍ତ୍ରିକ ଭାବରେ ନିର୍ବାଚିତ ସରକାର ଗୁଡିକୁ ହଟାଇବା ପାଇଁ ଏହି ପ୍ରକ୍ରିୟାର ବାରମ୍ବାର ବ୍ୟବହାର ହେତୁ, 2003ରେ ଏହି ବିଭାଜନ ବ୍ୟତିକ୍ରମକୁ ସମ୍ବିଧାନରୁ ହଟାଇ ଦିଆଯାଇଥିଲା । ତଥାପି ଏବେ ମଧ୍ୟ ଦୁଇଦଳ ମଧ୍ୟରେ ମିଶ୍ରଣ ବ୍ୟତିକ୍ରମର ଧାରା ଜାରି ରହିଛି । ପ୍ରଥମତଃ ବିଧାୟକ କିମ୍ବା ସାଂସଦଙ୍କ ମୂଳ ରାଜନୈତିକ ଦଳ ଅନ୍ୟ ଏକ ରାଜନୈତିକ ଦଳ ସହିତ ମିଶ୍ରଣ ହୁଏ ଏବଂ ମିଶିଥିବା ଗୋଷ୍ଠୀରେ ଦଳର ମୋଟ ପ୍ରତିନିଧିତ୍ବର ଦୁଇ ତୃତୀୟାଂଶ ସଦସ୍ୟ ଥାନ୍ତି, ତାକୁ ବୈଧ ଭାବେ ଗ୍ରହଣ କରାଯିବ ।

ଏହା ମଧ୍ୟ ପଢନ୍ତୁ:- କାଲି କଟକରେ ମେଗା ରୋଡ ସୋ' କରିବେ ଅମିତ ଶାହ - Amit Shah Cuttack Visit

ଏହି ଜଟିଳ ମନେହେଉଥିବା ଆଇନଗତ ପ୍ରକ୍ରିୟା ଉଭୟ ଗୃହ ଭିତରେ ଏବଂ ବାହାରେ ରାଜନୈତିକ ଦଳର କାର୍ଯ୍ୟକଳାପ ଉପରେ ସ୍ପଷ୍ଟ ତଥା ଗଭୀର ପ୍ରଭାବ ପକାଇଥାଏ । ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ଯେତେବେଳେ 2019ରେ ଗୋଆ ବିଧାନସଭାର 15 ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ 10 ଜଣ ବିଜେପିରେ ଯୋଗ ଦେଇଥିଲେ ସେତେବେଳେ ଏହାକୁ ବୈଧ ଭାବେ ଗ୍ରହଣ କରାଯାଇଥିଲା । ଗୋଆ ବିଧାନସଭା ବାଚସ୍ପତି 10 ଜଣ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ମନା କରିଥିଲେ । ପରେ ଏହି ମାମଲା ବମ୍ବେ ହାଇକୋର୍ଟରେ ମଧ୍ୟ ପହଞ୍ଚିଥିଲା । ହାଇକୋର୍ଟଙ୍କ ଗୋଆ ବେଞ୍ଚ ବାଚସ୍ପତିଙ୍କ ନିଷ୍ପତ୍ତିକୁ ସମର୍ଥନ କରିଥିଲେ ।

ଏହା ଲେଖକଙ୍କ ନିଜସ୍ବ ମତ

Last Updated : May 16, 2024, 9:37 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.