ETV Bharat / opinion

ଭାରତୀୟ ଷ୍ଟାର୍ଟଅପ କ୍ଷେତ୍ରରେ ବଢୁଛି ଋଣ ଭାର, କ’ଣ ହେବା ଉଚିତ ଆଗମୀ କାର୍ଯ୍ୟପନ୍ଥା ! - Indian Startups

author img

By ETV Bharat Odisha Team

Published : Sep 11, 2024, 10:56 AM IST

Indias Startups: ଭାରତୀୟ ଷ୍ଟାର୍ଟଅପ କ୍ଷେତ୍ରରେ କାହିଁକି ବଢୁଛି ଋଣ ଭାର । ଏହାକୁ ରୋକିବା ପାଇଁ କଣ ହେବା ଉଚିତ ପ୍ରଭାବୀ ପଦକ୍ଷେପ । କମ୍ପାନୀମାନେ ଋଣ ଗ୍ରହଣ କରିବା ସମୟରେ କେଉଁ ସବୁ ଦିଗକୁ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ସେନେଇ ପଢନ୍ତୁ ପ୍ରଫେସର ମହେନ୍ଦ୍ର ବାବୁ କୁରୁଭାଙ୍କ ଆଲେଖ୍ୟ...

ଭାରତୀୟ ଷ୍ଟାର୍ଟଅପ୍ ଉପରେ ବଢୁଛି ଋଣ ଭାର, କଣ ହେବ ଆଗମୀ କାର୍ଯ୍ୟପନ୍ଥା !
ଭାରତୀୟ ଷ୍ଟାର୍ଟଅପ୍ ଉପରେ ବଢୁଛି ଋଣ ଭାର, କଣ ହେବ ଆଗମୀ କାର୍ଯ୍ୟପନ୍ଥା ! (ETV Bharat Odisha)

ହାଇଦ୍ରାବାଦ: ଭାରତୀୟ ଷ୍ଟାର୍ଟଅପ କ୍ଷେତ୍ରରେ ବଢିବାରେ ଲାଗିଛି ଋଣଭାର । ଷ୍ଟାର୍ଟଅପ ସମ୍ପର୍କିତ ନିବେଶ ଉପରେ ତର୍ଜମା କରୁଥିବା ସଂସ୍ଥା ଏକ୍ସଫେନୋ (Xpheno) ଦ୍ବାରା କରାଯାଇଥିବା ସଦ୍ୟତମ ସର୍ବେକ୍ଷଣରେ ଏହି ରିପୋର୍ଟ ସାମ୍ନାକୁ ଆସିଛି । ଯାହା ଭାରତୀୟ ନିବେଶ ଓ ଷ୍ଟାଟଅପ କ୍ଷେତ୍ରରେ ବଡ ଆଲୋଡନ ସୃଷ୍ଟି କରିଛି । ସଂସ୍ଥା ରିପୋର୍ଟରେ ଦର୍ଶାଯାଇଛି ଯେ, 2024 ବର୍ଷର ପ୍ରଥମ ସାତ ମାସ ମଧ୍ୟରେ ଭାରତୀୟ ଷ୍ଟାର୍ଟଅପ ମୋଟ 68ଟି ଋଣ କାରବାର କରିଛି । ଆନୁପାତିକ ଭାବେ ଦେଖିବାକୁ ଗଲେ ଏହା ଗତ ୬ବର୍ଷ ମଧ୍ୟରେ ସର୍ବାଧିକ ।

ସର୍ବେକ୍ଷଣରେ ପ୍ରକାଶ ପାଇଥିବା ତଥ୍ୟର ଏକ ଚିନ୍ତାଜନକ ବିଷୟ ହେଉଛି ଯେ 2023 ମସିହାରେ ଏହି କ୍ଷେତ୍ରରେ ଋଣ କାରବାରର ମୋଟ ମୂଲ୍ୟ 1.8 ବିଲିୟନ ଡ଼ଲାର ଥିଲା । ଗତ ସାତ ମାସ ମଧ୍ୟରେ ଷ୍ଟାର୍ଟଅପ କ୍ଷେତ୍ରରେ କରାଯାଇଥିବା ଋଣ କାରବାରର ମୂଲ୍ୟ ହେଉଛି 1.35 ବିଲିୟନ ଡ଼ଲାର । ତୁଳନାତ୍ମକ ଭାବେ ଦେଖିବାକୁ ଗଲେ ଗତବର୍ଷ ଅପେକ୍ଷା, ଚଳିତବର୍ଷ ଏହା 75 ପ୍ରତିଶତ ବୃଦ୍ଧି ଘଟିଛି । କାରଣ ଭାରତରେ ଷ୍ଟାର୍ଟଅପ-ଇକୋସିଷ୍ଟମ ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଏକ ବଡ ଫ୍ୟାକ୍ଟର । ଫିନଟେକ, ଇ-ବାଣିଜ୍ୟ, ସଫ୍ଟୱେର ସେବା, ଅଟୋଟେକ ଇତ୍ୟାଦି ଅନେକ କ୍ଷେତ୍ରରେ ଭାରତୀୟ ଷ୍ଟାର୍ଟଅପ ଭଲ ପ୍ରଦର୍ଶନ କରୁଛି ଏବଂ ବ୍ୟବସାୟ ପ୍ରୋତ୍ସାହନ ବ୍ୟତୀତ ନିଯୁକ୍ତି ଅଭିବୃଦ୍ଧିରେ ସହାୟକ ହେଉଛି । ତଥାପି ଏହି କ୍ଷେତ୍ର ବଢୁଥିବା ଋଣ ଭାର ସମସ୍ୟାରୁ ଦୂରରେ ନାହିଁ ।

କନଫେଡେରେସନ ଅଫ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (CII)ର ଏକ ରିପୋର୍ଟ ଅନୁଯାୟୀ, 2029-30 ସୁଦ୍ଧା ଭାରତୀୟ ଷ୍ଟାର୍ଟଅପ 50 ନିୟୁତ (ପାଞ୍ଚ କୋଟି) ନୂତନ ନିଯୁକ୍ତି ସୃଷ୍ଟି କରିବାରେ ସଫଳ ହେବା ସହ ଦେଶର ଅର୍ଥନୀତିରେ ଏକ ଟ୍ରିଲିୟନ ଡଲାର ଯୋଗଦାନ କରିବ ବୋଲି ଆକଳନ କରାଯାଉଛି । ଏହିପରି ରଣନୈତିକ ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭାରତୀୟ ଷ୍ଟାର୍ଟଅପର ଶକ୍ତି ଦେଶର ସ୍ଥିର ଅର୍ଥନୀତିର ପ୍ରମୁଖ କ୍ଷେତ୍ର ଭାବେ ସାମ୍ନାକୁ ଆସିସାରିଛି । ତେଣୁ ଏହି କ୍ଷେତ୍ରରେ ଋଣ ଭାର ବୃଦ୍ଧି ପଛରେ ଥିବା କାରଣଗୁଡ଼ିକୁ ଚିହ୍ନଟ ଓ ସମୀକ୍ଷା କରିବା ଓ ଏହାର ନିରାକରଣ ଦିଗରେ ପ୍ରଭାବୀ ପଦକ୍ଷେପ ଗ୍ରହଣ କରିବା ବର୍ତ୍ତମାନର ସମୟର ଏକ ବଡ ଆହ୍ବାନରେ ପରିଣତ ହୋଇଛି ।

  • ଋଣ ଏବଂ ଷ୍ଟାର୍ଟଅପ

ଏକ ଫାର୍ମ ବା କମ୍ପାନୀ ଏହାର ବ୍ୟବସାୟିକ କାର୍ଯ୍ୟକଳାପ ଓ ଆର୍ଥିକ ପରିସରକୁ ବୃଦ୍ଧି କରିବା ପାଇଁ ସୁଧ ସହିତ ମୂଳ ରାଶି ପରିଶୋଧ କରିବାର ପ୍ରତିଶୃତି ସହ ଋଣ ଗ୍ରହଣ କରେ । ଏହି ପ୍ରକ୍ରିୟା କମ୍ପାନୀକୁ ଆର୍ଥିକ ସହାୟତା ମଧ୍ୟ କରିବାର ସବୁଠୁ ବଡ ମାଧ୍ୟମ । ସାଧାରଣତଃ ଷ୍ଟାର୍ଟଅପଗୁଡିକ ସେମାନଙ୍କର ଆର୍ଥିକ ବିସ୍ତାର ପାଇଁ କିମ୍ବା ଅଧିକ ରାଜସ୍ୱ ସ୍ତରରେ ପହଞ୍ଚିବା ପାଇଁ ପାଣ୍ଠି ଆବଶ୍ୟକ କରନ୍ତି । ଏହି କ୍ଷେତ୍ରରେ ସେମାନେ ଋଣ ଗ୍ରହଣ କରିବା କିମ୍ବା ସେୟାର ମାର୍କେଟରେ ଇକ୍ୱିଟି ବା ଅଂଶଧନ ବିକ୍ରି କରନ୍ତି । କିମ୍ବା ସେମାନେ ହାଇବ୍ରିଡ୍ ମୋଡରେ ଆବଶ୍ୟକ ପୁଞ୍ଜି ମଧ୍ୟ ସଂଗ୍ରହ କରନ୍ତି ।

  • ଏକ ଫାର୍ମ କିପରି ପାଣ୍ଠି ସଂଗ୍ରହ କରେ

ପାଣ୍ଠି ସଂଗ୍ରହ ନିର୍ଣ୍ଣୟ ଏକାଧିକ କ୍ଷେତ୍ର ଉପରେ ନିର୍ଭର କରେ । ଯେପରିକି କାରବାର ଖର୍ଚ୍ଚ, ଏଜେନ୍ସି ଖର୍ଚ୍ଚ, ପୁଞ୍ଜି ପ୍ରବେଶ, ଟିକସ ନିୟମ ଇତ୍ୟାଦିକୁ ବିଚାର ନେବା ବାଧ୍ୟତାମୂଳକ । ଅନେକ ଷ୍ଟାର୍ଟଅପ୍ ଯେତେବେଳେ ଇକ୍ୱିଟି ମାଧ୍ୟମରେ ପାଣ୍ଠି ସଂଗ୍ରହ କରନ୍ତି, ମାଲିକାନା ହରାଇବାର ଭୟ ହେତୁ ଋଣ ମାଧ୍ୟମରେ ଆର୍ଥିକ ସହାୟତା ଆବଶ୍ୟକ କରନ୍ତି । ଋଣ ଆର୍ଥିକ ପ୍ରକ୍ରିୟା ମାଧ୍ୟମରେ ମିଳୁଥିବା ଟିକସ ସୁବିଧା ମଧ୍ୟ କମ୍ପାନୀଗୁଡିକୁ ଏହି ନିଷ୍ପତ୍ତି ପ୍ରତି ଆକର୍ଷିତ କରିଥାଏ ।

  • ଭାରତରେ ଏହା ନୂଆ କଥା ନୁହେଁ

ଭାରତୀୟ ଷ୍ଟାର୍ଟଅପ କ୍ଷେତ୍ରରେ ଋଣ ଭାର ବୃଦ୍ଧି କୌଣସି ନୂଆ ପ୍ରସଙ୍ଗ ମଧ୍ୟ ନୁହେଁ । ବର୍ଷ 2021 ପରଠାରୁ ଏହା କ୍ରମାଗତ ବୃଦ୍ଧି ପାଉଛି । ସେହି ବର୍ଷ ଷ୍ଟାର୍ଟଅପ କ୍ଷେତ୍ରରେ ବିଶେଷକରି ‘ୟୁନିକର୍ନସ୍' ଅର୍ଥାତ୍ ଏକ ବିଲିୟନ ଡଲାର କିମ୍ବା ତା’ଠାରୁ ଅଧିକ ମୂଲ୍ୟର ଷ୍ଟାର୍ଟଅପ କ୍ଷେତ୍ର ବହୁ ଅର୍ଥ ପୋଷଣ ପାଇଥିଲା । ଯେଉଁଥିପାଇଁ 115 ଭାରତୀୟ 'ୟୁନିକର୍ନ' ଫାର୍ମ ବା କମ୍ପାନୀ ନେଇଥିବା ମୋଟ ଋଣ କେବଳ 2022 ମସିହାରେ 50,000 କୋଟିରେ ପହଞ୍ଚିଥିଲା । ଏହି କମ୍ପାନୀଗୁଡିକ ବିଭିନ୍ନ ଋଣ ଗ୍ରହଣ ପ୍ରକ୍ରିୟା ବ୍ୟବହାର କରି ରେକର୍ଡ ପରିମାଣର ଋଣ ରାଶି ସଂଗ୍ରହ କରିଥିଲେ । ‘ଇନିସନାଲ ପବ୍ଲିକ ଅଫର’ (ଆଇପିଓ) ମାଧ୍ୟମରେ ଅଧିକ ଲିକ୍ବିଡିଟି ପ୍ରବେଶ ସହିତ କମ୍ପାନୀମାନେ ଲାଭାନ୍ବିତ ହେବେ ବୋଲି ପୂର୍ବାନୁମାନ କରାଯାଉଥିଲା ।

ଆଉ କ’ଣ ପଦକ୍ଷେପ ନିଆଯାଇପାରେ

ଷ୍ଟାର୍ଟଅପ କ୍ଷେତ୍ରରେ ଋଣ ଅର୍ଥ ପୋଷଣର ଅନେକ ଲାଭ ମଧ୍ୟ ଅଛି । ଉଦାହରଣ ସ୍ୱରୂପ, ଯଦି କୈଣସି ଫାର୍ମର ଋଣ ଅଧିକ ଥାଏ, ତେବେ ଷ୍ଟାର୍ଟଅପ୍ର ପ୍ରତିଦ୍ୱନ୍ଦ୍ୱିତା ହ୍ରାସ ପାଇବ । କାରଣ ଋଣ ପରିଶୋଧ କରିବା ସମୟ ବୃଦ୍ଧି ହେବା ଫଳେ ଏହା ଷ୍ଟାର୍ଟଅପର ନଗଦ ପ୍ରବାହକୁ ସୀମିତ କରେ । ଏହିକ୍ଷେତ୍ରରେ ଯାହା କମ୍ପାନୀଗୁଡିକର ଅଭିବୃଦ୍ଧିରେ ବାଧା ସୃଷ୍ଟି କରିଥାଏ । ଅନ୍ୟପକ୍ଷରେ, ଅତିରିକ୍ତ ଋଣ ଫାର୍ମର କ୍ରେଡିଟ ରେଟିଂ ହାର ଉପରେ ପ୍ରଭାବ ପକାଇଥାଏ । ସୁଧ ହାର ମଧ୍ୟ ଫାର୍ମର ଆୟ ଉପରେ ପ୍ରଭାବ ପକାଇପାରେ ଏକ ନିଶ୍ଚିତ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ କମ୍ପାନୀଗୁଡିକ ନଗଦ ପ୍ରବାହରୁ ଋଣ ପରିଷୋଧ କରିବା ଜରୁରୀ, କାରଣ ଏପରି କରିବା ଦ୍ବାରା ନଗଦ ପ୍ରବାହ ସ୍ଥିର ରହିପାରିବ ।

  • ପ୍ରାରମ୍ଭରେ କ୍ଷତିରେ ପଡନ୍ତି କମ୍ପାନୀ

ଏହା ସ୍ପଷ୍ଟ ଦୃଶ୍ୟମାନ ହୁଏ ଯେ, ଅଧିକାଂଶ ଷ୍ଟାର୍ଟଅପ କମ୍ପାନୀ ପ୍ରାରମ୍ଭରେ କ୍ଷତି ସହ୍ୟ କରନ୍ତି । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ଋଣରୁ ଦୂରେଇ ରହିବା ସର୍ବଦା ଏକ ଭଲ ନିଷ୍ପତ୍ତି ବୋଲି ବିଚାର କରାଯାଏ । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଷ୍ଟାର୍ଟଅପ ଋଣ ଆର୍ଥିକ ସହାୟତା ଗ୍ରହଣ କରବା ଆଦୌ ଉଚିତ ନୁହେଁ । କିନ୍ତୁ ସେମାନେ ଏପରି ନିଷ୍ପତ୍ତି ସଠିକ ଓ ନ୍ୟାୟପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ । ଯଦି ଷ୍ଟାର୍ଟଅପ ପୂର୍ବରୁ ଲାଭ କରୁଛି, ସେମାନେ ଋଣ ଆର୍ଥିକ ବିଷୟରେ ଚିନ୍ତା କରିପାରିବେ, ସେମାନେ ଋଣଦାତାମାନଙ୍କୁ ସେମାନଙ୍କ ଦେୟ ପ୍ରଦାନ କରିପାରିବେ । ଅନ୍ୟଥା, ଏହି ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେଲେ ପ୍ରାରମ୍ଭିକ ଷ୍ଟାଟଅପ କମ୍ପାନୀମାନଙ୍କ କ୍ଷେତ୍ରରେ ମାଲିକାନା ହରାଇବା ପରି ବିପଦର ଆଶଙ୍କା ମଧ୍ୟ ଯଥେଷ୍ଟ ଭାବେ ରହିଛି ।

  • ଋଣ ପାଇଁ ସଠିକ କାରଣ ଓ ଉଦ୍ଦେଶ୍ୟ ରହିବା ଜରୁରୀ

ଅତିରିକ୍ତ ଭାବରେ, ଷ୍ଟାର୍ଟଅପ କମ୍ପାନୀ ଋଣ ଗ୍ରହଣ କରିବା ପାଇଁ ଏକ ସଠିକ କାରଣ ଓ ଉଦ୍ଦେଶ୍ୟ ମଧ୍ୟ ସ୍ଥିର କରିବାର ଆବଶ୍ୟକତା ରହିଛି । ସେମାନେେ କେଉଁ କାରଣ ଓ ଦିଗ ପାଇଁ ଋଣ ଗ୍ରହଣ କରୁଛନ୍ତି, ତାହା ସ୍ପଷ୍ଟ ହେବାର ନିହାତି ଆବଶ୍ୟକତା ରହିଛି । ଯେପରିକି ଫାର୍ମର ପୁଞ୍ଜି ଆବଶ୍ୟକତା ପୂରଣ କରିବା, ଅଧିଗ୍ରହଣ ଯୋଜନାକୁ ସମର୍ଥନ କରିବା । ତା’ପରେ ସେମାନେ ସେମାନଙ୍କର ଆବଶ୍ୟକତା ସହିତ ମେଳ ଖାଉଥିବା ଉତ୍ସଗୁଡିକ ଚିହ୍ନଟ କରି ଋଣ ଗ୍ରହଣ ପ୍ରକ୍ରିୟା ଆଗକୁ ବଢାଇବା ଉଚିତ । ସେହିପରି ଋଣ ଅର୍ଥ ପ୍ରଦାନରେ ବ୍ୟବହୃତ ହେଉଥିବା ଆର୍ଥିକ ଉପକରଣ ଏବଂ ଋଣ ପରିଶୋଧ ପ୍ରକ୍ରିୟାର ଡିଫଲ୍ଟ କ୍ଷେତ୍ରରେ ବ୍ୟବସାୟ ପାଇଁ ଏହାର ପ୍ରଭାବ ବିଷୟରେ କମ୍ପାନୀଗୁଡିକର ସଠିକ୍ ବୁଢାମଣା ରହିବା ମଧ୍ୟ ଉଚିତ ।

  • ପ୍ରକ୍ରିୟାକୁ ଅନୁସରଣ କରି ଋଣ ଜରୁରୀ

ଅନେକ ଷ୍ଟାର୍ଟଅପ ଏହି ପ୍ରକ୍ରିୟାକୁ ଅନୁସରଣ ନକରି ବଜାରରୁ ଋଣ ଗ୍ରହଣ କରନ୍ତି । ଯାହା ସେମାନଙ୍କୁ କିଛି କ୍ଷେତ୍ରରେ ବିପୁଳ ଲାଭ କିମ୍ବା କ୍ଷତି ପହଞ୍ଚାଇଥାଏ । ବୃହତ ଋଣ ସଙ୍କଟମୂଳକ ପରିସ୍ଥିତି ମୁଖ୍ୟତଃ ସମ୍ପୃକ୍ତ ବିଭାଗଗୁଡିକ ଦ୍ୱାରା ସଠିକ ହୋମୱାର୍କ ବା ତର୍ଜମା ଅଭାବରୁ ହୋଇଥାଏ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଅନେକ ଷ୍ଟାର୍ଟଅପ ଋଣ ଆର୍ଥିକ ସହାୟତା କରନ୍ତି କାରଣ ସେମାନଙ୍କର ଇକ୍ୱିଟି ଉପଲବ୍ଧ ନଥିବାର ମଧ୍ୟ ଦେଖାଯାଏ । ସେମାନେ ଋଣ ଉପରେ ନିର୍ଭରଶୀଳ ହେବା ପରିବର୍ତ୍ତେ ଇକ୍ୱିଟି ବା ଅଂଶଧନ ପରିମାଣ ବୃଦ୍ଧି କରିବା ଆବଶ୍ୟକ ।

ଏଥିପାଇଁ ଏକ ସ୍ୱଚ୍ଛ ପରିଶୋଧ ଯୋଜନା ଆବଶ୍ୟକ, ଯାହା ଅନେକ ଷ୍ଟାର୍ଟଅପ କ୍ଷେତ୍ରରେ ନାହିଁ । ଏହି କାରଣରୁ ଋଣ ବୃଦ୍ଧି ପାଉଛି । ତେଣୁ, ଷ୍ଟାର୍ଟଅପ କମ୍ପାନୀମାନେ ଋଣ ବିଷୟରେ ସଚେତନ ଏବଂ ସ୍ଥିର ନୀତିଯୁକ୍ତ ହେବା ଜରୁରୀ । ବର୍ତ୍ତମାନ ଏହି ପ୍ରସଙ୍ଗରେ ସ୍ଥାୟୀ ପଦକ୍ଷେପ ଗ୍ରହଣ କରିବାର ସମୟ ଆସିଛି । ଭାରତୀୟ ଷ୍ଟାର୍ଟଅପ ଉପରେ ଆସୁଥିବା ବୃହତ ଋଣ ସଙ୍କଟକୁ ଏଡ଼ାଇବାରେ ଏହା ବହୁତ ସହାୟକ ହୋଇପାରିବ । ଯଦି ଏଥିରେ ଅଧିକ ବିଳମ୍ବ ହୁଏ, ତେବେ ଭାରତୀୟ ଷ୍ଟାର୍ଟଅପ ଏବଂ ସେଥିରେ କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଏହା କ୍ଷତିକାରକ ସାବ୍ୟସ୍ତ ହେବ ।

ସମ୍ପାଦକୀୟ...

ଲେଖକ ଉତ୍ତରାଖଣ୍ଡର ଏଚ.ଏନ.ବି.ଜି ଅଗ୍ରଓ୍ବାଲ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ବିଜିନେସ ମ୍ୟାନେଡମେଣ୍ଟ ବିଭାଗୀୟ ମୁଖ୍ୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.