ETV Bharat / opinion

'ଅଲ ନିନୋ' ଓ 'ଲା ନୀନା': ଜଳବାୟୁ ପରିବର୍ତ୍ତନରେ କିପରି ପ୍ରଭାବ ପକାଉଛନ୍ତି ଏହି ଯୁଗଳବନ୍ଦୀ ?

El Nino-La Nina: 'କୁନି ପୁଅ' କୁହାଯାଉଥିବା 'ଏଲ ନିନୋ' ଏବଂ 'କୁନି ଝିଅ' ଭାବେ ଜଣାଶୁଣା 'ଲା ନୀନା' ପ୍ରଭାବ କିନ୍ତୁ ଭିନ୍ନ ଭିନ୍ନ । ଏହାକୁ ନେଇ ପଢନ୍ତୁ ସିପି ରାଜେନ୍ଦ୍ରନ ସହାୟକ ପ୍ରଫେସର ସିପି ରାଜେନ୍ଦ୍ରନଙ୍କ ଆଲେଖ୍ୟ

ଜଳବାୟୁ ପରିବର୍ତ୍ତନ
ଜଳବାୟୁ ପରିବର୍ତ୍ତନ
author img

By ETV Bharat Odisha Team

Published : Feb 10, 2024, 8:35 PM IST

ଲେଖକ- ସିପି ରାଜେନ୍ଦ୍ରନ

ସହାୟକ ପ୍ରଫେସର, ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନ୍ସ ଷ୍ଟଡିଜ୍, ବେଙ୍ଗାଲୁରୁ

ହାଇଦ୍ରାବାଦ: ଜଳବାୟୁ ପରିବର୍ତ୍ତନକୁ ନେଇ ବିଭିନ୍ନ ତଥ୍ୟ ପ୍ରକାଶ ପାଉଛି । ମିଡିଆ ରିପୋର୍ଟରେ ଚର୍ଚ୍ଚାରେ 'ଏଲ ନିନୋ'କୁ ନେଇ ବଢୁଛି ଉତ୍ସାହ । ଏହା ହେଉଛି ସାମୁଦ୍ରିକ ତାପମାତ୍ରା ଯାହା ପ୍ରଥମେ ପ୍ରଶାନ୍ତ ମହାସାଗରର ପୂର୍ବ ଭାଗରେ ରେକର୍ଡ କରାଯାଇଥିଲା । ଦକ୍ଷିଣ ଆମେରିକୀୟ ଦେଶ ପେରୁରୁ କିଛି ଦୂରରେ ଅବସ୍ଥିତ ମହାସାଗରରେ ଘଟିଥିବା ଘଟଣା ବର୍ତ୍ତମାନ ଭାରତ ପାଇଁ ଚିନ୍ତାର କାରଣ ସାଜିଛି । ପ୍ରଶାନ୍ତ ମହାସାଗରର ଜଳ ଉତ୍ତପ୍ତ ହେବା ଏସିଆର ଦକ୍ଷିଣ ଭାଗରେ ଅବସ୍ଥିତ ଦେଶ ଗୁଡ଼ିକ ଉପରେ ପ୍ରଭାବ ପକାଉଛି । ଏହାସହିତ ବିଶ୍ବର ଅଧିକାଂଶ ସ୍ଥାନରେ ବୃଷ୍ଟିପାତ ଉପରେ ମଧ୍ୟ ପ୍ରଭାବିତ ହେଉଛି ।

ତେବେ ଦକ୍ଷିଣ ଏସିଆର ମୌସୁମୀକୁ କୋଟି କୋଟି ଲୋକଙ୍କ ଜୀବନ ରେଖା ବୋଲି କୁହାଯାଇଥାଏ । ଚୀନର 'ୟିନ ଏବଂ ୟାଙ୍ଗ' ଅନୁସାରେ, 'ଏଲ ନିନୋ' ହେଉଛି ଏକ ବିପରୀତ ଶକ୍ତି ଯାହାର ଗୋଟିଏ ପଟକୁ 'ଲା ନୀନା' ବୋଲି କୁହାଯାଇଥାଏ । ଯେତେବେଳେ କେନ୍ଦ୍ରୀୟ ଓ ପୂର୍ବ ପ୍ରଶାନ୍ତ ମହାସାଗରର ତାପମାତ୍ରା ଅଧିକ ହୋଇଥାଏ ସେତେବେଳେ ଏହାର 'ଏଲ ନିନୋ' ର ପ୍ରଭାବ ପରିଲକ୍ଷିତ ହୋଇଥାଏ । ଏହା ସମୁଦ୍ରର ଜଳରାଶିକୁ ଉତ୍ତ୍ୟପ୍ତ କିମ୍ବା ଥଣ୍ଡା କରିବାରେ ସହାୟକ ହୋଇଥାଏ ।

ସାଧାରଣତଃ ଯେତେବେଳେ ବିଷୁବରେଖା ଦେଇ ପୂର୍ବରୁ ପଶ୍ଚିମକୁ 'ଟ୍ରେଡ୍ ୱିଣ୍ଡସ' ପ୍ରଭାବିତ ହୋଇଥାଏ, ସେତେବେଳେ ଦକ୍ଷିଣ ଆମେରିକାରୁ ଏସିଆ ମହାଦେଶକୁ ଉତ୍ତପ୍ତ ଜଳ ପ୍ରବାହିତ ହୁଏ । ଏହି 'ଟ୍ରେଡ୍ ୱିଣ୍ଡସ' ଉତ୍ତପ୍ତ ଜଳକୁ ଉପର ଭାଗରୁ ନିମ୍ନ ଭାଗକୁ ପ୍ରବାହିତ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ 'ଏଲ ନିନୋ' ଫେଜରେ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥାଏ । କାରଣ ଏହି 'ଟ୍ରେଡ୍ ୱିଣ୍ଡସ' ନିଜର ଅସ୍ଥିତ୍ବ ହରାଇଥିବାରୁ ବୀପରିତ ଘଟଣା ଘଟେ । ଅର୍ଥାତ୍ ଥଣ୍ଡା ପାଣି ନିମ୍ନ ଭାଗରୁ ଉପରକୁ ଉଠିବାର ପ୍ରକ୍ରିୟା ଚାଲେ ।

ଏହି ପ୍ରକ୍ରିୟା ଯୋଗୁଁ ମାଛରୁ ଆରମ୍ଭ କରି ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ବଂଶ ବୃଦ୍ଧି ହୋଇଥାଏ । ଅପରପକ୍ଷେ, 'ଏଲ ନିନୋ' ସମୟରେ ପୂର୍ବ ଭାଗରୁ ଆସୁଥିବା ବାୟୁ ଉତ୍ତପ୍ତ ଜଳରାଶିକୁ ଆମେରିକାର ପଶ୍ଚିମ ତଟକୁ ପ୍ରବାହିତ କରିବା ପରେ ସତ୍ତା ହରାଇ ବସେ । କିନ୍ତୁ 'ଲା ନୀନା' ସମୟରେ ପୂର୍ବ ବାୟୁ ବଳ ଗୋଟାଇଥାଏ । ଭାରତ ଓ ପ୍ରଶାନ୍ତ ମହାସାଗର ମଧ୍ୟରେ ବାୟୁମଣ୍ଡଳର ଚାପର ପରିବର୍ତ୍ତନ ଅନୁସାରେ ଜଳବାୟୁରେ ପରିବର୍ତ୍ତନ ହୋଇଥାଏ । ୧୯୦୪ ମସିହାରେ ଏହି ପ୍ରକ୍ରିୟାର ଆବିଷ୍କାର କରିଥିଲେ ଗିଲବର୍ଟ ଥୋମାସ ୱାକର ।

ଆଜିକାଲି ଉନ୍ନତ ମାନର ଜ୍ଞାନକୌଶଳର ପ୍ରୟୋଗ କରାଯାଇ ଜଳବାୟୁ ପରିବର୍ତ୍ତନ ବାବଦରେ ତଥ୍ୟ ମିଳିପାରୁଛି । ଜିଓଫିଜିକାଲ ରିସର୍ଚ୍ଚର ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ, 'ଏଲ ନିନୋ'କୁ ଟ୍ରିଗର କରିବାରେ ସୌରତାପ ପରିବର୍ତ୍ତନର ବିଶେଷ କ୍ଷମତା ରହିଛି । ହେଲେ ମନୁଷ୍ୟକୃତ ଗ୍ଲୋବାଲ ୱାର୍ମିଂ ଏବଂ ଗ୍ରୀନ ହାଉସ ଇଫେକ୍ଟ ପାଣିପାଗ ପରିବର୍ତ୍ତନର କାରଣ ସାଜିଛି । ନ୍ୟାସନାଲ ଓସନିକ ଆଣ୍ଡ ଆଟମୋସ୍ଫିଅରିକ ଆଡମିନିଷ୍ଟ୍ରେସନ (NOAA) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବର୍ତ୍ତମାନ ସୃଷ୍ଟି ହୋଇଥିବା 'El Nino' ଭୟାବହ ରୂପ ନେବାର ଆଶଙ୍କା କରାଯାଉଛି । କାରଣ ଏହାର ପ୍ରଭାବରେ ଗତବର୍ଷ ତାପମାତ୍ରା ପ୍ରବଳ ମାତ୍ରାରେ ବୃଦ୍ଧି ପାଇଥିଲା ।

୧୨୦ ବର୍ଷ ଭିତରେ ଗତ ବର୍ଷ ସବୁଠୁ 'ଡ୍ରାଏ ୱେଦର' ଭାବେ ରେକର୍ଡ କରିଥିଲା ଅଗଷ୍ଟ ମାସ । ଦେଶର ବିଭିନ୍ନ ସ୍ଥାନରେ ଦେଖା ଦେଇଥିବା ମରୁଡ଼ି ସ୍ଥିତି ୨୫% ରେ ପହଞ୍ଚିଥିଲା । ୨୦୨୪ ଅର୍ଥାତ୍ ଚଳିତ ବର୍ଷ ଏପ୍ରିଲ ମାସ ସୁଦ୍ଧା ସ୍ଥିତି ସ୍ବାଭାବିକ ହେବ ବୋଲି ଆକଳନ କରିଛି (El Nino-Southern Oscillation) ENSO । ଫଳରେ ଅଧିକ ମାତ୍ରାରେ ବର୍ଷା ହେବା ସହ ତାପମାତ୍ରା କମ୍ ରହିବ । ଯାହାଦ୍ବାରା ମରୁଡ଼ି ପରିସ୍ଥିତି କାରଣରୁ ସବୁଠୁ କ୍ଷତି ସହୁଥିବା ଚାଷୀ ଉପକୃତ ହେବେ ବୋଲି ଆଶା ରହିଛି । ଅପରପକ୍ଷେ ଦେଖିବାକୁ ଗଲେ 'କୁଲ୍ କସିନ' ଭାବେ ଜଣାଶୁଣା 'ଲା ନୀନା' ଯଦି ଶକ୍ତିଶାଳୀ ହୋଇଉଠେ ଆଉ ଅଧିକ ମାତ୍ରାରେ ବର୍ଷା ହୁଏ ତେବେ ସମ୍ଭାବ୍ୟ ବନ୍ୟା ସ୍ଥିତିକୁ ଏଡ଼ାଇ ଦିଆଯାଇନପାରେ । ଯାହାକି ଚାଷ ଉଜାଡ଼ିବା ସହ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ।

ଏହା ମଧ୍ୟ ପଢନ୍ତୁ...୨୦୨୨-୨୩ରେ ଘାତକ ବାୟୁ ପ୍ରଦୂଷକ 'PM 2.5'ର ମାତ୍ରା କେତେ ? ତଥ୍ୟ ପ୍ରକାଶ କଲା CPCB

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.