ETV Bharat / opinion

ବାଂଲାଦେଶରେ ହସିନା ସରକାରର ପତନ; ଭାରତୀୟ ସୁରକ୍ଷା ଗତିଶୀଳତାକୁ ଝଟକା - The Fall Of Hasinas Regime

THE FALL OF HASINA'S REGIME: ବାଂଲାଦେଶ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ପରେ ଶେଖ ହସିନା ସରକାରର ପତନ ଘଟିଛି । ରାଷ୍ଟ୍ରରେ ନୋବେଲ ବିଜେତା ମହମ୍ମଦ ୟୁସୁନଙ୍କ ନେତୃତ୍ବରେ ଗଠନ ହୋଇଛି ଅନ୍ତରୀଣ ସରକାର । ହସିନା ସରକାରର ପତନ ପରେ ଭାରତୀୟ ସୁରକ୍ଷା ବ୍ୟବସ୍ଥାକୁ ଝଟକା ଲାଗିଛି । ପଢନ୍ତୁ ଡଃ ରାଭେଲା ଭାନୁ କ୍ରୀଷ୍ଣନ କିରନଙ୍କ ଆଲେଖ୍ୟ

INDIAN SECURITY DYNAMICS
INDIAN SECURITY DYNAMICS (ANI)
author img

By DR Ravella Bhanu Krishna Kiran

Published : Aug 9, 2024, 10:26 PM IST

ହାଇଦ୍ରାବାଦ: ପଡ଼ୋଶୀ ରାଷ୍ଟ୍ର ବାଂଲାଦେଶରେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁସୁନ ଗୁରୁବାର ଅନ୍ତରୀଣ ସରକାର ମୁଖ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । ଏହାସହିତ ଦୀର୍ଘ 15 ବର୍ଷ ଧରି ଶାସନ କରିଆସୁଥିବା ଶେଖ ହସିନା ସରକାରର ପତନ ଘଟିଛି । ଯିଏକି ନୂଆଦିଲ୍ଲୀର ଏକ ମଜଭୁତ ସହଯୋଗୀ ରହିଆସିଥିଲେ । ବାଂଲାଦେଶରେ ହସିନା ସରକାରର ପତନ ଘଟିବା ପରେ ଭାରତୀୟ ସୁରକ୍ଷା ଗତିଶୀଳତା ପ୍ରତି ଝଟକା ଲାଗିଛି ବୋଲି ଚର୍ଚ୍ଚା ହେଉଛି । ଛାତ୍ର ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଆନ୍ଦୋଳନ ସାରା ଦେଶରେ ନିଆଁ ଲଗାଇବା ପରେ ଶେଷରେ ହାରିଥିଲେ ହସିନା । ଅଗଷ୍ଟ 5ରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ପଳାୟନ କରିଥିଲେ ।

ମଧ୍ୟବର୍ତ୍ତୀ ସରକାରରେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ଏବଂ ଆତଙ୍କବାଦୀ ସଂଗଠନ ଜମାତ-ଇ-ଇସଲାମି (ଜେଇଇ) ର ଉପସ୍ଥିତିର ସମ୍ଭାବନା ଥିବାରୁ ଭାରତ ବିରୋଧୀ ମଧ୍ୟବର୍ତ୍ତୀକାଳୀନ ଶାସନ ନୂଆଦିଲ୍ଲୀ ଓ ଢାକା ସମ୍ପର୍କ ଉପରେ ଚାପ ସୃଷ୍ଟି କରିପାରେ । ପରବର୍ତ୍ତୀ ନିର୍ବାଚନରେ ବିଏନପି କ୍ଷମତାକୁ ଆସିବ ଏବଂ ସମ୍ଭବତଃ ଖଲିଦା ଜିୟା ବାଂଲାଦେଶର ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିବେ । ଏହି ସମ୍ଭାବ୍ୟ ପରିବର୍ତ୍ତନ ଦକ୍ଷିଣ ଏସିଆ ଅଞ୍ଚଳରେ ଭାରତର ଆଞ୍ଚଳିକ ପ୍ରଭାବକୁ ହ୍ରାସ କରି ଭାରତର ସୁରକ୍ଷା ରଣନୀତି ପାଇଁ ଏକ ଶକ୍ତ ଝଟକା ହେବ । ଭାରତ ପଡ଼ୋଶୀ ଦେଶ ବାଂଲାଦେଶ ସହିତ ସୁରକ୍ଷା ଗଣନାକୁ ସଂଯୋଗ, ଶରଣାର୍ଥୀ ବିପଦ, ଆତଙ୍କବାଦୀ କାର୍ଯ୍ୟକଳାପ, ବଙ୍ଗୋପସାଗର ଏବଂ ସାମରିକ ସହଯୋଗ ଉପରେ ସହଯୋଗ ଲୋଡିଥାଏ ।

THE FALL OF HASINAS REGIME
THE FALL OF HASINAS REGIME (ANI)

ସଂଯୋଗୀକରଣ:-

ବାଂଲାଦେଶ ଭାରତ ସହିତ 4,096 କିଲୋମିଟର ସୀମା ଅଂଶୀଦାର କରିଛି, ଯାହାକି ପଶ୍ଚିମବଙ୍ଗ ଏବଂ ଉତ୍ତର-ପୂର୍ବ ରାଜ୍ୟ ଆସାମ, ମେଘାଳୟ, ମିଜୋରାମ, ତ୍ରିପୁରା, ପଶ୍ଚିମବଙ୍ଗ ତଥା ବଙ୍ଗୋପସାଗରକୁ ସହଜରେ ପ୍ରବେଶ କରିବା ପାଇଁ ସହଜ ହୋଇଥାଏ । ଢାକା ସହିତ ସମ୍ପର୍କ ବିଗିଡ଼ିଲେ ବାଂଲାଦେଶ ସହିତ ଭାରତ ସେୟାର କରୁଥିବା ରାସ୍ତାଗୁଡ଼ିକରେ ଯାତାୟାତଠାରୁ ଆରମ୍ଭ କରି ପରିବହନରେ ବାଧା ଉପୁଜିବ । ହୁଏତ ବାଂଲାଦେଶ ଏଥିଲାଗି ଅନୁମତି ଦେଇନପାରେ । ଏପରିକି 2023ରେ ଆରମ୍ଭ ହୋଇଥିବା ଅଗରତାଲା-ଅଖୌରା ସୀମାରେ ରେଳ ଲିଙ୍କ ବିଳମ୍ବ ହୋଇପାରେ । ଏହାବାଦ 'ଚିକନ୍ ନେକ' (ସିଲିଗୁଡି କରିଡର) ହେଉଛି ଏକ ଗୁରୁତ୍ବପୂର୍ଣ୍ଣ ସଂକୀର୍ଣ୍ଣ ପଥ ଯାହାକି ଭାରତୀୟ ମଧ୍ୟବର୍ତ୍ତୀ ଅଞ୍ଚଳକୁ ଉତ୍ତର-ପୂର୍ବ ଅଞ୍ଚଳ ସହିତ ସଂଯୋଗ କରେ । ଏହି ରଣନୈତିକ ସମ୍ବେଦନଶୀଳ ଅଞ୍ଚଳରେ ଯେକୌଣସି ବ୍ୟାଘାତ ଏବଂ ଉତ୍ତେଜନା ଭାରତର ରଣନୀତିକ ସୁବିଧାକୁ ଆଘାତ ଦେବ । କାରଣ ଏହି ଅଞ୍ଚଳ ମୁଖ୍ୟ ଭୂଖଣ୍ଡରୁ ବିଚ୍ଛିନ୍ନ ହୋଇ ସମ୍ଭାବ୍ୟ ସୁରକ୍ଷା ବିପଦର ସମ୍ମୁଖୀନ ହୋଇପାରେ ।

ଶରଣାର୍ଥୀ ବିପଦ:-

ବାଂଲାଦେଶ ସୀମାନ୍ତରୁ ଅନୁପ୍ରବେଶ ହେବାର ଆଶଙ୍କା ରହିଛି । ହସିନାଙ୍କ ଅନୁଗାମୀମାନେ ଭାରତରେ ଶରଣାର୍ଥୀ ମାନ୍ୟତା ଏବଂ ରାଜନୈତିକ ସ୍ତରରେ ଆଶ୍ରୟ ଚାହୁଁଛନ୍ତି । ବିଶେଷ ଭାବରେ ସଂଖ୍ୟାଲଘୁ ହିନ୍ଦୁମାନେ ମଧ୍ୟ ନୂତନ ସରକାରଙ୍କଠାରୁ ନିଜକୁ ଅସୁରକ୍ଷିତ ମନେ କରିପାରନ୍ତି । ବାଂଲାଦେଶର ଅସ୍ଥିରତାକୁ ଦୃଷ୍ଟିରେ ରଖି ମେଘାଳୟ ଏହାର ଅନ୍ତର୍ଜାତୀୟ ସୀମାରେ ରାତ୍ରି କର୍ଫ୍ୟୁ ଲଗାଇଛନ୍ତି ଏବଂ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଅନଧିକୃତ କ୍ରସିଂକୁ ରୋକିବା ପାଇଁ ସୀମାନ୍ତରେ ସଜାଗତା ବୃଦ୍ଧି କରିଛି ।

ଆତଙ୍କବାଦ:-

ଆତଙ୍କବାଦ ବିରୋଧୀ ସହଯୋଗ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସମ୍ପର୍କର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ରହିଛି । କାରଣ ଭାରତ ପ୍ରତି ଶତ୍ରୁତା କରୁଥିବା ଆତଙ୍କବାଦୀ ଗୋଷ୍ଠୀ ବାଂଲାଦେଶରେ ଭୌଗୋଳିକ ଦୃଷ୍ଟିରୁ ବଞ୍ଚିତ ଉତ୍ତର-ପୂର୍ବ ଅଞ୍ଚଳକୁ ବ୍ୟବହାର କରୁଛନ୍ତି । ଏଥିସହ ପାକିସ୍ତାନରେ ଅବସ୍ଥିତ କିଛି ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଭାରତ ସୀମାରେ ଆତଙ୍କବାଦର ଶିକାର ହୋଇଛି ଏବଂ ଏହି ଗୋଷ୍ଠୀମାନେ ବାଂଲାଦେଶକୁ ଭାରତକୁ ଏକ ଗମନାଗମନ ପଏଣ୍ଟ ଭାବରେ ବ୍ୟବହାର କରୁଛନ୍ତି । ହସିନା ସରକାରରେ ଆତଙ୍କବାଦୀ ପ୍ରତି ଶୂନ୍ୟ ସହନଶୀଳତା ନୀତି ଲାଗୁ କରାଯାଇଥିଲା । ଗୁପ୍ତଚରଙ୍କ ଦ୍ବାରା ଏହା ଉପରେ କଡ଼ା ନଜର ରଖି ନୂଆଦିଲ୍ଲୀ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିଥିଲା ଢାକା । ଏପରିକି ଅନେକ ଥର ବାଂଲାଦେଶ ୟୁନାଇଟେଡ ଲିବରେସନ ଫ୍ରଣ୍ଟ ଅଫ ଆସାମ (ଉଲଫା)ର ସଦସ୍ୟଙ୍କୁ ଗିରଫ କରି ଭାରତକୁ ହସ୍ତାନ୍ତର କରିଥିଲା ।

ଏହା ବି ପଢନ୍ତୁ:- ବାଂଲାଦେଶ ସାମ୍ପ୍ରତିକ ହିଂସାକାଣ୍ଡ ଓ ଭାରତ

ଅନ୍ୟପଟେ ଖାଲିଦା ଜିୟା (1991-1996 ଓ 2001-2006)ଙ୍କ ଶାସନ କାଳ ସମୟରେ ପାକିସ୍ତାନକୁ ବାଂଲାଦେଶ ସମର୍ଥନ କରିଥିଲା । ଅସ୍ତ୍ରଶସ୍ତ୍ର ଯୋଗାଣ, ଆର୍ଥିକ ସହାୟତା, ବୈଷୟିକ ସହାୟତା ତଥା ଗରିଲା ଯୁଦ୍ଧରେ ତାଲିମ ପାଇଁ ଢାକାରୁ ପାକିସ୍ତାନକୁ ବିଦ୍ରୋହୀ ପଠାଇବା ପାଇଁ ULFA, ନ୍ୟାସନାଲ ସୋସିଆଲିଷ୍ଟ କାଉନସିଲ୍ ଅଫ୍ ନାଗାଲାଣ୍ଡ (NSCN) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଏଫ୍) ଭଳି ପୂର୍ବାଞ୍ଚଳ ଆତଙ୍କବାଦୀ ଗୋଷ୍ଠୀକୁ ବିଏନପି-ଜେଇଆଇ ମିଳିତ ସରକାର ସମର୍ଥନ କରିଥିଲା । ଯଦି ପୁଣି ଖାଲିଦା ଜିୟା ସରକାର ଆସୁଛି ତେବେ ପୁଣି ଥରେ ପୂର୍ବାଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ସକ୍ରିୟ ହୋଇଉଠିବେ । ଅନ୍ୟପଟେ ଖାଲିଦାଙ୍କ ପୁଅ ତାରିଫର ISI ସହିତ ଘନିଷ୍ଠ ସମ୍ପର୍କ ରହିଛି । ଏଣୁ ଉଲଫା ପ୍ରମୁଖ ପରେଶ ବରୁଆ ଓ ଦାଉଦ ଇବ୍ରାହିମ ସମେତ ଆତଙ୍କବାଦୀ ଗୋଷ୍ଠୀ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ବିପଦରେ ପକାଇବାର ସମ୍ଭାବନା ରହିଛି ।

ବଙ୍ଗୋପସାଗର:-

ବଙ୍ଗୋପସାଗରର ଉପରିଭାଗରେ ଅବସ୍ଥିତ ବାଂଲାଦେଶ, ଯାହା ଭାରତ ମହାସାଗର ଅଞ୍ଚଳରୁ ଆଫ୍ରିକାଠାରୁ ଇଣ୍ଡୋନେସିଆ ପର୍ଯ୍ୟନ୍ତ ବିସ୍ତୃତ ହୋଇଛି, ଏହା ମାଲାକା ଷ୍ଟ୍ରାଇଟ୍ ନିକଟବର୍ତ୍ତୀ ହେତୁ ନୂଆଦିଲ୍ଲୀର ପ୍ରାଥମିକ ସ୍ବାର୍ଥକୁ ସୁନିଶ୍ଚିତ କରିବା ପାଇଁ ରଣନୈତିକ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ । ଏହା ବିଶ୍ବର ପ୍ରମୁଖ ଚେକପଏଣ୍ଟରୁ ଅନ୍ୟତମ । ଯାହାକି ଭାରତ ମହାସାଗରକୁ ଦକ୍ଷିଣ ଚୀନ ସାଗରକୁ ସଂଯୋଗ କରିଥାଏ । ବାଂଲାଦେଶରେ ସତ୍ତା ପରିବର୍ତ୍ତନ ପରେ ନୂଆଦିଲ୍ଲୀର ପ୍ରମୁଖ ଚିନ୍ତା ହେଉଛି ବଙ୍ଗୋପସାଗରର ଉପରି ଭାଗ । ଏହି ସାମୁଦ୍ରିକ କ୍ଷେତ୍ରରେ ନିୟନ୍ତ୍ରଣକୁ ବଜାୟ ରଖିବା, ଚୀନ ଉପରେ ନିୟନ୍ତ୍ରଣ ଓ ଆକ୍ରମଣାତ୍କ ପରିସ୍ଥିତିକୁ ବିଫଳ କରିବା ଲାଗି ଭାରତକୁ ଢାକା ସହିତ ଘନିଷ୍ଠ ସହଯୋଗ ବଜାୟ ରଖିବା ବେଶ ଗୁରୁତ୍ବପୂର୍ଣ୍ଣ । ସମ୍ଭବତଃ ଖାଲିଦା ଜିୟା ସରକାର ଆସିଲେ ଏହି ପ୍ରମୁଖ ସାମୁଦ୍ରିକ କ୍ଷେତ୍ରରୁ ଭାରତ ନିୟନ୍ତ୍ରଣ ହରାଇବାର ସମ୍ଭାବନା ରହିଛି ।

ମିଲିଟାରୀ ସହଯୋଗ:-

ଭାରତ ବାଂଲାଦେଶ ସହିତ ଏକ ଦୀର୍ଘକାଳୀନ ରଣନୀତିକ ସମ୍ପର୍କ ବଜାୟ ରଖିଛି । ଏହା ଚୀନର ପ୍ରଭାବ ପରିସରକୁ ନ ଆସିବାକୁ ସୁନିଶ୍ଚିତ କରୁଛି । ମିଳିତ ସାମରିକ ଅଭ୍ୟାସ 'ସମ୍ପ୍ରିତି', ତାଲିମ କାର୍ଯ୍ୟକ୍ରମ, ଚିକିତ୍ସା ସହାୟତା ଏବଂ ଭାରତ ଦ୍ବାରା ସାମରିକ ଉପକରଣ ଯୋଗାଣରେ ଉଭୟ ନୂଆଦିଲ୍ଲୀ ଏବଂ ଢାକା ଜଡିତ । ବାଂଲାଦେଶର ସମ୍ପ୍ରତି ସ୍ଥିତି ସୈନ୍ୟ ସହଯୋଗ କ୍ଷେତ୍ରର ଭବିଷ୍ୟ ପାଇଁ ଆହ୍ବାନ ସୃଷ୍ଟି କରିପାରେ । ବିଗତ ଦିନରେ ଆମେରିକା, ପାକିସ୍ତାନ, ଚୀନ ବାଂଲାଦେଶ ଉପରେ ଚାପ ପକାଇ ଭାରତ ବିରୋଧୀ ଶାସନ ସ୍ଥାପିତ କରିବାକୁ ଉଦ୍ୟମ କରୁଥିଲେ । ଏବେ ଶେଖ ହସିନାଙ୍କ ଆମେରିକା ଭିସା ରଦ୍ଦ ଆମେରିକାର ଘୃଣ୍ୟ ଉଦ୍ଦେଶ୍ୟକୁ ପଦାରେ ପକାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.