ETV Bharat / opinion

ଅମ୍ବାନୀ ବିବାହକୁ ନେଇ ଚର୍ଚ୍ଚାରେ ଗାନ୍ଧୀ ପରିବାର - Gandhis not attending Ambani party

author img

By Amit Agnihotri

Published : Jul 15, 2024, 3:23 PM IST

GANDHIS NOT ATTENDING AMBANI PARTY: ନିକଟରେ ଦେଶର ସବୁଠୁ ମହଙ୍ଗା ବିବାହ ସମ୍ପନ୍ନ ହୋଇଛି । କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟ ବିବାହ ସରିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଦେଶବିଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ବିବାହରେ ସାମିଲ ହୋଇଥିଲେ । କିନ୍ତୁ ଏହି ବିବାହରେ ରାହୁଲ ଗାନ୍ଧୀ କିମ୍ବା ଗାନ୍ଧୀ ପରିବାରର କୌଣସି ବ୍ୟକ୍ତି ସାମିଲ ହୋଇନଥିଲେ । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପଢନ୍ତୁ ଅମିତ ଅଗ୍ନିହୋତ୍ରୀଙ୍କ ଆଲେଖ୍ୟ ।

GANDHIS NOT ATTENDING  ANANT AMBANI WEDDING
GANDHIS NOT ATTENDING ANANT AMBANI WEDDING (ANI)

ହାଇଦ୍ରାବାଦ: ଅମ୍ବାନୀ ବିବାହକୁ ନେଇ ଚର୍ଚ୍ଚାରେ ଗାନ୍ଧୀ ପରିବାର । ନିକଟରେ ଦେଶର ସବୁଠୁ ମହଙ୍ଗା ବିବାହ ସମ୍ପନ୍ନ ହୋଇଛି । କୋଟିପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟ ବିବାହ ସରିଛି । ଏହି ବିବାହ ଆୟୋଜନରେ ପାଖାପାଖି ୫ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ଆରମ୍ଭ କରି ଦେଶବିଦେଶର ଅନେକ ପ୍ରତିଷ୍ଠିତ ବ୍ୟକ୍ତି ଏହି ବିବାହରେ ସାମିଲ ହୋଇଥିଲେ । କିନ୍ତୁ ଏହି ବିବାହରେ ରାହୁଲ ଗାନ୍ଧୀ କିମ୍ବା ଗାନ୍ଧୀ ପରିବାରର କୌଣସି ସଦସ୍ୟ ନିଜକୁ ସାମିଲ ନକରି ଏକ ଦୃଢ ରାଜନୈତିକ ତଥା ନୈତିକତାର ବାର୍ତ୍ତା ଦେଇଛନ୍ତି । ସାଧାରଣ ଜୀବନରେ ସାଧୁତାର ପରିଚୟ ଦେଇଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ।

ଜୁଲାଇ ୧୨ ତାରିଖରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟ ବିବାହ ସରିଛି । ଏହି ବିବାହରେ ଦେଶବିଦେଶର ବହୁ ପ୍ରତିଷ୍ଠିତ ନେତା, ଶିଳ୍ପପତି, ଅଭିନେତା, ଅଭିନେତ୍ରୀ ପ୍ରମୁଖ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରମୁଖ ବିଜେପି ନେତାଙ୍କ ବ୍ୟତୀତ ଇଣ୍ଡିଆ ମେଣ୍ଟର ଅନେକ ନେତା ଏନସିପିର ଶରଦ ପାୱାର, ଆରଜେଡିର ଲାଲୁ ପ୍ରସାଦ ଏବଂ ଏସପି ଅଖିଳେଶ ଯାଦବ ପ୍ରମୁଖ ମୁମ୍ବାଇରେ ଅନୁଷ୍ଠିତ ବିବାହ ସମାରୋହରେ ସାମିଲ ହୋଇଥିବା ନଜର ଆସିଥିଲେ ।

ଦଳୀୟ ସୁତ୍ରରୁ ଯାହା ସୂଚନା ରହିଛି ଯେ, କିଛି ଦିନ ପୂର୍ବେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଭେଟେରାନ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଭେଟି ବ୍ୟକ୍ତିଗତ ଭାବେ ପୁଅର ବିବାହ ପାଇଁ ନିମନ୍ତ୍ରଣ କରିଥିଲେ । ସୋନିଆ ଗାନ୍ଧୀ ମଧ୍ୟ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ତେବେ ଯେଉଁ ସମୟରେ ସମସ୍ତ ରାଜନେତା ଅମ୍ବାନୀ ପରିବାରରେ ବିବାହ ଉତ୍ସବରେ ଯୋଗ ଦେଇ କୃତଜ୍ଞତା ଅନୁଭବ କରୁଥିଲେ, ସେହି ସମୟରେ ଗାନ୍ଧୀ ପରିବାର ଏହି ବିବାହରେ ଯୋଗ ନଦେଇ ଏକ ଗଭୀର ରାଜନୈତିକ ଓ ନୈତିକତା ବାର୍ତ୍ତା ପ୍ରଦାନ କରିଛନ୍ତି । ଏନେଇ ଲୋକମାନେ ମଧ୍ୟ ଗାନ୍ଧୀ ପରିବାରକୁ ପ୍ରଶଂସା କରିଛନ୍ତି । ଜବାହରଲାଲ ନେହେରୁଙ୍କ ପିତା ମୋତିଲାଲ ନେହେରୁଙ୍କ ସମୟରୁ ହିଁ ନେହେରୁ- ଗାନ୍ଧୀ ପରିବାର ସାର୍ବଜନୀକ ଜୀବନରେ ସାଧୁତା ଓ ସାଧାରଣ ଲୋକଙ୍କ କଲ୍ୟାଣ କରିବା ଦିଗରେ ପ୍ରତିଶ୍ରୁତିବଦ୍ଧ । କାହାକୁ ନ ଡରିବା ଓ କୌଣସି ପ୍ରକାର ପ୍ରଲୋଭନ ଆଗରେ ମୁଣ୍ଡ ନ ନୁଆଁଇବା ଗାନ୍ଧୀ ପରିବାରର ପରମ୍ପରା ରହିଆସିଛି । ଯଦି ଗାନ୍ଧୀ-ନେହେରୁ ପରିବାର ରାଜନୀତିକୁ ଏକ ବୃତ୍ତି ଭାବରେ ବାଛିଛନ୍ତି ତେବେ ସେମାନେ ସର୍ବଦା ଉଚ୍ଚ ନୈତିକ ମାନଦଣ୍ଡ ବଜାୟ ରଖିବା ପାଇଁ କଠିନ ପସନ୍ଦ କରିଥାନ୍ତି ବୋଲି ଛତିଶଗଡ ରାଜ୍ୟ ଜାତୀୟ କଂଗ୍ରେସ ପ୍ରଭାରୀ ଚନ୍ଦନ ଯାଦବ ଇଟିଭି ଭାରତକୁ କହିଛନ୍ତି ।

କଂଗ୍ରେସର ଟାଣୁଆ ନେତା ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସଂସଦରେ ଦେଶରେ ଶିଳ୍ପପତିମାନଙ୍କୁ ମୋଦି ସାହାଯ୍ୟ କରୁଥିବା ଅଭିଯୋଗ ଆଣି ମୋଦିଙ୍କୁ ବାରମ୍ବାର ଟାର୍ଗେଟ କରିଥାନ୍ତି । ଅମ୍ବାନୀ ଓ ଆଦାନୀ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଟାର୍ଗେଟ କରିଥାନ୍ତି ।

ଅଖିଳେଶ ଯାଦବ ମଧ୍ୟ ଲୋକସଭା ନିର୍ବାଚନୀ ପ୍ରଚାର ବେଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ମନ୍ତବ୍ୟ 'ଅମ୍ବାନୀ ଓ ଆଦାନୀ ଅନ୍ୟ ରାଜନେତା ଓ ମିଡିଆ ହାଉସକୁ କିଣି ନେଇଥାଇ ପାରନ୍ତି କିନ୍ତୁ ମୋ ଭାଇ ରାହୁଲ ଗାନ୍ଧୀ କେବେ କିଣିପାରିବେ ନାହିଁ"କୁ ନିଜ ଭାଷଣରେ ସାମିଲ କରିଥିଲେ । ଗାନ୍ଧୀ ପରିବାର କେବେ କାହା ପ୍ରଲୋଭନରେ ଆସେନାହିଁ ବୋଲି ନିଜ ଭାଷଣରେ ଚେତାଇ ଦେଇଥିଲେ ପ୍ରିୟଙ୍କା ଗାନ୍ଧୀ ।

ଜାତୀୟ କଂଗ୍ରେସ ପଦାଧିକାରୀମାନେ କହିଛନ୍ତି ଯେ, ଭିନ୍ନ ଭିନ୍ନ ନେତାଙ୍କର ଭିନ୍ନ ଭିନ୍ନ ପ୍ରାଥମିକତା ରହିଥାଏ । ଯେତେବେଳେ ରାହୁଲ ଗାନ୍ଧୀ ହାଥରସ, ମଣିପୁର, ଅହମ୍ମଦାବାଦ ଓ ଆସାମ ଅଘଟଣରେ ପୀଡିତମାନଙ୍କ ସହ ସମୟ ଅତିବାହିତ କରୁଥିଲେ ସେହି ସମୟରେ ମୋଦି ଅମ୍ବାନୀ ପରିବାରର ବିବାହ ଭୋଜିରେ ସାମିଲ ହେଉଥିଲେ । ମୋଦି ଏତେବର୍ଷ ଧରି କେବେ ମଣିପୁର ଯାଇନଥିବା କହିଛନ୍ତି କଂଗ୍ରେସ ନେତା ।

ଗୁଜୁରାଟର କଂଗ୍ରେସ ପ୍ରଭାରୀ ବିଏମ ସନ୍ଦିପ କୁମାର ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଅମ୍ବାନୀ ପରିବାରର ବିବାହକୁ ନଯିବା ଏହା ଗାନ୍ଧୀ ପରିବାରର ନିଷ୍ପତ୍ତି । ଏନେଇ ଟିପ୍ପଣୀ ଦେବା ଠିକ ନୁହେଁ ବୋଲି କହିଛନ୍ତି ସନ୍ଦିପ କୁମାର । ଦଳୀୟ ସୁତ୍ରରୁ କୁହାଯାଇଛି ଯେ, ଗାନ୍ଧୀ ପରିବାର ଦେଖେଇ ହେବାରେ ବିଶ୍ୱାସ କରେନାହିଁ । ସାଧାରଣତଃ ଗାନ୍ଧୀ ପରିବାରର ବିବାହ ଉତ୍ସବକୁ ସାଧାରଣ ଓ ଗୋପନୀୟ ରଖିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.