ETV Bharat / opinion

କାଶ୍ମୀର ରାଜନୀତି: ପୁଣି କ୍ଷମତାରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ମିଳିତ ଅବସ୍ଥା

ଜାମ୍ମୁ-କାଶ୍ମୀରରେ ଏଥର ଦୁର୍ବଳ ବିଧାନସଭା । ମୋଦି-ଶାହଙ୍କୁ ଭେଟିଲେ ଓମାର । ମେଣ୍ଟ ଥଲେ ସୁଦ୍ଧା କଂଗ୍ରେସ ଓ ଏନସି ମଧ୍ୟରେ ନାହିଁ ସୁସମ୍ପର୍କ । ‘ଇଟିଭି ଭାରତ’ ସମ୍ପାଦକ ବିଲାଲ ଭଟ୍ଟଙ୍କ ଆଲେଖ୍ୟ

କାଶ୍ମୀର ରାଜନୀତି: ପୁଣିଥରେ ଆଗରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ଏକ ମିଳିତ ଅବସ୍ଥା
କାଶ୍ମୀର ରାଜନୀତି: ପୁଣିଥରେ ଆଗରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ଏକ ମିଳିତ ଅବସ୍ଥା (ETV Bharat Odisha)
author img

By Bilal Bhat

Published : Nov 2, 2024, 1:01 PM IST

ହାଇଦ୍ରାବାଦ: ବର୍ତ୍ତମାନ ଜାମ୍ମୁ-କାଶ୍ମୀର ରାଜନୀତି ଅତି ଆକର୍ଷଣୀୟ ସ୍ଥିତିରେ ପହଞ୍ଚିଛି । ବିଶେଷ କରି ବିଧାନସଭା ନିର୍ବାଚନ ପରେ ଏବଂ ନ୍ୟାସନାଲ କନଫରେନ୍ସ (ଏନସି) ନେତୃତ୍ୱାଧୀନ ସରକାର ଗଠନ ହେବା ପରେ ଏହି ରୋଚକ ସ୍ଥିତି ସୃଷ୍ଟି ହୋଇଛି । ନିର୍ବାଚନ ସମୟରେ ଜାମ୍ମୁ ସହର ନିକଟବର୍ତ୍ତୀ ଜିଲ୍ଲାଗୁଡିକ ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ନିଜର ନିକଟତା ଦେଖାଇଛନ୍ତି । କାରଣ ଏହି କ୍ଷେତ୍ରକୁ ସୁହାଇବା ପରି କିଛି ଏଜେଣ୍ଡା ବିଜେପି ପକ୍ଷରୁ ଗ୍ରହଣ କରାଯାଇଥିଲା । ଯାହାର ପ୍ରତିଫଳନ ଏହି ସମର୍ଥନ କୁହାଯାଇପାରେ । ମାତ୍ର କେତାକାଂଶରେ ଏଥିରେ ବିରୋଧ ମଧ୍ୟ ରହିଛି ।

  • କାଶ୍ମୀରରେ ବିଜେପିକୁ ସମର୍ଥନ କମ, ଜାମ୍ମୁରେ ଅଧିକ

ଜାମ୍ମୁ କାଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳର ପଞ୍ଚମ ପ୍ରତିଷ୍ଠା ଦିବସରେ ଯେତେବେଳେ ଉପ-ରାଜ୍ୟପାଳ ବିଜେପି ବିଧାୟକମାନଙ୍କୁ ଉପସ୍ଥିତ ରହିବାକୁ କହିଥିଲେ । ମାତ୍ର ସେତେବେଳେ ସେମାନେ ସେଠାକୁ ଯାଇନଥିବା ଦେଖିବାକୁ ମିଳିଥିଲା । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ, ଆତଙ୍କ ଏବଂ ଦ୍ୱନ୍ଦ୍ୱ ରହିଥିଲା । ଜାମ୍ମୁ ଲୋକମାନେ ବିଜେପିକୁ ସମର୍ଥନ ଦେବା ସହ କିଛି ମାତ୍ରାରେ ଧାରା-370 ଉଚ୍ଛେଦ ନିଷ୍ପତ୍ତିକୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା । ମାତ୍ର କାଶ୍ମୀରରେ ଭାରତୀୟ ଜନତା ପାର୍ଟି ପାଇଁ ସ୍ଥିତି ଜାମ୍ମୁ ପରି ଅନୁକୂଳ ନଥିଲା । ମାତ୍ର ବିପରୀତ ଥିଲା ବୋଲି କୁହାଯାଇପାରିବ ।

କାଶ୍ମୀର ରାଜନୀତି: ପୁଣିଥରେ ଆଗରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ଏକ ମିଳିତ ଅବସ୍ଥା
କାଶ୍ମୀର ରାଜନୀତି: ପୁଣିଥରେ ଆଗରେ ଅବଦୁଲ୍ଲା ପରିବାର, ଅନିଶ୍ଚିତତା ଓ ଦ୍ୱନ୍ଦ୍ୱର ଏକ ମିଳିତ ଅବସ୍ଥା (ETV Bharat Odisha)
  • ପିଡିପି ଏବେ କାଶ୍ମୀରବାସୀଙ୍କ ପାଇଁ ଅପ୍ରାସଙ୍ଗିକ !

ଅପରପକ୍ଷେ କାଶ୍ମୀରର ଏହାର ବିପରୀତ ଘଟଣାକ୍ରମ ଦେଖିବାକୁ ମିଳିଥିଲା । କାଶ୍ମୀରବାସୀ ବିବାଦୀୟ ଅତୀତକୁ ଅଣଦେଖା କରିବା ସହ ଘାଟି ରାଜନୀତିର ସର୍ବ-ପୁରାତନ ରାଜନୈତିକ ଦଳ ‘ନ୍ୟାସନାଲ କନଫରେନ୍ସ’କୁ ସେମାନଙ୍କର ସର୍ବୋତ୍ତମ ବିକଳ୍ପ ଭାବରେ ବାଛିଲେ । ଏହା ସହ ସେମାନଙ୍କର କ୍ରୋଧ ‘ପିଡିପି’ ବିରୋଧରେ ମଧ୍ୟ ସ୍ପଷ୍ଟ ପ୍ରତିଫଳିତ ହୋଇଥିଲା । ପିଡିପି (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି) ସେହି କାରଣରୁ ଚେଷ୍ଟା କରି ମଧ୍ୟ ଚଳିତ ବିଧାନସଭା ନିର୍ବାଚନରେ ଅବହେଳିତ ପ୍ରତିନିଧିତ୍ୱ ପାଇଛି । ଏହାର ସମ୍ଭାବ୍ୟ କାରଣ କିଛି ଏହିପରି । ସେମାନେ (ପିଡିପି) ଭାରତୀୟ ଜନତା ପାର୍ଟି ‘ବିଜେପି’ ସହ ମେଣ୍ଟ କରି ପୂର୍ବ ବିଧାନସଭାରେ ଶାସକ ମେଣ୍ଟରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦେଇଥିଲେ । ଚେନ୍ନାବ ଉପତ୍ୟକା ଏବଂ ଜାମ୍ମୁ ଅଞ୍ଚଳର ପୀର ପଞ୍ଜାଲ କ୍ଷେତ୍ରରେ ମଧ୍ୟ ନିର୍ବାଚନକୁ ନେଇ ବିଭିନ୍ନ ଦଳ ମଧ୍ୟରେ ମତଭେଦ ରହିଥିଲା ।

  • ପୂର୍ବାପେକ୍ଷା ଦୁର୍ବଳ ହେଲା କାଶ୍ମୀର ବିଧାନସଭା:-

ବର୍ତ୍ତମାନ ଯେଉଁ ରାଜନେତାମାନେ ପୂର୍ବରୁ ରାଜ୍ୟ ଶାସନ କରିଥିଲେ, ସେମାନେ ପୁନର୍ବାର କ୍ଷମତାକୁ ଆସିଛନ୍ତି । ବର୍ତ୍ତମାନ ସ୍ଥିତିରେ ଏବଂ ସେମାନଙ୍କର ସମାନ ପଦବୀ ଏବଂ ଦାୟିତ୍ବ ରହିବ । ପରବର୍ତ୍ତିତ ସ୍ଥିତିରେ ସେମାନଙ୍କର ଆଦେଶ ଏବଂ କ୍ଷମତା ପୂର୍ବ ତୁଳନାରେ ସୀମିତ ରହିବାକୁ ଯାଉଛି । ଏହାର କାରଣ ନିର୍ବାଚନ ହୋଇଥିଲେ ସୁଦ୍ଧା ବିଧାନସଭା ମଧ୍ୟ ପୂର୍ବାପେକ୍ଷା ଦୁର୍ବଳ ହୋଇପଡିଛି । ସଦସ୍ୟମାନେ ପୂର୍ବ ରାଜ୍ୟ ବିଧାନସଭା ତୁଳନାରେ ଏବେ କେନ୍ଦ୍ରଶାସିତ ଅଞ୍ଚଳ କାରଣରୁ କମ କ୍ଷମତାର ଅଧିକାରୀ ହୋଇଛନ୍ତି । ପୂର୍ବରୁ ଏହା ସବୁଠାରୁ ଅଧିକ ଶକ୍ତିଶାଳୀ ବିଧାନସଭା ଥିଲା । ଏବେ କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଅଧିକାଂଶ ପ୍ରସଙ୍ଗ ଓ ନିଷ୍ପତ୍ତି ସିଧାସଳଖ କେନ୍ଦ୍ର ସରକାର ଦ୍ୱାରା ନିୟନ୍ତ୍ରିତ ହେବ । କେନ୍ଦ୍ରଶାସିତ ଅଞ୍ଚଳ ଭାବେ ବର୍ତ୍ତମାନର କ୍ୟାବିନେଟ ଏକ ସୀମିତ କ୍ଷମତା ଉପଭୋଗ କରିବ ।

  • ନିର୍ବାଚିତ ବିଧାନସଭାଠାରୁ ଶକ୍ତିଶାଳୀ ହେବ କେନ୍ଦ୍ର !

ଅଧିକାଂଶ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ କ୍ୟାବିନେଟ ନିଷ୍ପତ୍ତିଗତ ଭାବେ କେନ୍ଦ୍ର ଅଧୀନସ୍ଥ ରହିବାକୁ ବାଧ୍ୟ ହେବେ । କଂଗ୍ରେସର ସହଯୋଗୀ ହୋଇଥିବା କାରଣରୁ କେନ୍ଦ୍ର ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସେମାନଙ୍କ ପାଇଁ ସବୁବେଳେ କଷ୍ଟକର ହେବ । ଏକଦା ‘ଏନଡିଏ’ର ଏକ ଅଂଶ ହୋଇଥିବା ‘ନ୍ୟାସନାଲ କନଫରେନ୍ସ’ ବିଜେପି ନେତୃତ୍ୱ ସହ ଆଲୋଚନା ଆରମ୍ଭ କରିଛି । ସେମାନେ ଓମାର ଅବଦୁଲ୍ଲାଙ୍କ ପ୍ରତି ନରମ ଆଭିମୁଖ୍ୟ ପ୍ରଦର୍ଶନ କରିଛନ୍ତି । ସେହିଭଳି ଓମାର ଅବଦୁଲ୍ଲା ନେତୃତ୍ୱାଧୀନ କ୍ୟାବିନେଟର ଅଂଶ ନହେବାକୁ ନିଷ୍ପତ୍ତି ନେଇଛି କଂଗ୍ରେସ । ତଥାପିି ଏବେ ଯେଉଁ ସ୍ଥିତି ପରିବର୍ତ୍ତିତ ହେବାରେ ଲାଗିଛି, ତାହା କଂଗ୍ରେସ ପାଇଁ ଶୁଭଙ୍କର ନୁହେଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମୁଖ୍ୟମନ୍ତ୍ରୀ ଓମାର ଓବଦୁଲ୍ଲାଙ୍କ ଉତ୍ସାହପ୍ରଦ ବୈଠକ ‘କଂଗ୍ରେସ-ଏନସି’ ମିଳିତ ମଞ୍ଚ ପାଇଁ ଶୁଭ ସଙ୍କେତ ନହେବା ପରି ଦୃଶ୍ୟମାନ ହେଉଛି ।

  • କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ସମ୍ପର୍କରେ କିଛି ଖାସ ନାହିଁ :-

ଅନ୍ୟପଟେ ଦେଖିବାକୁ ଗଲେ କଂଗ୍ରେସ ଓ ନ୍ୟାସନାଲ କନଫରେନ୍ସ ମଧ୍ୟରେ କୌଣସି ବିଶେଷ ଭଲ ସମ୍ପର୍କ ମଧ୍ୟ ନାହିଁ । ଜବାହରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଥିବା ବେଳେ ‘ଏନସି’ର ପ୍ରତିଷ୍ଠାତା ଶେଖ ଅବଦୁଲ୍ଲାଙ୍କୁ ଜେଲରେ ଭର୍ତ୍ତି କରାଯାଇଥିଲା । ଯେତେବେଳେ ଇନ୍ଦିରା ଗାନ୍ଧୀ କେନ୍ଦ୍ରରେ କ୍ଷମତାରେ ଥିଲେ, ସେତେବେଳେ ଫାରୁକ ଅବଦୁଲ୍ଲାଙ୍କୁ ମଧ୍ୟ କ୍ଷମତାରୁ ହଟାଇ ଦିଆଯାଇଥିଲା ବୋଲି ଚର୍ଚ୍ଚା ହୁଏ । ପରସ୍ପରରର ଅଗ୍ରଗତି ଦେଖିବା ବ୍ୟତିତ, ଓମାର ଅବଦୁଲ୍ଲା ଏବଂ ଗାନ୍ଧୀ ଭାଇ-ଭଉଣୀ( ରାହୁଲ- ପ୍ରିୟଙ୍କା)ଙ୍କ ନିକଟରେ କୌଣସି ବିଶେଷ ବିଶେଷ ସମ୍ପର୍କ ନାହିଁ ।

  • ମୁଫତି ଗଡରେ ଫେଲ ମାରିଲେ ଇଲତିଜା

ଅପରପକ୍ଷେ, ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବ ମୁଫତି ନିର୍ବାଚନ ପରେ ବର୍ତ୍ତମାନ ଜନସାଧାରଣଙ୍କ ଦୃଷ୍ଟିରୁ ଅଦୃଶ୍ୟ ହୋଇଯାଇଛନ୍ତି । ପିଡିପି ଶାସନ କାଳରେ ମୁଖ୍ୟମନ୍ତ୍ରୀ ଭାବରେ ମେହବୁବା ମୁଫତି ଘାଟିରେ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ଯୁବକଙ୍କୁ ସହାୟତା କରୁଥିଲେ । ଏଥର ନିର୍ବାଚନରେ ତାଙ୍କ ଝିଅ ଇଲତିଜା ମୁଫତି ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ ମଧ୍ୟ ସଫଳ ହୋଇନାହାନ୍ତି । ଇଲତିଜା ତାଙ୍କ ଜେଜେବାପାଙ୍କ ଗଡ଼ ଭାବେ ପରିଚିତ ଆସନ ବିଜବେରାରୁ ଅପମାନଜନକ ପରାଜୟର ସମ୍ମୁଖୀନ ହେବାକୁ ବାଧ୍ୟ ହେଉଛନ୍ତି । ଉପତ୍ୟକାରେ ପିଡିପି ପ୍ରତି ଅସନ୍ତୋଷ ‘ଏନସି’ ପାଇଁ ଖୋରାକ ଯୋଗାଇଲା ବୋଲି କହିହେବ । କୌଣସି ପ୍ରକୃତ ବିକଳ୍ପ ନଥାଇ କାଶ୍ମୀରର ଭୋଟରମାନେ କିଛି ସହଜ ଆଶାରେ ‘ଏନସି’ କୁ ସେମାନଙ୍କର ପ୍ରଥମ ପସନ୍ଦ ଭାବେ ଭୋଟ ଦେଲେ ବୋଲି ଚର୍ଚ୍ଚା ହେଉଛି ।

ଏହା ମଧ୍ୟ ପଢନ୍ତୁ:- ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ: ଲିଗାସି ଲଢେଇ ଓ ପିଢିଗତ ପରିବର୍ତ୍ତନ - Jammu Kashmir Elections

ଏହା ମଧ୍ୟ ପଢନ୍ତୁ :- ୧୦ ବର୍ଷ ପରେ ଭୋଟ୍ ଦେଉଛି ଜମ୍ମୁ କାଶ୍ମୀର; ପ୍ରଥମ ପର୍ଯ୍ୟାୟରେ ୬ ଜିଲ୍ଲାର ୨୪ ଆସନରେ ମତଦାନ - JK FIRST PHASE ASSEMBLY ELECTIONS

ଏହା ମଧ୍ୟ ପଢନ୍ତୁ :-10 ବର୍ଷ ପରେ ଜମ୍ମୁ କାଶ୍ମୀରରେ ନିର୍ବାଚନ; ସୁରକ୍ଷା କର୍ମୀଙ୍କ ଆଗରେ ବଡ ଚ୍ୟାଲେଞ୍ଜ, ପାକିସ୍ତାନର ଛାୟାଯୁଦ୍ଧ - Elections in J and K

ଧାରା-370 ପୁନଃକାର୍ଯ୍ୟକାରୀ ପାଇଁ ଆଲୋଚନା କରିବ ଏନସି:-

ଏଥର ‘ଜାମାତ ଏ ଇସଲାମୀ’ ‘ଏନସି’ ବିରୋଧରେ ବିଜେପିକୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା । ଇଞ୍ଜିନିୟର ରସିଦଙ୍କ ନେତୃତ୍ୱାଧୀନ ‘ଏଆଇପି’ ସଦସ୍ୟମାନେ ବିଜେପି ନିକଟତର ହେବାକୁ ଆରମ୍ଭ କରିଥିଲେ । ଯେତେବେଳେ ରସିଦ ଜେଲରେ ଥିଲେ ଓ ଓମାର ଅବଦୁଲ୍ଲା ଏବଂ ସାଜ୍ଜାଦ ଲୋନଙ୍କ ପରି ନେତାଙ୍କୁ ପରାସ୍ତ କରି ବାରାମୁଲ୍ଲା ଆସନରୁ ବିଜେତା ହୋଇଥିଲେ । ଏବେ ନୂଆ ସରକାର ବନିବା ପରେ ‘ଏନସି’ ନିକଟରେ ଧାରା-370କୁ ପୁନଃକାର୍ଯ୍ୟକାରୀ କରିବା ସମ୍ପର୍କରେ ବିଜେପି ସହ ଆଲୋଚନା କରିବାର ସମ୍ଭାବନା ରହିଛି ।

ସମ୍ପାଦକୀୟ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.