ହାଇଦ୍ରାବାଦ: ଇସ୍ରାଏଲର ସାମରିକ ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରୁଥିଲେ ବିକ୍ଷୋଭକାରୀ । ଏହି ସମୟରେ ଜଣେ ବିକ୍ଷୋଭକାରୀ ଲେବାନନ ପତାକା ଉଡାଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଗତ ମଙ୍ଗଳବାର(ସେପ୍ଟେମ୍ବର 24)ରେ ଲସ୍ ଆଞ୍ଜେଲସ ବିଲଡିଂ ସମ୍ମୁଖରେ ଏଭଳି ଦୃଶ୍ୟ ନଜରକୁ ଆସିଥିଲା । ବିକ୍ଷୋଭରାରୀ ଯେଉଁ ପ୍ଲାକାର୍ଡ ଧରିଥିଲେ ସେଥିରେ 'ଗାଜା ଓ ଲେବାନନରେ ଚାଲିଥିବା ଯୁଦ୍ଧ ସମାପ୍ତ କର' ବୋଲି ଉଲ୍ଲେଖ ରହିଥିଲା । ଗାଜା ଷ୍ଟ୍ରିପ ଉପରେ ଇସ୍ରାଏଲର ବୋମା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମୃତଦେହକୁ ଦେୟର ଅଲ-ବାଲାରେ ଅନ୍ତିମ ସଂସ୍କାର ପାଇଁ ନେଇଥିଲେ ସମ୍ପର୍କୀୟ ।
'ନ୍ୟାୟ ହୋଇଛି ଦମନ'
ମାର୍ଲିନ ଲୁଥର କିଙ୍ଗ୍ କହିଛନ୍ତି, "ଅରାଜକତା ସବୁଠି ନ୍ୟାୟକୁ ଦମନ କରି ରଖିଛି ।" ଏହାସହ ସେ ଶାସ୍ତ୍ରରେ ଉଲ୍ଲେଖ ଥିବା ବାଣୀ ଗୁଡ଼ିକର ଉଦାହରଣ ଦେଇ କହିଛନ୍ତି ଯେ, ଶାସ୍ତ୍ରରେ ଯାହା ଲେଖା ଅଛି ତାହାକୁ ମାନିବା ଦ୍ବାରା ଭାତୃତ୍ବ ଭାବ ବଢିଥାଏ । ସେ ଆହୁରି କହିଛନ୍ତି, ଗୋଟିଏ ଦେଶ, ରାଜ୍ୟ ବା ସମାଜ ସେତେବେଳେ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଯାଏ ଯେତେବେଳେ ସାମାଜିକ ମତଭେଦ ଓ ବିବାଦ ବୃଦ୍ଧି ପାଏ । ଫ୍ରେଞ୍ଚ୍ ବିପ୍ଳବରୁ ଆରମ୍ଭ କରି ଆମେରିକା ଓ ଋଷ ଆଦି ଦେଶରେ ହୋଇଥିବା ଯୁଦ୍ଧ ଏହାର ଉଦାହରଣ । 'ନ୍ୟାୟ' ହେଉଛି ଏମିତି ଏକ ଶକ୍ତି ଯାହା ସାମାଜିକ, ଅର୍ଥନୈତିକ ଓ ରାଜନୈତିକ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିଥାଏ ।
ଶକ୍ତି ଏବଂ ନ୍ୟାୟ
'ନ୍ୟାୟ'ର କେବେ ପରିସମାପ୍ତି ହୁଏ ନାହିଁ । ବରଂ ସାମାଜିକ ଯୁଦ୍ଧର ପରିସମାପ୍ତି କରିବା ଦିଗରେ ନ୍ୟାୟ ବାଟ କଢାଏ ।
ନ୍ୟାୟ ବିହୀନ ଶକ୍ତି
ଏହାର ଉଦାହରଣ ସ୍ବରୂପ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଗାଜା ବିବାଦର ସାମ୍ପ୍ରତିକ ପରିସ୍ଥିତିକୁ ବିଚାର କରନ୍ତୁ । ଅକ୍ଟୋବର 7ତାରିଖ 2023ରେ ହମାସ ଦ୍ବାରା ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇ ଇସ୍ରାଏଲ ନିଜର ସାମରିକ ଶକ୍ତିର ବ୍ୟବହାର କରିଛି । ଇସ୍ରାଏଲ ଦ୍ବାରା ଅନୁପଯୁକ୍ତ ବଳ ବ୍ୟବହାର କରାଯାଇଛି । ଏହି ଶକ୍ତିର ଦୁରୁପଯୋଗ ସ୍ବରୂପ 40 ହଜାରରୁ ଅଧିକ ନିରୀହ ନାଗରିକଙ୍କ ନିର୍ମମ ହତ୍ୟା କରାଯାଇଥିଲା । 1 ଲକ୍ଷରୁ ଅଧିକ ଗାଜା ବାସିନ୍ଦା ବିସ୍ଥାପିତ ହୋଇଥିଲେ । ଏହି ଅଞ୍ଚଳରେ କ୍ଷୁଧା, ଦାରିଦ୍ର ତଥା ଅନ୍ୟାନ୍ୟ ରୋଗ ବିଷୟରେ ତ ନକହିବା ଭଲ ।
ଇସ୍ରାଏଲ ଆକ୍ରମଣକୁ ସାଉଥ ଆଫ୍ରିକାର ଚ୍ୟାଲେଞ୍ଜ:
ମିଳିତ ଜାତିସଂଘର ସର୍ବୋଚ୍ଚ କୋର୍ଟ ଇସ୍ରାଏଲକୁ ନିନ୍ଦା କରିଛି । ଅପରପକ୍ଷେ,ହମାସରେ ବନ୍ଧକ ରହିଥିବା ନିଜ ନାଗରିକଙ୍କୁ ନ୍ୟାୟ ଦେବା ଉଦ୍ଦେଶ୍ୟରେ ଏପରି କରିଥିବା ଇସ୍ରାଏଲ ପକ୍ଷରୁ କୁହାଯାଇଛି । ଯଦି ଭାରତର ସ୍ଥିତି ବିଷୟରେ ଆଲୋଚନା କରିବା ବିଭିନ୍ନ ରାଜ୍ୟର ସରକାରଙ୍କ ଦ୍ବାରା ନିଆଯାଉଥିବା ବୁଲଡୋଜର ଆକ୍ସନ ଏହାର ଏକ ଉଦାହରଣ । ଏହାକୁ ସେପ୍ଟେମ୍ବର 2024ରେ ନିନ୍ଦା କରିଛନ୍ତି ଆପେକ୍ସ କୋର୍ଟ ।
ଶକ୍ତି ବିହୀନ ନ୍ୟାୟ:
ଯଦିଓ ଶକ୍ତି ବିନା ନ୍ୟାୟ ମିଳିବା ଅସମ୍ଭବ ବୋଲି ମନେ ହୁଏ, ତଥାପି ଜଣେ ଦୁର୍ବଳ ବ୍ୟକ୍ତି ନ୍ୟାୟ ପାଇବା କେବେ ଅସମ୍ଭବ ନୁହେଁ । ଏହାର ଉଦାହରଣ ହେଉଛି 1992ରେ ଜଣେ ମହିଳା ସମାଜସେବୀ ଗଣଦୁଷ୍କର୍ମର ଶିକାର ହୋଇଥିଲେ । ସେ ବାଲ୍ୟ ବିବାହ ରୋକିବା ଦିଗରେ ଉଦ୍ୟମ କରୁଥିଲେ । ଏହି ଘଟଣା ପରେ ମହିଳାଙ୍କ ସୁରକ୍ଷା ପାଇଁ ଦାବି ଜୋର ଧରିଥିଲା । ଯାହାକୁ ନେଇ 1997ରେ 'ବିଶାଖା' ଆଇନ ଆଣିଥିଲେ ସୁପ୍ରିମକୋର୍ଟ । କର୍ମକ୍ଷେତ୍ରରେ ମହିଳାଙ୍କୁ ଦୁଷ୍କର୍ମ ବା ଯୌନ ନିର୍ଯାତନା ରୋକିବା ଦିଗରେ ଏହି ଆଇନ କାର୍ଯ୍ୟକାରୀ ହେଲା । ଏହା ବର୍ଷ ପରେ 2013 ରେ ପୋସ (POSH Act 2013) ପ୍ରଣୟନ କରାଗଲା । ଆଶ୍ଚର୍ଯ୍ୟର କଥା, କୋଲକାତା ଆରଜି କର ହସ୍ପିଟାଲରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଭଳି ଅଭିଯୋଗ ଆସିଛି । ଆହୁରି ମଧ୍ୟ ମାଲାୟଲାମ ଚଳଚ୍ଚିତ୍ର ଜଗତରେ ଯୌନ ଶୋଷଣ ଅଭିଯୋଗ ଆସିଥିଲା । ହେଲେ ଶକ୍ତି ଅଭାବରୁ କାହାରିକୁ ଏଯାଏଁ ନ୍ୟାୟ ମିଳିପାରିନି ।
ମୋଟାମୋଟି ଭାବେ ଦେଖିବାକୁ ଗଲେ, ଶକ୍ତି ସାମର୍ଥ୍ୟ ବିନା ସର୍ବାଧିକ ନ୍ୟାୟ ଶକ୍ତିହୀନ । ଆଉ ନ୍ୟାୟ ବିନା ଶକ୍ତି ବି ମୂଲ୍ୟହୀନ। ଶକ୍ତି ଏବଂ ନ୍ୟାୟ ମଧ୍ୟରେ ଜଟିଳ ସମ୍ପର୍କ ଗଭୀର ଭାବରେ ପ୍ରତିପାଦିତ ହୋଇଛି । ଏକ ନ୍ୟାୟିକ ସାମାଜିକ ଶୃଙ୍ଖଳା ଗଠନ କରିବା ବେଶ ମହତ୍ତ୍ବପୂର୍ଣ୍ଣ। ତେଣୁ ନ୍ୟାୟ ଏବଂ ଶକ୍ତି ମଧ୍ୟରେ ସଠିକ ସନ୍ତୁଳନ ରକ୍ଷା କରିବାକୁ ପଡିବ। ଯାହାଦ୍ୱାରା ଶାନ୍ତି ବଜାୟ ରହିବ ଏବଂ ଧର୍ମ ପ୍ରତିଷ୍ଠା ହେବ। 'ୟତୋଃ ଧର୍ମସ୍ତତୋଃ ଜୟ' ଅର୍ଥାତ୍, ଯେଉଁଠାରେ ଧର୍ମ ଅଛି ସେହିଠାରେ ଶକ୍ତିର ବିଜୟ ହେଇଛି।
( ଉପରୋକ୍ତ ତଥ୍ୟ ଇଟିଭି ଭାରତର କୌଣସି ନିଜସ୍ବ ମତ ନୁହେଁ। ଏହା ଲେଖକଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ମତ।)