ETV Bharat / opinion

2030 ସୁଦ୍ଧା 7 ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥବ୍ୟବସ୍ଥା

USD 7 Trillion Economy: 2030 ସୁଦ୍ଧା 7 ଟ୍ରିଲିୟନ ଡଲାରରେ ପହଞ୍ଚିବ ଭାରତୀୟ ଅର୍ଥବ୍ୟବସ୍ଥା । 4ପ୍ରକାର ଆହ୍ବାନର ସମ୍ମୁଖୀନ ହେବା ସତ୍ତ୍ବେ ଏହା ସମ୍ଭବ ହେବ ବୋଲି କହିଛନ୍ତି ରାଧା ରଘୁରାମପାତରୁନି । ପଢନ୍ତୁ ତାଙ୍କ ଆଲେଖ୍ୟ

Economy
Economy
author img

By ETV Bharat Odisha Team

Published : Feb 27, 2024, 3:46 PM IST

ରାଧା ରଘୁରାମପାତରୁନି

ହାଇଦ୍ରାବାଦ: କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଗତ 1 ତାରିଖରେ ଆର୍ଥିକ ବର୍ଷ 2024-25 ଲାଗି ଅନ୍ତରୀଣ ବଜେଟ ଉପସ୍ଥାପନ କରିଥିଲେ । ଦିନକ ପୂର୍ବରୁ ଦୁଇ ପେଜର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନା କରିଥିଲେ । ଆର୍ଥିକ ସର୍ବେକ୍ଷଣ ଅକ ବ୍ୟାପକ ବାର୍ଷିକ ରିପୋର୍ଟ ଅଟେ । ଯାହା ଗତ ଆର୍ଥିକ ବର୍ଷରେ ଭାରତୀୟ ଅର୍ଥବ୍ୟବସ୍ଥାକୁ ପ୍ରତିପାଦିତ କରିଥାଏ । ବଜେଟ ଉପସ୍ଥାପନ କରିବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଅର୍ଥମନ୍ତ୍ରୀ ଉପସ୍ଥାପନା କରିଥାଆନ୍ତି । କିନ୍ତୁ ଚଳିତ ବର୍ଷ ଭୋଟ ଅନ ଆକାଉଣ୍ଟ ବଜେଟ କାରଣରୁ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନା କରାଯାଇ ନାହିଁ । ଆଗକୁ ନିର୍ବାଚନ ରହିଥିବାକୁ ଚଳିତ ଥର କେବଳ ଅନ୍ତରୀଣ ବଜେଟ ଉପସ୍ଥାପନା କରାଯାଇଛି ।

ଅର୍ଥମନ୍ତ୍ରଣାଳୟ ଦ୍ବାରା ଉପସ୍ଥିପାପିତ ବିଗତ 10 ବର୍ଷରେ ଅର୍ଥନୈତିକ ନୀତିର ପ୍ରଭାବ ଓ ଭବିଷ୍ୟତର ନୀତି ପାଇଁ ଆର୍ଥିକ ନୀତି ପ୍ରସ୍ତୁତ କରିଛି । ଅର୍ଥ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ଭାରତୀୟ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନାରେ ଦର୍ଶାଯାଇଛି ଯେ, ଦିନକୁ ଦିନ ବଢୁଥିବା ରାଜନୈତିକ ତିକ୍ତତା ଏବଂ ବିଶ୍ବସ୍ତରୀୟ ଆହ୍ବାନ ସତ୍ତ୍ବେ ଅର୍ଥନୈତିକ ଅଭିବୃଦ୍ଧିର ଧାରା ବଜାୟୀ ରହିଛି । ତେବେ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଆଗାମୀ 6ରୁ 7 ବର୍ଷ ମଧ୍ୟରେ ଅର୍ଥାତ 2030 ସୁଦଅଧା ଭାରତର ଅର୍ଥନୀତି 7ଟ୍ରିଲିୟନ ଡଲାରରେ ପହଞ୍ଚିବ । ଏହା ଭାରତର ଅର୍ଥବ୍ୟବସ୍ଥାରେ ସମ୍ଭବ ହେବ । କିନ୍ତୁ 4ଟି ଚାଲେଞ୍ଜର ସାମ୍ନା କରିବାକୁ ପଡିଛି । ସେବା କ୍ଷେତ୍ର ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବିପଦ, ଶକ୍ତି ସୁରକ୍ଷା ଏବଂ ବ୍ୟାପାର ବାଣିଜ୍ୟରେ ସମସ୍ୟା, ଆର୍ଥନୈତିକ ଅଭିବୃଦ୍ଧି ଏବଂ ଦକ୍ଷ ଶ୍ରମିକର ଉପଲବ୍ଧତା ।

ଏହା ମଧ୍ୟ ପଢନ୍ତୁ: 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ କେବେ ପହଞ୍ଚିବ ଭାରତ ?

ଅର୍ଥ ମନ୍ତ୍ରଣାଳୟର ରିପୋର୍ଟରେ ଦର୍ଶାଯାଇଛି ଯେ, ଦିନକୁ ଦିନ ଏକୀକୃତ ଅର୍ଥବ୍ୟବସ୍ଥା ସମୟରେ ଭାରତର ଅଭିବୃଦ୍ଧି ଦୃଷ୍ଟିକୋଣ କେବଳ ଘରୋଇ ପ୍ରଦର୍ଶନ ନୁହେଁ ବରଂ ବିଶ୍ବର ବିକାଶର ପ୍ରଭାବ ଉପରେ ନିର୍ଭର କରେ । ଭୂ- ଅର୍ଥନୈତିକ ବିଭାଜନ ବୃଦ୍ଧି ଏବଂ ହାଇପର-ଗ୍ଲୋବାଲାଇଜେସନର ମନ୍ଥରତା ମିତ୍ରତା ଏବଂ ସୋରିଂ ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବ ପୂର୍ବରୁ ହିଁ ବୈଶିକ ବ୍ୟାପାର ଏବଂ ଏହା ପରେ ବିଶ୍ୱ ଅଭିବୃଦ୍ଧି ଉପରେ ପ୍ରଭାବ ପକାଉଛି । ଲୋହିତ ସାଗର ଅଞ୍ଚଳରେ ଘଟିଥିବା ଘଟଣା ବିଶ୍ବର ଯୋଗାଣ ଶୃଙ୍ଖଳା ଉପରେ ନିର୍ଭରଶୀଳତାକୁ ନେଇ ଚିନ୍ତାର କାରଣ ହୋଇଛି । 2023 ମସିହାରେ ବିଶ୍ବ ବାଣିଜ୍ୟର ମନ୍ଥର ଅଭିବୃଦ୍ଧିକୁ ଆହୁରି ବୃଦ୍ଧି କରିଛି । ବିଗତ ଏକ ଦଶନ୍ଧି ମଧ୍ୟରେ ଗ୍ରହଣ କରାଯାଇଥିବା ଏବଂ ଲାଗୁ ହୋଇଥିବା ନୀତି ଯୋଗୁଁ ଆଜି ଏହି ଚାଲେଞ୍ଜ ଗୁଡିକର ସାମ୍ନା କରିବା ସହଜ ହୋଇପାରିଛି । ଭାରତୀୟ ଅର୍ଥନୀତି ପୂର୍ବ ଅପେକ୍ଷା ଭଲ ସ୍ଥାନରେ ରହିଛି ।

ସରକାରଙ୍କ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ସେବା କ୍ଷେତ୍ରର ରୋଜଗାର ଉପରେ ସମ୍ଭାବିତ ପ୍ରଭାବ କାରଣରୁ ଏଆଇର ଆଗମନ ବିଶ୍ବସ୍ତରରେ ସରକାରଙ୍କ ପାଇଁ ବଡ ଆହ୍ବାନ ହୋଇଛି । ଏହା ଭାରତ ପାଇଁ ବିଶେଷ ରୁଚିର ବିଷୟ ସାଜିଛି । କାରଣ ସେବା କ୍ଷେତ୍ର ଭାରତର ଜିଡିପିରେ(ଭାରତର ମୋଟ ଘରୋଇ ଉତ୍ପାଦ) 50 ପ୍ରତିଶତରୁ ଅଧିକ ଯୋଗଦାନ ଦେଇଥାଏ । କିନ୍ତୁ ଚାଲେଞ୍ଜ ସତ୍ତ୍ବେ ମଧ୍ୟ ଜିଡିପି ବୃଦ୍ଧିର ପୂର୍ବାନୁମାନ ଗତିଶୀଳ ହେବ ଏବଂ ଏହି ଚାଲେଞ୍ଜ ଗୁଡିକ ସତ୍ତ୍ବେ ଜିଡିପି ହାର 7 ପ୍ରତିଶତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗକୁ ବିଶ୍ବବ୍ୟାପୀ ନୀତି ନିର୍ମାତାମାନେ ଆକ୍ରମଣାତ୍ମକ ଭାବରେ ସମାଧାନ କରୁଛନ୍ତି । ବିକାଶଶୀଳ ଦେଶମାନେ ସେମାନଙ୍କ ଅର୍ଥନୀତିକୁ ବୃଦ୍ଧି କରିବା ପାଇଁ ପ୍ରଶ୍ନର ସାମ୍ନା କରିଛନ୍ତି । ନେଟ୍ ଜିରୋ ଟାର୍ଗେଟକୁ ନେଇ ଭାରତ ପୁରା ସହମତି ହୋଇଛି । 2070 ସୁଦ୍ଧା ନବୀକରଣ ଉତ୍ସାରେ ପରିଣତ ହେବ । ଶକ୍ତି ନିରାପତ୍ତା ଏବଂ ଅର୍ଥନୈତିକ ଅଭିବୃଦ୍ଧି ମଧ୍ୟରେ ବାଣିଜ୍ୟ ବନ୍ଦ ହେଉଛି । ଭୌଗୋଳିକ, ରାଜନୈତିକ, ବୈଷୟିକ, ଆର୍ଥିକ, ଅର୍ଥନୈତିକ ଏବଂ ସାମାଜିକ ତଥା ଅନେକ ଦେଶ ଦ୍ବାରା ଆପଣାଯାଇଥିବା ନୀତିଗତ କାର୍ଯ୍ୟକଳାପ ଅନ୍ୟ ଅର୍ଥବ୍ୟବସ୍ଥାକୁ ପ୍ରଭାବିତ କରିଥାଏ ।

ଭାରତୀୟ ଜନସଂଖ୍ୟାର 65 ପ୍ରତିଶତ 35 ବର୍ଶଷରୁ କମ୍ ବର୍ଗର ରହିଛନ୍ତି । 2055ରୁ 2056 ବର୍ଷ ପର୍ଯ୍ୟନ୍ତ ଏହି ଧାରା ବଜାୟୀ ରହିପାରେ । ସାର୍ବଜନୀନ କ୍ଷେତ୍ରରେର ପୁଞ୍ଜି ବିନିଯୋଗ 10 ବର୍ଷ ମଧ୍ୟରେ ବୃଦ୍ଧି ପାଇଛି । ଏହା ସ୍ଥିର ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବା ପାଇଁ ଅଦ୍ୟମ ପ୍ରତିବଦ୍ଧତା ସୃଷ୍ଟି କରିଛି । ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ତଥ୍ୟ ଅନୁସାରେ, ଭାରତ ବିଶ୍ବର 5ମ ବୃହତ୍ତମ ଅର୍ଥବ୍ୟବସ୍ଥା ହୋଇପାରିଛି । ଭାରତର ଜିଜିପି(4,112 ବିଲିୟନ ଡ଼ଲାର), ଜାପାନ(4,291 ବିଲିୟନ ଡ଼ଲାର), ଜର୍ମାନୀ (4,730 ବିଲିୟନ ଡ଼ଲାର), ଚାଇନା (18,566 ବିଲିୟନ ଡ଼ଲାର) ଏବଂ ଆମେରିକା (27,974 ବିଲିୟନ ଡ଼ଲାର) । ଆଗାମୀ ଦିନରେ ଭାରତର ଡିଜିପି 4.2 ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି । ତେବେ 2027 ସୁଦ୍ଧା ତୃତୀୟ ବୃହତ୍ତ ଅର୍ଥନୀତି ହେବା ପାଇଁ 9.1 ହାରାହାରି ଅଭିବୃଦ୍ଧି କରିବାର ଆବଶ୍ୟକତା ରହିଛି । ବର୍ତ୍ତମାନ 5ମ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପହଞ୍ଚି ପାରିଥିବା ବେଳେ ଜାପାନ ଏବଂ ଜର୍ମାନୀକୁ ଅତିକ୍ରିମ କରିଛି । ଏହି ଅଭିବୃଦ୍ଧି ପାଇଁ ଆଉ 3 ବର୍ଷ ଲାଗିବା ନେଇ ଆଶା କରାଯାଉଛି । 2030 ସୁଦ୍ଧା ଭାରତର ଅର୍ଥନୀତି 7 ଟ୍ରିଲିୟନ ଡଲାରରେ ପହଞ୍ଚିବା ନେଇ ଆଶା କରାଯାଉଛି ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.