ETV Bharat / opinion

ଭାରତ ଓ ଜି-7: ପାଶ୍ଚାତ୍ୟ ସହ ଯୋଡି ହେବାର ଏକ ପ୍ରୟାସ - INDIA AND THE G7 - INDIA AND THE G7

India and the G7: ଜି-7 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି । ଭାରତର ବୈଦେଶିକ ନୀତି ଓ ବୈଶ୍ବିକ ଗୁରୁତ୍ବ ପାଇଁ କେତେ ପ୍ରଭାବୀ । ପଢନ୍ତୁ ସଞ୍ଜୟ ପୁଲିପକାଙ୍କ ଆଲେଖ୍ୟ...

ଭାରତ ଓ ଜି-7
ଭାରତ ଓ ଜି-7 (ETV Bharat Odisha)
author img

By ETV Bharat Odisha Team

Published : Jun 18, 2024, 2:04 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ କାର୍ଯ୍ୟକାଳ ଆରମ୍ଭରେ ଭାରତର ପଡୋଶୀ ନୀତି ପ୍ରତିଫଳିତ ହୋଇଥିଲା । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ହୋଇଥିଲେ ଦକ୍ଷିଣ-ଏସିଆର ରାଷ୍ଟ୍ରମୁଖ୍ୟମାନେ । ଦକ୍ଷିଣ ଏସୀୟ-ଦେଶର ନେତାମାନଙ୍କୁ ଆମନ୍ତ୍ରଣ କରି ମୋଦି ସରକାର ଏହା ସୂଚାଇ ଦେଇଛନ୍ତି ଯେ ତାଙ୍କର ସକ୍ରିୟ ବୈଦେଶିକ ନୀତିରେ ନିରନ୍ତରତା ଏହି ପାଳିରେ ମଧ୍ୟ ପୂର୍ବ ପରି ଜାରି ରହିବ ।

ଶପଥ ଗ୍ରହଣର କିଛି ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ପ୍ରଥମ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ମଧ୍ୟ ଅଂଶଗ୍ରହଣ କରି ଫେରିଛନ୍ତି, ଏହା ଥିଲା ଇଟାଲୀରେ ଆୟୋଜିତ ଜି-7 ଶିଖର ସମ୍ମିଳନୀ । ବିକଶିତ ପାଶ୍ଚାତ୍ୟ ଦେଶମାନଙ୍କ ସହ ଭାରତର କୂଟନୈତିକ ଅଂଶଗ୍ରହଣ ଏହି ସମ୍ମିଳନୀର ଏକ ବଡ ଦିଗ ଥିଲା । ଭାରତର ପ୍ରାଧ୍ୟାନ୍ୟତା ବୃଦ୍ଧିକୁ ଏକ ଗୁରୁତ୍ୱପୂର୍ଣ୍ଣ ଅର୍ଥନୈତିକ ଶକ୍ତି ଭାବରେ ଦୋହରାଇବା ଏବଂ ଗ୍ଲୋବାଲ ସାଉଥ (ଦକ୍ଷିଣ ବିଶ୍ବ) ଚିନ୍ତାଧାରାକୁ ସ୍ପଷ୍ଟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଂଶଗ୍ରହଣ ଏହି ସମ୍ମିଳନୀର ଏକ ଗୁରୁତ୍ବପୂର୍ଣ୍ଣ ଦିଗ ଥିଲା ।

ଭାରତ ଓ ଜି-7: ପାଶ୍ଚାତ୍ୟ ସହ ଯୋଡି ହେବାର ଏକ ପ୍ରୟାସ
ଭାରତ ଓ ଜି-7: ପାଶ୍ଚାତ୍ୟ ସହ ଯୋଡି ହେବାର ଏକ ପ୍ରୟାସ (ETV Bharat Odisha)

ଚଳିତବର୍ଷ ଇଟାଲୀ ଅଧ୍ୟକ୍ଷତାରେ ଆୟୋଜିତ ଜି-7 ଶିଖର ସମ୍ମିଳନୀ 50ତମ ସଂସ୍କରଣରେ ପହଞ୍ଚିଛି । ଶୀତଳ ଯୁଦ୍ଧ ସମରେ ଏହି ଜି-7 ପ୍ରଥମେ ଗଠନ ହୋଇଥିଲା । ସେହି ସମୟର ପ୍ରମୁଖ ଉଦାରବାଦୀ ଗାଣତାନ୍ତ୍ରିକ ଅର୍ଥନୈତିକ ରାଷ୍ଟ୍ରମାନେ ଏହି ଶିଖର ସମ୍ମିଳନୀର ସଦସ୍ୟ ଭାବେ ରହିଥିଲେ । ଆଜି ମଧ୍ୟ ଜି-7ରେ ସେହି ସମାନ ଦେଶମାନେ ସେମାନଙ୍କର ସଦସ୍ୟତା ବଜାୟ ରଖିଛନ୍ତି । ଆମେରିକା, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ବ୍ରିଟେନ ଏହି ସମ୍ମିଳନୀର ସଦସ୍ୟ ଭାବରେ ରହିଛନ୍ତି ।

ଭାରତ ବିଶ୍ବର ଶ୍ରେଷ୍ଠ ପାଞ୍ଚ ଅର୍ଥନୀତି ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ଏହା ଜି-7ର ସଦସ୍ୟ ରାଷ୍ଟ୍ର ନୁହେଁ । ଏହାର ପ୍ରମୁଖ କାରଣ ହେଉଛି, ଭାରତ ଏପର୍ଯ୍ୟନ୍ତ ଏକ ବିକାଶଶୀଳ ଦେଶ ଭାବେ ପରିଗଣିତ ହେଉଛି । ବିକଶିତ ଦେଶ ଭାବେ ମାନ୍ୟତା ପାଇନାହିଁ । ନିକଟ ଅତୀତରେ, ଭାରତର ଅର୍ଥନୀତିରେ ଚମତ୍କାର ଅଭିବୃଦ୍ଧି ମଧ୍ୟ ହୋଇଛି । ଅର୍ଥବ୍ୟବସ୍ଥାକୁ ବାଦ ଦେଲେ ଭାରତ ହେଉଛି ବିଶ୍ବର ସର୍ବବୃହତ ଗଣତନ୍ତ୍ର । ଏପର୍ଯ୍ୟନ୍ତ ଭାରତ 11ଟି ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିସାରିଛି । ପ୍ରଧାନମନ୍ତ୍ରୀ ମୋଦି କେନ୍ଦ୍ରରେ କ୍ଷମତାସୀନ ହେବା ପରେ କ୍ରମାଗତ ପାଞ୍ଚଟି ବୈଠକରେ ଭାରତକୁ ପ୍ରତିନିଧିତ୍ବ କରିଛନ୍ତି । ଏହି ଅଂଶଗ୍ରହଣ ଫଳରେ ଭାରତର ଅନେକ ଜି-7 ଦେଶମାନଙ୍କ ସହ ଅର୍ଥନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଉଛି । ତେଣୁ ଅନ୍ତର୍ଜାତୀୟ ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ପ୍ଲାଟଫର୍ମରେ ନୂଆଦିଲ୍ଲୀ ଏହି ଦେଶଗୁଡିକ ସହିତ ଯୋଗାଯୋଗ କରିବା ବର୍ତ୍ତମାନ ସମୟରେ ଅତ୍ୟନ୍ତ ଜରୁରୀ ହୋଇପଡିଛି ।

ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ ମୋଦିଙ୍କ ଆଲୋଚନା:-

ଜି-7 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ.ବାଇଡେନ, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ଭଳି ଅନେକ ରାଷ୍ଟ୍ରମୁଖ୍ୟଙ୍କ ବ୍ୟକ୍ତିଗତ ଆଲୋଚନା ମଧ୍ୟ କରିଛନ୍ତି । ଏହା ଏକ ସଫଳ ବୈଦେଶିକ ସମ୍ପର୍କ ମଧ୍ୟ । ଭାରତ ଏବଂ ଚଳିତଥରର ଆୟୋଜକ ଇଟାଲୀ ମଧ୍ୟରେ ସ୍ୱଚ୍ଛ ଓ ନବୀକରଣଯୋଗ୍ୟ ଶକ୍ତି, ଉତ୍ପାଦନ, ମହାକାଶ ଏବଂ ଟେଲିକମ କ୍ଷେତ୍ରରେ ଆଲୋଚନା ହୋଇଛି । ସେହିପରି ଜାପାନ ପ୍ରତିପକ୍ଷ ଫ୍ୟୁମିଓ କିଶିଦାଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆଲୋଚନା ହୋଇଛି । ଜାପାନ-ଭାରତ ମଧ୍ୟରେ ବହୁଚର୍ଚ୍ଚିତ ଯୋଗାଯୋଗ ପ୍ରକଳ୍ପ ମୁମ୍ବାଇ-ଅହମ୍ମଦାବାଦ ହାଇସ୍ପିଡ ରେଳ ପ୍ରକଳ୍ପ (ବୁଲେଟ ଟ୍ରେନ) ଉପରେ ମଧ୍ୟ ଆଲୋଚନା କରିଥିଲେ ଉଭୟ ରାଷ୍ଟ୍ରମୁଖ୍ୟ ।

ମୋଦି, ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ଦ୍ୱିପାକ୍ଷିକ ମୁକ୍ତ ବାଣିଜ୍ୟ ଚୁକ୍ତି ପ୍ରସଙ୍ଗରେ ଏବେ ଭାରତ ଏବଂ ବ୍ରିଟେନ ଏକ ଉନ୍ନତ ସ୍ଥିତିରେ ରହିଛନ୍ତି । ବ୍ରିଟେନ ୟୁରୋପୀୟ ସଂଘରୁ ଓହରିଯିବା ପରେ ଭାରତ ଭଳି ଉଦୀୟମାନ ତଥା ବିଶାଳ ଅର୍ଥନୀତି ସହିତ ଆର୍ଥିକ ଯୋଗଦାନ ବୃଦ୍ଧି କରିବା ଅପରିହାର୍ଯ୍ୟ ହୋଇପଡିବା ପରି ମନେ ହେଉଛି ।

ପୋପଙ୍କୁ ଭେଟିଲେ ଭାରତ ନିମନ୍ତ୍ରଣ କଲେ ମୋଦି:-

ସେହିପରି ପ୍ରଧାନମନ୍ତ୍ରୀ ମୋଦି ପୋପ ଫ୍ରାନ୍ସିସଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ ଏବଂ ସେମାନେ ଏକ ସଂକ୍ଷିପ୍ତ ବାର୍ତ୍ତାଳାପ ମଧ୍ୟ କରିଥିବାର ନଜର ଆସିଥିଲେ । ଯାହା ଗଣମାଧ୍ୟମରେ ବେଶ ଚର୍ଚ୍ଚା ସୃଷ୍ଟି କିରଥିଲା । ମୋଦି ପୋପଙ୍କୁ ଭାରତ ଗସ୍ତ କରିବାକୁ ଆମନ୍ତ୍ରଣ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଜି-7 ପ୍ଲାଟଫର୍ମରେ ଭାରତୀୟ ଗଣତନ୍ତ୍ରର ଶକ୍ତି ଏବଂ ଦେଶରେ ସାମ୍ପ୍ରତିକ ନିର୍ବାଚନକୁ ସଫଳତାକୁ ଏକ ଅସାଧାରଣ ଉପଲବ୍ଧି ଭାବେ ମଧ୍ୟ ଦର୍ଶାଇଥିଲେ ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ୟୁରୋପୀୟ ରାଷ୍ଟ୍ର ଫ୍ରାନ୍ସ, ବ୍ରିଟେନ ଏବଂ ଆମେରିକା ଭଳି କେତେକ ଜି7 ସଦସ୍ୟ ଦେଶରେ ଏହି ବର୍ଷ ନିର୍ବାଚନ ହେବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ବାଇଡେନ ଏବଂ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକ ସେମାନଙ୍କର ପ୍ରଥମ କାର୍ଯ୍ୟକାଳରେ ଅଛନ୍ତି । ଉଭୟ କିଛି ପ୍ରସଙ୍ଗରେ କଠୋର ବିରୋଧର ସମ୍ମୁଖୀନ ହେଉଛନ୍ତି । ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନିର୍ବାଚିତ ହୋଇ ରେକର୍ଡର ଅଧିକାରୀ ହୋଇଛନ୍ତି । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ନିଜ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି,ଯେ ଭାରତୀୟ ନିର୍ବାଚନର ଫଳାଫଳ ସମଗ୍ର ଗାଣତାନ୍ତ୍ରିକ ଜଗତର ବିଜୟ ସଦୃଶ ।

ଏହା ମଧ୍ୟ ପଢନ୍ତୁ :- ଇଟାଲୀରେ ମୋଦି, G7 ଶିଖର ସମ୍ମିଳନୀରେ ହେବେ ସାମିଲ - G7 Summit

ଜି7 ଦେଶମାନେ ଅନ୍ତର୍ଜାତୀୟ ଯୋଗାଯୋଗ କ୍ଷେତ୍ରରେ ବଡ ପରିବର୍ତ୍ତନ ଆଣିବାକୁ ଯାଉଥିବା ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ ଅର୍ଥନୈତିକ କରିଡର ପ୍ରକଳ୍ପକୁ ସମର୍ଥନ ଜଣାଇଥିବା ବେଳେ ବୈଶ୍ୱିକ ରାଜନୀତିରେ ଚୀନ୍‌ର ଭୂମିକାକୁ ତୀବ୍ର ସମାଲୋଚନା କରିଆସିଛନ୍ତି । ଏହି ପ୍ରକଳ୍ପ ଗତବର୍ଷ ଭାରତ ଅଧ୍ୟକ୍ଷତାରେ ଆୟୋଜିତ ଜି-20 ସମ୍ମିଳନୀରେ ଆତ୍ମପ୍ରକାଶ କରିଥିଲା । ଦକ୍ଷିଣ ଚୀନ ସାଗର ଏବଂ ତାଇୱାନର ସାର୍ବଭୌମତ୍ବରେ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ବିଭିନ୍ନ ୟୁରୋପୀୟ ଓ ବିଶେଷ ଭାବେ ଜି-7ର ସଦସ୍ୟ ରାଷ୍ଟ୍ରମାନେ ସମାଲୋଚନା କରିଛନ୍ତି । ଏହା ସହ ୟୁକ୍ରେନକୁ ମଧ୍ୟ ପାଶ୍ଚାତ୍ୟ ରାଷ୍ଟ୍ରସମୂହଙ୍କ ସହାୟତା ଲମ୍ବିଛି । ଚୀନ ଏହି ପ୍ରସଙ୍ଗରେ ଋଷକୁ ସମର୍ଥନ କରୁଥିବା କାରଣରୁ ମଧ୍ୟ ବିଭିନ୍ନ ପଶ୍ଚିମ ରାଷ୍ଟ୍ର ଚୀନ ବିରୋଧୀ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଯାହା ଭାରତ ପାଇଁ ଏକ ଭଲ ସଙ୍କେତ ମଧ୍ୟ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.