ETV Bharat / opinion

'ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା'ରେ ବଡ଼ ଉପଲବ୍ଧି, ଏମିତି ଥିଲା ୧୦ ବର୍ଷର ଯାତ୍ରା - PM Jan Dhan Yojana

author img

By Aroonim Bhuyan

Published : Aug 14, 2024, 10:49 PM IST

PM Jan Dhan Yojana: ଚଳିତ ସ୍ବାଧୀନତା ଦିବସରେ 'ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା'କୁ ମଧ୍ୟ ୧୦ ବର୍ଷରେ ପୂରଣ ହେବ । ୧୦ବର୍ଷର ଏହି ଯାତ୍ରାରେ କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଉପଲବ୍ଧି, କାର୍ଯ୍ୟକାରିତା କିପରି ରହିଥିଲା? ଆଗକୁ କ'ଣ

PM Jan Dhan Yojana
PM Jan Dhan Yojana (ETV Bharat)

ନୂଆଦିଲ୍ଲୀ: ଦେଶ ପାଳିବାକୁ ଯାଉଛି ୭୮ ତମ ସ୍ବାଧୀନତା ଦିବସ । ଆଉ ଏହା ସହ ତାଳ ଦେଇ 'ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା'କୁ ମଧ୍ୟ ୧୦ ବର୍ଷ ପୂରଣ ହେବ । ଏହା କେନ୍ଦ୍ର ସରକାରଙ୍କ ଏକ ବଡ଼ ଉପଲବ୍ଧି ହୋଇଥିବାବେଳେ ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ବଡ଼ ସମ୍ଭାବନା ସୃଷ୍ଟି କରିଛି ।

PMJDYର ଶୁଭାରମ୍ଭ:

ଏନଡିଏର ମୋଦି ସରକାରଙ୍କ ଶାସନ ଆରମ୍ଭରୁ କରାଯାଇଥିବା ଅନେକ ଯୋଜନା ମଧ୍ୟରେ 'ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା' ଅନ୍ତର୍ଭୁକ୍ତ । ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା (PMJDY) ଅନେକ ଲକ୍ଷ୍ୟକୁ ନେଇ 2014ମସିହା ସ୍ବାଧୀନତା ଦିବସ ଅର୍ଥାତ୍ ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିଲା । ଯେପରିକି ବ୍ୟାଙ୍କିଂ ସେବା, ସଞ୍ଚୟ, ଜମା ଖାତା, ଟଙ୍କା ପଠାଇବା, କ୍ରେଡିଟ୍, ବୀମା, ଏବଂ ପେନସନ ଆଦି କ୍ଷେତ୍ରରେ ଏହା ସହାୟକ ହେବ ବୋଲି ଆଶା ପ୍ରକଟ ପାଇଥିଲା ।

ଏହି ଯୋଜନାର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, "ପ୍ରିୟ ଭାଇ ଓ ଭଉଣୀ... ସ୍ବାଧୀନତାର ପର୍ବ ପାଳନ ଅବସରରେ ଏହି ଯୋଜନାର ଶୁଭାରମ୍ଭ କରିବା ମୋ ପାଇଁ ଏକ ଗର୍ବର ବିଷୟ । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ ଏଥିରେ ଅନ୍ତର୍ଭୁକ୍ତ ହେବା ସହ ସମସ୍ତ ବ୍ୟାଙ୍କ ସେବା ପାଇପାରିବେ । ଏମିତି ଲକ୍ଷ ଲକ୍ଷ ପରିବାର ଅଛନ୍ତି, ଯାହାଙ୍କର ମୋବାଇଲ ଫୋନ ଅଛି, ହେଲେ ବ୍ୟାଙ୍କ ଆକାଉଣ୍ଟ ନାହିଁ । ତେଣୁ ଆମେ ଏହି ସ୍ଥିତିରେ ସୁଧାର ଆଣିବାକୁ ଲକ୍ଷ୍ୟ ରଖିଛୁ । ଏହି ଯୋଜନା ସେମାନଙ୍କ ପାଇଁ ଏକ ଦିଗଦର୍ଶନ ଭାବେ ଉଭା ହେବ ।"

PMJDY ରେ କ'ଣ ଅନ୍ତର୍ଭୁକ୍ତ ?

ଏହି ଯୋଜନା ଅଧୀନରେ ଭାରତର ପ୍ରତ୍ୟେକ ପରିବାରକୁ ବ୍ୟାଙ୍କ ସୁବିଧା ଯୋଗାଇଦେବା ନେଇ ଲକ୍ଷ୍ୟ ରହିଛି । ଆର୍ଥିକ ନେଣଦେଣ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏହାଦ୍ବାରା ଦୁର୍ବଳବର୍ଗଙ୍କୁ ଆର୍ଥିକ ସେବା ସ୍ବଳ୍ପ ଖର୍ଚ୍ଚରେ ଯୋଗାଇବା ଦେବା ସମ୍ଭବ ହୋଇପାରିଛି । ଗରିବ ଶ୍ରେଣୀର ବ୍ୟକ୍ତି ବ୍ୟାଙ୍କରେ ନିଜର ସଞ୍ଚିତ ଅର୍ଥ ସହଜରେ ଜମା କରିବାର ସୁଯୋଗ ପାଇପାରୁଛି । ଏହି ବ୍ୟବସ୍ଥାରେ ସେମାନଙ୍କ ବ୍ୟାଙ୍କ ଖାତାକୁ ସରକାର ବିଭିନ୍ନ ଡିବିଟି ମାଧ୍ୟମରେ ସରକାରୀ ଯୋଜନାର ଲାଭ ସିଧାସଳଖ ପଠାଇ ପାରୁଛନ୍ତି । ଖାଲି ସେତିକି ନୁହେଁ, ସମ୍ପୃକ୍ତ ହିତାଧିକାରୀମାନଙ୍କୁ ଗାଁର ମହାଜନଙ୍କ ଶୋଷଣର ଶିକାର ହେବାକୁ ପଡୁନାହିଁ ।

PMJDY ସ୍କିମ ଦ୍ବାରା କ'ଣ ଉପଲବ୍ଧି ମିଳିଛି ?

PMJDY ୱେବସାଇଟ୍ ଗତ ଜୁଲାଇ ୩୧ ସୁଦ୍ଧା ଉପଲବ୍ଧ ଥିବା ତଥ୍ୟ ଅନୁସାରେ, ୫୨.୯୯କୋଟି ନୂଆ ଆକାଉଣ୍ଟ ଖୋଲାଯାଇଛି । ଯେଉଁଥିରେ ଅଧିକାଂଶ (୩୫.୩୭ କୋଟି) ଆକାଉଣ୍ଟ ଗ୍ରାମାଞ୍ଚଳରେ ଖୋଲାଯାଇଥିବା ଜଣାପଡ଼ିଛି । ସେହିପରି ସହରାଞ୍ଚଳର ମେଟ୍ରୋ ବ୍ୟାଙ୍କ ଅଞ୍ଚଳରେ ୧୭.୭୨କୋଟି ଆକାଉଣ୍ଟ ଖୋଲାଗଲାଣି । ୩୫.୯୭ ହିତାଧିକାରୀ ରୁପେ ଡେବିଟ କାର୍ଡ (Rupay Debit Card) ଆବେଦନ କରିଛନ୍ତି । ଆର୍ଥିକ ଅଭିବୃଦ୍ଧି ଦୃଷ୍ଟିକୋଣରୁ ଏହା ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହୋଇଛି । ଏହି ଆକାଉଣ୍ଟଗୁଡିକ ଆଧାର କାର୍ଡ ସହିତ ଲିଙ୍କ୍ ହୋଇଥିବାବେଳେ ପରିଚାଳନା ସହଜ ହେଉଛି । ସେହିପରି ସରକାରୀ ସୁବିଧା ଏବଂ ସବସିଡିର ବିତରଣ ମଧ୍ୟ ସୁବିଧାରେ ହୋଇପାରୁଛି । ଏହା ଡିଜିଟାଲ ପେମେଣ୍ଟକୁ ମଧ୍ୟ ପ୍ରୋତ୍ସାହନ କରୁଛି । ଯାହାକି କୋଭିଡ ମହାମାରୀ ସମୟରେ ସରକାରଙ୍କ ତରଫରୁ ମିଳୁଥିବା ସୁବିଧା ସୁଯୋଗ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହୋଇଥିଲା ।

ଏହା ବି ପଢନ୍ତୁ...Partition Horrors Remembrance Day: ବିଭାଜନ ବିଭୀଷିକାକୁ ମନେ ପକାଇଲେ ମୋଦି, କହିଲେ ବିଭାଜନରେ ପ୍ରଭାବିତଙ୍କ ଜୀବନକୁ ପୁନଃନିର୍ମାଣ ଆବଶ୍ୟକ

ଏହି ସ୍କିମ ପାଇଁ କ'ଣ ଚାଲେଞ୍ଜ ରହିଛି?

ଏହି ଯୋଜନାକୁ ସମାଲୋଚନା କରିଛନ୍ତି ବିରୋଧୀ । ବ୍ୟାଙ୍କଗୁଡିକ ଉପରେ ଅନାବଶ୍ୟକ କାର୍ଯ୍ୟଭାର ସୃଷ୍ଟି କରିଥିବା ଅଭିଯୋଗ ହୋଇଛି । ଜିରୋ ବାଲାନ୍ସ, ମାଗଣା ବୀମା ଏବଂ ଓଭରଡ୍ରାଫ୍ଟ ସୁବିଧା ପରି ଅଫର୍ ରହୁଛି । ହେଲେ ଏନେଇ କେତେକାଂଶରେ ସଚେତନତାର ଅଭାବ ରହିଛି । ତେଣୁ PMJDY ଯୋଜନାକୁ ଆହୁରି ବ୍ୟାପକ କରାଯିବା ନେଇ ଯୋଜନା ହୋଇଛି । ଯାହାକି ଜନଧନ-୨.୦ (Jan Dhan 2.0) ଭାବେ ପରିଚିତ ହେବ । ଆକାଉଣ୍ଟଧାରୀଙ୍କ ସାକ୍ଷରତା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ । ଉତ୍ତମ ସେବା ପାଇଁ ଟେକ୍ନୋଲୋଜିରେ ମଧ୍ୟ ଉନ୍ନତିକରଣ କରାଯିବାର ଆବଶ୍ୟକତା ରହିଛି । ଏହାସହ ୟୁନିଫାଏଡ ପେମେଣ୍ଟ ପ୍ରୋଗ୍ରାମ (UPI) ଏବଂ ଭାରତ ଇଣ୍ଟରଫେସ ଫର ମନି (BHIM)ର ପ୍ରଚାର ପ୍ରସାର ସହ ଡିଜିଟାଲ ବ୍ୟାକିଂକୁ ଗୁରୁତ୍ବ ଦିଆଯିବ । ସେହିପରି SHG ବା କ୍ଷୁଦ୍ର ଉଦ୍ୟୋଗକୁ ମଧ୍ୟ ପ୍ରୋତ୍ସାହନ ଯୋଗାଇଦିଆଯିବାର ଆବଶ୍ୟକତା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.