ଲେଖକ- ଗୁରୁଚରଣ ଦାସ
ହାଇଦ୍ରାବାଦ: ଭାରତର ଅର୍ଥନୀତି ଦ୍ରୁତ ଗତିରେ ଅଗ୍ରସର ହେଉଛି ସତ। କିନ୍ତୁ ଆବଶ୍ୟକୀୟ ପରିମାଣରେ ନିଯୁକ୍ତି ସୃଷ୍ଟି କରିବାରେ ଭାରତ ବିଫଳ । ଏହା ପଛର କାରଣ ହେଉଛି ଶିଳ୍ପ କ୍ଷେତ୍ରରେ ବିପ୍ଳବ । ଅପରପକ୍ଷେ, ନିକଟରେ ଏକ ସଫଳତାର କାହାଣୀ ସାମନାକୁ ଆସିଛି। ଯେଉଁଥିରୁ ଅନେକ ଶିକ୍ଷା ମିଳିପାରିବ ।
30 ବର୍ଷରେ 6 ପ୍ରତିଶତ ବୃଦ୍ଧି:
1991 ମସିହା ପରଠାରୁ ଭାରତର ଅର୍ଥନୀତି ଅଭିବୃଦ୍ଧି ଖୁବ ଉତ୍ସାହଜନକ ଥିଲା । 30 ବର୍ଷ ମଧ୍ୟରେ ବାର୍ଷିକ 6 ପ୍ରତିଶ୍ରୁତି ଅଭିବୃଦ୍ଧି ହେଉଥିଲା । 450 ମିଲିୟନ ଜନସଂଖ୍ୟା ଦାରିଦ୍ର୍ୟରୁ ମୁକୁଳିଥିଲେ । ମଧ୍ୟବିତ୍ତ ଶ୍ରେଣୀର ଜନସଂଖ୍ୟା 10%ରୁ 30% ବୃଦ୍ଧି ପାଇଥିଲା। ହେଲେ ଉତ୍ପାଦନ GDPର 15%ରୁ କମ୍ ରହିଥିଲା । ସେହିପରି ନିଯୁକ୍ତି ହାର ଜନସଂଖ୍ୟାର ମାତ୍ର 11ପ୍ରତିଶତ ରହିଥିଲା । ଏହାସହ ବିଶ୍ବ ସ୍ତରରେ ରପ୍ତାନି ମାତ୍ର 2% ରହିଥିଲା । ଜାପାନ, କୋରିଆ ଏବଂ ତାଇୱାନ ଭଳି ପୂର୍ବ ଏସିଆର ସଫଳ ଦେଶ ଗୁଡ଼ିକ ଶ୍ରମ ଉତ୍ପାଦ କ୍ଷେତ୍ରରେ ଅଧିକ ଗୁରୁତ୍ବ ଦେଉଥିବାର ନଜିର ରହିଛି । ଯାହାର ପ୍ରମୁଖ ଉଦାହରଣ ସାଜିଛି ଚୀନ ।
ଚାକିରି ସମସ୍ୟା:
ଭାରତର ସମସ୍ୟା ବେରୋଜଗାର ନୁହେଁ ବରଂ ରୋଜଗାରକ୍ଷମ କରାଇବାରେ ସମସ୍ୟା । ପର୍ଯ୍ୟାୟକ୍ରମେ ହେଉଥିବା ଶ୍ରମ ସର୍ବେକ୍ଷଣରେ ନିଯୁକ୍ତି ସମସ୍ୟା ନେଇ ବିଶେଷ ତଥ୍ୟ ପ୍ରକାଶ ପାଇନାହିଁ । ଏପରିକି ବହୁ ଯୁବବର୍ଗ ଅଳ୍ପ କିଛି ଟଙ୍କା ପାଇଁ ଅନୈତିକ କାର୍ଯ୍ୟରେ ଲିପ୍ତ ହେବାକୁ ମଧ୍ୟ ପଛାନ୍ତି ନାହିଁ । କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ଏକ ସର୍ଭେ ହୋଇଥିଲା । ଯେଉଁଥିରେ ଚାକିରି ସମସ୍ୟାକୁ ନେଇ ସମସ୍ତଙ୍କ କ୍ଷୋଭ ଜଣାପଡ଼ିଥିଲା । ଆଉ ଏହାର ପରିଣାମ ନିର୍ବାଚନକୁ କିଛିକାଂଶରେ ପ୍ରଭାବିତ କରିଥିବା ଦେଖିବାକୁ ମିଳିଛି ।
ଭାରତ ପାଇଁ ଖୁସି ଖବର:
ଏକ ଭଲ ଖବର ମଧ୍ୟ ରହିଛି । ଜଣେ ବିଶ୍ବସ୍ତରୀୟ ନେତା ଭାରତକୁ ଉତ୍ପାଦନର ଦ୍ବିତୀୟ ହବ୍ ଭାବେ ବାଛିଛନ୍ତି । 2021 ପର୍ଯ୍ୟନ୍ତ ଆପଲ ଆଇଫୋନ( Apple Iphone) ସମ୍ପୂର୍ଣ୍ଣ ଭାବେ ଚୀନରେ ତିଆରି ହେଉଥିଲା । ହେଲେ ଆଜି ଭାରତରେ ଏହା 1 ଲକ୍ଷ 50 ହଜାର ନିଯୁକ୍ତି ସୃଷ୍ଟି କରିଛି । ଯେଉଁଥିରେ 70% ମହିଳା ମଧ୍ୟ ରହିଛନ୍ତି । ଏହା ଅନୁମାନିକ 4 ଲକ୍ଷ 50ହଜାର ଲୋକଙ୍କୁ ପରୋକ୍ଷରେ ରୋଜଗାର ପ୍ରଦାନ କରୁଛି ।
ଆଇଫୋନ ଉତ୍ପାଦନ:
14 ବିଲିୟନ ଡଲାର ମୂଲ୍ୟର ଫୋନ ଯାହାକି ବାର୍ଷିକ 10 ବିଲିୟନ ଡଲାରର ଅଧିକ ରପ୍ତାନି ହେଉଛି । ଏହା ବିଶ୍ବରେ ଆଇଫୋନ ଉତ୍ପାଦନର 14% ଅଟେ । ଜେପି ମୋର୍ଗାନ ଅନୁଯାୟୀ, ଏହା 2026ସୁଦ୍ଧା 26%ରୁ 30% ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ମହିଳାଙ୍କୁ ଏକ ସୁରକ୍ଷିତ ପରିବେଶରେ ଚାକିରି ଯୋଗାଇବାକୁ ତାମିଲନାଡୁର ଏହି ସ୍ଥାନକୁ ଅନେକ ନିଯୁକ୍ତି ଆବେଦନ ଆସୁଛି। ଏକ ଉପଯୁକ୍ତ ରପ୍ତାନି ହବ୍ ହେବାକୁ ଭାରତକୁ ଆହୁରି ଅଧିକ ସଂଖ୍ୟାରେ ନିର୍ମାତାଙ୍କୁ ଆକୃଷ୍ଟ କରିବାକୁ ପଡ଼ିବ। ମୂଲ୍ୟ ବୃଦ୍ଧି କରିବା ଦିଗରେ 85% ଅବଦାନ ଚୀନ କର୍ମଚାରୀମାନଙ୍କର ରହିଥାଏ।
ଭାରତକୁ ଏହି ସବୁ ଶିଖିବା ଉଚିତ:
1. ବିଭିନ୍ନ ଘଟଣାବଳୀରୁ ଅନେକ କଥା ଶିଖିବା ଉଚିତ । ଯେପରିକି ଭାରତରେ ଜନସଂଖ୍ୟା ଅଧିକ ରହିଥିବାବେଳେ କ୍ରୟ କରିବା କ୍ଷମତା କମ୍। ବିଶ୍ବର ଜଣାଶୁଣା ବ୍ରାଣ୍ଡଗୁଡ଼ିକ ମେକ୍ ଇନ ଇଣ୍ଡିଆକୁ ପ୍ରୋତ୍ସାହନ ଦେଉଥିବା କଥା ଭୁଲ । ବିଶ୍ବ ତୁଳନାରେ ଆପଲ ଆଇଫୋନ ବିକ୍ରି ଭାରତରେ ମାତ୍ର 0.5%।
2.ଭାରତ ପାଇଁ ଦ୍ବିତୀୟ ଶିକ୍ଷା ହେଉଛି ଯେକୌଣସି ଦେଶ ଏହାର ଘରୋଇ ବଜାର ଦ୍ବାରା ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିପାରିବ ନାହିଁ । ତେଣୁ ରତ୍ପାନି ଆବଶ୍ୟକ । ଅପରପକ୍ଷେ, ଆମଦାନି କ୍ଷେତ୍ରରେ ଅତ୍ୟଧିକ ଶୁଳ୍କ ବୃଦ୍ଧି ଏକ ଭୁଲ ଚିନ୍ତାଧାରା । ସେଭଳି ଆଖିଦୃଶିଆ ସ୍ତରରେ ନରହିବା ଦ୍ବାରା ଆରତ ବିଶ୍ବ ବଜାରରେ ଯୋଗ ଦେବା ସମ୍ଭବପର ହେବ ନାହିଁ ।
3.ତୃତୀୟ ଶିକ୍ଷା ହେଉଛି, ନିଯୁକ୍ତି ସୃଷ୍ଟି କରିବାରେ ମୁଖ୍ୟ ଉପାଦାନ MSME ନୁହେଁ । କାରଣ ଏଥିରେ ବଡ଼ ଛୋଟ ସବୁ କମ୍ପାନିର ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ଅବଶ୍ୟ ଏହି ଚୁକ୍ତି ଦ୍ବାରା କ୍ଷୁଦ୍ର କମ୍ପାନିଗୁଡ଼ିକ ସରକାରଙ୍କଠାରୁ ଋଣ ଆଣି ଅଧିକ ନିଯୁକ୍ତି ସୃଷ୍ଟି କରନ୍ତି ।
4. ଚତୁର୍ଥ କଥା ହେଉଛି, ବଡ଼ କମ୍ପାନି କେବଳ ଯେ ଭାରତର ହେବା ଉଚିତ ତାହା ଭାବିବା ଭୁଲ। GVC ପହଞ୍ଚିବା ପରେ ସର୍ବଭାରତୀୟ ସ୍ତରରେ ସହଜରେ ପହଞ୍ଚିପାରିବ ଭାରତ। ଆଇଫୋନ ଉତ୍ପାଦନରେ ଟାଟାର ଅଂଶଗ୍ରହଣ ହେଉଛି ଏହାର ପ୍ରମୁଖ ଉଦାହରଣ।
5. ପଞ୍ଚମଟି ହେଉଛି ଅଧିକାଂଶ ମହିଳା ଆଇଫୋନ୍ ତିଆରି ହୋଇଥିବା କମ୍ପାନିରେ କେବଳ 4-6 ସପ୍ତାହ ତାଲିମ ଆବଶ୍ୟକ ନେଉଛନ୍ତି। ଯେତେବେଳେ କି ଏହା ସେମାନଙ୍କର ପ୍ରଥମ କାମ ଥିଲା ଅଟେ। ତେଣୁ ଏହା ମଧ୍ୟ ଭୁଲ ପଦକ୍ଷେପ। ଆମର ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡିକ (ITI ଏବଂ ଦକ୍ଷତା ମିଶନ୍)କୁ ଶିଳ୍ପ ଭିତ୍ତିଭୂମି ସହ ଯୋଡାଯିବାର ଆବଶ୍ୟକତା ରହିଛି।
6. ଷଷ୍ଠ କଥା ହେଲା, ଆଇଫୋନର ସଫଳ କାହାଣୀ PLI ସ୍କିମ୍ ବ୍ୟବହାର ସହ ଜଡିତ । ହେଲେ ଚୀନ୍, ଭିଏତନାମ ଏବଂ ଅନ୍ୟାନ୍ୟ ପ୍ରତିଯୋଗୀ ଦେଶଙ୍କ ମଧ୍ୟରେ ଭାରତ ପଛରେ ରହିଛି । PLI ଏକ ସବସିଡି ନୁହେଁ, କିନ୍ତୁ ଏହା ଉତ୍ପାଦନର ମୂଲ୍ୟ ନିୟନ୍ତ୍ରଣ ଦିଗରେ ସହାୟକ ହୋଇଥାଏ ।
7. ସପ୍ତମ ଶିକ୍ଷା ହେଉଛି, ସରକାର ଓ କମ୍ପାନି ମଧ୍ୟରେ ଉତ୍ତମ ବୁଝାମଣା ବିଷୟରେ ଏହା ଶିକ୍ଷା ପ୍ରଦାନ କରେ।
ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଇଫୋନ ନିର୍ମାଣ କରୁତିବା କମ୍ପାନୀଗୁଡିକୁ ବର୍ତ୍ତମାନ ଏକ ବଡ଼ ସଂକେତ ଯାଇଛି। ସେମାନଙ୍କ ଆଗରେ ଭାରତ ଏକ ଚାଲେଞ୍ଜ ଭାବେ ଉଭା ହୋଇପାରିଛି । ଏହି ଆହ୍ବାନ କେବଳ ଆଇଫୋନ ପାଇଁ ନୁହେଁ, ବରଂ ପୋଷାକ, ଯୋତା, ଖାଦ୍ୟ ଓ ଖାଦ୍ୟ ପ୍ରକ୍ରିୟାକରଣ ଆଦି କ୍ଷେତ୍ରରେ ହେବା ଦରକାର । ସରକାର ଏଦିଗରେ ଅଧିକ ସକ୍ରିୟ ରହିବା ଉଚିତ। ଏକଦା ଭିଏତନାମ ମନ୍ତ୍ରୀ ଆମେରିକା ସ୍ଥିତ ଆପଲ ମୁଖ୍ୟାଳୟରେ ଏହାକୁ ଉତ୍ପାଦନ ପାଇଁ ପ୍ରସ୍ତାବ ଆଣିଥିଲେ । ସେହିପରି ଚୀନ କ୍ରମାଗତ ଭାବେ ବହୁ ବିଦେଶୀ କମ୍ପାନୀଗୁଡ଼ିକୁ ମାତ ଦେଇଆସୁଛି । ହେଲେ ଏ ଦିଗରେ ଭାରତର ଶାସକମାନେ ସେତେଟା ତାଲିମପ୍ରାପ୍ତ ନୁହଁନ୍ତି । କେବଳ ହାତଗଣତି କେତୋଟି ରାଜ୍ୟକୁ ଛାଡିଦେଲେ ଅନ୍ୟମାନେ ପ୍ରଗତିଶୀଳ ନୁହଁନ୍ତି । ଏକ ବିଶ୍ବସ୍ତରୀୟ ହବ୍ ହେବାକୁ ଏସୀୟ ଦେଶଗୁଡିକ ସହିତ ଭାରତକୁ ପ୍ରତିଯୋଗିତା କରିବାକୁ ହେବ। ପରିବର୍ତ୍ତନଠୁ ଆଉ ବଡ଼ ପୁରସ୍କାର କ'ଣ ହୋଇପାରେ ।