ETV Bharat / opinion

ରାଜପଥ ପାଲଟୁଛି ମରଣଜନ୍ତା ! ଦେଶରେ ସଡକ ଦୁର୍ଘଟଣା ବୃଦ୍ଧି ଚିନ୍ତାଜନକ - Highway Terror In India

Highway Terror: ଭାରତର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ଦୁଃଖଦ ଘଟଣା ନଜରକୁ ଆସୁଛି । ଏହାକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । ପଢନ୍ତୁ ମାଡୁଗୁଲା ଗୋପାଇଆହଙ୍କ ଆଲେଖ୍ୟ

Highway Terror
Highway Terror
author img

By ETV Bharat Odisha Team

Published : Mar 17, 2024, 4:12 PM IST

ଲେଖକ- ମାଡୁଗୁଲା ଗୋପାଇଆହ

ହାଇଦ୍ରାବାଦ: ରକ୍ତ ରଞ୍ଜିତ ହେଉଛି ରାଜରାସ୍ତା । ଭାରତର ବିଭିନ୍ନ ସ୍ଥାନରୁ ପ୍ରତ୍ୟେକ ଦିନ ଦୁଃଖଦ ଘଟଣା ନଜରକୁ ଆସୁଛି । ଏପରିକି ଦେଶରେ ପ୍ରତି ୩ ମିନିଟରେ ଯାନବାହନ ଦୁର୍ଘଟଣା ଘଟୁଛି । ସବୁଠୁ ବଡ଼ କଥା ହେଉଛି ସିଟ୍ ବେଲ୍ଟ ବ୍ୟବହାର ଯାତ୍ରୀଙ୍କୁ ମୃତ୍ୟୁ ମୁଖରୁ ବଞ୍ଚାଇବାର ଅନେକ ଉଦାହରଣ ରହିଛି । ଦେଶର ସଡ଼କ, ଏକ୍ସପ୍ରେସ ୱେ ସମେତ ଜାତୀୟ ଓ ରାଜ୍ୟ ରାଜପଥରେ ଅସଂଖ୍ୟ ଦୁର୍ଘଟଣା ଘଟୁଥିବାର ନଜିର ରହିଛି । କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ୨୦୨୨ରେ ସଡ଼କ ଦୁର୍ଘଟଣାରେ ୫୧ ହଜାର ୮୮୮ ଜଣ ପ୍ରାଣ ହରାଇଛନ୍ତି । ଦ୍ରୁତ ଗତିରେ ଗାଡ଼ି ଚାଳନା ଦୁର୍ଘଟଣାର ମୁଖ୍ୟ କାରଣ ହୋଇଥିବା ଜଣାପଡ଼ିଛି ।

ସିଟ୍ ବେଲ୍ଟ ନପିନ୍ଧିବା କାରଣରୁ ୮ହଜାର ୩୮୪ ଡ୍ରାଇଭର ଓ ୮ ହଜାର ୩୩୧ ଜଣଙ୍କ ମୃତ୍ୟୁ ଘଟିଛି । ରିସର୍ଚ୍ଚରୁ ଜଣାପଡ଼ିଛି ଯେ, ସିଟ୍ ବେଲ୍ଟ ବ୍ୟବହାର ଦ୍ବାରା ଡେଥ୍ ରେଟର ଏକ ତୃତୀୟାଂଶ ଜୀବନ ବଞ୍ଚିଯାଇପାରେ । ସଡକ ସୁରକ୍ଷାକୁ ଆମେରିକା, ଚୀନ, ଋଷିଆ, ନରୱେ, ଡେନମାର୍କ ଓ ଜାପାନ ଭଳି ଦେଶ ପ୍ରାଥମିକତା ଦେଇଆସୁଥିବାବେଳେ ଦୁର୍ଘଟଣା ସଂଖ୍ୟା କମୁଛି । ଟ୍ରାଫିକ ନିୟନ୍ତ୍ରଣ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବାରୁ ବିଗତ ଦଶନ୍ଧି ମଧ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ପୂର୍ବ ଅପେକ୍ଷା ପ୍ରାୟ ଅଧା ହୋଇଯାଇଛି । ପ୍ରାୟ ୩୦ଟି ଦେଶରେ ୩୦%ରୁ ୫୦% ଦୁର୍ଘଟଣା କମିଛି । ଆଉ ଏହି ସଫଳତା ସିଟ୍ ବେଲ୍ଟ, ଯାନବାହନ ସୁରକ୍ଷା ପାଇଁ ପ୍ରସ୍ତୁତ ଟେକ୍ନୋଲୋଜି ଯୋଗୁ ସମ୍ଭବ ହୋଇପାରିଛି । ୟୁଏସ ନ୍ୟାସନାଲ ହାଇୱେ ସେଫ୍ଟି ଆଡମିନିଷ୍ଟ୍ରେସନର ରିପୋର୍ଟ ଅନୁସାରେ, ୨୦୧୭ରେ ସିଟ୍ ବେଲ୍ଟ ନିୟମକୁ କଡ଼ାକଡ଼ି କାର୍ଯ୍ୟକାରୀ କରାଯାଇଥିବାରୁ ପ୍ରାୟ ୧୫ ହଜାର ଜୀବନ ବଞ୍ଚିପାରିଛି ।

ଅପରପକ୍ଷେ, ଭାରତରେ ବର୍ତ୍ତମାନ ଭୟଙ୍କର ସ୍ଥିତି ଉପୁଜିଛି । ବସ୍ ଏବଂ ଅନ୍ୟାନ୍ୟ ଦୁର୍ଘଟଣାରେ ବାର୍ଷିକ ୯ ହଜାର ଜୀବନ ହାନି ହେଉଛି । ପ୍ରତି ବର୍ଷ ହଜାର ହଜାର ସଂଖ୍ୟାରେ ଛୋଟ ପିଲା ଓ ବୟସ୍କଙ୍କ ଜୀବନ ଯାଉଛି । ଅନ୍ତର୍ଜାତୀୟ ସଡ଼କ ଫେଡେରେସନ (International Road Federation) ଅନୁଯାୟୀ, ୨୦୨୧ରେ ଆମେରିକାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦୨୨ରେ ଚୀନରେ ୨୧୫ ଜଣଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଥିଲା । ମୋଟାମୋଟି ଭାବେ ଦେଖିବାକୁ ଗଲେ ବିଶ୍ବରେ ଘଟୁଥିବା ଦୁର୍ଘଟଣାର ୧୧% କେବଳ ଭାରତରେ ଘଟୁଛି ।

ବିଶିଷ୍ଟ ଶିଳ୍ପପତି ସାଇରସ ମିସ୍ତ୍ରୀଙ୍କର ମଧ୍ୟ ଏକ ଭୟାବହ ଦୁର୍ଘଟଣାରେ ଜୀବନ ଯାଇଛି । ଏଭଳି ଘଟଣାକୁ ନଜରରେ ରଖି ପରିବହନ ବିଭାଗ ସିଟ୍ ବେଲ୍ଟ ନିୟମକୁ ଅଧିକ କଡ଼ାକଡ଼ି କରିଛି । ଏହାସହ ଦ୍ରୁତ ଗତିରେ ଗାଡ଼ି ନଚଳାଇବାକୁ ତାଗିଦ କରାଯାଇଛି । ନୂଆ କରି ବଜାରରେ ଉପଲବ୍ଧ ହେଉଥିବା ଭ୍ୟାନ, ବସ, ଟ୍ରକ ଓ କାର୍ ଗୁଡ଼ିକ କ୍ଷେତ୍ରରେ ମୋଟର ଭେଇକଲ ଆକ୍ଟ ୧୯୮୯ କୁ କଡ଼ାକଡ଼ି ଲାଗୁ କରାଯାଉଛି । ଏହାସହ ଅଟୋମେଟେଡ୍ ଟେଷ୍ଟିଂ ଷ୍ଟେସନ (ATS) ଲଞ୍ଚ୍ କରାଯାଇଛି । ଯାହା ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।

ଏହା ବି ପଢନ୍ତୁ...'ସବୁଜ ରାସ୍ତା ପାଇଁ ଶୂନ୍ୟ ନିର୍ଗମନ ଟ୍ରକର ଆବଶ୍ୟକତା ଜରୁରୀ'

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ଏହିଭଳି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଉଛି । ଆସନ୍ତା ୬ ବର୍ଷ ମଧ୍ୟରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ଓ ଆହତଙ୍କ ସଂଖ୍ୟା ୫୦ ପ୍ରତିଶତକୁ ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇଛି । ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ବସରେ ସିଟ୍ ବେଲ୍ଟ ବାଧ୍ୟତାମୂଳକ କରିବାକୁ ୪ବର୍ଷ ପୂର୍ବେ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଜାବ-ହରିୟାଣା ହାଇକୋର୍ଟ । ସେହିପରି କେରଳ ସରକାର ଭାରିଯାନ ଗୁଡିକରେ ସିଟ୍ ବେଲ୍ଟ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଫଳରେ ଡ୍ରାଇଭରମାନେ ସୁରକ୍ଷିତ ରହିପାରିବେ । ଏହାଦ୍ବାରା ଅନେକ ମୂଲ୍ୟବାନ ଜୀବନ ବଞ୍ଚିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.