ଲେଖକ- ପିଭିଏସ ଶୈଳଜା (ସହକାରୀ ପ୍ରଫେସର, ହାଇଦ୍ରାବାଦ)
ହାଇଦ୍ରାବାଦ: ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାର ଉଦ୍ଦେଶ୍ୟ ହେଉଛି ବିବାଦରେ ଫସିଥିବା ବ୍ୟକ୍ତି ବା ଗୋଷ୍ଠୀକୁ ଜଟିଳତା ଏବଂ ଆଇନଗତ ପ୍ରତିବନ୍ଧକ ମଧ୍ୟରେ ନ ଫସାଇ ସେମାନଙ୍କ ବିବାଦର ସମାଧାନ ପାଇଁ ଏକ ସୁରକ୍ଷିତ ସ୍ଥାନ ଯୋଗାଇବା । କିନ୍ତୁ ବିଡମ୍ବନାର ବିଷୟ ଯେ ମଧ୍ୟସ୍ଥତାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ ଏକ ଆଇନ ଆବଶ୍ୟକ । ତେବେ ଆମ ସମାଜ ନିୟମ ଦ୍ବାରା ପରିଚାଳିତ ହୋଇଥିବାରୁ ଆମକୁ 'ଆଇନର ଅତ୍ୟାଚାର'ରୁ ବାହାରକୁ ଆସିବା ଲାଗି ଏକ ଆଇନ ଆବଶ୍ୟକ । ଏଥିଲାଗି ମଧ୍ୟସ୍ଥତାକୁ ପ୍ରୋତ୍ସାହନ ତଥା ସହଜ କରିବା ଲାଗି ଭାରତୀୟ ପାର୍ଲାମେଣ୍ଟ ଦ୍ବାରା ମଧ୍ୟସ୍ଥତା ଅଧିନିୟମ ୨୦୨୩ ପ୍ରଣୟନ କରାଯାଇଛି । ତଥାପି ଏ ସମ୍ପର୍କରେ ଦେଶବାସୀଙ୍କ ମଧ୍ୟରେ ଜ୍ଞାନର ଅଭାବ ରହିଥିବା ବେଳେ ଏହା ଭାରତରେ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିନାହିଁ ।
ଏହି ଅଧିନିୟମ ମଧ୍ୟସ୍ଥତାକୁ ପ୍ରୋତ୍ସାହନ, ଅନୁଷ୍ଠାନିକ ମଧ୍ୟସ୍ଥତାକୁ ପ୍ରୋତ୍ସାହିତ କରିବା, ମଧ୍ୟସ୍ଥି ସମାଧାନ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା, ଏକ ନିୟାମକ ସଂସ୍ଥା ଗଠନ, ସମ୍ପ୍ରଦାୟର ମଧ୍ୟସ୍ଥତାକୁ ଉତ୍ସାହିତ କରିବା, ଅନଲାଇନ ମଧ୍ୟସ୍ଥତାକୁ ଗ୍ରହଣୀୟ କରିବା ଦିଗରେ ସହାୟକ ହେବ । ଅଧିନିୟମର ଧାରା ୮ରୁ ୧୨ ମଧ୍ୟସ୍ଥିଙ୍କ ଯୋଗ୍ୟତା ଏବଂ ତଦାରଖ ପାଇଁ ପ୍ରଦାନ କରେ । ଏହି ଅଧିନିୟମ ସେମାନଙ୍କ ଯୋଗ୍ୟତା, ଅଭିଜ୍ଞତା ଏବଂ ସ୍ବୀକୃତିକୁ ବିଚାର କରି ନିର୍ଦ୍ଦିଷ୍ଟ ସର୍ତ୍ତରେ ମଧ୍ୟସ୍ଥି ଭାବରେ ବିଦେଶୀ ନାଗରିକଙ୍କୁ ନିଯୁକ୍ତ କରିବାକୁ ଅନୁମତି ଦିଏ ।
ସଲେମ ଆଡଭୋକେଟ ବାର ଆସୋସିଏସନ ବନାମ ୟୁନିଅନ ଅଫ ଇଣ୍ଡିଆ (AIR 2005 (SC) 3353) ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଯୋଗୁଁ ଭାରତରେ ମଧ୍ୟସ୍ଥତା ଅଧିନିୟମ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ତ୍ବରିତ ନ୍ୟାୟ ପ୍ରକ୍ରିୟାକୁ ସୁନିଶ୍ଚିତ କରି ଧାରା ୮୯ର ଉତ୍ତମ କାର୍ଯ୍ୟକାରିତାକୁ ସକ୍ଷମ କରିବା ପାଇଁ ଆପେକ୍ସ କୋର୍ଟ ଦ୍ବାରା ଏକ କମିଟି ଗଠନ କରାଯାଇଥିଲା । ଏହି କମିଟି ମଡେଲ ନିୟମ ୨୦୦୩ର ଡ୍ରାଫ୍ଟ କରିଥିଲା, ଯାହାକି ବିଭିନ୍ନ ମଧ୍ୟସ୍ଥତା ନିୟମ ଗଠନ କରିବାରେ ବିଭିନ୍ନ ହାଇକୋର୍ଟଙ୍କ ପାଇଁ ମଡେଲ ଭାବରେ କାର୍ଯ୍ୟ କରିଥିଲା ।
ମଧ୍ୟସ୍ଥତା ଅଧିନିୟମ ୨୦୨୩ର ଉଦ୍ଦେଶ୍ୟ ହେଉଛି ମଧ୍ୟସ୍ଥତାକୁ ପ୍ରୋତ୍ସାହନ ତଥା ସହଜ କରିବା ବିଶେଷ କରି ଇନିଷ୍ଟିଚ୍ୟୁସନାଲ ମଧ୍ୟସ୍ଥତା । ମଧ୍ୟସ୍ଥତା ଆଇନ ୨୦୨୩ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟସ୍ଥତାକୁ ଏକୀକୃତ କରିବା ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଆଇନର ଧାରା ୨୮ ନିର୍ଦ୍ଦିଷ୍ଟ ଆଧାରରେ ମଧ୍ୟସ୍ଥି ଚୁକ୍ତିନାମାକୁ ଚ୍ୟାଲେଞ୍ଜ କରିବାକୁ ଅନୁମତି ଦେଇଥାଏ ଯେପରିକି ଠକେଇ, ଦୁର୍ନୀତି । ଏହା ସତ୍ତ୍ବେ ମଧ୍ୟସ୍ଥତା ଅଧିନିୟମ ୨୦୨୩ ହେଉଛି ବିବାଦ ସମାଧାନ କ୍ଷେତ୍ରରେ ଏକ ଗେମ ଚେଞ୍ଜର । ସ୍ବଚ୍ଛ ମାନଦଣ୍ଡ ପ୍ରତିଷ୍ଠା, ଗୋପନୀୟତା ବୃଦ୍ଧି, ପ୍ରୋତ୍ସାହନ ପ୍ରଦାନ ଏବଂ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରି ଏହି ନିୟମ ମଧ୍ୟସ୍ଥତା ଦୃଶ୍ୟପଟ୍ଟକୁ ଯଥେଷ୍ଟ ରୂପାନ୍ତରିତ କରିଛି ।
ବିବାଦର ସମାଧାନ ପାଇଁ ଏହା ମଧ୍ୟସ୍ଥତାକୁ ପ୍ରୋତ୍ସାହିତ କରିଥାଏ । ବିବାଦୀୟ ଗୋଷ୍ଠୀ ମଧ୍ୟରେ ସହଯୋଗିତାକୁ ବଢାଇବା ସହିତ ଆଇନଗତ ପ୍ରକ୍ରିୟାକୁ ସରଳ କରିବାକୁ ଲକ୍ଷ୍ୟ ରଖିଥାଏ । ଏହି ବିବାଦର ସମାଧାନ ପାଇଁ ଏକ ଅଧିକ ଦକ୍ଷ, ପ୍ରଭାବଶାଳୀ ଏବଂ ସୁସଂଗତ ଆଭିମୁଖ୍ୟ ପ୍ରତି ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପକୁ ପ୍ରତିନିଧିତ୍ବ କରେ । ଯଦିଓ ମଧ୍ୟସ୍ଥତା ଅଧିକ ବ୍ୟୟବହୁଳ ଏବଂ ବିବାଦୀୟ ଗୋଷ୍ଠୀ ମଧ୍ୟରେ ସମ୍ପର୍କ ବଞ୍ଚାଇବାର ଅଧିକ ସମ୍ଭାବନା ପ୍ରଦାନ କରେ । ତଥାପି ଭାରତରେ ବିଦ୍ୟମାନ ମଧ୍ୟସ୍ଥତା ଢାଞ୍ଚା ଏହାର ପୂର୍ଣ୍ଣ କାର୍ଯ୍ୟକାରିତାକୁ ଅନୁମତି ଦେଇ ନାହିଁ । ମଧ୍ୟସ୍ଥତା ଏବଂ ଆଇନ ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ଭାବରେ ଅନ୍ତର୍ଭୁକ୍ତ ହେବା ବିଷୟରେ ସଚେତନତା ନେଇ ଅନେକ ଚେଷ୍ଟା ସତ୍ତ୍ବେ ସାଧାରଣ ଜନତାଙ୍କ ମଧ୍ୟରେ ମଧ୍ୟସ୍ଥତା ସମ୍ବନ୍ଧୀୟ ଜ୍ଞାନର ଅଭାବ ରହିଛି ।
(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ)