ETV Bharat / opinion

ତ୍ବରିତ ବିକାଶ ପାଇଁ ଏଫଡିଆଇ ଏକ ମୁଖ୍ୟ ଉତ୍ସ - FDI

FDI: ଦେଶରେ କ୍ରମାଗତ ଭାବେ ବିଦେଶୀ ପ୍ରତ୍ୟକ୍ଷ ନିବେଶ ବୃଦ୍ଧି ପାଇବାରେ ଲାଗିଛି । ତ୍ବରିତ ବିକାଶ ପାଇଁ ଏଫଡିଆଇ ଏକ ମୁଖ୍ୟ ଉତ୍ସ ବୋଲି କହିଛନ୍ତି ବିଶେଷଜ୍ଞ । ଅଧିକ ପଢନ୍ତୁ

FDI
FDI
author img

By ETV Bharat Odisha Team

Published : Apr 6, 2024, 6:33 PM IST

ଶ୍ରୀରାମ ଚେକୁରୀ

ହାଇଦ୍ରାବାଦ: ବିଶ୍ବର ଅନେକ ଦେଶ ପାଇଁ ବିଦେଶୀ ପ୍ରତ୍ୟକ୍ଷ ନିବେଶ (Foreign Direct Investment) ଏକ ପ୍ରମୁଖ ମୁଦ୍ରା ଉତ୍ସ ଅଟେ । ଶସ୍ତା ବେତନ ଏବଂ ବ୍ୟବସାୟର ଲାଭ ଉଠାଇବା ପାଇଁ ବିଦେଶୀ କମ୍ପାନୀଗୁଡିକ ଅଧିକ ମାତ୍ରାରେ ଘୋରେଇ କ୍ଷେତ୍ରରେ ଟଙ୍କା ବିନିଯୋଗ କରିଥାଆନ୍ତି । ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଭାରତ ଅନ୍ୟତମ । ଭାରତକୁ ଛୁଟୁଛି ବିଦେଶୀ ପ୍ରତ୍ୟକ୍ଷ ନିବେଶ (FDI) ସୁଅ । ତେବେ ବଜେଟ ଉପସ୍ଥାପନା ସମୟରେ 2005ରୁ 2014 ମସିହା ମଧ୍ୟରେ ଯେତିକି ବୈଦେଶିକ ନିବେଶ ମିଳିଥିଲା, 2014ରୁ 2023 ମଧ୍ୟରେ 2ଗୁଣା ଏଫଡିଆଇ ବୃଦ୍ଧି ପାଇଥିବା ନେଇ ଘୋଷଣା କହିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ଏକ ବୃହତ ଗ୍ରାହକ ଆଧାର, ପରିବାରର ଆୟ ବୃଦ୍ଧି ଏବଂ ଡିଜିଟାଲ ଭିତ୍ତିଭୂମୀ ବିସ୍ତାପ କରିବା ହେଉଛି ଭାରତର ପୁଞ୍ଜି ବିନିଯୋଗ ପାଇଁ ପ୍ରମୁଖ ଆଧାର । ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଏକ ଦେଶର ଅର୍ଥନୀତି ପାଇଁ ଆବଶ୍ୟକ ଅଟେ । କାରଣ ଏହି ବିନିଯୋଗ ଜବ ମାର୍କେଟ, ବୈଷୟିକ ଜ୍ଞାନ ଆଧାର ଏବଂ ଆର୍ଥିକ ସମ୍ବଳ ବୃଦ୍ଧି ପାଇଁ ବିନିଯୋଗ ହୋଇଥାଏ ।

1991 ମସିହାରେ ଅର୍ଥନୈତିରକ ସଙ୍କଟ ପରେ ଭାରତରେ ଅର୍ଥନୈତିକ ଉଦାରୀକରଣ ଆରମ୍ଭ ହୋଇଥିଲା । ସେବେଠାରୁ ଭାରତରେ ଏଫଡିଆଇ କ୍ରମାଗତ ଭାବରେ ବୃଦ୍ଧି ପାଇବା ସହିତ ଏକ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟି ହୋଇଥିଲା । ଏହାର ତଦାରଥ କରିବା ପାଇଁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡକୁ 2017 ମସିହାରେ ମେ 24 ତାରିଖରେ ଆରମ୍ଭ କରାଯାଇଥିଲା । ଗତ କିଛି ବର୍ଷ ମଧ୍ୟରେ ଭାରତର କ୍ରମାଗତ ସରକାରମାନେ ବିଦେଶୀ ପୁଞ୍ଜି ବିନିଯୋଗର ସମ୍ଭାବନାକୁ ବୁଝିବା ସହିତ ଉଦାରୀକରଣ ନୀତିକୁ ବୁଝିଛନ୍ତି । ଦୁଇଟି ରୁଟ ମଧ୍ୟରୁ ଅଟୋମେଟିକ ରୁଟ ସରକାରଙ୍କଠାରୁ କୌଣସି ଅନୁମୋଦନ କିମ୍ବା ଲାଇସେନ୍ସ ପାଇବା ଆବଶ୍ୟକ ନକରି ନିବେଶକୁ ଅନୁମତି ଦେଇଥାଏ । ବିମାନ ପରିବହନ, ସ୍ୱାସ୍ଥ୍ୟସେବା, ଆଇଟି ଏବଂ ବିପିଏମ୍, ଉତ୍ପାଦନ ଏବଂ ଆର୍ଥିକ ସେବା ପାଇଁ ଏହା ଅନ୍ତର୍ଭୁକ୍ତ । ଯେଉଁ କ୍ଷେତ୍ରଗୁଡିକ ସରକାରଙ୍କ ପୂର୍ବ ଅନୁମୋଦନ ଆବଶ୍ୟକ କରନ୍ତି ତାହା ସରକାରୀ ଅନୁମୋଦନ ମାର୍ଗରେ ପଡ଼େ ଏବଂ ଏଥିରେ ବ୍ୟାଙ୍କିଙ୍ଗ୍ ଏବଂ ପବ୍ଲିକ୍ ସେକ୍ଟର, ପ୍ରିଣ୍ଟ ମିଡିଆ, ସାଟେଲାଇଟ୍ ଏବଂ ଅନ୍ୟାନ୍ୟ ଅନ୍ତର୍ଭୁକ୍ତ । ବର୍ତ୍ତମାନ ନଅଟି କ୍ଷେତ୍ର ଅଛି ଯେଉଁଥିରେ ଲଟେରୀ, ଜୁଆ ଖେଳ, ଚିଟ୍ ଫଣ୍ଡ, ରିଏଲ୍ ଇଷ୍ଟେଟ୍ ବ୍ୟବସାୟରେ ଏଫଡିଆଇ ନିଷେଧ ରହିଛି ।

ଏହା ମଧ୍ୟ ପଢନ୍ତୁ: ଚାଲିଛି ସୁବର୍ଣ୍ଣ ଯୁଗ, ଆସୁଛି ବିଦେଶୀ ମୁଦ୍ରା, ବିକଶିତ ରାଷ୍ଟ୍ରର ମୂଳଦୁଆ FDI: ଅର୍ଥମନ୍ତ୍ରୀ

2023 ଆର୍ଥିକ ବର୍ଷରେ, କମ୍ପ୍ୟୁଟର ଏବଂ ହାର୍ଡୱେର୍ କ୍ଷେତ୍ର ସର୍ବାଧିକ ଏଫଡିଆଇ ହୋଇଥିଲା । ଏହାପରେ ଦ୍ବିତୀୟରେ ରହିଥିଲା ସେବା କ୍ଷେତ୍ର । କେନ୍ଦ୍ର ସରକାରଙ୍କ ଜନ ବିଶ୍ୱ ବିଲ୍‌କୁ ଗତ 2022 ଡିସେମ୍ବରରେ ସାସଂଦରେ ଉପସ୍ଥାପନା କରିଥିଲେ । 42 ଟି ଆଇନରେ ସଂଶୋଧନ କରାଯାଇଥିଲା । ତେବେ ଏଫଡିଆଇ ବୃଦ୍ଧି ପାଇବା ନେଇ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । 2024-25 ଆର୍ଥିକ ବର୍ଷରେ ଅଧିକ ନିଯୁକ୍ତି ମଧ୍ୟ ସୃଷ୍ଟି କରିବ । 2014 ରେ, ସରକାର ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ବିନିଯୋଗ 26ରୁ 49 ପ୍ରତିଶତକୁ ବୃଦ୍ଧି ପାଇଛି । ସେପ୍ଟେମ୍ବର 2014 ରେ ମେକ ଇନ ଇଣ୍ଡିଆ ମଧ୍ୟ ଆରମ୍ଭ ହୋଇଥିଲା । ଯେଉଁଥିରେ 25 ଟି କ୍ଷେତ୍ର ପାଇଁ ଏଫଡିଆଇ ନୀତିକୁ ଉଦାରୀକରଣ କରାଯାଇଥିଲା । ମେ 2020 ରେ, ସରକାର ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ ବୃଦ୍ଧି 49ରୁ 74କୁ ବୃଦ୍ଧି କରାଯାଇଥିଲା । ଏୟାର ଇଣ୍ଡିଆର ଘରୋଇକରଣ ପାଇଁ 2020 ମସିହାରେ ସରକାର ଏକ ପ୍ରୟାସ କରିଥିଲେ । କମ୍ପାନୀର 100 ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ଏନଆରଆଇ କିଣିପାରିବେ ବୋଲି କୁହାଯାଇଥିଲା। ଗତ 9 ଆର୍ଥିକ ବର୍ଷରେ ଏଫଡିଆଇ ବୃଦ୍ଧି ପାଇବାରେ ଲାଗିଛି । 2014-23 ମଧ୍ୟରେ 5966 ବିଲିୟନ ଡଲାର ନିବେଶ ହୋଇଛି ।

ଏକ ନିବେଶକ କୌଣସି ବିଦେଶରେ ବ୍ୟବସାୟ ବିସ୍ତାର କରି ପ୍ରତ୍ୟେକ ବିଦେଶୀ ନିବେଶ କରିଥାଏ । ଯେଉଁଭଳି ଆମାଜାନ ହାଇଦ୍ରାବାଦରେ ଏକ ମୁଖ୍ୟାଳୟ ଖୋଲିଛି । ବିଦେଶୀ ପ୍ରତ୍ୟକ୍ଷ ବିନିଯୋଗ ଉଭୟ ନିବେଶକ ଏବଂ ବିଦେଶୀ ହୋଷ୍ଟ ଦେଶ ପାଇଁ ସୁବିଧା ପ୍ରଦାନ କରିଥାଏ । ଅନେକ ସୁବିଧା ସତ୍ତ୍ବେ ଏଫଡିଆଇରେ ଦୁଇଟି ମୁଖ୍ୟ ଅସୁବିଧା ଅଛି, ଯେପରିକି ସ୍ଥାନୀୟ ବ୍ୟବସାୟର ସ୍ଥାନାନ୍ତର ଏବଂ ଲାଭ ପ୍ରତ୍ୟାବର୍ତ୍ତନ । ୱାଲମାର୍ଟ ପରି ବୃହତ ସଂସ୍ଥାଗୁଡ଼ିକ ସ୍ଥାନୀୟ ବ୍ୟବସାୟକୁ ସ୍ଥାନାନ୍ତର କରିପାରେ । ଓ୍ବାଲମାର୍ଟ ସମସ୍ତ ସ୍ଥାନୀୟ ବ୍ୟବସାୟୀଙ୍କ ବ୍ୟବସାୟ ମାନ୍ଦା କରିଥିବା ନେଇ ସମାଲୋଚନା କରାଯାଇଥିଲା । କାରଣ ଏହାର ମୂଲ୍ୟ ସହିତ ପ୍ରତିଦ୍ବନ୍ଦିତା କରିପାରିବେ ନାହିଁ । ଲାଭ ପ୍ରତ୍ୟାବର୍ତ୍ତନ କ୍ଷେତ୍ରରେ, ପ୍ରାଥମିକ ଚିନ୍ତା ହେଉଛି ଯେ ସଂସ୍ଥାଗୁଡ଼ିକ ଲାଭକୁ ପୁନର୍ବାର ଦେଶରେ ନିବେଶ କରିପାରିବେ ନାହିଁ । ତେବେ ଭାରତ ସରକାରଙ୍କୁ ହଂକଂ ଏବଂ ସିଙ୍ଗାପୁର ଭଳି ଦେଶ ଅନୁସରଣ କରିବାକୁ ପଡିବ । କାରଣ ସେମାନେ ବହୁ ପୂର୍ବରୁ ହୃଦୟଙ୍ଗମ କରିଥିଲେ ଯେ ଉଭୟ ବିଶ୍ବ ବାଣିଜ୍ୟ ଏବଂ ଏଫଡିଆଇ ସେମାନଙ୍କୁ ଅଭିବୃଦ୍ଧିରେ ବୃଦ୍ଧି କରିବାରେ ଏବଂ ସେମାନଙ୍କ ନାଗରିକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ ।

ଭାରତରେ ଏଫଡିଆଇ ଆକୃଷ୍ଟ କରିବା ପାଇଁ ରଣନୀତି

  • ଏକ ସ୍ଥିର ଏବଂ ପୂର୍ବାନୁମାନ ବ୍ୟବସାୟ ପରିବେଶ ସୃଷ୍ଟି କରିବା
  • ପ୍ରୋତ୍ସାହନ ଏବଂ ଟିକସ ହ୍ରାସ କରିବା
  • ଦକ୍ଷ କାର୍ଯ୍ୟବଳର ବିକାଶ କରିବା
  • ଭିତ୍ତିଭୂମିରେ ବିନିଯୋଗ
  • ଦୃଢ ଆନ୍ତର୍ଜାତୀୟ ସମ୍ପର୍କ ଗଠନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.