ETV Bharat / opinion

ମସ୍କୋ ଆତଙ୍କବାଦ ଆକ୍ରମଣ ପଛରେ ISIS-K, ଜାଣନ୍ତୁ ଏହାର ଉତ୍ପତ୍ତି - Rise Of ISIS K - RISE OF ISIS K

Rise Of ISIS-K: ମସ୍କୋ ଆତଙ୍କୀ ହମଲା ପଛରେ ଆତଙ୍କବୀଦୀ ସଂଗଠନ ଆଇଏସଆଇଏସ-କେ । କାହିଁକି ଭୟଙ୍କର ଆତଙ୍କୀ ଆକ୍ରମଣ ଲାଗି ଏହି ସଂଗଠନ ଋଷିଆକୁ ବାଛିଲା ? କେବେ ଓ କେଉଁଠାରେ ଏହାର ଉତ୍ପତ୍ତି ? ପଢନ୍ତୁ ଲେଖକ ଅରୁଣିମ ଭୂୟାଁଙ୍କ ଏହି ଆଲେଖ୍ୟ

Rise Of ISIS-K
Rise Of ISIS-K
author img

By ETV Bharat Odisha Team

Published : Mar 24, 2024, 3:47 PM IST

ଲେଖକ- ଅରୁଣିମ ଭୂୟାଁ

ମସ୍କୋ: ଋଷିଆର କ୍ୟାପିଟାଲ ସିଟି ମସ୍କୋ କନସର୍ଟ ହଲରେ ଗତ ଶୁକ୍ରବାର ରାତିରେ ଭୟଙ୍କର ଆତଙ୍କୀ ଆକ୍ରମଣ ହୋଇଛି । ଏଥିରେ ପ୍ରାୟ 115 ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଏହି ଆକ୍ରମଣ ଲାଗି ନିଜକୁ ଦାୟୀ କରିଛି ଇସଲାମିକ ଷ୍ଟେଟ-ଖୋରସାନ ବା ଆତଙ୍କବୀଦୀ ସଂଗଠନ ଆଇଏସଆଇଏସ-କେ । ତେବେ ଏଠାରେ ପ୍ରଶ୍ନ କଣ ଏହି ISIS-K ? କେବେ ଓ କେଉଁଠାରେ ଏହାର ଉତ୍ପତ୍ତି ? ଏହି ସଂଗଠନର ଆତଙ୍କ ଉପୁଜାଇବାର ପରିସର କେଉଁ ଯାଏଁ ବ୍ୟାପିଛି ବା ଏହା କେଉଁଠାରେ ସକ୍ରିୟ ? କାହିଁକି ଭୟଙ୍କର ଆତଙ୍କୀ ହମଲା ଲାଗି ଏହି ସଂଗଠନ ଋଷିଆକୁ ଚୟନ କଲା ? ଆସନ୍ତୁ ବିସ୍ତୃତ ଭାବରେ ଜାଣିବା ।

ଆଇଏସଆଇଏସ-ଖୋରାସାନ (ISIS-K) କଣ ଓ କେବେ ଏହାର ଉତ୍ପତ୍ତି ?

ଆଇଏସଆଇଏସ-ଖୋରାସାନା ବା ISIS-K ବା ଇସଲାମିକ ଷ୍ଟେଟ ଖୋରାସାନ ପ୍ରୋଭିନ୍ସ (ISKP) ହେଉଛି ଇସଲାମିକ ଷ୍ଟେଟ ଆତଙ୍କବାଦୀ ସଂଗଠନର ଏକ କ୍ଷେତ୍ରୀୟ ସହଯୋଗୀ । ଯାହା ମୁଖ୍ୟତଋ ଆଫଗାନିସ୍ତାନ ଓ ପାକିସ୍ତାନରେ ସକ୍ରିୟ ରହିଛି । ଆଇଏସଆଇଏସ ନେତା ଅବୁ ବକର ଅଲ-ବାଗଦାଦୀକୁ ପ୍ରତିଶ୍ରୁତି ଦେବା ସ୍ବରୂପ ଆଇଏସଆଇଏସ-ଖୋରାସାନ 2014 ମସିହାର ଶେଷ ଭାଗରେ ଉଭା ହୋଇଥିଲା । ଏହା ପାକିସ୍ତାନୀ ତାଲିବାନର ପୂର୍ବତନ ସଦସ୍ୟ, ଆଫଗାନିସ୍ତାନ ତାଲିବାନ ଏବଂ ଅନ୍ୟ କିଛି ଆତଙ୍କବାଦୀଙ୍କୁ ନେଇ ଗଠିତ। ଏହି ଗୋଷ୍ଠୀ ଇସଲାମିକ୍ ଷ୍ଟେଟ୍ ଆଦର୍ଶ ଓ ବିଚାରଧାରାକୁ ଏହା ଅନୁସରଣ କରିବା ସହ ସାରିଆ ନିୟମ ଦ୍ବାରା ପରିଚାଳିତ। ଖୋରସାନ୍ ଆତଙ୍କବାଦୀ ସଂଗଠନ ବର୍ତ୍ତମାନ ଇରାନ, ଆଫଗାନିସ୍ତାନ ଏବଂ ବ୍ରିଟିଶ ଭାରତର ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳରେ ସକ୍ରିୟ ରହିଛି ।

ଏହା ବି ପଢନ୍ତୁ- ମସ୍କୋ ଆତଙ୍କୀ ଆକ୍ରମଣକୁ ଆମେରିକାର ନିନ୍ଦା, ୟୁକ୍ରେନରେ ରେଡ୍ ଆଲର୍ଟ

ସିରିଆ ସିଭିଲ ୱାର ସମୟରେ ଅଲ କାଏଦା ଗ୍ରୁପରୁ ଆଫଗାନିସ୍ତାନ ଓ ପାକିସ୍ତାନ ଆତଙ୍କବାଦୀଙ୍କୁ ଖୋରାସାନ ଅଞ୍ଚଳକୁ ପଠାଇବା ବେଳେ ISIS-Kର ଉତ୍ପତ୍ତି ହୋଇଥିଲା । ଏମାନଙ୍କୁ ଇସଲାମିକ ଷ୍ଟେଟର ଖୋରାସାନ ଅଞ୍ଚଳ ଲାଗି ଫଣ୍ଡ ଓ ଆତଙ୍କବାଦୀଙ୍କୁ ନିଯୁକ୍ତ କରିବା ଲାଗି ଦାୟିତ୍ବ ଦିଆଯାଇଥିଲା । ସେମାନେ ତାଲିବାନର ଅସନ୍ତୁଷ୍ଟ ଆତଙ୍କବାଦୀଙ୍କୁ ଏଥିରେ ଭର୍ତ୍ତି କରାଇଥିଲେ । ଏହି ଆତଙ୍କୀ ସଂଗଠନର ମୂଳଦୁଆ ପୂର୍ବ ଆଫଗାନ ଓ ପାକିସ୍ତାନର ସୀମାବର୍ତ୍ତୀ ଅଞ୍ଚଳରେ ପଡ଼ିଥିଲା । ଆଇଏସଆଇଏସ-କେ ସଂଗଠନର ପ୍ରଥମ ମୁଖିଆ ଥିଲା ପାକିସ୍ତାନ ତାଲିବାନର ପୂର୍ବତନ କମାଣ୍ଡର ହାଫିଜ ସଇଦ ଖାନ, ଯିଏକି 2016ରେ ନିହତ ହୋଇଥିଲା । ଏବେ ଏହାର ମୁଖ୍ୟ କିଏ ତାହା ଅସ୍ପଷ୍ଟ ।

ISIS-Kର କାର୍ଯ୍ୟ କ୍ଷେତ୍ର ? :- ଆଫଗାନିସ୍ତାନର ପୂର୍ବ ଓ ଉତ୍ତରାଞ୍ଚଳରୁ ଆତଙ୍କୀ ଗତିବିଧିର ପରିଚାଳନା କରୁଛି ଏହି ସଂଗଠନ । ଏବେ ଏହା ପାକିସ୍ତାନ ସମେତ ଆଫଗାନ-ପାକିସ୍ତାନ ସୀମାବର୍ତ୍ତୀ ଆଦିବାସୀ ଅଞ୍ଚଳରେ ବେଶ ସକ୍ରିୟ । ଏହି ସଂଗଠନ ହାଇ ପ୍ରୋଫାଇଲ ଆତ୍ମଘାତୀ ବିସ୍ଫୋରଣ, ନାଗରିକ ଓ ମିଲିଟାରୀ ଗ୍ରୁପକୁ ଆକ୍ରମଣ କରିବା ଲାଗି ଆଇଏସଆଇଏସ-କେ ନିଜକୁ ଦାୟୀ କରେ । ଆଫଗାନିସ୍ତାନ ଓ ପାକିସ୍ତାନର ନାଗରିକଙ୍କ ଉପରେ ଆକ୍ରମଣ କରିସାରିଛି ଏହି ସଂଗଠନ । ଆଇଏସଆଇଏସ-କେ ପକ୍ଷରୁ କରାଯାଇଥିବା ଭୟଙ୍କର ଆକ୍ରମଣ ମଧ୍ୟରେ ରହିଛଇ 2021 ଅଗଷ୍ଟ ଆତ୍ମଘାତୀ ବିସ୍ଫୋରଣ, ଯେଉଁଥିରେ 13 ଜଣ ଆମେରିକୀୟ ସୈନ୍ୟ ଓ କାବୁଲରେ 169 ଆଫଗାନ ନାଗରିକଙ୍କ ମୃତ୍ୟୁ ଘଟିଥିଲା । 2018ରେ ପାକିସ୍ତାନ ନିର୍ବାଚନୀ ରାଲିରେ 2ଟି ଆତ୍ମଘାତୀ ବିସ୍ଫୋରଣ (131 ଜଣଙ୍କ ମୃତ୍ୟୁ), 2016 ଜୁଲାଇରେ କାବୁଲରେ ବିସ୍ଫୋରଣ (97 ହାଜାରା ଆନ୍ଦୋଳନକାରୀ ମୃତ), ଜୁଲାଇ 2023 ପାକିସ୍ତାନ ଖାରଠାରେ ଆକ୍ରମଣ (63 ମୃତ) ।

ମସ୍କୋ କନସର୍ଟ ହଲ ଆକ୍ରମଣ ପଛର କାରଣ ? :- ଋଷିଆରେ ISIS-Kର ଏଭଳି ଭୟଙ୍କର ଆକ୍ରମଣ ପ୍ରଥମ ନୁହେଁ । ଏହା ପୂର୍ବରୁ 2022 ମସିହାରେ କାବୁଲରେ ଥିବା ଋଷିଆ ଏମ୍ବାସି ଉପରେ ମଧ୍ୟ ଆକ୍ରମଣ ହୋଇଥିଲା, ଯେଉଁଥିରେ 6 ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ଦୂତାବାସର 2 ଜଣ କର୍ମଚାରୀ ଋଷୀୟ କୂଟନୈତିଜ୍ଞଜ୍ଞ ମିଖୈଲ ସୈଖ ଓ ସିକ୍ୟୁରିଟି ଏକ୍ସପର୍ଟ କୁଝୁଗେଟ୍‌ ଆଡିଗ୍‌ଝି ଥିଲେ । ଗତ ଶୁକ୍ରବାର କ୍ରୋକସ ସିଟି ହଲ୍‌ ଉପରେ ଆତଙ୍କୀ ଆକ୍ରମଣ ହୋଇଥିଲା, ଯେତେବେଳେ ଭ୍ଲାଦିମିର ପୁଟିନ ପୁଣି ଥରେ ଋଷିଆର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ପୁଟିନଙ୍କ ସହିତ ଇସଲାମିକ ଷ୍ଟେଟର ଶତ୍ରୁତା ବହୁ ପୁରୁଣା । ସିରିଆରେ ଋଷ ସୈନ୍ୟଙ୍କ ହସ୍ତକ୍ଷେପ ଯୋଗୁଁ ପୁଟିନଙ୍କୁ ବିରୋଧ କରିଆସୁଛି ଇସଲାମିକ ଷ୍ଟେଟ । ସେହିପରି ଇସଲାମିକ ଷ୍ଟେଟ ସମେତ ଅନ୍ୟ ଆତଙ୍କୀ ସଂଗଠନ ଉପରେ ଏୟାରଷ୍ଟ୍ରାଇକ ପାଇଁ ସିରିଆ ସରକାରଙ୍କୁ ପୁଟିନ ସମର୍ଥନ କରିଆସୁଛନ୍ତି । ଯାହାକି ପୁଟିନ ଓ ଆଇଏସଆଇଏସ ଶତ୍ରୁତାର ଅନ୍ୟ ଏକ କାରଣ । ସିରିଆରେ ଋଷ ସୈନ୍ୟର ହସ୍ତକ୍ଷେପ ସିଧାସଳଖ ଭାବେ ଇସଲାମିକ ଷ୍ଟେଟକୁ ଦୁର୍ବଳ କରୁଛି । ଏହାପରେ ପୁଟିନ ଇସଲାମ ଓ ମୁସଲମାନଙ୍କ ଶତ୍ରୁ ବୋଲି ପ୍ରଚାର କରିବାରେ ଲାଗିଛି ଇସଲାମିକ ଷ୍ଟେଟ ।

(ଏହି ଆଲେଖ୍ୟ ଲେଖକଙ୍କ ସମ୍ପୂର୍ଣ୍ଣ ନିଜସ୍ବ ମତ )

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.