ETV Bharat / opinion

କେନ୍ଦ୍ର ବଜେଟରେ ସହରାଞ୍ଚଳ ବିକାଶକୁ ଫୋକସ୍: କ'ଣ ରହିଛି ଆହ୍ୱାନ ଓ ସମ୍ଭାବନା ? - Decoding The Union Budget 2024

author img

By ETV Bharat Odisha Team

Published : Jul 27, 2024, 1:30 PM IST

Decoding The Union Budget 2024-25 For Cities: ସହରାଞ୍ଚଳର ବିକାଶ ପାଇଁ ଏଥର କେନ୍ଦ୍ର ବଜେଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟକୁ 82 ହଜାର 576.57 କୋଟି ଟଙ୍କା ଆବଣ୍ଟିତ ହୋଇଛି । ଅର୍ଥମନ୍ତ୍ରୀ ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ଦେଶର ସାମଗ୍ରିକ ବିକାଶ ପଥରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସହରଗୁଡିକୁ 'ଅଭିବୃଦ୍ଧି ହବ୍‌' ଭାବେ ପରିକଳ୍ପନା କରିଥିଲେ । ହେଲେ ଗରିବୀ ଓ ଆର୍ଥିକ ଅସମାନତା ବ୍ୟତୀତ ଭିତ୍ତିଭୂମି ଏବଂ ସେବାର ଅଭାବ ଆଜି ବି ଆମ ସହରଗୁଡିକରେ ବଡ଼ ସମସ୍ୟା ହୋଇରହିଛି । ପଢନ୍ତୁ ଏନେଇ ସୌମ୍ୟଦୀପ ଚଟ୍ଟୋପାଧ୍ୟାୟଙ୍କ ଏହି ଆଲେଖ୍ୟ

Decoding The Union Budget 2024-25 For Cities: Prospects And Challenges
Decoding The Union Budget 2024-25 For Cities: Prospects And Challenges (ETV Bharat Odisha)

ହାଇଦ୍ରାବାଦ: ଭାରତ ଏକ ବ୍ୟାପକ ସହରୀ ରୂପାନ୍ତିକରଣ ପାଇଁ ପ୍ରସ୍ତୁତ । 2050 ସୁଦ୍ଧା ଭାରତର ସହରଗୁଡିକରେ ପ୍ରାୟ 416 ମିଲିୟନ ଲୋକ ଯୋଡି ହେବାର ଅନୁମାନ କରାଯାଉଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଭାଷଣରେ ଦେଶର ସାମଗ୍ରିକ ବିକାଶ ପଥରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ସହରଗୁଡିକୁ 'ଅଭିବୃଦ୍ଧି ହବ୍‌' ଭାବେ ପରିକଳ୍ପନା କରିଥିଲେ । ହେଲେ ଗରିବୀ ଓ ଆର୍ଥିକ ଅସମାନତା ବ୍ୟତୀତ ଭିତ୍ତିଭୂମି ଏବଂ ସେବାର ଅଭାବ ଆଜି ବି ଆମ ସହରଗୁଡିକରେ ବଡ଼ ସମସ୍ୟା ହୋଇରହିଛି । ତେଣୁ ସହରାଞ୍ଚଳ ବିକାଶ ପାଇଁ ଏକ ସ୍ଥାୟୀ ରଣନୀତିର ଆବଶ୍ୟକତାକୁ ହୃଦୟଙ୍ଗମ କରି ବିଗତ କିଛି ବର୍ଷ ହେଲା କେନ୍ଦ୍ରୀୟ ବଜେଟରେ ଆବଣ୍ଟନ ରାଶି ବୃଦ୍ଧି କରାଯାଉଛି ।

2024-25 ପୂର୍ଣ୍ଣାଙ୍ଗ ବଜେଟରେ ସରକାରଙ୍କ 'ବିକଶିତ ଭାରତ'ର ଲକ୍ଷ୍ୟ ସାଧନ ପାଇଁ ସହରାଞ୍ଚଳ ବିକାଶକୁ ବେଶ୍ ଗୁରୁତ୍ବ ଦିଆଯାଇଛି । ଚଳିତ ବଜେଟରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ନିମନ୍ତେ ରେକର୍ଡ 82 ହଜାର 576.57 କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି 2023-24 ବଜେଟ ଠାରୁ 19 ପ୍ରତିଶତ ଅଧିକ । ଗତବର୍ଷ ବଜେଟରେ ଏହି ପରିମାଣ 69 ହଜାର 270.72 କୋଟି ଥିଲା । ସହରାଞ୍ଚଳ ବିକାଶରେ ଅସଂଖ୍ୟ ଆହ୍ବାନଗୁଡିକୁ ଦୃଷ୍ଟିରେ ରଖି ଚଳିତ ବଜେଟ ବ୍ୟୟବରାଦ ପରିମାଣ ବୃଦ୍ଧି ବାସ୍ତବରେ ପ୍ରଶଂସାଯୋଗ୍ୟ ।

ବିଭିନ୍ନ ଯୋଜନା ପାଇଁ 2023-24 ଏବଂ 2024-25 ବଜେଟରେ ଆବଣ୍ଟନ ରାଶିକୁ ତୁଳନା କଲେ ଏକ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । କେନ୍ଦ୍ରୀୟ ଯୋଜନା ଓ କେନ୍ଦ୍ର ପ୍ରୟୋଜିତ ଯୋଜନା ଲାଗି 2024-25 ବଜେଟରେ ବ୍ୟୟଅଟକଳ ଯଥାକ୍ରମେ 9.5 ଓ 26 ପ୍ରତିଶତ ବୃଦ୍ଧି ହୋଇଛି । କେନ୍ଦ୍ର ପ୍ରୟୋଜିତ ଯୋଜନା ପାଇଁ ଆବଣ୍ଟିତ ସମୁଦାୟ ବଜେଟ ରାଶିରେ 62 ପ୍ରତିଶତ କେବଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ(ସହର) ବ୍ୟୟ କରାଯିବ । ଗତବର୍ଷ ବଜେଟରେ PMAY(U) ପାଇଁ 22 ହଜାର 103.03 କୋଟି ଦିଆଯାଇଥିବାବେଳେ ଚଳିତ ବର୍ଷ ଏହି ପରିମାଣ 30 ହଜାର 170.61 କୋଟିରେ ପହଞ୍ଚିଛି ।

ସେହିପରି ସହରାଞ୍ଚଳରେ କ୍ରେଡିଟ ଲିଙ୍କଡ ସବସିଡି ସ୍କିମରେ ଗୃହ ନିର୍ମାଣ ଲାଗି ନିମ୍ନ ଆୟବର୍ଗ ପାଇଁ 3000 କୋଟି ଏବଂ ମଧ୍ୟମ ଆୟ ବର୍ଗ ପାଇଁ 1000 କୋଟି ଟଙ୍କା ଆବଣ୍ଟିତ ହୋଇଛି । ଯାହାକି ଏହି ଆର୍ଥିକ ଅନଗ୍ରସର ବର୍ଗର ଆବାସ ଆବଶ୍ୟକତା ପୂରଣ କରିବାରେ ଉପଯୋଗୀ ହେବ । ତେବେ ଆବାସ ମିଶନରେ PMAY (U) ବିଏଲସି (BLC) ଯୋଜନା ଅଧିକ ସଫଳ ସାବ୍ୟସ୍ତ ହୋଇଛି । କେବଳ ଏହି ଯୋଜନାରେ 63 ପ୍ରତିଶତ ଲୋକଙ୍କୁ ଆବାସ ଯୋଗାଇ ଦିଆଯାଇଛି ।

ସହରର ପିଏମଏୱାଇ ଆଇଏସଏସଆର ( Insitu re-development of slums) ଅଧିନରେ ସରକାର ସହରର ବସ୍ତିବାସିନ୍ଦାକୁ ଆବାସ ପ୍ରଦାନ କରିବାକୁ ପଦକ୍ଷେପ ନେଇଛନ୍ତି । ହେଲେ କେବଳ 2.5 ପ୍ରତିଶତ ବସ୍ତିବାସିନ୍ଦା ଏଥିରେ ଉପକୃତ ହୋଇପାରିଛନ୍ତି । ଏହାର କାରଣ ହେଲା ସହରାଞ୍ଚଳ ଗରୀବଙ୍କ ଏକ ବଡ଼ ଭାଗ, ଖାସ୍ କରି ବସ୍ତିରେ ରହୁଥିବା ଲୋକଙ୍କ ପାଖରେ ନିଜର ଜମି ଅଧିକାର ନାହିଁ । ଯେଉଁ କାରଣରୁ ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବାଦ୍ ପଡୁଛନ୍ତି । ଫଳରେ ଏହି ଯୋଜନାରେ ସହରାଞ୍ଚଳରେ ରହୁଥିବା ଗରିବଙ୍କ ତୁଳନାରେ ମଧ୍ୟମ ଓ ଉଚ୍ଚ ଆୟ ବର୍ଗ ଅଧିକ ଫାଇଦା ପାଉଛନ୍ତି । ତେବେ ଯଦି ଜିଆଇଏସ ମ୍ୟାପିଂ ସହିତ ଜମି ରେକର୍ଡଗୁଡିକର ଡିଜିଟାଲାଇଜେସନ ଠିକ୍ ଭାବେ କାର୍ଯ୍ୟକାରୀ ହୁଏ, ତାହେଲେ ଗରିବଙ୍କୁ ଜମି ଅଧିକାର ପ୍ରଦାନରେ ପ୍ରଶାସନିକ ସମସ୍ୟା ଦୂର ହୋଇପାରିବ । ସେହିପରି ଶିଳ୍ପ ଶ୍ରମିକମାନଙ୍କ ପାଇଁ ଡର୍ମିଟୋରୀ ପ୍ରକାରର ଆବାସ ସହିତ ଭଡା ଗୃହ ପିପିପି ମୋଡରେ ଉପଲବ୍ଧ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହାପୂର୍ବରୁ 2020ରେ କେନ୍ଦ୍ର ସରକାର ସହରୀ ଗରିବ, ବିଶେଷକରି କୋଭିଡ-19 ଦ୍ବାରା ଗୁରୁତର ପ୍ରଭାବିତ ପ୍ରବାସୀଙ୍କ ଆବାସ ଆବଶ୍ୟକତା ପୂରଣ କରିବା ପାଇଁ PMAY- (U) ଅନ୍ତର୍ଗତ Affordable Rental Housing Complexes (ARHCs) ବ୍ୟବସ୍ଥା କରିଥିଲେ । ସହରରେ ଖାଲି ପଡିଥିବା ଘରଗୁଡିକୁ ପିପିପି (Public-Private Partnership) ମାଧ୍ୟମରେ ଭଡାସୂତ୍ରରେ ଦେବା ତଥା ସରକାରୀ ଓ ଘରୋଇ ସଂସ୍ଥା ଦ୍ବାରା ଉପଲବ୍ଧ ଖାଲି ଜାଗାରେ ଭଡା ଘର ନିର୍ମାଣ କରିବାର ପ୍ରାବଧାନ ରହିଥିଲା । କିନ୍ତୁ ଏହି ଯୋଜନାରେ ନିର୍ମିତ ଆବାସଗୁଡିକୁ ଅନ୍ନୁନତ ସ୍ଥାନ, ମୌଳିକ ସହରୀ ସୁବିଧାର ଅଭାବ ଭଳି ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଲା ।

2024-25 କେନ୍ଦ୍ର ବଜେଟରେ ସ୍ମାର୍ଟ ସିଟି ମିଶନ ପାଇଁ ବ୍ୟୟବରାଦ 2400 କୋଟିକୁ ହ୍ରାସ ପାଇଛି । 2023-24 ବଜେଟରେ ଏହି ମିଶନ ପାଇଁ 8000 କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । ସେହିପରି ଗତବର୍ଷ 500 ସହରରେ ଅମୃତ ଯୋଜନା ପାଇଁ 5200 କୋଟି ବ୍ୟୟବରାଦ ହୋଇଥିବାବେଳେ ଏଥର 8000 କୋଟି ହୋଇଛି । ସ୍ବଚ୍ଛ ଭାରତ ମିଶନ ପାଇଁ 5000 କୋଟି ଆବଣ୍ଟନ କରାଯାଇଛି ।

ସେହିପରି ସହରଗୁଡିକୁ 'ଅଭିବୃଦ୍ଧି ହବ୍' ଭାବେ ବିକଶିତ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହ ମିଶି କାର୍ଯ୍ୟ କରିବେ । 100ଟି ବୃହତ ସହର ପାଇଁ ଜଳ ଯୋଗାଣ, ନିର୍ଦ୍ଦମା ବିଶୋଧନ ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଏବଂ ସେବାକୁ ପ୍ରୋତ୍ସାହିତ କରାଯିବ ବୋଲି ବଜେଟ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ।

ବିଶ୍ବ ବ୍ୟାଙ୍କ ଅଧ୍ୟୟନ (2022) ଅନୁଯାୟୀ, ଭାରତୀୟ ସହରଗୁଡିକରେ ଆସନ୍ତା 15 ବର୍ଷ ମଧ୍ୟରେ 840 ବିଲିୟନ ଡଲାର ନିବେଶ ଆବଶ୍ୟକ । ସେଥିମଧ୍ୟରୁ ଜଳ ଯୋଗାଣ, ଜଳ ନିଷ୍କାସନ ଭଳି ମୌଳିକ ସେବା ପାଇଁ 450 ବିଲିୟନ ନିବେଶର ଆବଶ୍ୟକତା ରହିଛି । ଅମୃତ ଯୋଜନାରେ ସହରରେ ଜଳ ଯୋଗାଣ, ନିଷ୍କାସନ, ଡ୍ରେନେଜ, ସବୁଜ କ୍ଷେତ୍ର ଏବଂ ପରିବହନ ଭଳି ଭିତ୍ତିଭୂମିର ବିକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଭାରତୀୟ ସହରଗୁଡିକରେ ମୌଳିକ ସୁବିଧାଗୁଡିକର ପର୍ଯ୍ୟାପ୍ତ ଉପଲବ୍ଧତା ନଥିବାବେଳେ ଯଥେଷ୍ଟ ରାଜସ୍ବ ମଧ୍ୟ ସୃଷ୍ଟି ହେଉନଥିବା ଅଧ୍ୟୟନରେ କୁହାଯାଇଛି ।

ଚଳିତ କେନ୍ଦ୍ର ବଜେଟରେ ଏକ ଚିନ୍ତାଜନକ ବିଷୟ ହେଲା, ଏଥିରେ ସହରାଞ୍ଚଳ ଗରିବଙ୍କ ଜୀବିକାକୁ ଅଧିକ ଧ୍ୟାନ ଦିଆଯାଇନି । ନ୍ୟାସନାଲ ଅର୍ବାନ ଲାଇଭଲିହୁଡ ମିଶନ (NULM) ପାଇଁ ଚଳିତ ବର୍ଷ ମାତ୍ର 300 କୋଟି ବ୍ୟୟବରାଦ ହୋଇଛି, ଯାହାକି ଗତବର୍ଷ 523 କୋଟି ଥିଲା । ଏମିତିକି ପିଏମ୍ ଷ୍ଟ୍ରିଟଭେଣ୍ଡର ଆତ୍ମନିର୍ଭର ନିଧି (PM SVANidhi) ବଜେଟରେ ହ୍ରାସ କରାଯାଇ 141.68 କୋଟି କରାଯାଇଛି । ତେବେ କେନ୍ଦ୍ରୀୟ ଯୋଜନାର ମୋଟ ବ୍ୟୟବରାଦରୁ 83 ପ୍ରତିଶତ କେବଳ ଏମଆରଟିଏସ ଓ ମେଟ୍ରୋ ରେଳ ପ୍ରୋଜେକ୍ଟ ଲାଗି ଆବଣ୍ଟିତ ହୋଇଛି । ସେହିପରି ସହରରେ ଯାତାୟତ ବ୍ୟବସ୍ଥା ଆହୁରି ସୁଗମ କରିବା ଲାଗି ପିଏମ୍ ଇ ବସ୍ ସେବା ସ୍କିମ ପାଇଁ 1300 କୋଟି ବ୍ୟୟବରାଦ କରାଯାଇଛି । ଯାହା ଗତବର୍ଷ ମାତ୍ର 20 କୋଟି ଥିଲା ।

ସହରାଞ୍ଚଳ ବିକାଶ ଯୋଜନା ମାଧ୍ୟମରେ ସହରଗୁଡିକର ସେପରି ଆଖିଦୃଶିଆ ବିକାଶ ହୋଇପାରୁନି । ଏଥିପାଇଁ ସଂସ୍ଥାଗତ ଦକ୍ଷତା ଏବଂ ଦକ୍ଷ ପ୍ରଶାସନିକ ବିଧିବ୍ୟବସ୍ଥାର ଆବଶ୍ୟକତା ରହିଛି ।

Disclaimer- ପ୍ରକାଶିତ ଆଲେଖ୍ୟଟି ଲେଖକଙ୍କ ନିଜସ୍ବ ମତ । ଇଟିଭି ଭାରତର ଏହି ଆଲେଖ୍ୟ ସହିତ କୌଣସି ନିଜସ୍ବ ମତାମତ କିମ୍ବା ଆଭିମୁଖ୍ୟ ରଖୁନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.