ETV Bharat / opinion

ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର - Investment Scams - INVESTMENT SCAMS

Investment Scams: ବର୍ତ୍ତମାନ ସମୟରେ ଯୁବପିଢିଙ୍କ ପ୍ରଥମ ପସନ୍ଦ ଇନଭେଷ୍ଟମେଣ୍ଟ । କିନ୍ତୁ ଏହା ଦ୍ବାରା ଅନେକ ସାଇବର ଠକମାନଙ୍କର ଲୋଭନୀୟ ଅଫରରେ ପ୍ରଭାବିତ ହୋଇ ଠକେଇର ଶିକାର ହୋଇଥାନ୍ତି । ନିବେଶ ସ୍କାମରେ ବର୍ତ୍ତମାନ ସୁଦ୍ଧା 20,500 ମାମଲା ପଞ୍ଜିକୃତ ହୋଇଛି । ତେବେ କିଭଳି ବର୍ତ୍ତିବେ ଜାଣନ୍ତୁ

Investment Scams
Investment Scams (ETV Bharat Odisha)
author img

By ETV Bharat Odisha Team

Published : May 21, 2024, 7:26 PM IST

ଆପଣ ମଧ୍ୟ ପୁଞ୍ଜି ନିବେଶ କରୁଛନ୍ତି କି? ଏଭଳି କଲେ ହେବେନି ଠକେଇର ଶିକାର (ETV Bharat Odisha)

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ ନିବେଶ ସ୍କାମ ଏକ ବଡ ସମସ୍ୟା ଭାବେ ମୁଣ୍ଡବିନ୍ଧାର କାରଣ ସାଜିଛି । 1ଟଙ୍କାକୁ କିଭଳି 1 ଲକ୍ଷ କରାଯିବ ସେନେଇ ଅନେକ ଲୋଭନୀୟ ପ୍ରତିଶୃତି ଦେଉଛନ୍ତି । ଏହା ଏକ ପ୍ରକାର ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ । ଏହା ଏକ ପ୍ରକାର କୌଶଳ ଅଟେ । ସାଇବର ଅପରାଧୀମାନେ ଏହି କୌଶଳ ଆପଣାଇ ଠକେଇ କରିଥାନ୍ତି । ଲୋକଙ୍କୁ ଫାସରେ ପକାଇ ଟଙ୍କା ଠକେଇ କରି ଉଭାନ ହୋଇଯାଆନ୍ତି ।

ତେବେ ଏନେଇ ସିଆଇଡିର ଅତିରିକ୍ତ ମହାନିର୍ଦ୍ଦେଶକ ଶିଖା ଗୋଏଲ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ସାଇବର ଠକେଇ କ୍ଷେତ୍ରରେ ଦେଶର ପ୍ରମୁଖ ଧାରା ହେଉଛି ନିବେଶ ସ୍କାମ । ସେମାନେ ପ୍ରଥମେ ଷ୍ଟକରେ ଟଙ୍କା ଦ୍ବିଗୁଣିତ କରିବା ନେଇ ଲୋଭ ଦେଖାଇଥାନ୍ତି । ପ୍ରଥମେ ହ୍ବାଟ୍ସଆପରେ ଯୋଗାଯୋଗ କରିଥାନ୍ତି । ପରେ କେତେ ବିନିଯୋଗ କରିବେ, କେଉଁ ଆଇପିଓ, କଣ ଟ୍ରେଣ୍ଡିଂରେ ରହିଛି, କେଉଁଥିରେ ଅଧିକ ଟଙ୍କା ମିଳିବ, କେଉଁଠି ଅଧିକା ଲାଭ ପାଇବେ ସେନେଇ ଲୋକଙ୍କୁ ବୁଝାଇ ନିଜ ଆଡକୁ ଆକୃଷ୍ଟ କରିଥାନ୍ତି । କେତେକ ଏଜେଣ୍ଟମାନେ ପ୍ରତିଷ୍ଠିତ ଓ୍ବେବସାଇଟ ଦେଖାଇ ଲୋକଙ୍କୁ ନିଜ ଆଡକୁ ଆକୃଷ୍ଟ କିରବା ପାଇଁ ଚେଷ୍ଟା କରିଥାନ୍ତି । କିଛି ଜଣାଶୁଣା କମ୍ପାନୀର କ୍ଲୋନେଡ୍-ନକଲି ୱେବସାଇଟରେ ଆକାଉଣ୍ଟ ବନାଇବା ପାଇଁ ସେମାନଙ୍କୁ ପ୍ରୋତ୍ସାହିତ କରିଥାନ୍ତି । ଏହାପରେ ଷ୍ଟକ କିଣିବାକୁ ମଧ୍ୟ କହିଥାନ୍ତି । ଯଦି ଜଣେ 20-30 ଲକ୍ଷର ଷ୍ଟକ କିଣନ୍ତି ତେବେ ଏହାକୁ ଶସ୍ତାରେ ପାଇପାରିବେ ବୋଲି କହିଥାନ୍ତି । "

Investment Scams
Investment Scams (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, "ସମୟ ଅନୁସାରେ ଫ୍ରଡ ବଢିବାରେ ଲାଗିଛି । ଏନେଇ ଗୋଟିଏ ରାତିରେ ଆମ ପାଖକୁ 50ରୁ 60 କଲ୍ ଆସୁଛି । ଏମିତିକି ଆଜି ସକାଳୁ 58ଟି ଫୋନ ଆସିଛି । ଯେଉଁ କଲ୍ ଆସୁଛି ପ୍ରାୟତଃ ଲୋକେ କୋଟିଏରୁ 2 କୋଟି ହରାଇଥାନ୍ତି । ଆଉ କେହି କେହି 50ଲକ୍ଷ ହରାଇବା ନେଇ କହଥାନ୍ତି । ତେଣୁ ଷ୍ଟକରେ ଇନଭେଷ୍ଟ କରିବାକୁ ହେଲେ ପ୍ରଥମେ ଏକ ଡିମାଟ ଆକାଉଣ୍ଟ ଆବଶ୍ୟକ । ଯଦି କେହି କୌଣସି କମ୍ପାନୀ ବିଷୟରେ କହି ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି ତେବେ ପ୍ରଥମେ ସେହି କମ୍ପାନୀ ବିଷୟରେ ଜାଣିବା ଉଚିତ । କୌଣସି ଲିଙ୍କ୍ ବିଷୟରେ ନଜାଣି କ୍ଲିକ କରିବା ଉଚିତ ନୁହେଁ । ଅନ୍ୟପଟେ ଯେଉଁ ଆକାଉଣ୍ଟରୁ ବାରମ୍ବାର ଟଙ୍କା ଟ୍ରାନ୍ସଫର କରୁଛନ୍ତି ସେହି ଆକାଉଣ୍ଟରେ ଅଧିକ ଟଙ୍କା ରଖନ୍ତୁ ନାହିଁ । ଏସବୁ ମୌଳିକ ସତର୍କତା ଅବଲମ୍ବନ କରିବା ଦ୍ବାରା ସାଇବର ଠକେଇରୁ ବର୍ତ୍ତିପାରିବେ ।"

ଏହା ମଧ୍ୟ ପଢନ୍ତୁ: ସାଇବର ଠକଙ୍କ ମାୟାଜାଲ: ବିଭିନ୍ନ ଉପାୟର ହେଉଛି ଠକେଇ, ଜାଣନ୍ତୁ କେଉଁ ତରିକା ଆପଣାଉଛନ୍ତି ଠକ - Investment Scam

ତେବେ ନଜର ପକାନ୍ତୁ କେଉଁ ଉପାୟରେ ହେଉଛି ଅଧିକ ସାଇବର ଠକେଇ

ୱେବସାଇଟ୍ ସ୍କାମ: ଏହାକୁ ସାଇବର ଠକମାନେ ଅଧିକ ବ୍ୟବହାର କରି ଠକେଇ କରିଥାନ୍ତି । ପ୍ରଥମେ ଲୋକଙ୍କୁ ନିଜ ଆଡକୁ ଟାଣିବା ପାଇଁ ଏକ ଓ୍ବେବସାଇଟ ତିଆରି କରିଥାନ୍ତି । ଯାହାଦ୍ବାରା ଫେକ୍ ଡିଲ କରି ସେମାନେ ଲୋକଙ୍କୁ ପ୍ରବର୍ତ୍ତାଉଛନ୍ତି । ଉଦାହରଣ ସ୍ବରୂପ, ଆପଣ ଇଣ୍ଟରନେଟ୍ ଦେଖିବାକୁ ପାଉଥିବେ ଯେ, କମ୍ ଦାମରେ ଦାମୀ ଫୋନ୍ କିଣିବାର ଅପର । ଫଟୋ, ଭିଡିଓ ଏପରିକି ଗ୍ରାହକଙ୍କ ନାଁରେ ଫେକ୍ ପ୍ରୋଫାଇଲ କରି ରିଭ୍ୟୁ ଦିଆଯାଇଥିବ । ଆଉ ଯଦି ଏସବୁ ଦେଖିବା ପରେ ଗ୍ରାହକ କିଣିବାକୁ ଇଚ୍ଛା ପ୍ରକାଶ କରନ୍ତି ଏବଂ ଟଙ୍କା ପେମେଣ୍ଟ କରନ୍ତି । ଯାହାର ଲାଭ ଉଠାଇଥାନ୍ତି ସାଇବର ଠକ । ଫୋନ କିଣିବା ପରେ ଦିଆଯାଇଥିବା ଠିକଣାରେ ଫୋନ ପହଞ୍ଚିନଥାଏ । ଏହିପରିଭାବେ ଗୋଟିଏ ନାମୀ ସଫ୍ଟୱେର କମ୍ପାନୀର ଜଣେ ମହିଳା କର୍ମଚାରୀ ଏଭଳି ଠକାମୀର ଶିକାର ହୋଇଛନ୍ତି । ତାଙ୍କ ନିକଟରୁ ୨୦ଲକ୍ଷ ଟଙ୍କାର ଠକେଇ ହୋଇଛି ।

ଫୋରେକ୍ସ: ସାଇବର ଠକମାନେ ଭଏସ ଓଭର ଇଣ୍ଟରନେଟ୍ ପ୍ରୋଟୋକଲ (VOIP) ସାହାଯ୍ୟରେ ଲୋକଙ୍କୁ ଟାର୍ଗେଟ୍ କରିଥାନ୍ତି । କମ୍ପାନୀର କର୍ମଚାରୀର ପରିଚୟ ଦେଇ ଟ୍ରେଡିଂରେ ଅର୍ଥ ବିନିଯୋଗ କରିବାକୁ ସେମାନେ ଲୋକଙ୍କୁ ପ୍ରବର୍ତ୍ତାଇଥାନ୍ତି । ଫେକ୍ ୱେବସାଇଟ ଓ ବ୍ୟାଙ୍କ ଆକାଉଣ୍ଟ ତିଆରି କରିଥାନ୍ତି । ପ୍ରଥମେ ସେମାନେ ଟଙ୍କା ଦୁଇ ଗୁଣ କରି ଦେଇଥାନ୍ତି, ପରେ ଗ୍ରାହକଙ୍କ ବିଶ୍ବାସ ଜିତିବା ପରେ ବଡ଼ ଆକାରର ଟଙ୍କା ନେଇ ଆଉ ଧରାଛୁଆଁ ଦିଅନ୍ତି ନାହିଁ । ଏହିପରି ଭାବେ ତେଲେଙ୍ଗାନା ଗଚ୍ଚିବଲିର ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କ ଠାରୁ ୭୩ଲକ୍ଷ ଟଙ୍କା ଠକେଇ ହୋଇଛି ।

ଫ୍ରାଞ୍ଚାଇଜ: ଆଜିକାଲି ଅନେକ କମ୍ପାନୀ ଫ୍ରାଞ୍ଚାଇଜ ଅଫର କରୁଛନ୍ତି । ନୂଆ ବ୍ରାଞ୍ଚ ଖୋଲିବା କଥା କହି ବ୍ୟବସାୟ ବୃଦ୍ଧିର ପ୍ରଲୋଭନ ଦେଖାଉଛନ୍ତି ଠକ । ଏଥିପାଇଁ ଜଣାଶୁଣା କମ୍ପାନୀର ନାଁ କହି ସେହି କମ୍ପାନୀ କର୍ମଚାରୀ ଭାବେ ନିଜକୁ ପରିଚୟ ଦେଇ ଗ୍ରାହକଙ୍କ ବିଶ୍ବାସ ଜିତିବାକୁ କିଛି ଫେକ୍ ଡକୁମେଣ୍ଟ ମଧ୍ୟ ଦେଖାଉଛନ୍ତି । ଆଉ ପରେ ଏହାକୁ ବିଶ୍ବାସ କରିବା ପରେ ଫୋନ କଲ ପାଇଥିବା ବ୍ୟକ୍ତି ଠକାମୀର ଶିକାର ହୋଇଥାନ୍ତି । ନିକଟରେ ହାଇଦ୍ରାବାଦର ଜଣେ ବ୍ୟକ୍ତିଙ୍କଠାରୁ KFC ଫ୍ରାଞ୍ଚାଇଜ ନାଁରେ ୨୬.୨୭ଲକ୍ଷ ଟଙ୍କା ଠକେଇ ହୋଇଛି । ସେହିପରି ଗ୍ୟାସ ଡିଲରସିପ ନାଁରେ ଜଣେ ବ୍ୟକ୍ତିଙ୍କଠାରୁ ୪୫ ଲକ୍ଷ ଠକି ନେଇଛନ୍ତି ଠକ ।

ପାର୍ଟ-ଟାଇମ ଚାକିରି: ଫେକ୍ ପାର୍ଟ ଟାଇମ ଚାକିରି ନାଁରେ ପ୍ରଲୋଭନ ଦେଖାଇ ଠକେଇ ହେଉଛି । ସୋସିଆଲ ମିଡିଆରେ ଏଭଳି ଚାକିରି ଅଫର ଦିଆଯାଉଛି । କୌଣସି ପୋଷ୍ଟକୁ ଲାଇକ୍ କରିବା ବା ରିଭ୍ୟୁ ଲେଖିବା ଦ୍ବାରା ଟଙ୍କା ମିଳିବା ଭଳି ପ୍ରଲୋଭନ ଦେଖାଯାଇଥାଏ । ଜଣେ ସରକାରୀ କର୍ମଚାରୀ ୮୪.୯ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି ।

ଷ୍ଟକ ଏକ୍ସଚେଞ୍ଜ: ବର୍ତ୍ତମାନ ସମୟରେ ଯୁବପିଢି ଷ୍ଟକ ମାର୍କେଟରେ ଟଙ୍କା ବିନିଯୋଗ କରୁଛନ୍ତି । ଏପରି କିଛି ଦଲାଲ ରହିଛନ୍ତି, ଯେଉଁମାନେ ଅନଲାଇନରେ ବିଜ୍ଞାପନ କରିଥାନ୍ତି । କେଉଁ କମ୍ପାନୀର ଷ୍ଟକ ବୃଦ୍ଧି ହେବ ତାହା ସେମାନେ ପୂର୍ବରୁ ଆକଳନ କରିବାର ପ୍ରତିଶ୍ରୁତି ଦେଇଥାନ୍ତି । ସେମାନଙ୍କ ସାହାଯ୍ୟ ନେବା ଦ୍ବାରା ବ୍ୟକ୍ତି ଲାଭବାନ ହେବା ଆଶାରେ ଶେଷରେ ଠକାମୀରେ ପଡ଼ିଥାଏ । ହାଇଦ୍ରାବାଦର ଜଣେ ବ୍ୟକ୍ତି ୩୬ ଲକ୍ଷ ଟଙ୍କା ଠକାମୀର ଶିକାର ହୋଇଛନ୍ତି ।

କ୍ରିପ୍ଟୋ କରେନ୍ସି: କ୍ରିପ୍ଟୋ କରେନ୍ସି ଦ୍ବାରା ଆଜିକାଲି ଅନେକ ଠକେଇ ହେଉଥିବା ଦେଖିବାକୁ ମିଳୁଛି । ଠକମାନେ ମୁଖ୍ୟତଃ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟସଆପ ଜରିଆରେ ଲୋକଙ୍କୁ ଯୋଗାଯୋଗ କରିବା ସହ କ୍ରିପ୍ଟୋ ନିବେଶ କରିବାକୁ କହିଥାନ୍ତି । ସେମାନେ ବିଭିନ୍ନ ଆକର୍ଷଣୀୟ ଅଫରର ଲୋଭ ଦେଖାଇ ଶେଷରେ ଠକେଇ କରିଥାନ୍ତି ।

ପୋଞ୍ଜି: ହ୍ବାଟସଆପ କଲ୍ ଜରିଆରେ ହୋଇଥାଏ ପୋଞ୍ଜି ସ୍କାମ । ଷ୍ଟକ ବ୍ରୋକିଂ କମ୍ପାନୀର କର୍ମଚାରୀର ପରିଚୟ ଦେଇ ସେମାନେ ବିଭିନ୍ନ ପ୍ରଲୋଭନ ଦେଖାଇଥାନ୍ତି । ଏହି କମ୍ପାନୀ ସହ ଅନ୍ୟମାନଙ୍କୁ ଯୋଡିବାକୁ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହିପରିଭାବେ ବିପୁଳ ପରିମାଣର ଟଙ୍କା ଜମା ହେବା ପରେ ଶେଷରେ ଗ୍ରାହକ ଠକାମିର ଶିକାର ହୋଇଥାନ୍ତି । ଏଭଳି ସ୍କାମକୁ ନେଇ ୨୦ ହଜାର ୫୦୦ ମାମଲା ହୋଇଥିବାବେଳେ ପ୍ରାୟ ୫୮୨ କୋଟି ୩୦ ଲକ୍ଷ ୮୨ ହଜାର ୯୮୪ ଟଙ୍କା ଠକେଇ ହୋଇଥିବା ଜଣାପଡ଼ିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.