ETV Bharat / opinion

ମହିଳା ଓ ଶିଶୁ ବିରୋଧରେ ଅପରାଧ ମାମଲା, ନ୍ୟାୟ ପାଇଁ ସମୟ ସୀମା ନିର୍ଦ୍ଧାରଣ ଜରୁରୀ: ଜଷ୍ଟିସ ମଦନ ଲୋକୁର - CRIME AGAINST WOMEN AND CHILDREN

author img

By Justice Madan Lokur

Published : Aug 27, 2024, 9:06 PM IST

Updated : Aug 27, 2024, 9:20 PM IST

Crime Against Women and Children Case Management System: କୋଲକତାରୋ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲା ଦେଶବ୍ୟାପୀ ସୃଷ୍ଟି କରିଛି ଆଲୋଡ଼ନ । ଏହି ପରିପେକ୍ଷୀରେ ମହିଳା ଏବଂ ଶିଶୁଙ୍କ ବିରୋଧରେ ଅପରାଧ ମାମଲା ବଡ଼ ଆହ୍ବାନ ସୃଷ୍ଟି କରିଛି । ମହିଳା ଏବଂ ଶିଶୁଙ୍କୁ ନ୍ୟାୟ ପାଇଁ ସମୟ ସୀମା ନିର୍ଦ୍ଧାରଣ ଜରୁରୀ । ଏନେଇ ଜଷ୍ଟିସ ମଦନ ଲୋକୁରଙ୍କ ଆଲେଖ୍ୟ ।

ମହିଳା ଓ ଶିଶୁ ବିରୋଧରେ ଅପରାଧ
ମହିଳା ଓ ଶିଶୁ ବିରୋଧରେ ଅପରାଧ (representational image)

ହାଇଦ୍ରାବାଦ: କୋଲକାତାର ଭୟଙ୍କର ଦୁଷ୍କର୍ମ ଏବଂ ହତ୍ୟା ଘଟଣା ପରେ ମହିଳାଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅତୀତ ପରି, ଆମେ ମହିଳାମାନଙ୍କ ବିଷୟରେ ଆଲୋଚନା କରିବା । କିନ୍ତୁ ପରିଶେଷରେ କୌଣସି ନିଷ୍କର୍ସ କିମ୍ବା କୌଣସି ପ୍ରମୁଖ ପରିବର୍ତ୍ତନ ଘଟିବ ନାହିଁ । ଏଥିପାଇଁ ବିଧି ବ୍ୟବସ୍ଥା ରହିଛି । ଏହାକୁ ନେଇ ନୀତି ନିୟମ ପ୍ରଣୟନ ହୋଇଛି । ଏହାର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି । ମାତ୍ର ବାସ୍ତବରେ ଗ୍ରାଉଣ୍ଡ ଜିରୋରେ କୌଣସି ପରିବର୍ତ୍ତନ ପରିଲକ୍ଷିତ ହେଉନାହିଁ । ମହିଳାମାନେ ପୁଣି ଦୁଷ୍କର୍ମକାରୀ, ବଳାତ୍କାରକାରୀ ଏବଂ ଅସାମାଜିକ ବ୍ୟକ୍ତି ଏବଂ ଅପରାଧୀଙ୍କ କଳା କାରନାମାର ଶିକାର ହେବା ସାର ହେବ ।

ଘରୋଇ ହିଂସା ଏବଂ ଆମ ସମାଜ :

ଘରୋଇ ହିଂସା ଆମ ସମାଜରେ ଗଭୀର ଭାବେ ଜଡିତ । ବେଳେ ବେଳେ ଏହା ସମାଜରୁ ରାଜରାସ୍ତା ପର୍ଯ୍ୟନ୍ତ ବ୍ୟାପୀଥାଏ । ସହରର ସିସିଟିଭି କ୍ୟାମେରାରେ ଏ ଭୟଙ୍କର ଚିତ୍ର କଏଦ ହୁଏ । ଏ ହା ଦୂର ଦୂର ପର୍ଯ୍ୟନ୍ତ ପ୍ରଘଟ ହୁଏ ଏବଂ ଦୃଶ୍ୟମାନ ହୁଏ । ମାତ୍ର ତା ପରେ କ’ଣ ହୁଏ ? ଆମେ ଏଭଳି ମହିଳା ନିର୍ଯାତନା ମାମଲା ପଢ଼ିଛୁ, ଯେଉଁଥିରେ ଜଣେ ପୀଡ଼ିତା ଜଣେ ପୁରୁଷର କଥାକୁ ଅସ୍ବୀକାର କରିବାରୁ, ଏଥିରେ ଉତକ୍ଷିପ୍ତ ହୋଇ ସଂପୃକ୍ତ ପୁରୁଷ, ମହିଳା ଜଣଙ୍କୁ ଆକ୍ରମଣ କରିବା ସହ ହତ୍ୟା କରେ । ଏହା ସହ ନିଜର କ୍ରୋଧ ବାହାର କରେ । ଦୁଇ ସପ୍ତାହ ପୂର୍ବରୁ, ରାଜସ୍ଥାନର ଏକ ଏଭଳି ମାମଲାରେ, ଜଣେ ଛାତ୍ରୀ ଅନ୍ୟଜଣେ ପୁରୁଷ ବ୍ୟକ୍ତିର ବନ୍ଧୁ ହେବାକୁ ମନା କରିଦେବାକୁ, ସଂପୃକ୍ତ ବ୍ୟକ୍ତି, ତାଙ୍କୁ ଟ୍ରେନ ଲାଇନକୁ ଠେଲି ଦେଇ ହତ୍ୟା କରିଥିଲା । ଏହି ମାମଲାରେ ପୀଡ଼ିତାର ବୟସ ମାତ୍ର ୧୫ ବର୍ଷ ଥିଲା । ଆଉ ଏକ ଉଦାହରଣ - ଉତ୍ତରପ୍ରଦେଶର ମଥୁରାରେ ଗତ ଜୁନ ମାସରେ ଘଟିଥିଲା । ଏଥିରେ ଜଣେ ଛାତ୍ରୀ ଫେସବୁକ ଫ୍ରେଣ୍ଡ ଅଫର ପ୍ରତ୍ୟାଖ୍ୟାନ କରିବାରୁ, ତାକୁ ନିର୍ମମ ହତ୍ୟା କରାଯାଇଥିଲା । ମହିଳା ବିରୋଧୀ ହିଂସାର ଏଭଳି ଲମ୍ବା ତାଲିକା ରହିଛି । ମାତ୍ର ଏଭଳି ଶହ ଶହ ମାମଲା ରିପୋର୍ଟ ହୋଇନାଥାଏ । ହାତଗଣତି ମାମଲା ଲୋକ ଲୋଚନକୁ ଆସିଥାଏ । ଯେତେବେଳେ ଏଭଳି ଘଣଟା ପଦାକୁ ଆସେ, ମାତ୍ର ଅଳ୍ପ ସମୟ ପାଇଁ ସମାଜରେ ହଟଚମଟ ସୃଷ୍ଟି ହୋଇ ନିରବୀ ଯାଏ ।

ଜଷ୍ଟିସ ମଦନ ଲୋକୁରଙ୍କ କୁହନ୍ତି " କୌଣସି ପ୍ରକାର ହତ୍ୟା ହେଉନା କାହିଁକି, ଏହା ନିଶ୍ଚିତ ଭାବେ ଭୟଙ୍କର । ଏହା କୋଲତାତାର ସାବାଳିକା ମହିଳା ଡାକ୍ତର ହୁଅନ୍ତୁ, କିମ୍ବା ରାଜସ୍ଥାନ କିମ୍ବା ୟୁପି ମଥୁରାର ନାବାଳିକା ହୁଅନ୍ତୁ, ମହିଳାଙ୍କ ବିରୋଧରେ ଯୌନ ନିର୍ଯାତନା ମୋ ମତରେ ସମାନ ଭାବେ ଭୟଙ୍କର ଏବଂ ସାଂଘାତିକ । ସେହିପରି ମହାରାଷ୍ଟ୍ର ବଦଲାପୁରରେ ମାତ୍ର ୩ / ୪ ବର୍ଷର ଜଣେ ସ୍କୁଲ ଛାତ୍ରୀକୁ ଯୌନ ନିର୍ଯାତନା ଅଧିକ ଭୟଙ୍କର ଅଟେ । ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ଏବଂ ପୋଲିସ-ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ସାଧାରଣରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଲୋକେ ରାଜରାସ୍ତା ଠାରୁ ରେଳପଥ, ସବୁଠି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସାଧାରଣତଃ ପିଲାମାନଙ୍କ ବିରୋଧରେ ଅପରାଧ, ପିଲାମାନେ କରୁଥିବା ଅପରାଧ ଅପରାଧ ପରି ହେଡଲାଇନ ଖବର ହୁଏନାହିଁ । ଉଦୟପୁରରେ ଜଣେ ଦଶମ ଶ୍ରେଣୀର ଛାତ୍ର, ଏକ ପୁରୁଣା ଶତ୍ରୁତାକୁ ନେଇ ନିଜ ସହପାଠୀକୁ ଛୁରାମାଡ଼ କରିଥିଲା, ଯାହାକି ଆଶ୍ଚର୍ଯ୍ୟ କରିଛି । ତେବେ ଆମେ ସମାନ ଭାବେ ଚକିତ ହୁଅନ୍ତି କି, ଯେତେବେଳେ ଜଣେ ବୟସ୍କ ବ୍ୟକ୍ତି, ହତ୍ୟା କିମ୍ବା ବଳାତ୍କାର କରେ ? ନିଶ୍ଚିତ ଭାବେ ହଁ, ଆମେ ଆଶ୍ଚର୍ଯ୍ୟ ହୋଇଥାଉ, କିନ୍ତୁ ଏଭଳି କେତେ ଅପରାଧ ରିପୋର୍ଟ ହୁଏ କିମ୍ବା ଆଲୋଚନା ହୁଏ ? National Crime Records Bureau publication Crime in India- ବା ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ଦ୍ୱାରା ନାବାଳକଙ୍କ ବିରୋଧରେ ଅପରାଧ ପରିସଂଖ୍ୟାନ - ୨୦୨୨ ଆପଣଙ୍କୁ ଚକିତ କରିବ । ଏଥିରେ ନାବାଳକଙ୍କ ବିରୋଧରେ ୨ ପ୍ରକାର ଅପରାଧ ଦର୍ଶାଯାଇଛି ।

ପ୍ରଥମତଃ, ଭାରତୀୟ ଦଣ୍ଡ ସଂହିତା ଏବଂ ସ୍ପେଶାଲ ଏବଂ ଲୋକାଲ ଲ' (Indian Penal Code and special and local laws) ଅନୁସାରେ, ବର୍ଷରେ 1,62,449 ମାମଲା ହୋଇଛି । ଯାହାକି 2021 ତୁଳନାରେ 8.7% ଅଧିକ । ଏଥିରେ ହତ୍ୟା, ଅପହରଣ, ମାନବ ଚାଲାଣ ଅନ୍ତର୍ଭୁକ୍ତ ।

ଦ୍ୱିତୀୟତଃ, Protection of Children from Sexual Offences Act (POCSO Act) ଅନୁସାରେ ୨୦୨୨ରେ ନାବାଳିକାଙ୍କ ବିରୋଧରେ 62,000ରୁ ଯୌନ ନିର୍ଯାତନା ମାମଲା ରେକର୍ଡ କରାଯାଇଛି । ପରିସଂଖ୍ୟାନ ଅନୁସାରେ ପ୍ରତି ୧୦ ମିନିଟରେ ଜଣେ ନାବାଳିକା ଯୌନ ଶୋଷଣର ଶିକାର ହେଉଛି । ଏଠାରେ ପ୍ରଶ୍ନ ଉଠୁଛି, ଆମ ସମାଜରେ ଏଭଳି ଭୟଙ୍କର ଏବଂ ଦୁର୍ଭାଗ୍ୟଜନକ ଘଟଣା ଘଟୁଥିବା ବେଳେ, ସମାଜ ଏବଂ ସାମାଜିକ ପ୍ରାଣୀ ହିସାବରେ ଆମେ କଣ କରୁଛନ୍ତି ?

ଏହି ସଂଖ୍ୟାଗୁଡ଼ିକ ବିଷୟରେ ମୁଁ ନିଶ୍ଚିତ ଭାବରେ ଏକ ସତର୍କତାର ବାଣୀ ଯୋଗ କରିବି । ଏଥିରେ, କିଶୋରଙ୍କ ଲୁଚି ପଳାଇବା ସାମିଲ । ତେବେ ଏ ସଂଖ୍ୟା ବହୁତ ବେଶୀ ନୁହେଁ । ତେବେ ଏଭଲି ଘଟଣା/ ମାମଲା ପ୍ରତି ମୁହୂର୍ତ୍ତରେ ଘଟୁଛି । ଏବଂ ଏହାକୁ ନେଇ ପୃଥକ ଆଲୋଚନା ମଧ୍ୟ ହେଉଛି ।

ପକ୍ସୋ ଆଇନ ଅଧିନରେ ରୁଜୁ ହେଉଥିବା ମାମଲା ଗୁଡିକର ତ୍ବରିତ ବିଚାର ପାଇଁ ଗଠନ ହୋଇଛି ସ୍ବତନ୍ତ୍ର କୋର୍ଟ । ତେବେ ସ୍ବତନ୍ତ୍ର କୋର୍ଟ ନିକଟରେ ହଜାର ହଜାର ଏପରି ମାମଲା ପଡି ଥିବାରୁ, ତ୍ବରିତ ନ୍ୟାୟ ପ୍ରଦାନରେ ବିଳମ୍ବ ହେଉଛି । ଏନସିଆରବି ତଥ୍ୟ ଅନୁସାରେ, ସ୍ବତନ୍ତ୍ର କୋର୍ଟ ନିକଟରେ ଏପରି 3 ଲକ୍ଷ ମାମଲା ପଡିଛି । କେବେ ଏହି ମାମଲାର ହେବ ବିଚାର ? ଏହାକୁ ନେଇ ଦୁଇଟି ମୌଳିକ ପ୍ରଶ୍ନ ଉଙ୍କି ମାରୁଛି 1-କେତେବେଳେ ଏପରି ସଙ୍ଗୀନ ଅପରାଧ ଘଟାଇଥିବା ଅପରାଧୀ କେବେ ହେବେ ଦୋଷୀ ସାବ୍ୟସ୍ତ, ମିଳିବ ଶାସ୍ତି ? 2- କେବେ ପୀଡିତା ଏବଂ ତାଙ୍କ ପରିବାରକୁ ମିଳିବ ନ୍ୟାୟ ? ଗୋଟିଏ ପରେ କହିବାକୁ ଗଲେ ନ୍ୟାୟ କେବେବି ପୀଡିତାଙ୍କୁ ମିଳିବ ନାହିଁ କାରଣ ଏଭଳି କାଣ୍ଡରୁ ସେ କେବେବି ମାନସିକ ଭାବେ ସୁସ୍ଥ ଅନୁଭବ କରିବେ ନାହିଁ । ତେଣୁ ଆମେ ଯେତେବେଳେ ମହିଳା ସୁରକ୍ଷା କଥା ଆଲୋଚନା କରୁଛେ, ଆମେ ପିଲାଙ୍କ ବିରୋଧରେ ଘଟୁଥିବା ଅପରାଧ କଥା ବିଚାରକୁ ନେବା ଉଚିତ ।

ସମ୍ଭାବ୍ୟ ସମାଧାନ-

ପିଲାଙ୍କ ବିରୋଧରେ ଘଟୁଥିବା ଅପରାଧ ସମ୍ପର୍କରେ ସଚେତନତା ଜରୁରୀ । କିଛି ଲୋକ ପିଲାଙ୍କ ବିରୋଧରେ ଘଟୁଥିବା ଅପରାଧ ( ଯୌନ ନିର୍ଯ୍ୟାତନାକୁ ଛାଡି)କୁ ଗୁରୁତ୍ବର ସହିତ ନିଅନ୍ତି ନାହିଁ । ତେବେ ଏହା ସାଧାରଣ ଅପରାଧ ନୁହେଁ, ଏସବୁ ମଧ୍ୟ ସଙ୍ଗୀନ ଅପରାଧ । ଗୋଟିଏ ପିଲାର ହତ୍ୟା କିମ୍ବା ଟଙ୍କା ପାଇଁ ପିଲାଙ୍କ ଅପହରଣ କିମ୍ବା ଅନ୍ୟାନ୍ୟ ଅପରାଧକୁ ଅବହେଳା କରିବା ଉଚିତ ନୁହେଁ। ଭୃଣ ହତ୍ୟା, ବିଶେଷ କରି ମହିଳା ଭୃଣ ହତ୍ୟା ମଧ୍ୟ ଗୁରୁତ୍ତର ଅପରାଧ । ଆମେ ଏଭଳି ଘଟଣାରେ ଦଣ୍ଡ ବିଧାନ କରୁଛେ କି ? ଗୋଟିଏ ପିଲାର ଯୌନ ନିର୍ଯ୍ୟାତନା, 3ରୁ 4 ବର୍ଷରେ ଯୌନ ନିର୍ଯ୍ୟାତନା ପାଇଁ ମାନବ ଚାଲାଣ ମଧ୍ୟ ସଙ୍ଗୀନ ଅପରାଧ । ଆମେ ଏପରି ଘଟଣାକୁ ଫୋକସକୁ ଆଣିବା ସହିତ ଏହାକୁ ମଧ୍ୟ ଏକ ଗୁରୁତ୍ବର ସାମାଜାକ ଅପରାଧ ଭାବେ ବିବେଚନା କରିବା ଉଚିତ । ଘଟଣା ଘଟିବା ପରେ ଭାଷଣବାଜୀ ବା ଘଟଣାକୁ ନିନ୍ଦା କରିବା ଯୁଗ ଗଲାଣି ।

ତେଣୁ ପିଲାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ତୁରନ୍ତରୁ ତୁରନ୍ତ ବିଚାର କରାଯିବା ଉଚିତ । ଆମ ବିଚାର ପ୍ରକ୍ରିୟା ବହୁତ ଧିମା । ତେଣୁ ଏହି ମାମଲାରେ କୋର୍ଟଙ୍କ ବିଳମ୍ବ ନେଇ ମଧ୍ୟ ସ୍ବର ଉଠିଛି । ସ୍ବତନ୍ତ୍ର କୋର୍ଟ ବା ଫାଷ୍ଟ ଟ୍ରାକ କୋର୍ଟ ମଧ୍ୟ ଏ ଦିଗରେ ବିଫଳ ହୋଇଛନ୍ତି । ଆମକୁ ଏନେଇ ଦିଗ ବାହାର କରିବାକୁ ପଡିବ, ଆମକୁ ବିଚାର ପ୍ରକ୍ରିୟାରେ କେସ୍ ପରିଚାଳନା ପଦ୍ଧତି ଆପଣାଇବାକୁ ପଡିବ କାରଣ ଆମକୁ ହଜାର ହଜାର ମହିଳା ଶିଶୁଙ୍କୁ ନ୍ୟାୟ ଦେବାକୁ ହେଲେ ସଠିକ ସମୟରେ ନ୍ୟାୟ ପ୍ରଦାନ କରିାବକୁ ପଡିବ । ଯଦି ଆମେ ଏଭଳି ଘଟଣାରେ ନ୍ୟାୟ ପ୍ରଦାନରେ ଅହେତୁକ ବିଳମ୍ବ କିରବା ତାହାଲେ ପିଲାମାନେ ଆଗାମୀକାଲିର ଭବିଷ୍ୟତ କହିବା ବୃଥା । କାରଣ ଏଭଳି ଘଟଣାରେ ଅପରାଧୀଙ୍କୁ ଦଣ୍ଡ ନମିଳିଲେ ପିଲାମାନେ ତାଙ୍କ ସହିତ ଘଟିଥିବା ଘଟଣାରୁ ମାନସିକ ଭାବେ ବାହରକୁ ଆସିପାରିବେ ନାହିଁ । ଶେଷରୁ ଏଥିର ରାଜନୀତିକୁ ମଧ୍ୟ ଦୂରରେ ରଖିବାକୁ ପଡିବ । ସଙ୍ଗୀନ ଅପରାଧ ହେଉଛି ସଙ୍ଗୀନ ଅପରାଧ । ଏହା ଉପରେ ରାଜନୀତି ହେଲେ ଏହା ଛୋଟିଆ ଅପରାଧ କି ବଡ ଅପରାଧ ହେବା ନାହିଁ । ଯେତେବେଳେ ଗୋଟିଏ ପିଲା ବଢିବା ପୂର୍ବରୁ ସେ ଅପରାଧର ଶିକାର ହୁଏ କାହିଁକି ତାକୁ ନେଇ ଆମେ ରାଜନୀତି କରିବା ? ଏହା ସମାଜ ପାଇଁ ଭଲ ହେବ ଯଦି ସମାଜରେ ପିଲାଙ୍କୁ ସୁସ୍ଥ ଭାବେ ବଢିବାର ସୁଯୋଗ ପ୍ରଦାନ କରାଯାଏ ।

Last Updated : Aug 27, 2024, 9:20 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.