ETV Bharat / opinion

ବ୍ରିଟିଶ ଆଇନର ଅବସାନ; ନୂତନ ଆଇନ 'ଦଣ୍ଡ' ନୁହେଁ 'ନ୍ୟାୟ' ଆଧାରିତ - Legal Changes Implemented

author img

By ETV Bharat Odisha Team

Published : Jul 2, 2024, 3:10 PM IST

ବ୍ରିଟିଶ ଅମଳର ଆଇନର ଅନ୍ତ ଘଟିଛି ଓ ନୂତନ ଭାରତୀୟ ଆଇନ କାର୍ଯ୍ୟକାରୀ ହୋଇଛି । ଦଶନ୍ଧି ଦଶନ୍ଧି ଧରି ଚାଲି ଆସୁଥିବା ଆଇନ ଉପରେ ଯବନିକା ପଡିଛି । ନୂତନ ଆଇନ ଡିଜିଟାଲ ଯୁଗକୁ ଆପଣାଇଛି । 'ଦଣ୍ଡ' ସଂହିତା ବର୍ତ୍ତମାନ 'ନ୍ୟାୟ' ସଂହିତାରେ ପରିବର୍ତ୍ତନ ହୋଇଛି । ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏହି ଆଇନର ଉଦ୍ଦେଶ୍ୟ । ଯାଞ୍ଚ ପାଇଁ ସମୟସୀମା ନିର୍ଦ୍ଧାରଣ କରିବାର ଉଦ୍ଦେଶ୍ୟ ହେଉଛି ତ୍ବରିତ ବିଚାର ଓ ଶୀଘ୍ର ନ୍ୟାୟ ପ୍ରଦାନ କରି ଲୋକଙ୍କ ପ୍ରତି ଉତ୍ତରଦାୟୀ ରହିବା । ପଢନ୍ତୁ ବି.ଆର୍‌ ଆମ୍ବେଦକର ଲ' କଲେଜର ସହକାରୀ ପ୍ରଫେସର ପିଭିଏସ୍‌ ଶୈଳଜାଙ୍କ ଆଲେଖ୍ୟ,

LEGAL CHANGES IMPLEMENTED
LEGAL CHANGES IMPLEMENTED (ETV Bharat)

ହାଇଦ୍ରାବାଦ: ଦଶନ୍ଧି ଦଶନ୍ଧି ଧରି ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି), ଭାରତୀୟ ଏଭିଡେନ୍ସ ଆକ୍ଟ ଏବଂ କ୍ରିମିନାଲ ପ୍ରୋସିଡ୍ୟିୟର କୋର୍ଡ ଭାରତର ଆଇନ ବ୍ୟବସ୍ଥାକୁ ଏକ ଆକାର ପ୍ରଦାନ କରି ଆସୁଥିଲା । ଯଦିଓ ଏହି ନିୟମ ନ୍ୟାୟ ପାଇଁ ଏକ ଆଧାର ପ୍ରଦାନ କରିଛି, ତଥାପି ଆଧୁନିକ ଭାରତର ଜଟିଳତାକୁ ସମାଧାନ କରିବାରେ ବିଫଳ ହୋଇଛି । ଏକ ନୂଆ ଯୁଗର ସୂର୍ଯ୍ୟୋଦୟ ହୋଇଛି ଏବଂ ଭାରତ ନୂତନ ଅପରାଧିକ ଆଇନ ପ୍ରଣୟନ କରିବା ସହିତ ଆଇନ କ୍ଷେତ୍ରରେ ଏହାର ବିକାଶ ଦିଗରେ ପ୍ରମୁଖ ପଦକ୍ଷେପ ନେଇଛି ।

ଅପରାଧିକ ଆଇନରେ ସଂସ୍କାର ଆଣିବା ପାଇଁ ୨୦୨୦ ମସିହାରେ ଅପରାଧିକ ଆଇନ ସଂସ୍କାର କମିଟି (CRCL) ଗଠନ କରାଯାଇଥିଲା । ପ୍ରଫେସର ରଣବୀର ସିଂଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିଲା ଏହି କମିଟି । ପରିବର୍ତ୍ତିତ ଅଧ୍ୟାଦେଶ ଭାରତୀୟ ନ୍ୟାୟ ସଂହିତା(BNS), ଭାରତୀୟ ସାକ୍ଷ୍ୟ ଅଧିନିୟମ (BSA) ଓ ଭାରତୀୟ ନାଗରିକ ସୁରକ୍ଷା ସଂହିତା (BNSS) ଏକବିଂଶ ଶତାବ୍ଦୀରେ ଭାରତୀୟ ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ଏକ ନୂତନ ଢାଞ୍ଚା ପ୍ରଦାନ କରିଛି । ଏହି ନୂତନ ନ୍ୟାୟ ବ୍ୟବସ୍ଥା ଔପନିବେଶବାଦର ପରମ୍ପରାକୁ ଶେଷ କରିଛି। ଏହି ନୂତନ ଆଇନରେ ଦଣ୍ଡ ପରିବର୍ତ୍ତେ ନ୍ୟାୟ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି । 'ଦଣ୍ଡ' ସଂହିତା ବର୍ତ୍ତମାନ 'ନ୍ୟାୟ' ସଂହିତାରେ ପରିବର୍ତ୍ତନ ହୋଇଛି ।

ଦେଶରେ ନ୍ୟାୟାଳୟ ପ୍ରତିଷ୍ଠା ଦିଗରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୧୮୬୦ ଦଶକରେ ଏହି କମ୍ପାନୀ ଭାରତରେ ଅପରାଧିକ ନିୟମର ମୂଳଦୂଆ ସ୍ଥାପନ କରିଥିଲା । ପୁରୁଣା ଆଇନକୁ ସଂଶୋଧନ କରି ନୂତନ ଆଇନର ପ୍ରଣୟନ କରିବା ପାଇଁ ପ୍ରଥମେ ଅଧ୍ୟାଦେଶ ଆସିଥିଲା । ସ୍ଥାୟୀ ସମିତିର ସୁପାରିଶ କ୍ରମେ ଏହି ଅଧ୍ୟାଦେଶରେ ସଂଶୋଧନ କରାଯାଇଥିଲା ଓ ସଂସଦର ଉଭୟର ସଦନରେ ଏହା ଅନୁମୋଦନ ପାଇଥିଲା । ଡିସେମ୍ବର ୨୫, ୨୦୨୩ରେ ରାଷ୍ଟ୍ରପତି ଏହି ବିଲରେ ମୋହର ମାରିବା ପରେ ୨୦୨୪ ଜୁଲାଇ ୧ରେ ଏହା କାର୍ଯ୍ୟକାରୀ ହୋଇଛି । ବ୍ରିଟିଶ ଯୁଗରୁ ଚାଲିଆସିଥିବା ଏହି ଆଇନର ପରିବର୍ତ୍ତନ ତଥା ସଂଶୋଧନ ହେବାର ଆବଶ୍ୟକତା ରହିଥିଲା । ଅନେକ ପୁରୁଣା ଆଇନ ନିଜର ପ୍ରାସଙ୍ଗିକତା ହରାଇଥିଲା ।

ଭାରତୀୟ ପିଙ୍ଗଳ କୋର୍ଡ ୧୮୬୦ (ଆଇପିସି) ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା ୨୦୨୩ (BNS)କୁ କାର୍ଯ୍ୟକାରୀ କରାଯାଇଛି । ଏହି ପୁରୁଣା ଧାରାକୁ ସଂଶୋଧନ, ପ୍ରତ୍ୟାହାର କରାଯିବା ଓ ନୂତନ ଧାରା ଯୋଡିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଭାରତର ସାର୍ବଭୌମତ୍ୱ, ଏକତା ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ଉପରେ ଦଣ୍ଡ ଲଗାଇ ଅପରାଧ ପ୍ରତି ଏକ ସୂକ୍ଷ୍ମ ଦୃଷ୍ଟିକୋଣ ଆପଣାଇବା । ଏହାବ୍ୟତୀତ ଏହା ଗମ୍ଭୀର ଓ ଛୋଟ ଅପରାଧ ମଧ୍ୟରେ ପ୍ରଭେବ ଜଣାଇବା ସହ ଆତଙ୍କବାଦ, ସଂଗଠିତ ଅପରାଧ ଭଳି ବଡ ବଡ ଚ୍ୟାଲେଞ୍ଜ ସହ ଲଢିବା । ଏହି ନୂତନ ଆଇନରେ ଛିନତାଇକୁ ଏକ ଅପରାଧ ବୋଲି ଯୋଡାଯାଇଛି । ଏବେ ଅପରାଧର ଦଣ୍ଡ ସ୍ୱରୂପ 'ସାମୁଦାୟିକ ସେବା'କୁ ମଧ୍ୟ ବିଚାରକୁ ନିଆଯିବ ।

ସେହିଭଳି ସିଆରପିସି ସ୍ଥାନରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩କୁ କାର୍ଯ୍ୟକାରୀ କରାଯାଇଛି । ଆମର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସ୍ୱଚ୍ଛ କରିବା ଏହି ଆଇନର ଉଦ୍ଦେଶ୍ୟ । ଯାଞ୍ଚ ପାଇଁ ସମୟସୀମା ନିର୍ଦ୍ଧାରଣ କରିବାର ଉଦ୍ଦେଶ୍ୟ ହେଉଛି ତ୍ବରିତ ବିଚାର ଓ ଶୀଘ୍ର ନ୍ୟାୟ ପ୍ରଦାନ କରି ଲୋକଙ୍କ ପ୍ରତି ଉତ୍ତରଦାୟୀ ରହିବା । ଏହି ନୂତନ ଅପରାଧିକ ଆଇନରେ ଅନେକ ଉଲ୍ଲେଖନୀୟ ପରିବର୍ତ୍ତନ କରାଯାଇଛି । ଲୋକମାନଙ୍କର ଆବଶ୍ୟକତା ଅନୁୟାୟୀ ଏହି ନୂତନ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଧାରା 176ରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳେ । ୭ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଦଣ୍ଡାଦେଶ ଥିବା ଅପରାଧ ଗୁଡିକରେ ବିଶେଷଜ୍ଞମାନେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ । ସେହିପରି ୧୭୩ ଧାରା ଅନୁଯାୟୀ, ବିଚାରପ୍ରକ୍ରିୟା, ତଦନ୍ତ ଓ ଶୁଣାଣି ପାଇଁ ଡିଜିଟାଲ ପ୍ରଣାଳୀକୁ ବ୍ୟବହାର କରାଯାଇପାରିବ । ଏହି ଆଇନ ଏକ ନୂତନ ଡିଜିଟାଲ ଯୁଗକୁ ଆପଣାଇଛି ।

ଆଉ ଏକ ବୈପ୍ଳବିକ ପରିବର୍ତ୍ତନର ଅବଧାରଣା ହେଉଛି ଜିରୋ FIR ଅର୍ଥାତ ଯେକୌଣସି ଅଞ୍ଚଳରେ ଥାଇ ମଧ୍ୟ ମାମଲା ଦାୟର କରିହେବ ଏବଂ ଯେଉଁ ପୋଲିସ ଷ୍ଟେସନ ଅଧିନରେ ଏହି ମାମଲା ହୋଇଥିବ ସେହି ପୋଲିସ ଷ୍ଟେସନରୁ ହିଁ ତାହାକୁ ପଠାଯିବ । ସେହିପରି ଭାରତୀୟ ନାଗରିକ ସୁରକ୍ଷା ସଂହିତାରେ ପୋଲିସ ହେପାଜତର ଅବଧି ବଢାଯାଇଛି । ଅପରାଧର ଗମ୍ଭୀରତା ଆଧାରରେ ୧୫ ଦିନ ପରିବର୍ତ୍ତେ ୬୦ରୁ ୯୦ ଦିନ କରାଯାଇଛି । ତେବେ ଏହି ଆଇନ କାର୍ଯ୍ୟକାରିତାର ଆବଶକ୍ୟତା ଓ ନାଗରିକତା ସ୍ୱତନ୍ତ୍ରତାକୁ ସୁରକ୍ଷା ମଧ୍ୟରେ ସମନ୍ବୟ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶ ଡିଜିଟାଲ ପରିବର୍ତ୍ତନ ଆଡକୁ ଗତି କରୁଛି ।

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ କହିଛନ୍ତି ଯେ, ଏହି ନୂତନ ଆଇନ ଆମ ସମାଜ ପାଇଁ ଐତିହାସିକ ମୁହୂର୍ତ୍ତ କାରଣ ଏହି ନୂତନ ଆଇନ ଆମ ଦୈନନ୍ଦିନ ସମାଜକୁ ପ୍ରଭାବିତ କରୁନାହିଁ । ଏହାବ୍ୟତୀତ ସେ ଆଉ ମଧ୍ୟ କହିଛନ୍ତି ଯେ, ଏହି ଆଇନ ଦିଗରେ ଆହୁରି ସରକାତ୍ମକ ପରିବର୍ତ୍ତନ ଆଣିବା ପାଇଁ ହେଲେ ଖୁବଶୀଘ୍ର ଭିତ୍ତିଭୂମୀ ତଥା ଢାଞ୍ଚାର ବିକାଶ, ଫରେନ୍ସିକ ବିଶେଷଜ୍ଞ ଓ ଯାଞ୍ଚ ଅଧିକାରୀଙ୍କ କ୍ଷମତା ସୃଷ୍ଟି କରିବାର ଆବଶ୍ୟକ ରହିଛି । ସାମାଜିକ-ରାଜନୈତିକ କାରକଗୁଡିକୁ ନେଇ ଏହି ନୂତନ ଆଇନ ପ୍ରଣୟନ କରାଯାଇଛି । ପୀଡିତାମାନଙ୍କୁ ପ୍ରାଥମିକତା ଦେବା ପାଇଁ ନ୍ୟାୟିକ ଦାବି, ଡିଜିଟାଲ ବିପ୍ଳବ ଓ ସାମାଜିକ ମୂଲ୍ୟବୋଧର ବିକାଶ ହେତୁ ବୈଷୟିକ ନିୟମର ଆବଶ୍ୟକତା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଅନ୍ୟପଟେ ବିଭିନ୍ନ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟା ଅଧିକ ଯୋଗୁଁ ଭାରତରେ ନ୍ୟାୟ ପ୍ରଣାଳୀ ମନ୍ଥର ଥିଲା । ତେଣୁ ପୁରୁଣା ଆଇନକୁ ଛାଡି ଏକ ଆଧୁନିକ ଆଇନ ପ୍ରଣାଳୀ ଆଡକୁ ଯିବାର ଆବଶ୍ୟକତା ରହିଥିଲା । ତଦନ୍ତ କିମ୍ବା ଜବତ ବେଳେ ଅଡିଓ-ଭିଡିଓ ରେକର୍ଡିଂ ବାଧ୍ୟତାମୂଳକ କରିବାର ଉଦ୍ଦେଶ୍ୟ ଆଇନ ବ୍ୟବସ୍ଥାକୁ ଆହୁରି ସୁବ୍ୟବସ୍ଥିତ କରିବା । ଏହି ଅଧିନିୟମ ସମାଜର ଅସୁରକ୍ଷିତ ତଥା ଦୁର୍ବଳ ଶ୍ରେଣୀର ବ୍ୟକ୍ତିବିଶେଷକୁ ମଧ୍ୟ ସୁରକ୍ଷା ପ୍ରଦାନ କରିବା, ଅପରାଧିକ ନ୍ୟାୟ ପ୍ରଣାଳୀ ଆଧୁନିକ ଯୁଗର ଆବଶ୍ୟକତା ଓ ମୂଲ୍ୟବୋଧକୁ ସୁରକ୍ଷିତ ରଖିବା ପାଇଁ ପ୍ରତିବଦ୍ଧତା ପ୍ରଦର୍ଶନ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.