ETV Bharat / opinion

ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ, ବଢୁଛି ରପ୍ତାନୀ - Indian Defence Production Export

author img

By ETV Bharat Odisha Team

Published : Jun 30, 2024, 4:49 PM IST

Indian Defence Production and Export: ପ୍ରତିରକ୍ଷା ଉପକରଣ ରପ୍ତାନୀ ଦିଗରେ ଭାରତ । ସ୍ୱାଧୀନତା ପରେ ଆତ୍ମନିର୍ଭର ଭାରତ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ ଦିଗରେ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ଏହାର ଅଭିବୃଦ୍ଧି କରିବା ଲକ୍ଷ୍ୟରେ ରହିଛି । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ସ୍ୱଦେଶୀ ପ୍ରତିରକ୍ଷା ଉପକରଣ ବିଦେଶକୁ ରପ୍ତାନୀ ମଧ୍ୟ କରାଯାଉଛି । ପଢନ୍ତୁ ବିଡିଏଲ ପୂର୍ବତନ ନିର୍ଦ୍ଦେଶକ ରାଧାକ୍ରିଷ୍ଣ ଆଲେଖ୍ୟ..

Indian Defence Production and Export
Indian Defence Production and Export (ANI photo)

ହାଇଦ୍ରାବାଦ: ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଅଗ୍ରଗତି ଘଟୁଛି ଭାରତ । ଦେଶର ସୁରକ୍ଷା ନିରପତ୍ତା, ପ୍ରଯୁକ୍ତିବିଦ୍ୟାର ବିକାଶ, ଭୂ-ରାଜନୈତିକ ଗତିଶୀଳତା ଭଳି କାରଣ ଗୁ଼ଡିକ ଯୋଗୁଁ ଦେଶରେ ଏହି କ୍ଷେତ୍ରରେ ବୃଦ୍ଧି ଘଟୁଛି । ଭାରତରେ ଅସ୍ତ୍ରଶସ୍ତ୍ର ଉତ୍ପାଦନର ଏକ ଲମ୍ବା ଇତିହାସ ରହିଛି । ନିଜର ପ୍ରତିରକ୍ଷା କ୍ଷେତ୍ରକୁ ସୁଦୃଢ କରିବା ପାଇଁ ପାକ୍- ସ୍ବାଧୀନତା ସମୟରୁ ଭାରତରେ ଅସ୍ତ୍ରଶସ୍ତ୍ର ଉତ୍ପାଦନ ଆରମ୍ଭ ହୋଇଛି ।

ସ୍ବାଧୀନତା ପରେ ଭାରତ ଆତ୍ମନିର୍ଭରଶୀଳତା ଓ ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ଉପରେ ଅଧିକ ଫୋକସ କରିଛି ଯେଉଁଥିପାଇଁ HCL, BEL, BDL, BEML, SHIP ବିଲ୍ଡିଂ ଇଣ୍ଡ୍ରଷ୍ଟିଜ୍ ଓ ଅର୍ଜିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ( OFB) ଭଳି ସରକାରୀ ସଂସ୍ଥା ପ୍ରତିଷ୍ଠା କରାଯାଇଛି । ଏହି ସଂସ୍ଥାଗୁଡିକରେ କ୍ଷେପଣାସ୍ତ୍ର, ଛୋଟ ଅସ୍ତ୍ରଶସ୍ତ୍ର, ଏୟାରକ୍ରାଫ୍ଟ, ତୋପ( ଆର୍ଟିଲେରୀ), ବୈଦ୍ୟୁତିକ ଯୁଦ୍ଧ ଉପକରଣ ଗୁଡିକ ନିର୍ମାଣ କରାଯାଉଛି ।

ଗତ କିଛି ବର୍ଷ ହେଲା ଭାରତର ପ୍ରତିରକ୍ଷା ଶିଳ୍ପକୁ ଆଧୁନିକୀକରଣ ଏବଂ ବିସ୍ତାର କରିବା ପାଇଁ ଏକ ମିଳିତ ପ୍ରୟାସ କରାଯାଉଛି । ବିଭିନ୍ନ ଚ୍ୟାଲେଞ୍ଜ ଗୁ଼ଡିକୁ ସାମ୍ନା କରି ଭାରତ ସ୍ୱଦେଶୀ ପ୍ରତିରକ୍ଷା ଉତ୍ପାଦନ ଓ ପ୍ରଯୁକ୍ତିବିଦ୍ୟାର ଗୁରୁତ୍ୱକୁ ବୁଝି ଆତ୍ମନିର୍ଭରତା ଓ ରଣନୀତିକ ସ୍ୱାଧୀନତାକୁ ବୃଦ୍ଧି କରିବାରେ ସକ୍ଷମ ହୋଇପାରିଛି । କାର୍ଗିଲ ଯୁଦ୍ଧ ଭାରତର ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ଓ ସ୍ୱଦେଶ ଅସ୍ତ୍ରଶସ୍ତ୍ରରେ ପୁଞ୍ଜି ବିନିଯୋଗ କରିବା ପାଇଁ ଏକ ସଂସ୍କାର ସଦୃଶ୍ୟ । ଏହା ଦ୍ୱାରା ବିଦେଶୀ ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ ଘଟିଛି ।

ଏହାର ପରବର୍ତ୍ତୀ ପଦକ୍ଷେପ ସ୍ବରୂପ ସରକାରୀ-ଘରୋଇ ସହଭାଗିତାରେ ଆରମ୍ଭ କରାଯାଇଥିଲା 'ମେକ ଇନ ଇଣ୍ଡିଆ' । ଯାହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ର ନିର୍ମାଣ ଓ ଉଦ୍ଭାବନକୁ ଅଧିକ ଗୁରୁତ୍ୱାରୋପ କରିଥିଲା । ଗତ ୧୦ ବର୍ଷ ମଧ୍ୟରେ ଭାରତରେ ପ୍ରତିରକ୍ଷା କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ କିଛି ବର୍ଷ ହେଲା ପଲିସି ମେକରମାନେ ଭାରତରେ ଅସ୍ତ୍ରଶସ୍ତ୍ର ଉତ୍ପାଦନୁ ବୃଦ୍ଧି କରିବା ଓ ଏହାକୁ ବୈଶ୍ୱିକ ପେଣ୍ଠସ୍ଥଳୀ (ଗ୍ଲୋବାଲ ହବ)ରେ କିଭଳି ପରିଣତ କରାଯାଇ ପାରିବ ସେନେଇ ବିଚାର ବିମର୍ଷ ଜାରି ରଖିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଘରୋଇ ନିର୍ମାଣକୁ ଅଧିକ ଗୁରୁତ୍ୱ ଦେଇ ମେକ୍ ଇନ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଅଧିନରେ ସୁପ୍ତପ୍ରାୟ ପ୍ରତିରକ୍ଷା ଶିଳ୍ପକୁ ମଜଭୂତ କରିବା ସହ ଏହି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବା, ନବସୃଜନ ପାଇଁ ପ୍ରୋତ୍ସାହିତ କରିବା, ବୌଦ୍ଧିକ ଦକ୍ଷତାର ବିକାଶ ଓ ଶ୍ରେଷ୍ଠ ଉତ୍ପାଦନ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ।

ଅଧିକନ୍ତୁ, ଭାରତ ପ୍ରତିରକ୍ଷା କ୍ରୟ ନୀତିରେ ପରିବର୍ତ୍ତନ କରି ପ୍ରତିରକ୍ଷା କ୍ରୟ ପ୍ରକ୍ରିୟା(DPP) ଓ 'ଷ୍ଟ୍ରାଟେଜିକ ପାଟନରସିପ ମଡେଲ'ର ଆରମ୍ଭ କରି ସ୍ୱଦେଶୀ ଜ୍ଞାନ କୌଶଳରେ ଅସ୍ତ୍ରଶସ୍ତ୍ର ନିର୍ମାଣକୁ ଆହୁରୀ ସୁଦୃଢ କରିଛି । ଆଜି ଭାରତ ଅସ୍ତ୍ରଶସ୍ତ୍ର ଉତ୍ପାଦନର ଦୃଶ୍ୟପଟ ସରକାରୀ ଓ ବେସରକାରୀ ଅସ୍ତ୍ରଶସ୍ତ୍ର ଉଦ୍ୟୋଗକୁ ମିଶ୍ରଣ କରିବା ସହ ବିଦେଶୀ ସଂସ୍ଥାଗୁଡିକ ସହ ସହଭାଗିତା ମଧ୍ୟ ରକ୍ଷା କରିଛି । ମିଶାଇଲ ଟେକ୍ନୋଲୋଜି, ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ନିର୍ମାଣ କ୍ଷେତ୍ରରେ ଭାରତ ଏକ ବଡ ପଦକ୍ଷେପ ଗ୍ରହଣ କରିଛି । ଅସ୍ତ୍ରଶସ୍ତ୍ର ନିର୍ମାଣକ୍ଷେତ୍ରରେ ସ୍ୱଦେଶୀ ଜ୍ଞାନକୌଶଳକୁ ଆହୁରୀ ବିକଶିତ କରିବା ପାଇଁ ଡିଆରଡିଓ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଅସ୍ତ୍ରଶସ୍ତ୍ର ଉତ୍ପାଦନ କ୍ଷେତ୍ରରେ ଭାରତ ଆଜି ବିବିଧତା ଓ ପରିବେଶକୁ ପ୍ରତିଫଳିତ କରେ । ପ୍ରାଶାସନିକ କଠିନତା, ଭିତ୍ତିଭୂମି ପ୍ରତିବନ୍ଧକ ଓ ଟେକ୍ନୋଲୋଜି ଅଭାବ ସତ୍ତ୍ବେ ଭାରତ ଆଜି ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ନିରନ୍ତର ବିକାଶ ଦିଗ ଆଡକୁ ଗତି କରୁଛି ଓ ଦେଶ ନିଜର ସୁରକ୍ଷା ନିରାପତ୍ତା କ୍ଷେତ୍ରରେ ଆବଶ୍ୟକତା ପୂରଣ କରିବା ଦିଗରେ ଅଗ୍ରସର ହେଉଛି । ନୂତନ ଜ୍ଞାନ କୌଶଳ ଦୃଷ୍ଟିରୁ ପ୍ରମୁଖ ଦେଶମାନଙ୍କ ସହ ସମାନତା ହାସଲ କରିବା ଭାରତ ପାଇଁ ନିଶ୍ଚିତ ଆହ୍ୱାନପୂର୍ଣ୍ଣ । ନବସୃଜନ, ପ୍ରତିରକ୍ଷା ଓ ଗବେଷଣା କ୍ଷେତ୍ରରେ ପୁଞ୍ଜି ନିବେଶ, ରଣନୀତିକ ଭାଗିଦାରୀ, ସ୍ୱଦେଶୀ ଜ୍ଞାନକୌଶଳକୁ ବ୍ୟବହାର କରି ଏକ ଦୃଢ ଭିତ୍ତିଭୂମି ପ୍ରତିଷ୍ଠା କରିବା ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ । ବର୍ତ୍ତମାନ ଭାରତ ୭୫ ଦେଶକୁ ପ୍ରତିରକ୍ଷା ଉପକରଣ ରପ୍ତାନି କରୁଛି ଯାହା ଏହି କ୍ଷେତ୍ରରେ ଭାରତର ଅଭିବୃଦ୍ଧିକୁ ଦର୍ଶାଉଛି ।

୨୦୨୩-୨୪ ଆର୍ଥିକ ବର୍ଷରେ ପ୍ରତିରକ୍ଷା ରପ୍ତାନୀ ୨୧ ହଜାର ୦୮୩ କୋଟି ଟଙ୍କା ଛୁଇଁ ରେକର୍ଡ ସୃଷ୍ଟି କରିଛି । ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ୩୨. ୫ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ପ୍ରତିରକ୍ଷା ରପ୍ତାନୀ ୧୫ ହଜାର ୫୯୦ କୋଟି ଟଙ୍କା ଥିଲା । ଆକଳନ ଅନୁଯାୟୀ, ୨୦୧୩-୧୪ ଆର୍ଥିକ ବର୍ଷରୁ ଏବେସୁଦ୍ଧା ଅର୍ଥାତ ଗତ୧୦ ବର୍ଷ ମଧ୍ୟରେ ପ୍ରତିରକ୍ଷା ରପ୍ତାନୀ ପାଖାପାଖି ୩୧ ଗୁଣ ବୃଦ୍ଧି ପାଇଛି ।

୨ ଦଶନ୍ଧି ଅର୍ଥାତ ୨୦୦୪-୦୫ରୁ ୨୦୧୩-୧୪ ଏବଂ ୨୦୧୪-୧୫ ରୁ ୨୦୨୩-୨୪ ଅବଧି ପର୍ଯ୍ୟନ୍ତ ଏକ ତୁଳନାତ୍ମକ ତଥ୍ୟ ଉପରେ ନଜର ପକାଇଲେ ଦେଖିବା ଯେ ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ପ୍ରାୟ ୨୧ ଗୁଣ ଅଭିବୃଦ୍ଧି ଘଟିଛି । ୨୦୦୪-୦୫ରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ୪ହଜାର ୩୧୨ କୋଟି ଟଙ୍କାର ରପ୍ତାନୀ ହେଉଥିବା ବେଳେ ୨୦୧୪-୧୫ ରୁ ୨୦୨୩-୨୪ ଆର୍ଥିକ ବର୍ଷ ମଧ୍ୟରେ ୮୮ହଜାର ୩୧୯କୋଟି ଟଙ୍କା ବୃଦ୍ଧି ପାଇଛି । ପଲିସି ସଂସ୍କାର ଓ 'ଇଜି ଅଫ ଡୁଇଙ୍ଗ ବିଜିନେସ' ଯୋଗୁ ଏହି ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରାଯାଇ ପାରିଛି ।

ଭାରତୀୟ ଶିଳ୍ପ କ୍ଷେତ୍ରରେ ସରକାରଙ୍କ ଦ୍ୱାରା ନିଆଯାଇଥିବା ଏଣ୍ଡ ଟୁ ଏଣ୍ଡ୍ ଡିଜିଟାଲ ସଲ୍ୟୁସନ ପଦକ୍ଷେପ, ପ୍ରତିରକ୍ଷା ରପ୍ତାନୀକୁ ଆହୁରି ପ୍ରୋତ୍ସାହିତ କରୁଛି । ଏହି ଅଭିବୃଦ୍ଧି ବୈଶ୍ବିକ କ୍ଷେତ୍ରରେ ଭାରତୀୟ ପ୍ରତିରକ୍ଷା ଉପକରଣ ଓ ଟେକ୍ନୋଲୋଜି ପ୍ରତି ଗ୍ରହଣୀୟତାକୁ ପ୍ରତିଫଳିତ କରୁଥିବା ଦର୍ଶାଉଛି ।

୨୦୨୨ରେ ଗ୍ଲୋବାଲ ଏରୋସ୍ପେଶ ଓ ପ୍ରତିରକ୍ଷା ବଜାରର ମୂଲ୍ୟ ପାଖାପାଖି ୭୫୦ ବିଲିୟନ ଆମେରିକୀୟ ଡଲାର ଥିବାବେଳେ ୨୦୨୩ରୁ ୨୦୩୦ ମଧ୍ୟରେ ଏହା ପାଖାପାଖି ୮.୨ ପ୍ରତିଶତ ବୃଦ୍ଧି ସହ ୧ ହଜାର ୩୮୮ ବିଲିୟନ ଆମେରିକା ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି । ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ଉପକରଣ ,ଟେକ୍ନୋଲୋଜି ଓ ସେବାର ମୂଲ୍ୟ ବୃଦ୍ଧି ହେଉଥିବା ବେଳେ ୨୦୨୪-୩୨ ଆର୍ଥିକ ବର୍ଷରେ ଏରୋସ୍ପେଶ ଓ ପ୍ରତିରକ୍ଷା ଉପକରଣ ନିମନ୍ତେ ପାଖାପାଖି ୧୩୬ ବିଲିୟନ ଆମେରିକୀୟ ଡଲାରର ଅର୍ଡର ଭାରତ ପାଖକୁ ଆସିପାରେ । ରିପୋର୍ଟ ଅନୁଯାୟୀ ୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ଭାରତର ପ୍ରତିରକ୍ଷା ପୁଞ୍ଜି ୩୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଭାରତ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରି ପ୍ରତିରକ୍ଷା ସେକ୍ଟରରେ ସ୍ୱଦେଶୀ ନିର୍ମାଣ ଓ ଜ୍ଞାନକୌଶକୁ ନିରନ୍ତର ସମର୍ଥନ ଦେଇ ଆସୁଛନ୍ତି । ୨୦୩୦ ସୁଦ୍ଧା ଡିଫେନ୍ସ କ୍ୟାପିଟାଲ ୩୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିବାରେ ବୋଲି ଅନୁମାନ କରାଯାଉଛି ।

ଅସ୍ତ୍ରଶସ୍ତ୍ର ଅନୁସନ୍ଧାନ ଓ ବିକାଶ କ୍ଷେତ୍ରରେ ନୂତନ ଓ ସ୍ୱଦେଶୀ ଜ୍ଞାନକୌଶଳ ବ୍ୟବହାର କରି ପ୍ରମୁଖ ଦେଶଗୁଡିକ ସହ ସମାନତା ବଜାୟ ରଖିବା ପାଇଁ ପୁଞ୍ଜି, ସ୍ଥାୟୀ ପ୍ରୟାସ ଓ ନୂତନ ପ୍ଲାନ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି । ଯାହା ଆମ ଦେଶ ପାଇଁ ବଡ ଆହ୍ୱାନ । କିନ୍ତୁ ନବସୃଜନ, ଅନୁସନ୍ଧାନ ଓ ବିକାଶରେ ନିବେଶ, ରଣନୀତିକ ସହଭାଗିତା ଓ ସ୍ବଦେଶୀ ବିକାଶ ପ୍ରୟାସ ପ୍ରତି ଭାରତର ପ୍ରତିବନ୍ଧତା ଏହି ଲକ୍ଷ୍ୟ ହାସଲ ପାଇଁ ଭାରତକୁ ମଜଭୂତ ଆଧାର ପ୍ରଦାନ କରେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.