ETV Bharat / lifestyle

ନାସାର ବଡ଼ ଅଫର, ଏହି ଚ୍ୟାଲେଞ୍ଜ ଜିତିଲେ ମିଳିବ 25 କୋଟି

ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ବଡ ଅଫର । ଏହି ପ୍ରତିଯୋଗିତା ଜିତିଲେ ବିଜେତାଙ୍କୁ ମିଳିବ 25 କୋଟି ଟଙ୍କା । ଅଧିକ ପଢନ୍ତୁ

author img

By ETV Bharat Lifestyle Team

Published : 2 hours ago

ନାସାର ବଡ଼ ଅଫର; ଏହି ଚ୍ୟାଲେଞ୍ଜ ଜିତିଲେ ବିଜେତାଙ୍କୁ ମିଳିବ 25 କୋଟି
ନାସାର ବଡ଼ ଅଫର; ଏହି ଚ୍ୟାଲେଞ୍ଜ ଜିତିଲେ ବିଜେତାଙ୍କୁ ମିଳିବ 25 କୋଟି (ETV Bharat)

Luna Recycle Challenge: ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ଏହାର ଆଗାମୀ ଚନ୍ଦ୍ର ମିଶନ ପାଇଁ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ପ୍ରତିଯୋଗିତା ଆରମ୍ଭ କରିଛି । ଯାହାର ଉଦ୍ଦେଶ୍ୟ ଅନ୍ତରୀକ୍ଷରେ ବର୍ଜ୍ୟବସ୍ତୁ ପରିଚାଳନା । ଏହି ପ୍ରତିଯୋଗିତାର ନାମ 'Lunarecycle challenge' (ବର୍ଜ୍ୟବସ୍ତୁ ପୁନଃବ୍ୟବହାରକ୍ଷମ) ରଖାଯାଇଛି । ଏଥିରେ ସାରା ବିଶ୍ବରୁ ପ୍ରତିଯୋଗୀମାନେ ଅଂଶଗ୍ରହଣ କରି ଅନ୍ତରୀକ୍ଷରେ ଆବର୍ଜନା ପୁନଃବ୍ୟବହାର ନେଇ ପାଇଁ ନିଜର ପ୍ଲାନ ଉପସ୍ଥାପନ କରିବେ । ଏହି ଚ୍ୟାଲେଞ୍ଜ ଲାଗି 3 ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ 25 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛି ନାସା ।

କେବଳ ପୃଥିବୀ ନୁହେଁ, ଏବେ ଅନ୍ତରୀକ୍ଷରେ ମଧ୍ୟ ବର୍ଜବସ୍ତୁ ପରିଚାଳନା ଏକ ଚିନ୍ତାଜନକ ବିଷୟ ପାଲଟିଛି । ନିମୟିତ ଭାବେ ଅନ୍ତରୀକ୍ଷରେ ବୁଲୁଥିବା ମହାକାଶଯାନଗୁଡିକରୁ ଆର୍ବଜନା ବାହାରୁଛି । ଏହି ଆର୍ବଜନାଗୁଡିକ ଅନ୍ତରୀକ୍ଷରେ ଘୁରି ବୁଲୁଥିବାରୁ ସାଟେଲାଇଟ ଓ ସ୍ପେସକ୍ରାପ୍ଟ ସହ ଧକ୍କା ହେବାର ଆଶଙ୍କା ରହୁଛି । ଏଥିସହ ନୂତନ ସ୍ପେସ୍ ମିଶନରେ ମଧ୍ୟ ବାଧା ସୃଷ୍ଟି କରିବା ନେଇ ଆଶଙ୍କା କରାଯାଉଛି । ଏହି କାରଣରୁ ଆଗାମୀ ଚନ୍ଦ୍ର ମିଶନକୁ ଦୃଷ୍ଟିରେ ରଖି ଅନ୍ତରୀକ୍ଷରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଲୁନାସାଇକେଲ ଚ୍ୟାଲେଞ୍ଜ ନାମରେ ଏକ ନୂଆ ପଦକ୍ଷେପ ନେଇଛି ନାସା ।

କହିରଖୁଛୁ କି, ଦୀର୍ଘ 50 ବର୍ଷ ପରେ ନାସା ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବାକୁ ଯୋଜନା କରୁଛି । ଆସନ୍ତା 2026 ସେପ୍ଟେମ୍ବରରେ ନାସାର ଏହି ଐତିହାସିକ ଚନ୍ଦ୍ର ମିଶନ ଲଞ୍ଚ ହେବାକୁ ଯାଉଛି । ଏହାର ଉଦ୍ଦେଶ୍ୟ ଚନ୍ଦ୍ରପୃଷ୍ଠରେ ଦୀର୍ଘକାଳୀନ ମାନବ ଉପସ୍ଥିତି ସ୍ଥାପନା କରିବା । ଏହି ମିଶନରେ ସାମିଲ ମହାକାଶଚାରୀମାନେ ଅନେକ ମାସ ଯାଏ ଚନ୍ଦ୍ରପୃଷ୍ଠରେ ଅବସ୍ଥାନ କରିବାକୁ ଥିବାରୁ ବର୍ଜ୍ୟବସ୍ତୁ ପରିଚଳନା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ ହୋଇଛି ।

କାରଣ ନାସାର ପୂର୍ବ ଚନ୍ଦ୍ର ମିଶନ ସମୟରେ ମହାକାଶଚାରୀମାନେ ଚନ୍ଦ୍ରପୃଷ୍ଠରେ ବହୁ ପରିମାଣରେ ଆବର୍ଜନା ଓ ମଳ ତ୍ୟାଗ କରିଥିଲେ । 6 ମାସର ରହଣି ଭିତରେ ପ୍ରାୟ 96ଟି ଆବର୍ଜନା ଭର୍ତ୍ତି ବ୍ୟାଗ୍ ଛାଡି ଆସିଥିଲେ । ଏବେ ନାସା ପୁଣି ଏକ ଲମ୍ବା ମିଶନର ଯୋଜନା କରୁଥିବାରୁ ଅନ୍ତରୀକ୍ଷରେ ବର୍ଜ୍ୟବସ୍ତୁ ପରିଚାଳନା ଦିଗରେ ପ୍ରାଥମିକତା ଦେଉଛି ।

ଦୁଇଟି ପର୍ଯ୍ୟାୟରେ ଚ୍ୟାଲେଞ୍ଜ

ନାସାର ଏହି ରିସାଇକଲ ଚ୍ୟାଲେଞ୍ଜ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମଟି ହେଲା-ପ୍ରୋଟାଟାଇପ ବିଲ୍ଡ ଟ୍ରାକ । ଏଥିରେ ଚନ୍ଦ୍ରପୃଷ୍ଠରେ କଠିନ ବର୍ଜ୍ୟବସ୍ତୁ ରିସାଇକେଲ ବା ପୁନଃବ୍ୟବହାରକ୍ଷମ କରିବା ପାଇଁ ହାର୍ଡୱେୟାର ପ୍ରସ୍ତୁତ କରିବାକୁ ପଡିବ । ଦ୍ବିତୀୟ ପର୍ଯ୍ୟାୟ ହେଲା- ଡିଜିଟାଲ ଟ୍ବିନ । ଏଥିରେ ପ୍ରତିଯୋଗୀମାନେ ଏମିତି ଏକ ସିଷ୍ଟମର ଭର୍ଚୁଆଲ ମଡେଲ ଡିଜାଇନ କରିବେ ଯାହା କଠିନ ବର୍ଜ୍ୟବସ୍ତୁଗୁଡିକୁ ପୁନଃବ୍ୟବହାରଯୋଗ୍ୟ କରିବା ସହ ଏଥିରୁ ଏକାଧିକ ପ୍ରଡକ୍ଟ ପ୍ରସ୍ତୁତ କରିପାରୁଥିବ । ଏହି ଚ୍ୟାଲେଞ୍ଜ ଜିତିଲେ ବିଜେତା ବ୍ୟକ୍ତି କିମ୍ବା ଦଳକୁ 25 କୋଟି ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯିବ ।

ଏହି ଲୁନା ରିସାଇକେଲ ଚ୍ୟାଲେଞ୍ଜ ଉଭୟ ଅନ୍ତରୀକ୍ଷ ଓ ପୃଥିବୀ ପାଇଁ ଲାଭଦାୟକ ହୋଇପାରିବ । ଏହା କେବଳ ଅନ୍ତରୀକ୍ଷରେ ବର୍ଜ୍ୟବସ୍ତୁ ପରିଚାଳନା ସମସ୍ୟା ଦୂର କରିବାରେ ସାହାଯ୍ୟ କରିବ ନାହିଁ ବରଂ ସମ୍ବଳର ସଠିକ୍ ଉପଯୋଗର ଉପାୟ ମଧ୍ୟ ଶିଖାଇବ ।

ଏହା ମଧ୍ୟ ପଢନ୍ତୁ: କୁମାର ପୂର୍ଣ୍ଣିମା ସ୍ପେଶାଲ; ଘରେ ବନାନ୍ତୁ ପରିବା ପୁର ଦିଆ ସୁଆଦିଆ ମଣ୍ଡା ପିଠା

ଏହା ମଧ୍ୟ ପଢନ୍ତୁ: ବେକର କଳାପଣ ନେଇ ଚିନ୍ତିତ କି ? ଏମିତି ଚୁଟ୍‌କିରେ କରନ୍ତୁ ଦୂର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.