ETV Bharat / lifestyle

ଶୀତ ଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବେ ? ଜାଣନ୍ତୁ ଡାକ୍ତରଙ୍କଠାରୁ - WINTER DEHYDRATION PROBLEMS

ଜଣେ ମଣିଷ ଦିନକୁ କେତେ ଗ୍ଲାସ ପାଣି ପିଇବା ଉଚିତ୍ ? ଶରୀରରେ ପାଣିର ଅଭାବ ହେଲେ କ'ଣ କ'ଣ ସମସ୍ୟା ଦେଖାଯାଏ ? ଜାଣନ୍ତୁ ଏହି ଖବରରେ

ଶୀତ ଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବେ ?
ଶୀତ ଦିନେ ଦିନକୁ କେତେ ଗ୍ଲାସ ପାଣି ପିଇବେ ? (ETV Bharat)
author img

By ETV Bharat Lifestyle Team

Published : Nov 30, 2024, 4:44 PM IST

ବଞ୍ଚିବା ପାଇଁ ଶରୀରକୁ ଖାଦ୍ୟ ଯେତିକି ଜରୁରୀ, ପାଣି ବି ସେତିକି ଜରୁରୀ । ମଣିଷ ଶରୀରରେ 50ରୁ 70 ପ୍ରତିଶତ କେବଳ ପାଣି ଥାଏ । ସାଧାରଣତଃ ଶୀତ ଦିନେ ଲୋକମାନେ କମ୍ ପାଣି ପିଇଥାନ୍ତି । ଥଣ୍ଡା ପବନ ଯୋଗୁଁ ବେଶୀ ଶୋଷ ଲାଗେ ନାହିଁ । ଅନେକ ଲୋକ ଭାବନ୍ତି କେବଳ ଖରା ଦିନେ ଶରୀରରେ ଜଳ ଅଭାବ ବା ଡିହାଇଡ୍ରେସନ ହୋଇଥାଏ । ଏହା ସମ୍ପୂର୍ଣ୍ଣ ଭୁଲ୍ । ଖରା ହେଉ କି ଶୀତ ଋତୁ, ପ୍ରତିଦିନ ପର୍ଯ୍ୟାପ୍ତ ପରିମାଣରେ ପାଣି କିମ୍ବା ତରଳ ପଦାର୍ଥ ସେବନ କରିବା ନିହାତି ଆବଶ୍ୟକ । ଯେକୌଣସି ଋତୁରେ ଶରୀରରେ ଜଳାଭାବ ଦେଖାଦେଇପାରେ । ଯେଉଁଥିପାଇଁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ଡାକ୍ତରଙ୍କ କହିବା କଥା, ଥଣ୍ଡା ଦିନେ ଆମେ ଖାଦ୍ୟ ଖାଇବା ଅପେକ୍ଷା ପ୍ରଚୁର ମାତ୍ରାରେ ପାଣି ପିଇବା ଉପରେ ଧ୍ୟାନ ଦେବା ଆବଶ୍ୟକ ।

ଶୀତ ଦିନେ ଜଣେ ବ୍ୟକ୍ତି କେତେ ପାଣି ପିଇବେ ?

ଶୀତ ଦିନେ ସକାଳଠୁ ରାତି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଅଭ୍ୟାସ କରନ୍ତୁ । ଏହି ଦିନରେ ଯଦିଓ ବେଶି ଶୋଷ ଲାଗେ ନାହିଁ ତଥାପି ଦିନକୁ ଅତିକମରେ 8ରୁ 10 ଗ୍ଲାସ ପାଣି ପିଅନ୍ତୁ । ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଶାରିରୀକ ଭାବେ ସକ୍ରିୟ ଥିବା ପୁରୁଷମାନେ ଦିନକୁ 10ରୁ 14 ଗ୍ଲାସ ପାଣି ପିଇବା ଉଚିତ୍ । ମହିଳାମାନେ 8ରୁ 12 ଗ୍ଲାସ ପିଅନ୍ତୁ । ଆପଣ ପାଣି ବଦଳରେ ଜୁସ୍, କ୍ଷୀର ଓ ନଡିଆ ପାଣି ପିଇପାରିବେ । ଏହା ଶରୀରରେ ଜଳାଭାବ ଦୂର କରି ହାଇଡ୍ରେଟ ରଖିବାରେ ସାହାଯ୍ୟ କରେ ।

ନ୍ୟାସନାଲ ଲାଇବ୍ରେରୀ ଅଫ ମେଡିସିନ ଆଣ୍ଡ ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ସନ ୱେବସାଇଟରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଶୀତ ଦିନେ କମ୍ ପାଣି ପିଇଲେ ହୋଇପାରେ ଏହି ସମସ୍ୟା:

ମୋଟାପା ସମସ୍ୟା

କମ୍ ପାଣି ପିଇବା ଦ୍ବାରା ମୋଟାପା ଆଶଙ୍କା ରହିଥାଏ । ଗୋଟିଏ ଦିନରେ ଆମେ କେତେ ଖାଦ୍ୟ ଖାଉ ତା' ଉପରେ ନିର୍ଭର କରି ଶରୀର ପାଇଁ ଆବଶ୍ୟକ ପାଣି ପିଇବା ଉଚିତ୍ । ନହେଲେ ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ଏହା ଓଜନ ବୃଦ୍ଧିର କାରଣ ହୁଏ ।

ମୁଖ ଦୁର୍ଗନ୍ଧ:

କମ୍ ମାତ୍ରାରେ ପାଣି ପିଇଲେ ଗଳା ଓ ପାଟି ଶୁଖିଯାଏ । ଏହାଯୋଗୁଁ ପାଟିରେ ବ୍ୟାକ୍ଟେରିଆ ଜମା ହୋଇ ମୁଖ ଦୁର୍ଗନ୍ଧ ହୋଇଥାଏ । ସେହିପରି ଶରୀରରେ ଜଳ ଅଭାବ ହେଲେ ଝାଳ ବୋହିବା ଓ ପରିସ୍ରା କମ୍ ହୋଇଥାଏ । ଫଳରେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିପାରେ ନାହିଁ ଏବଂ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥାଏ ।

ମୁଣ୍ଡବିନ୍ଧା:

କମ୍ ପାଣି ପିଉଥିଲେ ମୁଣ୍ଡବିନ୍ଧା ସମସ୍ୟା ବଢିଥାଏ । ଶରୀରରେ ଜଳ ଅଭାବ ଯୋଗୁଁ ମସ୍ତିଷ୍କ କୋଶିକାଗୁଡିକ ସଙ୍କୁଚିତ ହୋଇ ଏହି ସମସ୍ୟା ଦେଖାଯାଏ । ଏଥିସହ ପେଟରେ ଏସିଡ ସୃଷ୍ଟି ହୋଇ ଗ୍ୟାସ୍ କରେ । କୋଷ୍ଠକାଠିନ୍ୟ ଓ ଛାତିରେ ଜ୍ବଳନ ଭଳି ସମସ୍ୟା ମଧ୍ୟ ହୋଇପାରେ ।

ଥକ୍କାପଣ, ଶୁଷ୍କ ତ୍ବଚା:

ଶରୀର ସକ୍ରିୟ ଭାବେ କାର୍ଯ୍ୟ କରିବା ପାଇଁ ଜଳ ଆବଶ୍ୟକ । ଜଳର ଅଭାବ ହେଲେ ଟିକିଏ କାମ କରିବା ପରେ ଭାରି ଥକ୍କା ଅନୁଭବ ହୋଇଥାଏ । ସେହିପରି ଜଳାଭାବ ହେତୁ ଚର୍ମ ଶୁଷ୍କ ହୋଇଯିବା, କୁଣ୍ଡେଇ ହେବା, ଡାର୍କ ସର୍କଲ ଓ ଚର୍ମ କୁଞ୍ଚନ ଭଳି ସମସ୍ୟା ଦେଖାଯାଏ ।

ଡିହାଇଡ୍ରେସନ ଲକ୍ଷଣ:

ଡାକ୍ତରଙ୍କ କହିବା କଥା, ପ୍ରତ୍ୟେକ ବୟସରେ ଶରୀରରେ ଜଳର ଅଭାବ ବା ଡିହାଇଡ୍ରେସନର ଲକ୍ଷଣ ପ୍ରାୟ ସମାନ । ହେଲେ ବୟସ ଅନୁସାରେ ବେଳେବେଳେ ଲକ୍ଷଣଗୁଡିକ ଭିନ୍ନ ହୋଇପାରେ । ବିଶେଷକରି ଛୋଟ ପିଲାଙ୍କ ଶରୀରରେ ଜଳାଭାବ ହେଲେ ପାଟି ଓ ଜିଭ ଶୁଖିଯିବା, କାନ୍ଦିଲେ କମ୍ ଲୁହ ବୋହିଲା, ପରିସ୍ରା କମିବା ଭଳି ଲକ୍ଷଣ ନଜର ଆସିଥାଏ ।

ଏହା ମଧ୍ୟ ପଢନ୍ତୁ: ଜୀବନରେ ମାନନ୍ତୁ ଏହି 7 ଚାଣକ୍ୟ ନୀତି, ପାଦ ଛୁଇଁବ ସଫଳତା

ଏହା ମଧ୍ୟ ପଢନ୍ତୁ: ଶୀତ ଦିନେ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

Disclaimer- ଏଠାରେ ଦିଆଯାଇଥିବା ସମସ୍ତ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା କେବଳ ଆପଣଙ୍କ ଜାଣିବା ପାଇଁ । ଏହା ଉପରେ ବିଚାର କରିବା ପୂର୍ବର ଡାକ୍ତରଙ୍କ ପରାମର୍ଶ ନେବା ଭଲ ।)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.