ETV Bharat / international

ଆମେରିକାରେ ପାଲେଷ୍ଟାଇନ ସପକ୍ଷରେ ପ୍ରତିବାଦ, ମହିଳା ପ୍ରଫେସରଙ୍କ ସହ ପୋଲିସର ବର୍ବରତା - Pro Palestine Protest in us - PRO PALESTINE PROTEST IN US

Pro-Palestine Protest: ଆମେରିକାରେ ପାଲେଷ୍ଟାଇନ ସପକ୍ଷରେ ପ୍ରତିବାଦ ବେଳେ ମହିଳା ପ୍ରଫେସରଙ୍କ ସହ ପୋଲିସର ବର୍ବରତା । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା । ଅଧିକ ପଢନ୍ତୁ

ଆମେରିକାରେ ପାଲେଷ୍ଟାଇନ ସମର୍ଥିତ ପ୍ରତିବାଦ, ମହିଳା ପ୍ରଫେସରଙ୍କ ସହ ପୋଲିସର ବର୍ବରତା

author img

By ETV Bharat Odisha Team

Published : Apr 27, 2024, 3:35 PM IST

ହାଇଦ୍ରାବାଦ: ଆମେରିକାରେ ଦେଖିବାକୁ ମିଳିଲାଣି ପାଲେଷ୍ଟାଇନ ଆକ୍ରମଣ ବିରୋଧରେ ପ୍ରତିବାଦ । ଏକାଧିକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ପାଲେଷ୍ଟାଇନ ଉପରେ ଇସ୍ରାଏଲ ଜାରି ରଖିଥିବା ଆକ୍ରମଣକୁ ବିରୋଧ କରି ପ୍ରତିବାଦ କରାଯାଉଛି । ଆମେରିକୀୟ ସହର ଆଣ୍ଟାଲାଟାର ଏମୋରୀ ବିଶ୍ବବିଦ୍ୟାଳୟରେ ଆୟୋଜିତ ଏକ ପ୍ରତିବାଦ କାର୍ଯ୍ୟକ୍ରମ ବେଳେ ଜଣେ ମହିଳା ପ୍ରଫେସରଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ବେଳେ ବର୍ବରତା ଦେଖାଇଛି । ମହିଳା ପ୍ରଫେସରକୁ ପୁରୁଷ ପୋଲିସ ଅଧିକାରୀ ବଳପ୍ରୟୋଗ କରି ତଳେ ପକାଇଦେବା ସହ ପଛପଟେ ହାତ ବାନ୍ଧି ହ୍ୟାଣ୍ଡକପ ପକାଉଥିବା ଭିଡିଓ ଭାଇରାଲ ହେଉଛି । ଏହାକୁ ନେଇ ଆମେରିକା ପୋଲିସର କାର୍ଯ୍ୟଶୈଳୀ ଓ ଜଣେ ମହିଳା ଶିକ୍ଷାବିତଙ୍କ ପ୍ରତି ଏପରି ବର୍ବରତା ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

ମିଳିଥିବା ସୂଚନା ଅନୁସାରେ, ଏମୋରୀ ବିଶ୍ବବିଦ୍ୟାଳୟରେ ଶତାଧିକ ଛାତ୍ରଛାତ୍ରୀ ଏହି ଆନ୍ଦଳନରେ ଅଂଶଗ୍ରହଣ କିରଥିଲେ । ସ୍ଥାନୀୟ ପୋଲିସ କ୍ୟାମ୍ପସରେ ପହଞ୍ଚି ଆନ୍ଦୋଳନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ବଳପ୍ରୟୋଗ କରି ଆନ୍ଦୋଳନକାରୀ ଛାତ୍ରଛାତ୍ରୀଙ୍କୁ ଘଉଡାଇବାକୁ ପୋଲିସ ଉଦ୍ୟମ କରିଥିଲା । ଏହି ସମୟରେ ଜଣେ ଛାତ୍ରଙ୍କ ପ୍ରତି ପୋଲିସର ବର୍ରବ ଆକ୍ରମଣକୁ ମହିଳା ପ୍ରଫେସର କାରୋଲିନ ଫୋଲିନ (Caroline Fohlin) ପୋଲିସ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । ଏଥିରେ ଦୁଇରୁ ଅଧିକ ପୋଲିସ ଅଧିକାରୀ ମହିଳା ପ୍ରଫେସରଙ୍କ କାବୁ କରିବାକୁ ଉଦ୍ୟମ କରିଥିଲେ । ଉଭୟ ପ୍ରଫେସର କାରୋଲିନ ଫୋଲିନଙ୍କୁ ବଳପ୍ରୟୋଗ କରି ତଳେ ଫୋପାଡି ଦେଇଥିଲେ । ଏହା ପରେ ତଳେ ପକାଇ ମହିଳାଙ୍କୁ ପଛରୁ ହାତ ବାନ୍ଧି ହାତକଡି ମଧ୍ୟ ପକାଯାଇଥିଲା । ପୋଲିସ ଅଧିକାରୀମାନେ ବେଶ ଆକ୍ରମଣାତ୍ମକ ଢଙ୍ଗରେ ମହିଳା ପ୍ରଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବା ଭିଡିଓରେ ଦେଖିବାକୁ ମିଳିଥିଲା । ଯାହା ସ୍ଥାନୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର କେନ୍ଦ୍ରରେ ରହିଛି ।

ଏହା ମଧ୍ୟ ପଢନ୍ତୁ :- ଦୁଇଟି ପର୍ଯ୍ୟାୟରେ 190 ଆସନରେ ମତଦାନ: କେରଳ-ତାମିଲନାଡୁ-ରାଜସ୍ଥାନରେ ଭୋଟିଂ ଶେଷ - Lok Sabha election

ତେବେ ଇସ୍ରାଏଲ ପାଲେଷ୍ଟାଇନ ବିରୋଧରେ ଜାରି ରଖିଥିବା ସାମରିକ ଅପରେସନକୁ ଆମେରିକା ପ୍ରତ୍ୟେକ୍ଷ ସମର୍ଥନ କରୁଛି । ଆମେରିକାର ସମର୍ଥନରେ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ମଧ୍ୟ ଇସ୍ରାଏଲ ଆକ୍ରମଣ ବନ୍ଦ କରୁନାହିଁ । ତେଣୁ ଏହି କାରଣରୁ ଆମେରିକାର କିଛି ବିଶ୍ବବିଦ୍ୟାଳୟରେ ପ୍ରତିବାଦ ଦେଖିବାକୁ ମିଳିଛି । ଆମେରିକାର ଇସ୍ରାଏଲ ସହ ସୁସମ୍ପର୍କ ରହିଛି । ହମାସ ଗୋଷ୍ଠୀର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଇସ୍ରାଏଲକୁ ଖୋଲା ସମର୍ଥନ ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.