ETV Bharat / international

ୟେମେନରେ ଆମେରିକା ଓ ବ୍ରିଟେନର ମିଳିତ ଏୟାରଷ୍ଟ୍ରାଇକ: ଗଲାଣି 37 ଜୀବନ, 90 ଜାହାଜକୁ ଟାର୍ଗେଟ - Yemen Attack

US And British airstrikes in Yemen: ପାଲେଷ୍ଟାଇନ- ଇସ୍ରାଏଲ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନରେ ଲୋହିତ ସାଗରରେ ଜାହାଜକୁ ଟାର୍ଗେଟ କରିଆସୁଛି ୟେମେନ ବିଦ୍ରୋହୀ ସଂଗଠନ ହାଉତି । ଯାହାର ଦୃଢ ଜବାବ ଦେଇଆସୁଛନ୍ତି ଆମେରିକା ଓ ବ୍ରିଟେନ । ଅଧିକ ପଢନ୍ତୁ

airstrike in Yemen
airstrike in Yemen
author img

By ETV Bharat Odisha Team

Published : Apr 5, 2024, 8:11 AM IST

ସାନା: ୟେମେନରେ ଆମେରିକା ଓ ବ୍ରିଟେନର ମିଳିତ ଏୟାରଷ୍ଟ୍ରାଇକରେ 37 ଜଣଙ୍କ ଜୀବନ ଯାଇଥିବା ବେଳେ ପାଖାପାଖି 30 ଜଣ ଆହତ ହୋଇଥିବା ନେଇ ଦାବି କରିଛି ୟେମେନର ହାଉତି ସଂଗଠନର ନେତା ଅବଦୁଲ ମଲିକ ଏଲ- ହାଉତି । ଗୁରୁବାର ଦିନ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏଭଳି ତଥ୍ୟ ଜାରି କରିଛି ଅବଦୁଲ ମଲିକ । ଆଉ ମଧ୍ୟ ଗତ ନଭେମ୍ୱର ମାସରୁ ଏବେସୁଦ୍ଧା ପାଖାପାଖି 90 ଜାହାଜକୁ ମଧ୍ୟ ଟାର୍ଗେଟ କରାଯାଇଥିବା କହିଛି ହାଉତି ନେତା ।

ଏହାମଧ୍ୟ ପଢନ୍ତୁ.. ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ; ଜଣେ ଭାରତୀୟ ବଂଶୋଦ୍ଭବଙ୍କ ସମେତ ୭ ମୃତ - Israeli Strike In Gaza

ଗତବର୍ଷ ଅକ୍ଟୋବର ମାସରୁ ଆରମ୍ଭ ହୋଇଥିବା ଇସ୍ରାଏଲ- ଗାଜା ଯୁଦ୍ଧ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଦେଶରେ ବ୍ୟାପି ଚାଲିଛି । 2 ଦେଶ ମଧ୍ୟରେ ଯୁଦ୍ଧ ଏବେ ବିଶ୍ୱକୁ 2 ଫାଳ କରିବା ଭଳି ଦେଖାଗଲାଣି । ଯାହାର ପ୍ରଭାବ ସମଗ୍ର ବିଶ୍ୱ ଉପରେ ପଡୁଛି । ପାଲେଷ୍ଟାଇନକୁ ଇସଲାମୀୟ ଦେଶ ଗୁଡିକ ସମର୍ଥନ କରିଆସୁଥିବା ବେଳେ ଇସ୍ରାଏଲକୁ ଆମେରିକା, ବ୍ରିଟେକ ପ୍ରମୁଖ ଶକ୍ତିଶାଳୀ ଦେଶ ଦୃଢ ସମର୍ଥନ ଦେଇ ଆସୁଛନ୍ତି । ଏହାମଧ୍ୟରେ ପାଲେଷ୍ଟାଇନ ସମର୍ଥନରେ ୟେମେନରେ ରାଜୁତି ଚଳାଇଥିବା ସଂଗଠନ ହାଉତି ବିଦ୍ରୋହୀ ଲୋହିତ ସାଗରରେ ନିଜର ସ୍ଥିତି ଜାହିର କରିବାରେ ଲାଗିଛି । ଗତବର୍ଷ ନଭେମ୍ବର ମାସଠାରୁ ୟେମେନରେ ହାଉତି ବିଦ୍ରୋହୀ ଲୋହିତ ସାଗର ଜଳପଥରେ ବିଭିନ୍ନ ଆନ୍ତର୍ଜାତୀୟ ଜଳଜାହାଜ ଗୁଡିକ ଉପରେ ଆକ୍ରମଣ ଜାରି ରଖିଛି । ଯାହାର ପ୍ରଭାବ ଆମେରିକା, ବ୍ରିଟେନ ତଥା ପୁରା ବିଶ୍ୱର ଅର୍ଥନୀତି ଉପରେ ପଡୁଛି । ତେବେ ହାଉତିକୁ ପ୍ରତିଜବାବ ଦେବାକୁ ଯାଇ ଫେବ୍ରୁଆରୀ ମାସରୁ ଆମେରିକା ଓ ବ୍ରିଟେନ ମିଳିତ ହୋଇ ବିଭିନ୍ନ ସମୟରେ ଏୟାରଷ୍ଟ୍ରାଇକ କରିଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଇରାନ ଦୂତାବାସ ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ: 7 ମୃତ, ଏକାଧିକ ଆହତ - Israel Strike In Syria

ଅଲ ହାଉତି ଆଉ ମଧ୍ୟ କହିଛି, "ଏହି ସମୟ ମଧ୍ୟରେ ଲୋହିତ ସାଗରରେ ପାଖାପାଖି 90ଟି ଜାହାଜ ଉପରେ ଆକ୍ରମଣ ହୋଇଛି । ଗୋଟିଏ ମାସ ମଧ୍ୟରେ 34 ଥର ଆକ୍ରମଣ ହୋଇଛି । ଏହି ଆକ୍ରମଣରେ 125ଟି ବାଲିଷ୍ଟିକ ମିସାଇଲ ଓ ଡ୍ରୋନ ବ୍ୟବହାର କରାଯାଇଛି ।"

ଲୋହିତ ସାଗରରେ ହାଉତି ବିଦ୍ରୋହୀଙ୍କ ଆକ୍ରମଣର ପ୍ରଭାବ ସମଗ୍ର ବିଶ୍ୱର ଅର୍ଥନୀତି ତଥା ବାଣିଜ୍ୟ ଉପରେ ପଡୁଛି । ଏହି ଆକ୍ରମଣ ଯୋଗୁ ବୈଶ୍ୱିକ ସ୍ତରରେ ଜାହାଜ ଚଳାଚଳରେ ବାଧାପ୍ରାପ୍ତ ହେଉଥିବା ବେଳେ ସାମଗ୍ରୀ ରପ୍ତାନୀ ଓ ଆମଦାନୀରେ ମଧ୍ୟ ପ୍ରଭାବ ପଡୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.