ETV Bharat / international

ନୃଶଂସ ସ୍ବାମୀର ବର୍ବର କାଣ୍ଡ, ସ୍ତ୍ରୀକୁ ହତ୍ୟା ପରେ କରିଦେଲା 224 ଖଣ୍ଡ - Heinous Murder in UK - HEINOUS MURDER IN UK

Heinous Murder in UK: ବ୍ରିଟେନରେ ଛାତିଥରା ଘଟଣା । ସ୍ତ୍ରୀକୁ ହତ୍ୟା ପରେ 224 ଖଣ୍ଡ କରି ଦେଲା ଅଭିଯୁକ୍ତ ସ୍ବାମୀ । ହତ୍ୟାକାଣ୍ଡର ଏକ ବର୍ଷ ପରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ କୋର୍ଟ ।

Etv Bharat
Etv Bharat
author img

By ETV Bharat Odisha Team

Published : Apr 8, 2024, 8:37 AM IST

ଲଣ୍ଡନ: ନୃଶଂସ, ବର୍ବର, ଅମାନୁଷିକ । ବ୍ରିଟେନରୁ ସାମ୍ନାକୁ ଆସିଛି ଛାତିକୁ ଥରାଇ ଦେବା ପରି ଘଟଣା । ନୃଶଂସ ସ୍ବାମୀ ଘଟାଇଲା ଜଘନ୍ୟ ହତ୍ୟାକାଣ୍ଡ । ସ୍ତ୍ରୀ ହତ୍ୟା ପରେ ଶରୀରକୁ କାଟି ଖଣ୍ଡ ଖଣ୍ଡ କରି ଦେଲା ଅଭିଯୁକ୍ତ । 224 ଖଣ୍ଡ କରି ଫ୍ରିଜରେ ରଖିଥିଲା । ବ୍ୟାଗରେ ମାଂସ ଖଣ୍ଡକୁ ନେଇ ନଦୀରେ ଭିଙ୍ଗୁଥିଲା । ବ୍ରିଟେନରେ ଘଟିଥିବା ଏହି ହତ୍ୟାକାଣ୍ଡ ପୁରା ବିଶ୍ବକୁ ଚକିତ କରି ଦେଇଛି । ଗତ ବର୍ଷ ମାର୍ଚ୍ଚ 25 ତାରିଖରେ ଏହି ଘଟଣା ଘଟିଥିଲା । ହତ୍ୟାକାଣ୍ଡର ଏକ ବର୍ଷ ପରେ ଗତକାଲି ସ୍ତ୍ରୀକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ସ୍ବାମୀ । ଅଭିଯୁକ୍ତ ଜଣଙ୍କ ହେଉଛି 28 ବର୍ଷୀୟ ନିକୋଲସ ମେଟସନ । ତାଙ୍କ ମୃତ ସ୍ତ୍ରୀ ହେଉଛନ୍ତି 26 ବର୍ଷୀୟା ହାଲି ବ୍ରାମଲି । ପତ୍ନୀଙ୍କୁ ହତ୍ୟା କରିଥିବାରୁ ମେଟସନ ବର୍ତ୍ତମାନ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି।

ସାଙ୍ଗର ସହଯୋଗରେ ସ୍ତ୍ରୀର ଶରୀର ଖଣ୍ଡକୁ ବାହାରେ ଫୋପାଡିଥିଲା ଅଭିଯୁକ୍ତ: ସ୍ତ୍ରୀକୁ ହତ୍ୟା କରିବା ପରେ ମୃତ ଶରୀରରୁ ମେଟସନ ଛୁରୀ ମାଧ୍ୟମରେ ବାଥରୁମରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ସେଗୁଡିକୁ ଏକ ପ୍ଲାଷ୍ଟିକ ବ୍ୟାଟରେ ରୋଷେଇ ଘରେ ଥିବା ଫ୍ରିଜରେ ରଖିଥିଲା । 7 ଦିନ ମଧ୍ୟରେ ଶରୀରର ଖଣ୍ଡ ଗୁଡିକୁ ଅଭିଯୁକ୍ତ ତାର ସାଙ୍ଗ ସାହାଯ୍ୟରେ ନଦୀରେ ଫୋପାଡିଥିଲା । ଏଥି ପାଇଁ ସେ ତାର ସାଙ୍ଗରୁ 5 ହଜାର ଟଙ୍କା ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ-ସାତ ଜନ୍ମର ପ୍ରତିଶୃତି 3 ମାସ ବି ଚାଲିଲାନି: ସ୍ତ୍ରୀକୁ ହତ୍ୟା କରି ହାତ ଗୋଡ କାଟି ନଦୀକୁ ପିଙ୍ଗି ଦେଲା ସ୍ବାମୀ

ନଦୀରେ ଭାସୁଥିଲା ଶରୀର ଖଣ୍ଡ: ଓ୍ବିଥାମ ନଦୀରେ ଅଭିଯୁକ୍ତ ପ୍ଲାଷ୍ଟିକ ବ୍ୟାଗ ଗୁଡିକ ଫୋପାଡି ଦେଇଥିବାକୁ ସେ ଗୁଡିକୁ ଭାସ ମାନ ଅବସ୍ଥାରେ ଦେଖିଥିଲେ ସ୍ଥାନୀୟ ଲୋକେ । ଗୋଟିଏ ବ୍ୟାଗରେ ହାତ ଅନ୍ୟଟିରେ ମୁଣ୍ଡ ରହିଥିଲା । ମୃତ ଶରୀରର 224 ଖଣ୍ଡ ଜବତ ହୋଇଛି । ମୃତଦେହକୁ ଏପରି କଟାଯାଇଥିଲା ଯେ ମୃତ୍ୟୁର କାରଣ ଖୋଜିବା ଅସମ୍ଭବ ବୋଲି କୋର୍ଟ କହିଛନ୍ତି।

ପତ୍ନୀକୁ ହତ୍ୟା କରିବା ପରେ ଗୁଗୁଲରେ ସର୍ଚ୍ଚ କରିଥିଲା ଅଭିଯୁକ୍ତ: ମୃତ ବ୍ରାମଲିଙ୍କ ମାଆ କୋର୍ଟଙ୍କୁ କହିଛନ୍ତି ଯେ, ତାଙ୍କ ଝିଅ ମାତ୍ର 16 ମାସ ହେଲା ବିବାହ କରିଥିଲା । ତାର ରାକ୍ଷସ ସ୍ବାମୀ ପରିବାର ଲୋକଙ୍କୁ ଭେଟିବାକୁ ମୋ ଝିଅକୁ ଛାଡୁନଥିଲା । ହତ୍ୟାକାଣ୍ଡ ପୂର୍ବରୁ ଦୁଇ ଜଣ ଅଲଗା ହେବା ନେଇ ନିଷ୍ପତ୍ତି ହୋଇଥିଲା । ପତ୍ନୀକୁ ହତ୍ୟା କରିବା ପରେ ଲାଭ କଣ ମିଳିବ ଏବଂ ମୃତ୍ୟୁ ପରେ ସ୍ତ୍ରୀ ଡରାଇବ କି ନାହିଁ ଏମିତି ପ୍ରଶ୍ନ ଅଭିଯୁକ୍ତ ଗୁଗୁଲରେ ସର୍ଚ୍ଚ କରିଥିଲା ।

ଗତ ବର୍ଷ ମାର୍ଚ୍ଚ ମାସରେ ପୋଲିସ ଏହି ହତ୍ୟାକାଣ୍ଡ ବିଷୟରେ ଖବର ପାଇଥିଲା । ଏହାପରେ ଅଭିଯୁକ୍ତର ଘରେ ପହଞ୍ଚିବା ପରେ ସେ ପୋଲିସକୁ ତାର ପତ୍ନୀ ଖଟ ତଳେ ଥିବା କହିଥିଲା । ପରେ ପୁରା ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ହତ୍ୟାକାଣ୍ଡର ଏକ ବର୍ଷ ପରେ ନିଜ ଦୋଷ ମାନିଛି ଅଭିଯୁକ୍ତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.