ETV Bharat / international

ଭାରତ ଜ୍ବାଇଁଙ୍କ ହାତରୁ ଗଲା ବ୍ରିଟେନ କ୍ଷମତା ଡୋରି, ପୂର୍ବ ଭଳି ରହିବ କି ଉଭୟ ଦେଶର ସମ୍ପର୍କ ? - LABOUR PARTY WIN INDIA UK TIES

author img

By ETV Bharat Odisha Team

Published : Jul 5, 2024, 6:13 PM IST

LABOUR PARTY WIN INDIA UK TIES: ବ୍ରିଟେନରେ ଶାସନ କ୍ଷମତାରୁ ହଟିଲେ ଭାରତର ଜ୍ବାଇଁ ଋଷି ସୁନକ । ଏବେ ଶାସନ ଗାଦି ସମ୍ଭାଳିବେ ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର । ତେବେ ଭାରତ ସହିତ ଏବେ ବ୍ରିଟେନର କିପରି ରହିବ ସମ୍ପର୍କ ? ନୂଆ ପ୍ରଧାନମନ୍ତ୍ରୀଙ୍କ ଭାରତ ପ୍ରତି କିପରି ରହିଛି ଆଭିମୁଖ୍ୟ ? ଦୁଇ ଦେଶ ମଧ୍ୟରେ ସମ୍ପର୍କ ନିବିଡ ହେବ ନା ସ୍ଥିତି ବିଗିଡ଼ିବ ? ଅଧିକ ପଢନ୍ତୁ

LABOUR PARTY WIN INDIA UK TIES
LABOUR PARTY WIN INDIA UK TIES (ETV Bharat)

ନୂଆଦିଲ୍ଲୀ: ବ୍ରିଟେନର ମୁଖ୍ୟ ବିରୋଧୀ ଦଳ ଲେବର ପାର୍ଟି 14 ବର୍ଷ ପରେ ଶାସନ କ୍ଷମତାକୁ ଫେରିଛି । 2024 ବ୍ରିଟେନ ସଂସଦୀୟ ନିର୍ବାଚନରେ ଦଳ ବିଜୟ ହାସଲ କରିଛି । ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇଛନ୍ତି କିର୍‌ ଷ୍ଟାର୍ମର । କଞ୍ଜରଭେଟିଭ ପାର୍ଟିର ଋଷି ସୁନକଙ୍କୁ ହରାଇ ଷ୍ଟାର୍ମର ଶାସନ ଗାଦିରେ ବସିଛନ୍ତି । ଋଷି ସୁନକ ନିଜ ଶାସନକାଳ ମଧ୍ୟରେ ଭାରତ ସହିତ ସୁସମ୍ପର୍କ ରଖିଥିଲେ । ଏପରିକି ଭାରତ ସହିତ ମିଶି ଅନେକ ନୀତି ଉପରେ କାମ କରିଥିଲେ । ତେବେ ଏବେ ସତ୍ତା ପରିବର୍ତ୍ତନ ହୋଇଥିବା ବେଳେ ବ୍ରିଟେନର ଭାରତ ସହିତ କିପରି ସମ୍ପର୍କ ରହିବ ତାକୁ ନେଇ ଚର୍ଚ୍ଚା ହେଉଛି ।

ଲେବର ପାର୍ଟି ଶାସନ କ୍ଷମତାକୁ ଫେରିବା ପରେ ବ୍ରିଟେନ ରାଜନୀତି ପାଣିପାଗ ବଦଳିଛି । ତେବେ ଭାରତ ଉପରେ ଏହାର କଣ ରହିବ ପ୍ରଭାବ ? ଏହା ଏକ ବଡ଼ ପ୍ରଶ୍ନ ହୋଇଥିବା ବେଳେ ପ୍ରତ୍ୟେକ ଭାରତୀୟ ଏନେଇ ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଥାନ୍ତି । 'ଇଟିଭି ଭାରତ' ସହିତ ଆଲୋଚନା ସମୟରେ ଜଣେ ବିଶେଷଜ୍ଞ କହିଛନ୍ତି ଯେ ବୈଶ୍ବିକ ପରିସ୍ଥିତିରେ ଭାରତର ଦବଦବା ରହିଥିବା ବେଳେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ତଥା ଲେବର ପାର୍ଟି ନେତା କିର୍‌ ଷ୍ଟାର୍ମର ଗୁରୁତ୍ବ ଦେବେ । ଅନ୍ୟପଟେ ଆର୍ଥିକ ଶକ୍ତି ରୂପରେ ଭାରତର ପରିଚୟକୁ ମଧ୍ୟ ଷ୍ଟାର୍ମର ଅଣଦେଖା କରିବେ ନାହିଁ । ଏହାବାଦ ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଭାରତର ଶକ୍ତିଶାଳୀ ଭାଗିଦାରୀକୁ ମଧ୍ୟ ସେ ଗୁରୁତ୍ବ ଦେବେ ।

ଚୀନ-ପାକିସ୍ତାନ ସହ ରହିଆସିଛି ଲେବର ପାର୍ଟିର ଭଲ ସମ୍ପର୍କ:-

ବିଦେଶ ନୀତି ବିଶେଷଜ୍ଞ ଡଃ ସୁବ୍ରୋକମଳ ଦତ୍ତା ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ କହିଛନ୍ତି, "ବ୍ରିଟିଶ ସଂସଦୀୟ ନିର୍ବାଚନରେ ଐତିହାସିକ ବିଜୟ ଲାଗି ଲେବର ପାର୍ଟିକୁ ଶୁଭେଚ୍ଛା । ବ୍ରିଟେନ ନୂଆ ସରକାରଙ୍କ ଠାରୁ ଭାରତ ବେଶି କିଛି ଆଶା ରଖିନାହିଁ । ବିଗତ ଦିନରେ ଭାରତ ପ୍ରତି ଲେବର ପାର୍ଟିର ଆଭିମୁଖ୍ୟ ସେତେଟା ଭଲ ନଥିଲା । ଅତୀତରେ ବ୍ରିଟେନର ପୂର୍ବ ଲେବର ପାର୍ଟି ସରକାର ପାକିସ୍ତାନ ଓ ଚୀନର ନିକଟତର ଥିଲେ । ଲେବର ପାର୍ଟିର ସେହି ଚିନ୍ତାଧାରାରେ ସେତେଟା ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ପାକିସ୍ତାନ ଏକ ଡୁବୁଥିବା ଦେଶ । ଏହାବାଦ ବିଗତ କିଛି ବର୍ଷରେ ବ୍ରିଟେନ ଓ ଚୀନ ସମ୍ପର୍କରେ ଦୂରତା ବଢିଛି । ଆଶା କରାଯାଉଛି ଲେବର ପାର୍ଟିର ନୂଆ ପ୍ରଧାନମନ୍ତ୍ରୀ ବିଶ୍ବର ସାମ୍ପ୍ରତିକ ବ୍ୟବସ୍ଥା ଦେଖି କାମ କରିବେ । "

ଭାରତ ସହ ସମ୍ପର୍କ ନେଇ ନିର୍ବାଚନୀ ଇସ୍ତାହାରରେ କଣ କହିଥିଲା ଲେବର ପାର୍ଟି ?

କିପରି ରହିବ ବ୍ରିଟେନ-ଭାରତ ସମ୍ପର୍କ ?
କିପରି ରହିବ ବ୍ରିଟେନ-ଭାରତ ସମ୍ପର୍କ ? (X)

ନିର୍ବାଚନୀ ଇସ୍ତାହାରରେ କିର ଷ୍ଟାର୍ମରଙ୍କ ଲେବର ପାର୍ଟି ଭାରତ ସହିତ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରିଥିଲେ । ଭାରତ ସହିତ କୂଟନୈତିକ ବୁଝାମଣା ଓ ୟୁକେ-ଭାରତ ସମ୍ପର୍କକୁ ମଜଭୁତ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ । ତାଙ୍କର ଉଦ୍ଦେଶ୍ୟ କାଶ୍ମୀର ପ୍ରସଙ୍ଗରେ ଲେବର ପାର୍ଟିର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ଓ ଏକ ମୁକ୍ତ ବ୍ୟାପାର ବୁଝାମଣା ଦିଗରେ କାମ କରିବା ରହିଛି । ଏହାବାଦ ନିର୍ବାଚନୀ ଇସ୍ତାହାରରେ ଶିକ୍ଷା, ଜଳବାୟୁ ପରିବର୍ତ୍ତନ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟାରେ ଦ୍ବିପାକ୍ଷିକ ସହଯୋଗକୁ ତ୍ବରାନ୍ବିତ କରିବା ଦିଗରେ କାମ କରିବା ସମ୍ପର୍କରେ ଉଲ୍ଲେଖ ରହିଛି ।

ପଢନ୍ତୁ ଅନ୍ୟ କିଛି ଖବର

ମା' ନର୍ସ ପିତା କାରିଗର; କେମିତି ଥିଲା ବ୍ରିଟେନ ନୂଆ ପିଏମ କିର୍‌ ଷ୍ଟାର୍ମରଙ୍କ ବାଲ୍ୟକାଳ ?

ନିର୍ବାଚନରେ ହାର ମାନିଲେ ସୁନକ, 14ବର୍ଷ ପରେ ସରକାରକୁ ଫେରିଲା ଲେବର ପାର୍ଟି, କେର୍ ଷ୍ଟାରମର ହେବେ ପ୍ରଧାନମନ୍ତ୍ରୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.