ETV Bharat / international

ଭୂକମ୍ପ ସମବେଦନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ତାଇଓ୍ବାନ ରାଷ୍ଟ୍ରପତି - Taiwan President thanks PM Modi

Taiwan President Conveys Gratitude to PM Modi :ଭୂକମ୍ପ ସମବେଦନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୃତଜ୍ଞତା ଜଣାଇଲେ ତାଇଓ୍ବାନ ରାଷ୍ଟ୍ରପତି । ଆଜି ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଛନ୍ତି ପ୍ରାୟ 10 । ଏବେବି ଜାରି ରହିଛି ଉଦ୍ଧାର କାର୍ଯ୍ୟ । ଅଧିକ ପଢନ୍ତୁ

ଭୂକମ୍ପ ସମବେଦନା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଲେ ତାଇଓ୍ବାନ ରାଷ୍ଟ୍ରପତି

author img

By ETV Bharat Odisha Team

Published : Apr 3, 2024, 10:36 PM IST

ନୂଆଦିଲ୍ଲୀ: ଆଜି ତାଇଓ୍ବାନରେ ଗତ 25 ବର୍ଷ ମଧ୍ୟରେ ସବୁଠୁ ବଡ ଭୂକମ୍ପ ଅନୁଭୂତ ହେଇଛି । ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ସହ ପ୍ରାୟ 10ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ଦୁଃଖ ପ୍ରକାଶ କରିବା ସହ ତାଇଓ୍ବାନର ଭୂକମ୍ପ ପ୍ରଭାବିତଙ୍କ ପାଇଁ ସମବେଦନା ଜଣାଇ ଟ୍ବିଟ ମଧ୍ୟ କରିଥିଲେ । ତାଇୱାନର ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ ଏବଂ ଉପରାଷ୍ଟ୍ରପତି ଲାଇ ଚିଙ୍ଗ-ଟି ସମବେଦନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ସମବେଦନା ବାର୍ତ୍ତା ତାଇଓ୍ବାନର ଭୂକମ୍ପ ପ୍ରଭାବିତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଉଭୟ ନେତା ଟ୍ବିଟରେ କହିଛନ୍ତି ।

ରାଷ୍ଟ୍ରପତି ତାଇ ‘ଏକ୍ସ’ରେ କହିଛନ୍ତି, ‘‘ଏହି ଆହ୍ବାପୂର୍ଣ୍ଣ ସମୟରେ ଆପଣଙ୍କ ଏହି ବାର୍ତ୍ତା ଓ ସମର୍ଥନ ପାଇଁ ଆମେ କୃତଜ୍ଞ । ଏପରି ସମୟରେ ତାଇୱାନର ଲୋକଙ୍କ ପାଇଁ ଆପଣଙ୍କର ଏହି ସମବେଦନା ବାର୍ତ୍ତା ପ୍ରେରଣା । ଆମେ ଖୁବଶିଘ୍ର ପୁନରୁଦ୍ଧାର କାର୍ଯ୍ୟ ସାରିବା ଲକ୍ଷ୍ୟରେ କାମ କରୁଛୁ ।’’ ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି ତାଇଓ୍ବାନ ଭୂକମ୍ପ ଘଟଣାରେ ଶୋକ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ ଲେଖିଥିଲେ, ‘‘ ଆଜି ତାଇୱାନରେ ହୋଇଥିବା ଭୂକମ୍ପରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପ୍ରତି ଆମେ ଦୁଖଃ ବ୍ୟକ୍ତ କରୁଛୁ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଆମର ସମବେଦନା ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ । ତାଇୱାନର ଲୋକମାନଙ୍କ ସହିତ ଆମେ ଏକତାର ସହିତ ଛିଡା ହୋଇଛୁ ।’’

ଏହା ମଧ୍ୟ ପଢନ୍ତୁ :- ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ତାଇଓ୍ୱାନ, 3 ଦେଶକୁ ସୁନାମି ଆଲର୍ଟ - Earthquake hits Taiwan

ଆଜି (ବୁଧବାର) ସକାଳ 7.58 ମିନିଟ (ଭାରତୀୟ ସମୟ)ରେ ପୂର୍ବ-ତାଇଓ୍ୱାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7.5 ରେକର୍ଡ କରାଯାଇଛି । ଏହାର କେନ୍ଦ୍ର ହୁଆଲିଏନ ସହରର ଦକ୍ଷୀଣ ଓ ଦକ୍ଷିଣ- ପୂର୍ବ ଦିଗରେ ମାତ୍ର 18 କିଲୋମିଟର ଦୂର ଓ 34.8 କିଲୋମିଟର ଗଭୀରତା ହୋଇଛି । ଏହି ଭୟଙ୍କର ଝଟକାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ଦକ୍ଷିଣାଞ୍ଚଳ ସହର ଗୁଡିକରେ ଅନେକ ସ୍ଥାନରେ ବଡ ବଡ ବିଲ୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି । ସଂଧ୍ୟା ସୁଦ୍ଧା ମିଳିଥିବା ତଥ୍ୟ ଅନୁସାରେ, ଏବେ ସୁଦ୍ଧା ପ୍ରାୟ 10 ଜଣଙ୍କର ମୃତ୍ୟୁ ହୋଇଛି । ଏବେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.