ETV Bharat / international

ଆୟରଲ୍ୟାଣ୍ଡରେ ସାଇମନ ହ୍ୟାରିସ ରାଜ, ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହୋଇ ରଚିଲେ ଇତିହାସ - Ireland new Prime Minister

author img

By ETV Bharat Odisha Team

Published : Apr 10, 2024, 9:56 AM IST

Ireland Prime Minister Simon Harris: ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ ହ୍ୟାରିସ୍ । ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ଇତିହାସ । ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ପ୍ରଧାନମନ୍ତ୍ରୀ ଥିଲେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ।

Ireland Prime Minister
Ireland Prime Minister

ଡବଲିନ: ଆୟରଲ୍ୟାଣ୍ଡର ନୂତନ ପ୍ରଧାନମନ୍ତ୍ରୀ ହେଲେ ସାଇମନ ହ୍ୟାରିସ୍ । ଏଥିସହ 37 ବର୍ଷୀୟ ହ୍ୟାରିସ ଦେଶର ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହାପୂର୍ବରୁ ଭାରତୀୟ ବଂଶୋଦ୍ଭବ ଲିଓ ବରାଡକର ମାତ୍ର 38 ବର୍ଷରେ ପ୍ରଧାନମନ୍ତ୍ରୀ ହୋଇ ଆୟାରଲ୍ୟାଣ୍ଡର ନୂଆ ଇତିହାସ ସୃଷ୍ଟି କରିଥିଲେ । କିନ୍ତୁ ସେ ପୂର୍ବ ମାସରେ ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଥିଲେ ।

ସାଇମନ ହ୍ୟାରିସ୍ ମାତ୍ର 24 ବର୍ଷରେ ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଭାବେ ସେ ନିର୍ବାଚିତ ହୋଇଛନ୍ତି । ଦେଶରେ ଶାସକ ଦଳ ଫାଇନ ଗେଲ ପାର୍ଟି ସାଇମନ ହ୍ୟାରିସଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ କରିଛନ୍ତି । ଆୟରଲ୍ୟାଣ୍ଡ ସଂସଦରେ ହାରିସଙ୍କ ସମର୍ଥନରେ 88 ଖଣ୍ଡ ଭୋଟ ପଡିଥିଲା । ତାଙ୍କୁ ଫାଇନ ଗେଲ ଓ ଗ୍ରୀନ ପାର୍ଟି ମେଣ୍ଟ ସରକାରଙ୍କ ସହ ନିର୍ଦ୍ଦଳୀୟ ସାଂସଦମାନଙ୍କ ମଧ୍ୟ ସମର୍ଥନ ମିଳିଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ଲିୟୋ ବରାଡକର ସରକାରରେ ଥିବା ବେଳେ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ହ୍ୟାରିସ । ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ସେ ଏକ୍ସରେ ଲେଖିଛନ୍ତି ଯେ ଆଜି ମହାନ ଦେଶର ପ୍ରଧାନମନ୍ତ୍ରୀ ଭାବେ ଚୟନ କରାଯାଇଥିବାରୁ ମୁଁ ନିଜକୁ ବହୁତ ଗୌରାବନ୍ବିତ ମନେ କରୁଛି । ମୁଁ ସମସ୍ତଙ୍କ ପ୍ରଧାନମନ୍ତ୍ରୀ ହେବି, ଆମ ଜନତାଙ୍କ ଆଶା, ସ୍ୱପ୍ନ ଓ ଆଙ୍କାକ୍ଷାକୁ ପୂରଣ କରିବା ପାଇଁ ମୁଁ ସବୁବେଳେ ପରିଶ୍ରମ କରିଛି ।

24 ବର୍ଷରେ ସାଂସଦ ହୋଇଥିଲେ ସାଇମନ: ସାଇମନଙ୍କ ରାଜନୈତିକ କ୍ୟାରିଅର ଉପରେ ନଜର ପକାଇବା । ମାତ୍ର 16 ବର୍ଷରେ ହାରିସ ଫାଇନ ଗେଲ ପାର୍ଟିରେ ଯୋଗ ଦେଇଥିଲେ । ମାତ୍ର 22 ବର୍ଷରେ ସେ କାଉଣ୍ଟି କାଉନସିଲ ହୋଇଥିଲେ । ଏହାପରେ 2011 ମସିହାରେ ମାତ୍ର 24 ବର୍ଷରେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେହି ସମୟରେ ସେ ଦଳର ସବୁଠୁ ଯୁବ ସାଂସଦ ଭାବେ ବେଶ ଲୋକପ୍ରିୟ ଥିଲେ । ସେ 2016ରେ କ୍ୟାବିନେଟରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ସେତେବେଳେ ସେ ମାତ୍ର 29 ବର୍ଷର ହୋଇଥିଲେ । ଏହାପରେ 2020ରେ ଶିକ୍ଷା ମନ୍ତ୍ରୀ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଭାରତର ତ୍ରିରଙ୍ଗାକୁ ଅପମାନ କରିଥିଲେ, କ୍ଷମା ମାଗିଲେ ମାଳଦ୍ୱୀପର ନିଲମ୍ବିତ ମନ୍ତ୍ରୀ - Maldives Minister Apologises

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ଭାବେ ହ୍ୟାରିସଙ୍କୁ ଦେଶର ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ । ଦେଶରେ ଶରଣାର୍ଥୀ ସଙ୍କଟ ସହ ଲଢିବା ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ଅଟେ । ସେହିଭଳି ଆୟରଲ୍ୟାଣ୍ଡରେ ଆଗାମୀ ବର୍ଷ ସଂସଦୀୟ ନିର୍ବାଚନ ହେବାକୁ ଯାଉଛି । ଏହାକୁ ଦେଖିବାକୁ ଗଲେ ନୂତନ ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟକାଳ ମାତ୍ର 1 ବର୍ଷ ଅଟେ ।

ଲିୟୋ ବରାଡକର ଇସ୍ତଫା ଦେବାର କାରଣ: ଆୟରଲ୍ୟାଣ୍ଡର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତୀୟ ବଂଶୋଦ୍ଭବ ଲିୟୋ ବରାଡକର କିଛି ଦିନ ତଳେ ବ୍ୟକ୍ତିଗତ ତଥା ରାଜନୈତିକ କାରଣ ଦର୍ଶାଇ ନିଜ ପ୍ରଧାନମନ୍ତ୍ରୀ ପଦ ଓ ପାର୍ଟୀର ନେତୃତ୍ୱ ପଦବୀରୁ ଇସ୍ତଫା ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.