ETV Bharat / international

ଋଷର ମିସାଇଲ ମାଡରେ ୟୁକ୍ରେନର 17 ମୃତ, ସାହାଯ୍ୟ ପାଇଁ ଅନୁରୋଧ କଲେ ଜେଲେନସ୍କି - Russia Ukraine War

author img

By ETV Bharat Odisha Team

Published : Apr 18, 2024, 10:03 AM IST

Russia Ukraine War: ୟୁକ୍ରେନର ଚେର୍ନିହାଇଭ ସହରରେ ମିସାଇଲ ମାଡ କଲା ଋଷ । 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 61 ଜଣ ଆହତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Russia Ukraine war
Russia Ukraine war

କିଭ୍: ଥମିବାର ନାଁ ନେଉନି ୟୁକ୍ରେନ ଓ ଋଷ ମଧ୍ୟରେ ସଂଘର୍ଷ । ୟୁକ୍ରେନ ଉପରେ ଘନ ଘନ ଆକ୍ରମଣ ଜାରି ରଖିଛି ଋଷିଆ । ବୁଧବାର ୟୁକ୍ରେନର ଐତିହାସିକ ସହର ଚେର୍ନିହାଇଭରେ ତିନୋଟି ମିସାଇଲ ମାଡ କରିଛି ଋଷ । ଏଥିରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 61 ଜଣ ଆହତ ହୋଇଥିବା ସୂଚନା ମିଳିଛି । ସେପଟେ ଋଷିଆ ଆକ୍ରମଣର ଜବାବ ଦେବାକୁ ୟୁକ୍ରେନ ବାୟୁସେନା ପାଖରେ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ନଥିବାରୁ ସାହାଯ୍ୟ ପାଇଁ ସହଯୋଗୀ ରାଷ୍ଟ୍ରକୁ ଅନୁରୋଧ କଲେ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନସ୍କି ।

ୟୁକ୍ରେନରେ ଏମରଜେନ୍ସି ସର୍ଭିସ କହିଛି ଯେ, ଋଷର ମିସାଇଲ ମାଡରେ 17 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 3 ଶିଶୁଙ୍କ ସମେତ ପାଖାପାଖି 61 ଜଣ ଆହତ ହୋଇଛନ୍ତି । ଆକ୍ରମଣରେ ବଡ ବଡ ଅଟ୍ଟାଳିକାମାନ ଧ୍ବଂସ ହୋଇଯାଇଛି । ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରାଜଧାନୀ କିଭ ଠାରୁ 150 କିଲୋମିଟର ଦୂରରେ ଚେର୍ନିହାଇଭ ସହର ରହିଛି । ଏଠାର ଜନସଂଖ୍ୟା 2,50,000 ।

ଏହା ମଧ୍ୟ ପଢନ୍ତୁ-ଦୁଇ ବର୍ଷ ପରେ ବି ଥମୁନି ରକ୍ତପାତ, ଋଷିଆ ଏୟାରଷ୍ଟ୍ରାଇକରେ ୟୁକ୍ରେନରେ ଆଉ ୮ ମୃତ - Russia Ukraine war

ଏକ ବିବୃତ୍ତିରେ ରାଷ୍ଟ୍ରପତି ଭୋଲଡମିର୍‌ ଜେଲେନସ୍କି କହିଛନ୍ତି, ''ଯଦି ୟୁକ୍ରେନ ବାୟୁସେନା ନିକଟରେ ଯଥେଷ୍ଟ ଉପକରଣ ଥାଆନ୍ତା ଏବଂ ଋଷର ଆକ୍ରମଣକୁ ମୁକାବିଲା କରିବା ପାଇଁ ପୁରା ବିଶ୍ୱର ସହଯୋଗ ଥାଆନ୍ତା ତେବେ ଏପରି ଆକ୍ରମଣ ହୋଇନଥାନ୍ତା । ଯେଉଁ ସ୍ଥାନରେ ମିସାଇଲ ମାଡ ହୋଇଥିଲା ସେହି ଜିଲ୍ଲା ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ । ବିଶ୍ୱବିଦ୍ୟାଳୟ ଏବଂ ଡାକ୍ତରଖାନା ନିକଟରେ ମିସାଇଲ ମାଡ ହୋଇଛି ।'' ୟୁକ୍ରେନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ଇହୋର କ୍ଲିମେନକୋ କହିଛନ୍ତି ଯେ, ଋଷର ଆକ୍ରମଣରେ ମୃତ୍ୟୁ ହୋଇଥିବା ଲୋକଙ୍କ ମଧ୍ୟରେ 25 ବର୍ଷ ବୟସ୍କା ମହିଳା ପୋଲିସ ଲେଫ୍ଟନାଣ୍ଟ ମଧ୍ୟ ଅଛନ୍ତି । ସେ ତାଙ୍କ ପଡୋଶୀ ଘରେ ରହୁଥିଲେ ।

ଋଷିଆ ଓ ୟୁକ୍ରେନ ଯୁଦ୍ଧକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଲାଣି । ତଥାପି ରକ୍ତପାତ ଥମୁନି । ଋଷିଆର ପ୍ରଚଣ୍ଡ ଆକ୍ରମଣରେ ୟୁକ୍ରେନ ଛାରଖାର୍ ହୋଇଗଲାଣି । ଏପ୍ରିଲ 7 ତାରିଖରେ ୟୁକ୍ରେନର ଦ୍ବିତୀୟ ସର୍ବବୃହତ ସହର ଖାରକିଭ୍‌କୁ ଟାର୍ଗେଟ୍ କରି ଘନ ଘନ ମିସାଇଲ୍ ଓ ବୋମାମାଡ କରିଥିଲା ଋଷିଆ । ଏଥିରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଆହତ ହୋଇଥିଲେ । ଋଷିଆ ସେନା ଡ୍ରୋନ ଦ୍ବାରା ଏହି ଆକ୍ରମଣ କରିଥିବା ୟୁକ୍ରେନ ପୋଲିସ ଦାବି କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.