ETV Bharat / international

ଚିକାଗୋରେ ଗର୍ଜିଲା ଗୁଳି, ଗୋଟିଏ ପରିବାରର 7 ଜଣଙ୍କୁ ହତ୍ୟା

Chicago shooting: ଆମେରିକାରେ ଚିକାଗୋରେ 2ଟି ସ୍ଥାନରେ ଗୁଳିକାଣ୍ଡ । ଗୋଟିଏ ପରିବାରର 7 ମୃତ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 23, 2024, 10:16 AM IST

ଗୋଟିଏ ପରିବାରର 7 ଜଣଙ୍କୁ ଗୁଳି ମାରି ହତ୍ୟା,
ଗୋଟିଏ ପରିବାରର 7 ଜଣଙ୍କୁ ଗୁଳି ମାରି ହତ୍ୟା,

ଓ୍ୱାଶିଂଟନ: ଆମେରିକା ଚିକାଗୋ ଅଞ୍ଚଳରେ ଗୁଳିକାଣ୍ଡ । ଚିକାଗୋ ସ୍ଥିତ ଇଲିନୋଇଜ ଜୋଲିଏଟ ଅଞ୍ଚଳରେ 2ଟି ଘରୁ 7 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସୋମବାର ଆତତାୟୀମାନେ ସେମାନଙ୍କୁ ଗୁଳିମାରି ହତ୍ୟା କରିଥିବା ଅନୁମାନ କରାଯାଉଛି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଫେରାର ଥିବାବେଳେ ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ.. ଋଷ ଅଧିକୃତ ଡୋନେଟସ୍କରେ ୟୁକ୍ରେନର ଆକ୍ରମଣ ! 27ରୁ ଊର୍ଦ୍ଧ୍ୱ ମୃତ, ଏକାଧିକ ଆହତ

ସୋମବାର ଆମେରିକା ଚିକାଗୋସ୍ଥିତ ଇଲିନୋଇଜ ଜୋଲିଏଟ ଅଞ୍ଚଳରେ 2ଟି ଘର ମଧ୍ୟରୁ 7 ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ନେଇ ପୋଲିସ ପକ୍ଷରୁ ଅନୁମାନ କରାଯାଉଛି । ପୋଲିସ ସୂଚନା ମୁତାବକ, ସୋମବାର କେହି ଦୁର୍ବୃତ୍ତ ଘରେ ପଶି ଗୁଳି କରି ଏହି ହତ୍ୟାକାଣ୍ଡ ଘଟାଇଛି । ତେବେ ହତ୍ୟାର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ସମସ୍ତ ମୃତକ ଗୋଟିଏ ପରିବାରର ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଅଧିକାରୀ, ଏଫବିଆଇ ଟାସ୍କ ଫୋର୍ସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଚିହ୍ନଟ କରାଯାଇଥିବା ବେଳେ ଖୁବଶୀଘ୍ର ତାକୁ ଧରାଯିବ ବୋଲି କୁହାଯାଇଛି । ଜୋଲିଏଟ ପୋଲିସ ସନ୍ଦିଗ୍ଧ ଯୁବକ ଜଣକର ପରିଚୟ ପାଇଛି । ଯୁବକ ଜଣକ 23 ବର୍ଷୀୟ ରୋମିଓ ନାନ୍ସ ହୋଇଥିବା ଜଣାପଡିଛି । ଯୁବକ ପାଖରେ ଅସ୍ତ୍ର ଥିବା ଯୋଗୁଁ ଆଗକୁ ଦୁର୍ବୃତ୍ତ ଜଣକ ଆହୁରି ଅଘଟଣ ଘଟାଇପାରେ ବୋଲି ଆଶଙ୍କା କରୁଛି ପୋଲିସ । ଖୁବଶୀଘ୍ର ହତ୍ୟାକାରୀ ଗିରଫ କରାଯାଇ ଏହି ହତ୍ୟା ମାମଲାର ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ଗୋଟିଏ ପରିବାରର 7ଜଣଙ୍କୁ ହତ୍ୟା: ଚିକାଗୋରେ ଗୋଟିଏ ପରିବାରର 7 ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଜଣେ ଦୁର୍ବୃତ୍ତ ଗୁଳିମାଡ କରି ସମସ୍ତଙ୍କୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତ ଜଣାପଡିଛି । ତେବେ ହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ହତ୍ୟାକାରୀକୁ ଖୋଜୁଛି ପୋଲିସ: ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ହତ୍ୟାକାଣ୍ଡ ଜଣେ ଘଟାଇଥିବା ଅନୁମାନ କରୁଛି । ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଚିହ୍ନଟ କରିଛି ପୋଲିସ । ସନ୍ଦିଗ୍ଧ ଯୁବକ ଜଣକ 23 ବର୍ଷୀୟ ରୋମିୟୋ ନାନ୍ସ ହୋଇଥିବା ବେଳେ ଖୁବ ଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.