ETV Bharat / international

କେନିଆରେ ଆଣ୍ଟି ଟାକ୍ସ ବିରୋଧୀ ଆନ୍ଦୋଳନରେ 39 ମୃତ, ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି - Kenya anti tax protest

author img

By ETV Bharat Odisha Team

Published : Jul 2, 2024, 8:32 AM IST

Anti tax protest in Kenya: କେନିଆରେ ସରକାରଙ୍କ ନୂତନ ଆୟକର ନୀତିକୁ ବିରୋଧ । ହିଂସାକାଣ୍ଡ ଘଟିବାରୁ 39 ମୃତ । ଅଧିକ ପଢନ୍ତୁ

Anti tax protest in Kenya
Anti tax protest in Kenya (ANI)

ନାଇରୋବି: କେନିଆରେ ତେଜିଲା ଆଣ୍ଟି ଟାକ୍ସ ବିରୋଧୀ ଆନ୍ଦୋଳନ । ସରକାରଙ୍କ ନୂତନ ଆୟକର ନୀତିକୁ ବିରୋଧ କରି ହିଂସା ଘଟିବାରୁ 39 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 360 ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବା ବୋଲି ମଧ୍ୟ ପ୍ରତିବାଦ କରି କହିଛନ୍ତି । ସୋମବାର ଦିନ କେନିଆ ନ୍ୟାସନାଲ କମିଶନ ଅଫ୍ ହ୍ୟୁମାନ ରାଇଟ୍ସ ଆୟୋଗ (KNCHR) ମୃତ୍ୟୁ ସଂଖ୍ୟା ଘୋଷଣା କରିଛି । ଯାହା ପୂର୍ବରୁ ଟିକସ ବୃଦ୍ଧି ନେଇ ହୋଇଥିବା ଆନ୍ଦୋଳରେ ମୃତ୍ୟୁ ସଂଖ୍ୟା ଠାରୁ ପ୍ରାୟ ଦୁଇଗୁଣ ଅଟେ। ଷ୍ଟେଟ ଫଣ୍ଡେଡ ବଡି କହିଛି ଯେ ଜୁନ 18ରୁ ଆଜି ପର୍ଯ୍ୟନ୍ତ 39 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ 627 ଜଣ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଛି। ସେଠାରେ ଥିବା ଭାରତୀୟଙ୍କ ସୁରକ୍ଷା ପାଇଁ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪: ପ୍ରଥମ ଡିବେଟ୍‌ରେ ବାଇଡେନଙ୍କ ଫିକା ପ୍ରଦର୍ଶନ, ଭାରି ପଡ଼ିଲେ ଟ୍ରମ୍ପ - Biden Trump First Debate

ଗତ ମଙ୍ଗଳବାର ଦିନ କେନିଆ ସଂସଦରେ ଏହି ବିବାଦୀୟ ଆଇନ ପାରିତ ହୋଇଥିଲା । ଏହା ପରେ ଜେନ ଜେଡଙ୍କ ନେତୃତ୍ବରେ ଶହ ଶହ ଯୁବକ ଆନ୍ଦୋଳନ ଆରମ୍ଭ କରିଥିଲେ । ସଂସଦ ମଧ୍ୟକୁ ପ୍ରବେଶ କରି ହିଂସାତ୍ମକ କାଣ୍ଡ ଘଟାଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ନିୟନ୍ତ୍ରଣ କରିବାକୁ ଲୁହାବୁହା ଗ୍ୟାସ ପ୍ରୟୋଗ କରିବା ସହ ଗୁଳିଚାଳନା କରିଥିଲା । କେନିଆ ରାଷ୍ଟ୍ରପତି ୱିଲିୟମ୍ ରୁଟୋଙ୍କ ସରକାର ସେପ୍ଟେମ୍ବର 2022 ରେ କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ଆଣ୍ଟି ଟାକ୍ସ ବିରୋଧୀ ଆନ୍ଦୋଳନ ସବୁଠାରୁ ବଡ ସଙ୍କଟ ଅଟେ । ରବିବାର ଦିନ ଏକ ଗଣମାଧ୍ୟମରେ ରୁଟୋ କହିଛନ୍ତି ଯେ, ଆନ୍ଦୋଳନରେ 19 ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବ ଆଫ୍ରିକୀୟ ଦେଶରେ ହିଂସା ପରେ ସେଠାରେ ଥିବା ଭାରତୀୟ ନାଗରିକଙ୍କ ପାଇଁ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଅଧିକ ସତର୍କ ଅବଲମ୍ବନ କରିବା ଓ ବାହାରକୁ ନବାରିବାକୁ କୁହାଯାଇଥିଲା । ପରିସ୍ଥିତି ଶାନ୍ତ ନହେବା ପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ କରାଯାଉଥିବା ଅଞ୍ଚଳରୁ ଦୂରେଇ ରହିବାକୁ ପରାମର୍ଶ ଦିଆୟାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.