ETV Bharat / international

SCO ସମ୍ମିଳନୀରେ ଜୟଶଙ୍କର, ପାଛୋଟି ନେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ସରିଫ୍‌ - SCO SUMMIT IN ISLAMABAD

ଆଜି ପାକିସ୍ତାନରେ ‘ଏସସିଓ’ ଶିଖର ସମ୍ମିଳନୀ । ମୋଦିଙ୍କ ପରିବର୍ତ୍ତେ ଭାରତକୁ ପ୍ରତିନିଧିତ୍ବ କରୁଛନ୍ତି ଜୟଶଙ୍କର । କାର୍ଯ୍ୟକ୍ରମକୁ ସ୍ବାଗତ କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ।

SCO ସମ୍ମିଳନୀରେ ପହଞ୍ଚିଲେ ଜୟଶଙ୍କର, ପାଛୋଟି ନେଲେ ପାକ ପ୍ରଧାନମନ୍ତ୍ରୀ ସେହେଓ୍ବାଜ୍‌ ସରିଫ
SCO ସମ୍ମିଳନୀରେ ପହଞ୍ଚିଲେ ଜୟଶଙ୍କର, ପାଛୋଟି ନେଲେ ପାକ ପ୍ରଧାନମନ୍ତ୍ରୀ ସେହେଓ୍ବାଜ୍‌ ସରିଫ (ETV Bharat Odisha)
author img

By ETV Bharat Odisha Team

Published : Oct 16, 2024, 11:58 AM IST

ହାଇଦ୍ରାବାଦ: ପାକିସ୍ତାନ ରାଜଧାନୀ ଇସଲାମାବାଦରେ ଆୟୋଜିତ 26ତମ ‘ଏସସିଓ’ ଶିଖର ସମ୍ମିଳନୀରେ ପହଞ୍ଚିଛନ୍ତି ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର । ତାଙ୍କୁ କାର୍ଯ୍ୟକ୍ରମକୁ ଔପଚାରିକ ଭାବେ ଆୟୋଜକ ରାଷ୍ଟ୍ରମୁଖ୍ୟ ତଥା ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହଓ୍ବାଜ ସରିଫ ସ୍ବାଗତ କରିଛନ୍ତି । ଗତକାଲି ଅପରାହ୍ନରେ ଜୟଶଙ୍କର ପାକିସ୍ତାନରେ ପହଞ୍ଚିଥିଲେ । ବିମାନ ବନ୍ଦରରେ ତାଙ୍କୁ ପାକିସ୍ତାନର ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳୀ ସ୍ବାଗତ କରିଥିବା ବେଳେ ମୁଖ୍ୟ କାର୍ଯ୍ୟକ୍ରମ ପୂର୍ବ-ସଂଧ୍ୟାରେ ଆୟୋଜିତ ନୈଶ୍ୟଭୋଜିରେ ସେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସରିଫଙ୍କ ସହ ସାକ୍ଷାତ କରିଥିଲେ । ଉଭୟ କରମର୍ଦ୍ଦନ କରି ପରସ୍ପରକୁ ଅଭିବାଦନ ଜଣାଇବା ସହ ଏକ ସଂକ୍ଷିପ୍ତ ବାର୍ତ୍ତାଳାପ ମଧ୍ୟ କରିଥିଲେ ।

  • କାଲି ପହଞ୍ଚିଥିଲେ ଜୟଶଙ୍କର

ଗତକାଲି (ମଙ୍ଗଳବାର) ଅପରାହ୍ନରେ ଜୟଶଙ୍କର ପାକିସ୍ତାନର ନୁର ଖାନ ଏୟାରବେସରେ ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଅବତରଣ କରିଥିଲେ । ତାଙ୍କୁ ପାକିସ୍ତାନ ବିଦେଶ ବ୍ୟାପାର ମନ୍ତ୍ରଣାଳୟର ଦକ୍ଷିଣ-ଏସିଆ ବ୍ୟାପାର ମୁଖ୍ୟ ଇଲିଆସ ମେହେମ୍ମୁଦ ନିଜାମୀ ଓ ଅନ୍ୟ ଉଚ୍ଚସ୍ତରୀୟ ଅଧିକାରୀ ସ୍ବାଗତ କରିଥିଲେ । ଏହା ପରେ ସଂଧ୍ୟାରେ ଆୟୋଜିତ ନୈଶ୍ୟଭୋଜିରେ ସେ ସାମିଲ ହୋଇଥିଲେ । ପରେ ଇସଲାମାବାଦରେ ଥିବା ଭାରତୀୟ ଦୂତାବାସ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଜୟଶଙ୍କର । ଆଜି ସକାଳେ ସେ ମୁଖ୍ୟ କାର୍ଯ୍ୟକ୍ରମ ରାଷ୍ଟ୍ରମୁଖ୍ୟ ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି ।

  • ୯ ବର୍ଷ ପୂର୍ବେ ଯାଇଥିଲେ ସୁଷମା, ଏବେ ଗଲେ ଜୟଶଙ୍କର :-

ଏହି ଶିଖର ସମ୍ମିଳନୀରେ ‘ଏସସିଓ’ ରାଷ୍ଟ୍ରମୁଖ୍ୟମାନେ ଅଂଶଗ୍ରହଣ କରୁଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିନାହାନ୍ତି । ବିଦେଶ ମନ୍ତ୍ରୀ ଏସ.ଜୟଶଙ୍କର ଭାରତ ପକ୍ଷରୁ ପ୍ରତିନିଧିତ୍ବ କରିବା ପାଇଁ ପାକିସ୍ତାନରେ ପହଞ୍ଚିଛନ୍ତି । ଦୀର୍ଘ ୯ ବର୍ଷ ବ୍ୟବଧାନରେ କୌଣସି ଭାରତୀୟ ବିଦେଶ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିଛନ୍ତି । ଜୟଶଙ୍କରଙ୍କ ପୂର୍ବରୁ ଶେଷ ଥର ପାଇଁ ୨୦୧୫ ମସିହାରେ ତତ୍କାଳୀନ ବିଦେଶ ମନ୍ତ୍ରୀ ଭାବେ ସୁଷମା ସ୍ବରାଜ ପାକିସ୍ତାନ ଗସ୍ତ କରିଥିଲେ ।

SCO ସମ୍ମିଳନୀରେ ପହଞ୍ଚିଲେ ଜୟଶଙ୍କର, ପାଛୋଟି ନେଲେ ପାକ ପ୍ରଧାନମନ୍ତ୍ରୀ ସେହେଓ୍ବାଜ୍‌ ସରିଫ
SCO ସମ୍ମିଳନୀରେ ପହଞ୍ଚିଲେ ଜୟଶଙ୍କର, ପାଛୋଟି ନେଲେ ପାକ ପ୍ରଧାନମନ୍ତ୍ରୀ ସେହେଓ୍ବାଜ୍‌ ସରିଫ (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:

ସୁଷମାଙ୍କ ପରେ ଜୟଶଙ୍କର, 9 ବର୍ଷ ପରେ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ - Jaishankar To Visit Pakistan

‘ ପାକିସ୍ତାନ ଆଜି କର୍ମଫଳ ଭୋଗୁଛି, ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ’: ଜାତିସଂଘ ମଞ୍ଚରୁ ଜୟଶଙ୍କରଙ୍କ ଚେତାବନୀ - Jaishankar Warns Pakistan

LAC ଉପରେ ଦୃଢ ଉପସ୍ଥିତି ବଜାୟ ରଖିଲା ଭାରତ - INDIA AND CHINA RELATION

‘ତଦନ୍ତ ପାଇଁ ପ୍ରସ୍ତୁତ’: ନିଜ୍ଜାର ହତ୍ୟା ମାମଲାରେ ଭାରତକୁ ପ୍ରମାଣ ଦେଇନି କାନାଡା - Jaishankar on Nijjar killing case

  • SCO ସମ୍ପର୍କରେ...

ସଂଘାଇ ସହଯୋଗ ସଂଗଠନ (SCO) ମୁଖ୍ୟତଃ ବାଣିଜ୍ୟ ଓ ଦ୍ବିପାକ୍ଷିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏକ ଶିଖର ସଂଗଠନ । ଏଥିରେ ମୁଖ୍ୟତଃ ଦକ୍ଷିଣ-ଏସିଆ ଦେଶମାନେ ସଦସ୍ୟ ରହିଛନ୍ତି । ପାକିସ୍ତାନ, ଚୀନ୍, ଭାରତ, ଋଷ, ଇରାନ, କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ଉଜବେକିସ୍ତାନ ଏବଂ ବେଲାଋଷ ଏହି ଶିଖର ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ର ଅଛନ୍ତି । ଏମାନଙ୍କୁ ବାଦ ଦେଲେ ଅନ୍ୟ 16ଟି ଦେଶ ପର୍ଯ୍ୟବେକ୍ଷକ ରାଷ୍ଟ୍ର ବା ‘ସଂଳାପ ସହଭାଗୀ ଦେଶ’ ଭାବେ ମଧ୍ୟ ସମ୍ମିଳନୀରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.