ETV Bharat / international

ମାଳଦ୍ବୀପରେ ପୁଣି ମୁଇଜୁଙ୍କୁ ବହୁମତ, କେମିତି ରହିବ ଭାରତ ସହ ସମ୍ପର୍କ ! - Maldivian President Muizzu

President Muizzu's Party Sweeps Maldivian Polls: ମାଳଦ୍ବୀପରେ ପୁଣି ମୁଇଜୁ ସରକାର । ସଂସଦୀୟ ନିର୍ବାଚନରେ ‘ପିପୁଲ୍ସ ନ୍ୟାସନାଲ କଂଗ୍ରେସ’କୁ ସ୍ପଷ୍ଟ ବହୁମତ । ଚୀନ ଅନୁଗତ ମୁଇଜୁଙ୍କ କାର୍ଯ୍ୟକାଳରେ ଭାରତ ସହ କେମିତି ରହିବ ମାଳଦ୍ବୀପର ସମ୍ପର୍କ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 22, 2024, 10:01 AM IST

ମାଳଦ୍ବୀପ ସାଂସଦୀୟ ନିର୍ବାଚନରେ ମୁଇଜୁଙ୍କ ଦଳକୁ ବହୁମତ

ହାଇଦ୍ରାବାଦ: ମାଳଦ୍ବୀପ ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଦଳ ସ୍ପଷ୍ଟ ବହୁମତ ହାସଲ କରିଛି । ଏହି ଫଳାଫଳ ସହ ମହମ୍ମଦ ମୁଇଜୁ ଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛନ୍ତି । ମାଳଦ୍ବୀପ ନିର୍ବାଚନ କମିଶନଙ୍କ ଦ୍ବାରା ଜାରି ତଥ୍ୟ ଅନୁସାରେ, ପ୍ରଥମ ପର୍ଯ୍ୟାୟରେ ଘୋଷିତ 86 ଆସନ ମଧ୍ୟରୁ 66 ଟିରେ ମୁଇଜୁଙ୍କ ନେତୃତ୍ବାଧୀନ ‘ପିପୁଲ୍ସ ନ୍ୟାସନାଲ କଂଗ୍ରେସ’ର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ସ୍ଥାନୀୟ ସଂସଦରେ ମୋଟ 93 ଆସନ ଥିବା ବେଳେ ଏବେ ସୁଦ୍ଧା ଫଳାଫଳ ଅନୁସାରେ, ମୁଇଜୁଙ୍କ ପାର୍ଟି ବହୁମତ ହାସଲ କରିସାରିଛି । ଆଗକୁ ପୂର୍ଣ୍ଣ ଆସନରେ ଫଳାଫଳ ଆସିବା ପରେ ଏହି ସଂଖ୍ୟା ଆହୁରି ବଢିପାରେ ।

ଗତକାଲି ହୋଇଥିବା ଭୋଟିଂ:-

ଗତକାଲି (ରବିବାର) ମାଳଦ୍ବୀପ ସଂସଦୀୟ ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଥିଲା । ସକାଳ 8ରୁ ସଂଧ୍ୟା ସାଢେ 5 ଟା ମଧ୍ୟରେ ଭୋଟିଂ ଶେଷ ହୋଇଥିବା ବେଳେ ମୋଟ ଭୋଟିଂ ପ୍ରତିଶତ 72 ରହିଥିବା ସରକାରୀ ତଥ୍ୟରୁ ଜଣାପଡିଥିଲା । ଏଥିରେ ମୋଟ 2,84,663 ପଞ୍ଜିକୃତ ଭୋଟରଙ୍କ ମଧ୍ୟରୁ ମୋଟ 2,07,693 ଭୋଟର ଦେଶର ବିଭିନ୍ନ କେନ୍ଦ୍ରରେ ମତଦାନ କରିଥିଲେ । ମାଳଦ୍ବୀପ ସଂସଦରେ ମୋଟ 93 ଆସନ ଥିବା ବେଳେ ପ୍ରାୟ 6ଟି ରାଜନୈତିକ ଦଳ ସକ୍ରିୟତାର ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । ବିଭିନ୍ନ ଦଳରୁ ମୋଟ 368 ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ । 130ଜଣ ନିର୍ଦ୍ଦଳୀୟ ପ୍ରାର୍ଥୀ ମଧ୍ୟ ନିର୍ବାଚନ ଲଢିଥିଲେ । ଏଥିରେ ବର୍ତ୍ତମାନ ସୁଦ୍ଧା 66 ଆସନରେ ରାଷ୍ଟ୍ରପତି ମୁଇଜୁ ପାର୍ଟି ‘ପିପୁଲ୍ସ ନ୍ୟାସନାଲ ପାର୍ଟି’ ବିଜୟ ହାସଲ କରିସାରିଛନ୍ତି ।

ପ୍ରଥମ ଥର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ମୁଇଜୁଙ୍କ ଶପଥଗ୍ରହଣ ଉତ୍ସବରେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ

6 ମାସ ପୂର୍ବେ ରାଷ୍ଟ୍ରପତି ହୋଇଥିଲେ ମହମ୍ମଦ ମୁଇଜୁ:-

ପୂର୍ବରୁ ମାଳଦ୍ବୀପରେ ‘ଡେମୋକ୍ରାଟିକ ପାର୍ଟି’ ନିକଟରେ କ୍ଷମତା ଥିଲା । ମହମ୍ମଦ ସଲିହ ରାଷ୍ଟ୍ରପତି ଥିବା ସମୟରେ ଭାରତ ସହ ମାଳଦ୍ବୀପର ସୁସମ୍ପର୍କ ଥିଲା । ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ ଆରମ୍ଭ କରି କ୍ଷମତା ପରିବର୍ତ୍ତନ କରିବାରେ ସଫଳ ହୋଇଥିଲେ ମହମ୍ମଦ ମୁଇଜୁ । ରାଷ୍ଟ୍ରପତି ଭାବେ 6 ମାସର ଦାୟିତ୍ବ ଗ୍ରହଣ କରିଥିଲେ । ଏବେ ଦେଶରେ ସଂସଦର କାର୍ଯ୍ୟକାଳ ଶେଷ ହେବା ପରେ ନିର୍ବାଚନ ଅନୁଷ୍ଠିତ ହେବା ପରେ ମୁଇଜୁ ଏବେ ପୁଣି ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଭାରତକୁ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଟାର୍ଗେଟ; 'ଆମକୁ ଧମକାଇବା ଲାଇସେନ୍ସ କାହା ପାଖରେ ନାହିଁ'

ଲାକ୍ଷାଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦି
ଲାକ୍ଷାଦ୍ବୀପରେ ପ୍ରଧାନମନ୍ତ୍ରୀ ମୋଦି

ମାଳଦ୍ବୀପ- ଲାକ୍ଷାଦ୍ବୀପ ବିବାଦ

କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ବୀପ ଗସ୍ତ କରିଥିଲେ । ଏକାଧିକ ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସେଠାକାର ରୋମାଞ୍ଚକର ଅନୁଭୁତିକୁ ସୋସିଆଲ ମିଡିଆରେ ସେୟାର କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହାପରେ ଲାକ୍ଷାଦ୍ବୀପ ସୌନ୍ଦର୍ଯ୍ୟକୁ ନେଇ ଭାରତ ସମେତ ପୁରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏହି କାରଣରୁ ପର୍ଯ୍ୟଟନ ଅର୍ଥନୀତି ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ମାଳଦ୍ବୀପ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଥିଲା । ମାଳଦ୍ବୀପର 3 ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିଥିଲେ । ପରେ ଭାରତ ପକ୍ଷରୁ ବିରୋଧ କରାଯିବାରୁ 3 ମନ୍ତ୍ରୀଙ୍କୁ ନିଲମ୍ବିତ କରାଯାଇଥିଲା ।

ମାଳଦ୍ବୀପରେ ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ
ମାଳଦ୍ବୀପରେ ‘ଇଣ୍ଡିଆ ଆଉଟ’ କ୍ୟାମ୍ପେନ
ଇଣ୍ଡିଆ ଆଉଟ କ୍ୟାମ୍ପେନରେ ମୁଇଜୁ
ଇଣ୍ଡିଆ ଆଉଟ କ୍ୟାମ୍ପେନରେ ମୁଇଜୁ

କେମିତି ରହିବ ଭାରତ ସହ ସମ୍ପର୍କ:-

ମୁଇଜୁ ପ୍ରଥମରୁ ଭାରତ ବିରୋଧୀ ଓ ଚୀନ ଅନୁଗତ ନେତା ଭାବେ ଜଣାଶୁଣା । ଭାରତ ବିରୋଧୀ କ୍ୟାମ୍ପେନ ଆରମ୍ଭ କରି ସେ ନିଜ କ୍ଷମତା ରାଜନୀତିର ମୁଳଦୁଆ ପକାଇଥିଲେ । ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମଧ୍ୟ ମୁଇଜୁଙ୍କ ଭାରତ ବିରୋଧୀ ବିଦେଶ ନୀତିରେ ପରିବର୍ତ୍ତନ ଆସିନଥିଲା । ପ୍ରଥମ ସରକାରୀ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତିମାନେ ପ୍ରଥମେ ଭାରତ ଗସ୍ତରେ ଆସୁଥିବା ପରମ୍ପରା ମଧ୍ୟ ମୁଇଜୁଙ୍କ ଶାସନରେ ଭାଙ୍ଗିଥିଲା । ମୁଇଜୁ ପ୍ରଥମେ ତୁର୍କୀ ଓ ପରେ ବେଜିଂ ଗସ୍ତ କରି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ । 6 ମାସର ଶାସନ କାଳରେ ସେ ଭାରତୀୟ ସେନାକୁ ପ୍ରତ୍ୟାହାର କରିବା ଦିଗରେ ଅଧିକ ଗୁରୁତ୍ବାରୋପ କରିଥିଲେ । ପର୍ଯ୍ୟଟନ କ୍ଷେତ୍ରରେ ଭାରତ ସହ ଦେଖାଯାଇଥିବା ତିକ୍ତତା ପ୍ରସଙ୍ଗରେ ମଧ୍ୟ ତାଙ୍କୁ ବିରୋଧୀଙ୍କ ସମାଲୋଚନାର ଶିକାର ହେବାକୁ ପଡିଥିଲା । ମାତ୍ର ଏବେ ସଂସଦୀୟ ନିର୍ବାଚନରେ ସେ ପୁଣି ଥରେ ସ୍ପଷ୍ଟ ବହୁମତ ହାସଲ କରିବା ପରେ ଭାରତ ସହ ମୁଇଜୁଙ୍କର ପୂର୍ବ ଅଭିମୁଖ୍ୟ ବଜାୟ ରହିବ ନା, ସେଥିରେ କୌଣସି ପରିବର୍ତ୍ତନ ହେବ ତାହା ଆସନ୍ତା କିଛି ଦିନ ମଧ୍ୟରେ ମୁଇଜୁଙ୍କ ନୂଆ ସରକାରର କାର୍ଯ୍ୟଶୈଳୀରୁ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.