ETV Bharat / international

ଋଷ ରାଷ୍ଟ୍ରପତିଙ୍କ ବାସଭବନରେ ମୋଦି-ପୁଟିନ ଭେଟ; ଇଲେକ୍ଟ୍ରିକ କାର୍‌ରେ ବୁଲିଲେ ମୋଦି, ଏକାଠି ଡିନର୍ କଲେ - PM Modi Meet Putin

author img

By ETV Bharat Odisha Team

Published : Jul 9, 2024, 8:02 AM IST

Updated : Jul 9, 2024, 9:36 AM IST

PM Modi Meet President Putin: ଭାରତ-ଋଷ୍ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ପାଇଁ ଦୁଇ ଦିନିଆ ଋଷ୍ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ରାଷ୍ଟ୍ରପତି ପୁଟିନଙ୍କ ସହ ଅନୌପଚାରିକ ଆଲୋଚନା ହୋଇଛି । ଏହି ସମୟରେ ଦୁଇ ନେତା ମିଶି ଏକ ଇଲେକ୍ଟ୍ରିକ କାରରେ ବୁଲିଛନ୍ତି । ଅଧିକ ପଢନ୍ତୁ

ମୋଦି-ପୁଟିନ ଭେଟ
ମୋଦି-ପୁଟିନ ଭେଟ (@RusEmbIndia)

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାରଠୁ ଦୁଇ ଦିନିଆ ଋଷ୍ ଗସ୍ତରେ ଅଛନ୍ତି । ସେଠାରେ ଆଜି (ମଙ୍ଗଳବାର) ଅନୁଷ୍ଠିତ ହେବାକୁ ଥିବା ଭାରତ-ଋଷ୍ ବାର୍ଷିକ ସମ୍ମିଳନୀରେ ସେ ଯୋଗ ଦେବେ । ଏହି ସମ୍ମିଳନୀରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା ହେବ । ଏହାପୂର୍ବରୁ ଗତକାଲି ମସ୍କୋ ସ୍ଥିତ ରାଷ୍ଟ୍ରପତିଙ୍କ ନୋଭୋ-ଓଗାରୟୁଭୋ ବାସଭବନରେ ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କ ମଧ୍ୟରେ ଏକ ଅନୌପଚାରିକ ବୈଠକ ହୋଇଛି । ଏଥିରେ ଉଭୟ ନେତା ବନ୍ଧୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ମୋଦି-ପୁଟିନ ଭେଟ (@RusEmbIndia)

ଋଷିଆ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସମୟର ଭିଡିଓ 'ଏକ୍ସ'ରେ ପୋଷ୍ଟ କରାଯାଇଛି । ଭିଡିଓରେ ଦେଖାଯାଇଛି, ପ୍ରଧାମନ୍ତ୍ରୀ ମୋଦି ରାଷ୍ଟ୍ରପତିଙ୍କ ବାସଭବନରେ ପହଞ୍ଚିବା ଥିବାବେଳେ ଭ୍ଲାଦମିର ପୁଟିନ ତାଙ୍କୁ ଆଲିଙ୍ଗନ କରି ସ୍ବାଗତ କରୁଛନ୍ତି । ପୁଟିନ ମୋଦିଙ୍କୁ କହୁଛନ୍ତି, ''ଋଷ୍‌କୁ ସ୍ବାଗତ ବନ୍ଧୁ । ଏଠାରେ ଆପଣଙ୍କୁ ଦେଖି ମୁଁ ବହୁତ ଖୁସି ।'' ଏହାପରେ ପୁଟିନ ଏକ ଇଲେକ୍ଟ୍ରିକ କାର୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଜ ବାସଭବନ ପରିସରରେ ବୁଲାଉଛନ୍ତି ।

ଭାରତରେ ଅବସ୍ଥାପିତ ଋଷ୍ ଦୂତାବାସ ପକ୍ଷରୁ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ସମୟର ଭିଡିଓ ସେୟାର କରାଯାଇଛି, ଏଥିରେ ଦୁଇ ବିଶ୍ବନେତା ଇଲେକ୍ଟ୍ରିକ କାର୍ ବୁଲିବାର ମଜା ନେଉଥିବା ଦେଖିବାକୁ ମିଳୁଛି । ଏହା ସହିତ ଦୁଇ ବିଶ୍ବନେତା ଏକାଠି ଡିନର କରିବା ସହିତ ମୋଦିଙ୍କ ତାଙ୍କ ଘୋଡାଶାଳ ବୁଲାଇ ଦେଖାଇଛନ୍ତି ପୁଟିନ୍ ।

ଏହା ମଧ୍ୟ ପଢନ୍ତୁ: ଭାରତ-ଋଷ ବାର୍ଷିକ ସମ୍ମିଳନୀରେ କାହିଁକି ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ବାଣିଜ୍ୟ ଆଲୋଚନା - India Russia Annual Summit

ଏନେଇ ଋଷ୍ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଉଛି, ରାଷ୍ଟ୍ରପତିଙ୍କ ବାସଭବନରେ ଭ୍ଲାଦମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଅନୌପଚାରିକ ଆଲୋଚନା ହୋଇଛି । ଦୁଇ ନେତା ଉଭୟ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ଆଗକୁ ବଢାଇବା ପାଇଁ ଏବଂ ସାମ୍ପ୍ରତିକ ଅନ୍ତରାଷ୍ଟ୍ରୀୟ ଓ ଆଞ୍ଚଳିକ ପ୍ରସଙ୍ଗଗୁଡିକ ଉପରେ ଚର୍ଚ୍ଚା କରିଛନ୍ତି । ଏହାର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ଏକ ପୋଷ୍ଟ ସେୟାର କରି ରାଷ୍ଟ୍ରପତି ପୁଟିନଙ୍କ ଆତିଥ୍ୟତା ପାଇଁ କୃତଜ୍ଞତା ଜଣାଇଛନ୍ତି । ଏହାସହିତ ଭାରତ ଓ ଋଷର ସମ୍ପର୍କ ମଜଭୁତ କରିବା ଲାଗି ପୁଟିନଙ୍କ ସହ ଆଲୋଚନା କରିବାକୁ ଉତ୍ସାହିତ ଥିବା କହିଛନ୍ତି ।

ପ୍ରକାଶଥାଉ କି, ୫ ବର୍ଷ ପରେ ପ୍ରଥମ ଥର ପ୍ରଧାନମନ୍ତ୍ରୀ ମୋଦି ଋଷ୍ ଗସ୍ତ କରିଛନ୍ତି । ସୋମବାର ସନ୍ଧ୍ୟାରେ ସେ ମସ୍କୋରେ ପହଞ୍ଚିଥିଲେ । ବିମାନବନ୍ଦରରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା । ଋଷର ଉପପ୍ରଧାନମନ୍ତ୍ରୀ ଡେନିସ୍ ମଣ୍ଟୁରୋବ ମୋଦିଙ୍କ ସ୍ବାଗତ କରି କାର୍ଲଟନ ହୋଟେଲକୁ ନେଇଥିଲେ । ହୋଟେଲଠାରେ ଭାରତୀୟ ବଂଶୋଦ୍ଭବମାନେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ।

Last Updated : Jul 9, 2024, 9:36 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.