ETV Bharat / international

ବିଶ୍ବ ସରକାର ଶିଖର ସମ୍ମିଳନୀ ୨୦୨୪କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ

author img

By ETV Bharat Odisha Team

Published : Feb 14, 2024, 10:15 PM IST

World Government Summit: ଦୁବାଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମକତୁମଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁବାଇରେ ଅନୁଷ୍ଠିତ ବିଶ୍ବ ସରକାର ଶିଖର ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

pm modi
pm modi

ନୂଆଦିଲ୍ଲୀ: ଦୁବାଇର ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ତଥା ଶାସକ ଶେଖ ମହମ୍ମଦ ବିନ ରସିଦ ଅଲ ମକତୁମଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦୁବାଇରେ ଅନୁଷ୍ଠିତ ବିଶ୍ବ ସରକାର ଶିଖର ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇଛନ୍ତି । ଏହି ଶିଖର ସମ୍ମିଳନୀର ବିଷୟବସ୍ତୁ ‘ଭବିଷ୍ୟତ ସରକାର ଗଠନ’ ଉପରେ ବକ୍ତବ୍ୟ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

ପ୍ରଧାନମନ୍ତ୍ରୀ ୨୦୧୮ରେ ମଧ୍ୟ ବିଶ୍ବ ସରକାର ଶିଖର ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଥର ଶିଖର ସମ୍ମିଳନୀରେ ବିଭିନ୍ନ ରାଷ୍ଟ୍ରର ୧୦ ଜଣ ରାଷ୍ଟ୍ରପତି ଓ ୧୦ ଜଣ ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ବର ୨୦ ଜଣ ନେତା ଅଂଶଗ୍ରହଣ କରିଥିଲେ । ଏହି ବିଶ୍ବ ସମାବେଶରେ ୧୨୦ରୁ ଅଧିକ ଦେଶର ସରକାରୀ ପଦାଧିକାରୀ ଓ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ।

ବିଶ୍ବ ସରକାର ଶିଖର ସମ୍ମିଳନୀ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଶାସନର ପରିବର୍ତ୍ତିତ ପ୍ରକୃତି ବିଷୟରେ ଉଦବୋଧନ ଦେଇଥିଲେ । ପ୍ରଧାନମନ୍ତ୍ରୀ ‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ ମନ୍ତ୍ର ଉପରେ ଆଧାରିତ ଭାରତର ପରିବର୍ତ୍ତନମୂଳକ ସଂସ୍କାର ଉପରେ ଆଲୋକପାତ କରିଥିଲେ । ଭାରତ କିପରି ସାମଗ୍ରିକ କଲ୍ୟାଣ, ସମାବେଶନ ଏବଂ ସ୍ଥାୟିତ୍ବକୁ ଆଗକୁ ବଢ଼ାଇବା ପାଇଁ ଡିଜିଟାଲ ଟେକ୍ନୋଲୋଜିର ଉପଯୋଗ କରିଛି ସେ ବିଷୟରେ ଭାରତୀୟ ଅଭିଜ୍ଞତା ବାଣ୍ଟିବା ସହ ଶାସନ ପ୍ରତି ମାନବ-କେନ୍ଦ୍ରୀତ ଆଭିମୁଖ୍ୟ ପାଇଁ ଆହ୍ବାନ ଦେଇଥିଲେ । ଏକ ସମାବେଶୀ ସମାଜ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ ଜନ ଭାଗିଦାରୀ, ଅନ୍ତିମ ସୋପାନରେ ସେବା ଯୋଗାଣ ଏବଂ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ଭାରତର ପ୍ରାଥମିକତା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ବିଶ୍ବର ପରସ୍ପର ସହ ଜଡିତ ପ୍ରକୃତିକୁ ଦୃଷ୍ଟିରେ ରଖି ଭବିଷ୍ୟତର ଆହ୍ବାନକୁ ମୁକାବିଲା କରିବା ପାଇଁ ସରକାରମାନେ ପରସ୍ପରଠାରୁ ସହଯୋଗ କରିବା ଏବଂ ଶିଖିବା ଆବଶ୍ୟକ । ପ୍ରଶାସନକୁ ସମାବେଶୀ, ପ୍ରଯୁକ୍ତି ଆଧାରିତ, ସ୍ବଚ୍ଛ ଓ ପାରଦର୍ଶୀ ଏବଂ ସବୁଜ ହେବା ସମୟର ଆବଶ୍ୟକତା ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ସରକାର ମାନେ ଜନସେବା ପ୍ରତି ସେମାନଙ୍କ ଆଭିମୁଖ୍ୟରେ ସହଜ ଜୀବନଯାପନ, ସହଜ ନ୍ୟାୟ, ସହଜ ଗତିଶୀଳତା, ସହଜ ଅଭିନବତା ଏବଂ ବ୍ୟବସାୟିକ ସୁଗମତାକୁ ପ୍ରାଥମିକତା ଦେବା ଉଚିତ ବୋଲି ସେ ଗୁରୁତ୍ବାରୋପ କରିଥିଲେ । ଜଳବାୟୁ ପରିବର୍ତ୍ତନ କାର୍ଯ୍ୟରେ ଭାରତର ଦୃଢ ପ୍ରତିବଦ୍ଧତା ବିଷୟରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଏକ ସ୍ଥାୟୀ ବିଶ୍ବ ଗଠନ ପାଇଁ ମିଶନ ଲାଇଫ ତଥା ପରିବେଶ ଅନୁକୂଳ ଜୀବନଶୈଳୀରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ ।

ଗତବର୍ଷ ଜି-୨୦ର ଅଧ୍ୟକ୍ଷ ଭାବରେ ଭାରତ ବିଶ୍ବ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ଆହ୍ବାନର ମୁକାବିଲା କରିବା ଦିଗରେ ନେତୃତ୍ବ ଭୂମିକା ଗ୍ରହଣ କରିବା ବିଷୟରେ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ । ଏହି ପରିପ୍ରେକ୍ଷୀରେ ସେ ଦକ୍ଷିଣ ବିଶ୍ବ ବା ଗ୍ଲୋବାଲ ସାଉଥ ସମ୍ମୁଖୀନ ହେଉଥିବା ବିକାଶ ଚିନ୍ତାକୁ ବିଶ୍ବ ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆଣିବା ପାଇଁ ଭାରତ କରିଥିବା ପ୍ରୟାସ ଉପରେ ଆଲୋକପାତ କରିଥିଲେ । ବହୁପାକ୍ଷିକ ଅନୁଷ୍ଠାନ ଗୁଡିକର ସଂସ୍କାର ପାଇଁ ଆହ୍ବାନ ଦେଇ ସେ ନିଷ୍ପତ୍ତି ନେବାରେ ଗ୍ଲୋବାଲ ସାଉଥ ପାଇଁ ଅଧିକ ସ୍ବର ଉତ୍ତୋଳନ କରିବାକୁ ଗୁରୁତ୍ବାରୋପ କରିଥିଲେ । ବିଶ୍ବ ବନ୍ଧୁ ଭାବରେ ନିଜର ଭୂମିକା ଆଧାରରେ ଭାରତ ବିଶ୍ବ ପ୍ରଗତିରେ ଯୋଗଦାନ ଜାରି ରଖିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.