ETV Bharat / international

ପାକିସ୍ତାନ ନିର୍ବାଚନ; ଚୂଡାନ୍ତ ଫଳକୁ ଆଉ କିଛି ସମୟ ବାକି, ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ଜୋରଦାର - ପାକିସ୍ତାନ ନିର୍ବାଚନ

Pakistan Election: ପାକିସ୍ତାନରେ ସାଧାରଣ ନିର୍ବାଚନ ଚୂଡାନ୍ତ ଫଳକୁ ଆଉ କିଛି ସମୟ ବାକି ଥିବା ବେଳେ କିଏ କେନ୍ଦ୍ରରେ ସରକାର ଗଢିବ ସେ ନେଇ ଚର୍ଚ୍ଚା ଜୋରଦାର । ଅଧିକ ପଢନ୍ତୁ

Pakistan Election
Pakistan Election
author img

By ETV Bharat Odisha Team

Published : Feb 9, 2024, 11:06 PM IST

ନୂଆଦିଲ୍ଲୀ: ପାକିସ୍ତାନରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ଏବେ ବି ଭୋଟ ଗଣତି ଜାରି ରହିଛି । ହେଲେ ଏହା ପୂର୍ବରୁ ପିଏମଏଲ-ଏନ ବିଜୟୀ ହୋଇଛି ବୋଲି ଦଳର ସୁପ୍ରିମୋ ନୱାଜ ଶରିଫ ଘୋଷଣା କରିଛନ୍ତି । ଫଳରେ ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀଙ୍କୁ ନେଇ ଚର୍ଚ୍ଚା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ନିର୍ବାଚନ ଆୟୋଗ ପୂର୍ବରୁ ଦେଶରେ ଗୁରୁବାର ମତଦାନ ପରେ ଚୂଡ଼ାନ୍ତ ଫଳ ଘୋଷଣା ଲାଗି ଶୁକ୍ରବାର ରାତି ୨ଟା ସମୟ ଧାର୍ଯ୍ୟ କରିଥିଲେ । ହେଲେ ଏହାକୁ ପରବର୍ତ୍ତୀ ସମୟରେ ଶୁକ୍ରବାର ସକାଳ ୧୦ଟା କରାଯାଇଥିଲା । ମାତ୍ର ଏଯାବତ ନିର୍ବାଚନର ଫଳ ପ୍ରକାଶ ପାଇନାହିଁ ।

ଏହା ବି ପଢନ୍ତୁ- ପାକିସ୍ତାନ ନିର୍ବାଚନରେ ଫ୍ରଣ୍ଟଫୁଟରେ ଇମ୍ରାନ ଖାନ: PTI ସମର୍ଥିତ ପ୍ରାର୍ଥୀ 150ରୁ ଅଧିକ ଆସନରେ ଆଗୁଆ

ଖବର ଲେଖାଯିବା ସମୟରେ ପାକିସ୍ତାନ ନିର୍ବାଚନ ଆୟୋଗ (ECP) ତଥ୍ୟ ଅନୁସାରେ ୧୩୯ଟି ନିର୍ବାଚନମଣ୍ଡଳୀ ପାଇଁ ଫଳାଫଳ ଘୋଷଣା କରାଯାଇଛି । ସେଥିମଧ୍ୟରେ ୫୫ଟି ନିର୍ଦ୍ଦଳୀୟ (ପ୍ରାୟତଃ PTI ଦ୍ବାରା ସମର୍ଥିତ), PML-Nର ୪୩, PPP ୩୫ ଏବଂ ଅନ୍ୟାନ୍ୟ ଆସନରେ ଛୋଟ ଦଳଗୁଡ଼ିକ ବିଜୟ ହାସଲ କରିଛି । ତଥାପି ଚୂଡ଼ାନ୍ତ ଫଳ ଆସିନଥିବା ବେଳେ ସରକାର କିଏ ଗଢିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ୩ଟି ଅପରାଧିକ ମାମଲାରେ ଜେଲ ପଠାଯାଇଛି ଏବଂ ତାଙ୍କୁ ନିର୍ବାଚନ ଲଢିବାକୁ ବାରଣ କରାଯାଇଛି । ଏପରିକି ତାଙ୍କ ଦଳକୁ କ୍ରିକେଟ୍ ବ୍ୟାଟର ନିର୍ବାଚନୀ ଚିହ୍ନ ଦେବା ଲାଗି ମନା କରାଯାଇଥିଲା । ଏଭଳି ସ୍ଥିତିରେ ପିଟିଆଇ ସଦସ୍ୟମାନେ ସ୍ବାଧୀନ ଭାବରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିଲେ ।

ପିଟିଆଇ ସମର୍ଥିତ ନିର୍ଦ୍ଦଳୀୟ ବହୁମତ ହାସଲ କଲେ ଗଢିପାରିବ କି ସରକାର ?

ନିର୍ବାଚନ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ଏକ ବିବୃତ୍ତିରେ କହିଥିଲେ ଯେ ପିଟିଆଇ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ନିର୍ବାଚନ ଜିତିଲେ ମଧ୍ୟ ସେମାନେ ଦଳରେ ଯୋଗ ଦେଇ ପାରିବେ ନାହିଁ । ପାକିସ୍ତାନର ଗଣମାଧ୍ୟମ ସଂଘର ସଂରକ୍ଷକ ଇଟିଭି ଭାରତକୁ ସୂଚନା ଦେଇ କହିଛନ୍ତି ଯେ ଯଦି ସେମାନେ ସଂଖ୍ୟାଗରିଷ୍ଠତା ହାସଲ କରନ୍ତି ତେବେ ସେମାନଙ୍କୁ ସରକାର ଗଠନ କରିବାକୁ ଅନୁମତି ଦିଆଯିବ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠେ ଯେ ସେତେବେଳେ କିଏ ପ୍ରଧାନମନ୍ତ୍ରୀ ହେବେ ? ବରିଷ୍ଠ ପିଟିଆଇ ନେତା ଗୋହର ଅଲି ଖାନ ଦାବି କରିଛନ୍ତି ଯେ ତାଙ୍କ ଦଳ ସମର୍ଥିତ ପ୍ରାର୍ଥୀମାନେ ନିଜେ ସରକାର ଗଠନ କରିବାର ସ୍ଥିତିରେ ଅଛନ୍ତି ଏବଂ PML-N କିମ୍ବା PPP ସହିତ ମିଳିତ ସରକାର ଗଠନ କରିବାର ଆବଶ୍ୟକତା ନାହିଁ । ସେ ଦାବି କରିଛନ୍ତି ଯେ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ୧୫୦ଟି ଆସନ ଜିତିବାକୁ ଯାଉଛନ୍ତି, ଯାହାକି କେନ୍ଦ୍ରରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ପାଇପାରିବେ । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହୋଇପାରିବେ ସେ ଗୁପ୍ତ ଭାବେ ଇମ୍ରାନ ଖାନଙ୍କ ସହିତ ପରାମର୍ଶ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.