ETV Bharat / international

ପାକିସ୍ତାନ ସାଧାରଣ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ: ମୁସଲିମ ଲିଗ୍ ଏବଂ ପିପୁଲ୍ସ ପାର୍ଟି ମଧ୍ୟରେ କଡ଼ା ଟକ୍କର - ପାକିସ୍ତାନ ସାଧାରଣ ନିର୍ବାଚନ

Pakistan Election Day: ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ । 266 ଆସନ ପାଇଁ ଚାଲିଛି ମତଦାନ । 44 ଦଳର 5ହଜାର 121 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର୍ । ଅଧିକ ପଢନ୍ତୁ

ପାକିସ୍ତାନରେ ନିର୍ବାଚନ
Pakistan Election Day
author img

By ETV Bharat Odisha Team

Published : Feb 8, 2024, 9:44 AM IST

Updated : Feb 8, 2024, 10:10 AM IST

ଇସଲାମାବାଦ: ବ୍ୟାପକ ହିଂସା ଘଟଣା ମଧ୍ୟରେ ଆଜି ପାକିସ୍ତାନରେ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗ୍ରହଣ । ମତଦାନ କରି ଆଗାମୀ 5 ବର୍ଷ ପାଇଁ ମନ ପସନ୍ଦର ନେତାଙ୍କୁ ବାଛିବେ ଜନତା । ନିର୍ବାଚନୀ ମଇଦାନରେ 44 ଦଳର 5 ହଜାର 121 ପ୍ରାର୍ଥୀ ରହିଥିବା ବେଳେ 266 ଆସନ ପାଇଁ ମତଦାନ ହେଉଛି । ସେଥିମଧ୍ୟରୁ 60ଟି ସିଟ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ 10 ଜଣ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି । ଦେଶର 241 ମଲିୟନ ଜନସଂଖ୍ୟା ମଧ୍ୟରୁ 128 ମିଲିୟନ ଭୋଟର ଆଜି ମତ ସାବ୍ୟସ୍ତ କରୁଛନ୍ତି । ସକାଳ 9ଟାରୁ ଭୋଟ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା 5ଟରେ ଶେଷ ହେବ ।

ନିର୍ବାଚନ ପୂର୍ବରୁ ହିଂସା ଘଟଣା ଘଟିଥିବାରୁ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ ଏକ 'କଣ୍ଟ୍ରୋଲ୍ ରୁମ୍' ସ୍ଥାପନ କରାଯାଇଛି। ପାକିସ୍ତାନର ମୁସଲିମ ଲିଗର ନଓ୍ବାଜ ସରିଫ, ପିପୁଲ୍ସ ପାର୍ଟିର ବିଲାଓ୍ବଲ ଭୁଟ୍ଟେ-ଜର୍ଦ୍ଦାରୀ ଏବଂ ଇମ୍ରାନଖାନଙ୍କ ପାର୍ଟି ପିଟିଆଇର ପ୍ରାର୍ଥୀଙ୍କ ମଧ୍ୟରେ ତ୍ରିମୁଖୀ ଲଢ଼େଇ ହେଉଥିବା ବେଳେ, ନୱାଜ ସରିଫଙ୍କ ଦଳ ସୁବିଧାଜନକ ସ୍ଥିତିରେ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ନଓ୍ବାଜ ସରିଫ: ବିଭିନ୍ନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦେଶ ଛାଡି ପଳାଇଥିବା ନଓ୍ବାଜ ପାକିସ୍ତାନ ଫେରିସାରିଛନ୍ତି । ଚଳିତ ବର୍ଷ ନିର୍ବାଚନ ସେ ଲଢୁଥିବାରୁ ଚତୁର୍ଥ ଥର ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ଆଶା ରଖିଛନ୍ତି । ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା ପରେ ସେ ଲଣ୍ଡନରେ ଚାରି ବର୍ଷ ରହିଥିଲେ । ଗତ ବର୍ଷ ଅକ୍ଟୋବରରେ ପାକିସ୍ତାନକୁ ଫେରିବା ପରେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ପାକିସ୍ତାନର ଜନତା ତାଙ୍କ ଉପରେ ଭରସା କରୁଛନ୍ତି ନା ନାହିଁ ତାହା ନିର୍ବାଚନ ଫଳାଫଳ ପରେ ସ୍ପଷ୍ଟ ହେବ ।

ଏହା ମଧ୍ୟ ପଢନ୍ତୁ-ଅଣଇସଲାମୀୟ ବିବାହ ମାମଲା: ଇମ୍ରାନ ଖାନ ଓ ବୁଶରା ବିବିଙ୍କୁ 7ବର୍ଷ ଜେଲ

ଇମ୍ରାନ ଖାନ: ଅନ୍ୟପକ୍ଷରେ, ପାକିସ୍ତାନ ପିଟିଆଇ ପାର୍ଟିର ପ୍ରତିଷ୍ଠାତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏକାଧିକ ଅଭିଯୋଗରେ ଏବେ ଜେଲରେ ଅଛନ୍ତି । ନିର୍ବାଚନରୁ ଇମ୍ରାନ ବାଦ ପଡ଼ିଛନ୍ତି । ଫଳରେ ଏହି ଦଳର ପ୍ରାର୍ଥୀମାନେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି । ତୋଷଖାନା ମାମଲା, ସରକାରୀ ଗୋପନୀୟ ତଥ୍ୟ ଲିକ୍‌ ମାମଲାରେ ସେ ନିକଟରେ ଦୋଷୀ ସାବ୍ୟସ୍ତ ହୋଇସାରିଛନ୍ତି । ସାଇଫର ମାମଲାରେ 10 ବର୍ଷ, ତୋଷଖାନା ମାମଲା 14 ବର୍ଷ ଏବଂ 'ଅଣ-ଇସଲାମ' ବିବାହ ମାମଲାରେ ସାତ ବର୍ଷ ଦଣ୍ଡିତ ହୋଇଛନ୍ତି ଇମ୍ରାନ ।

ନାମକୁ ମାତ୍ର ଗଣତନ୍ତ୍ର ବୋଲାଉଥିବା ପାକିସ୍ତାନର ପ୍ରକୃତ କ୍ଷମତା ନିୟନ୍ତ୍ରଣ ସେନା ନିକଟରେ ରହିଛି । ନିର୍ବାଚିତ ସରକାର ଗଠନ ହେଉଥିଲେ ମଧ୍ୟ ସେନା ହିଁ ସମସ୍ତ କ୍ଷେତ୍ରରେ ପ୍ରଛନ୍ନ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାଏ । କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଓ ସରକାରଙ୍କ ସହ ସେନାର ମତଭେଦ ସୃଷ୍ଟି ହେଲେ ପ୍ରଧାନମନ୍ତ୍ରୀ ଓ ନିର୍ବାଚିତ ସରକାର ମଧ୍ୟ ଭାଙ୍ଗିବାର ପରମ୍ପରା ରହିଛି ।

Last Updated : Feb 8, 2024, 10:10 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.