ETV Bharat / international

‘ବିଜୟରୁ ଆଉ ପାଦେ ପଛରେ ଇସ୍ରାଏଲ, ସେପର୍ଯ୍ୟନ୍ତ ଅସ୍ତ୍ରବିରତି ହେବନି’ - Netanyahu On Gaza War

author img

By ETV Bharat Odisha Team

Published : Apr 7, 2024, 10:33 PM IST

Netanyahu On Gaza War: ସମସ୍ତ ବନ୍ଧକ ମୁକ୍ତ ନହେବା ପର୍ଯ୍ୟନ୍ତ କୌଣସି ଅସ୍ତ୍ରବିରତି ହେବନି । ବିଜୟରୁ ଆଉ ମାତ୍ର ପାଦେ ପଛରେ ଇସ୍ରାଏଲ ସେନା । ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ପୁଣି ହେଲେ କଠୋର । ଅଧିକ ପଢନ୍ତୁ

‘ବିଜୟରୁ ଆଉ ପାଦେ ପଛରେ ଇସ୍ରାଏଲ, ସେପର୍ଯ୍ୟନ୍ତ ଅସ୍ତ୍ରବିରତି ହେବନି’

ହାଇଦ୍ରାବାଦ: ‘ହମାସ’ ନିୟନ୍ତ୍ରିତ ଗାଜା ପଟ୍ଟି ଉପରେ ପ୍ରଚଣ୍ଡ ଆକ୍ରମଣ କରି ସାରା ବିଶ୍ବରେ ଏକ ଦୃଢ ରାଷ୍ଟ୍ରମୁଖ୍ୟର ଛବି ସୃଷ୍ଟି କରିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ନିଜ ଦେଶରେ ବିରୋଧୀଙ୍କୁ ସାମ୍ନା କରିବାକୁ ପଡୁଛି । କାରଣ ଏବେ ନେତାନ୍ୟାହୁଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡିବା ପାଇଁ ମଧ୍ୟ ଆନ୍ଦୋଳନ ମୁଣ୍ଡ ଟେକିଲାଣି । ଏହାରି ମଧ୍ୟରେ ଆଜି ନେତାନ୍ୟାହୁ ଗାଜା ଯୁଦ୍ଧ ସମ୍ପର୍କରେ ବଡ ବୟାନ ଦେଇଛନ୍ତି । ଇସ୍ରାଏଲ ଆରମ୍ଭ କରିଥିବା ଏହି ସାମରିକ ଅଭିଯାନ ଏବେ ସଫଳ ହେବାକୁ ଆଉ ମାତ୍ର ଗୋଟିଏ ପାଦ ପଛରେ । ଇସ୍ରାଏଲ ଯୁଦ୍ଧ ଜିତିବାକୁ ଯାଉଛି । ହମାସ ଆତଙ୍କୀ ସଂଗଠନକୁ ସମସ୍ତ ଇସ୍ରାଏଲୀ ବନ୍ଧକଙ୍କ ମୁକ୍ତ କରିବାକୁ ପଡିବ । ନଚେତ ସେପର୍ଯ୍ୟନ୍ତ କୌଣସି ଅସ୍ତ୍ରବିରତି ହେବନାହିଁ ବୋଲି କହିଛନ୍ତି ନେତାନ୍ୟାହୁ ।

ଗତବର୍ଷ ଅକ୍ଟବୋର 7 ତାରିଖ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ଅପରେସନ ଏବେ ମଧ୍ୟ ଜାରି ରହିଛି । ଏବେ ସୁଦ୍ଧା ଉଭୟ ପକ୍ଷ ପରସ୍ପରର ନାଗରିକଙ୍କୁ ବନ୍ଧକ ରଖିଥିବା ଅଭିଯୋଗ ହୋଇଛି । ଜାତିସଂଘ ପରି ଶୀର୍ଷ ସଂସ୍ଥା ତମାମ ଅନ୍ତର୍ଜାତୀୟ ଚାପ ସତ୍ତ୍ବେ ମଧ୍ୟ ଇସ୍ରାଏଲ କୌଣସି ପରିସ୍ଥିତିରେ ଯୁଦ୍ଧ ବନ୍ଦ କରିବ ନାହିଁ ବୋଲି ସ୍ପଷ୍ଟ କରିସାରିଛି । ନିକଟରେ ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ଅଧିବେଶନରେ ‘ଗାଜା ଅସ୍ତ୍ରବିରତି ସଙ୍କଳ୍ପ’ ପାରିତ ମଧ୍ୟ କରିଛି । ଏହାକୁ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରିବା ପାଇଁ ମଧ୍ୟ ଇସ୍ରାଏଲ ଉପରେ ଚାପ ପକାଇ ସାରିଛି । ମାତ୍ର ଏହି ତମାମ କଟକଣା ଓ ଚେତାବନୀକୁ ନେତାନ୍ୟାହୁ ପ୍ରଶାସନ ଅଣଦେଖା କରିବାର ଦୁଃସାହସ କରିବାକୁ ପଛାଇନାହିଁ ।

ଏହା ମଧ୍ୟ ପଢନ୍ତୁ :- ‘କାଶ୍ମୀର ପ୍ରସଙ୍ଗରେ ଏପରି ମନ୍ତବ୍ୟ କେବଳ ଟୁକଡେ ଟୁକଡେ ଗ୍ୟାଙ୍ଗର ଭାଷା’, ଖଡଗେଙ୍କୁ ମୋଦିଙ୍କ ସିଧା ଟାର୍ଗେଟ - PM MODI TARGET KHARGE

ସମସ୍ତ ବନ୍ଦୀ ମୁକ୍ତ ନହେବା ଓ ହମାସର ଗୋଟିଏ ବି ଶିବିର କାର୍ଯ୍ୟକ୍ଷମ ଥିବା ପର୍ଯ୍ୟନ୍ତ ଇସ୍ରାଏଲ ଗ୍ରାଉଣ୍ଡ ଫୋର୍ସ ଅପରେସନ ଜାରି ରଖିବ ବୋଲି ନେତାନ୍ୟାହୁ ଅନେକ ଥର କହିସାରିଛନ୍ତି । ଏବେ ଇସ୍ରାଏଲରେ ନେତାନ୍ୟାହୁଙ୍କ ବିରୋଧରେ ଆନ୍ଦୋଳନ ଆରମ୍ଭ ହେବା ପରି ସ୍ଥିତି ଦେଖାଯାଇଛି । ତଥାପି ସେ ଆରମ୍ଭ କରିଥିବା ସାମରିକ ଅଭିଯାନରେ ବିରତି ଘୋଷଣା କରିବେ ନାହିଁ ଓ ଏହି ଅପରେସନ ବିଜୟର ନିକଟବର୍ତ୍ତୀ ହୋଇଛି ବୋଲି କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.